Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 26:1 - ପବିତ୍ର ବାଇବଲ

1 ଦ୍ୱାରପାଳମାନଙ୍କର ଦଳଗୁଡ଼ିକ: କୋରହ ପରିବାରର ଏହିମାନେ ଦ୍ୱାରପାଳ ଥିଲେ। ମଶେଲିମିୟ ଓ ତାଙ୍କର ପୁତ୍ରଗଣ। (ମଶେଲିମିୟ କୋରିଙ୍କର ପୁତ୍ର ଥିଲେ। ସେ ଆସଫଙ୍କ ପରିବାରବର୍ଗରୁ ଆସିଥିଲେ।)

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଦ୍ଵାରପାଳମାନଙ୍କ ପାଳି ପାଇଁ କୋରହୀୟ-ମାନଙ୍କ ମଧ୍ୟରୁ ଆସଫ-ବଂଶଜାତ କୋରିର ପୁତ୍ର ମଶେଲିମୀୟ ଥିଲା।

Gade chapit la Kopi

ଓଡିଆ ବାଇବେଲ

1 ଦ୍ୱାରପାଳମାନଙ୍କ ପାଳି ପାଇଁ କୋରହୀୟମାନଙ୍କ ମଧ୍ୟରୁ ଆସଫ-ବଂଶଜାତ କୋରିର ପୁତ୍ର ମଶେଲିମୀୟ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଦ୍ୱାରପାଳମାନଙ୍କ ପାଳି ପାଇଁ କୋରହୀୟମାନଙ୍କ ମଧ୍ୟରୁ ଆସଫ-ବଂଶଜାତ କୋରିର ପୁତ୍ର ମଶେଲିମୀୟ ଥିଲା।

Gade chapit la Kopi




1 ବଂଶାବଳୀ 26:1
15 Referans Kwoze  

ହେ ଜାତିଗଣ ସମୂହ ଶୁଣ, ହେ ପୃଥିବୀବାସୀ ଲୋକମାନେ ଶୁଣ,


ହେ ପରମେଶ୍ୱର, ଆମ୍ଭେ ତୁମ୍ଭ ବିଷୟରେ ଶୁଣିଅଛୁ। ଆମ୍ଭର ପିତୃପୁରୁଷଙ୍କୁ ଜୀବନ କାଳରେ ଓ ପୂର୍ବରେ ତୁମ୍ଭେ ଯାହାସବୁ କରିଥିଲ ତାହା ଆମ୍ଭେମାନେ ଶୁଣିଅଛୁ। ସେମାନେ ତାହା ଆମ୍ଭମାନଙ୍କୁ ଜଣାଇଅଛନ୍ତି।


ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିରର ଫାଟକ ନିକଟରେ ରକ୍ଷୀଗଣଙ୍କୁ ନିଯୁକ୍ତ କଲେ, ଯେପରି କୌଣସି ଅପରିଷ୍କୃତ ବ୍ୟକ୍ତି ମନ୍ଦିର ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।


ସେହି ଲେବୀୟମାନଙ୍କର ଆଉ ଏକ ଦ୍ୱିତୀୟ ଦଳ ମଧ୍ୟ ଥିଲେ। ସେମାନେ ଥିଲେ ଯିଖରିୟ, ବେନ, ଯାସୀୟେଲ, ଶମୀରାମୋତ, ଯିହୀୟେଲ, ଉନ୍ନିକି, ଇଲୀୟାବ, ବନାୟ, ମାସେୟ, ମତ୍ତଥିୟ, ଇଲୀଫଲେହୁ, ମି‌କ୍‌ନେୟ, ଓବେଦ-ଇଦୋମ ଓ ଯିୟୂୟେଲ। ଏହିମାନେ ଦ୍ୱାରପାଳ ଥିଲେ।


ସିଫନିୟର ତହତ୍‌ଙ୍କ ପୁତ୍ର ଥିଲେ। ଅବୀୟାସଫ୍ କୋରହଙ୍କ ପୁତ୍ର ଥିଲେ।


ଚତୁର୍ବିଶଂରେ, ରୋମା‌ମ୍‌ତି-ଏଷରଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।


ମଶେଲିମିୟଙ୍କର ପୁତ୍ରଗଣ, ଯିଖରିୟ ଜ୍ୟେଷ୍ଠପୁତ୍ର ଥିଲେ। ଯିହୀୟେଲ ଦ୍ୱିତୀୟ ପୁତ୍ର ଥିଲେ। ସବଦିୟ ତୃତୀୟ ପୁତ୍ର ଥିଲେ। ଯତ୍‌ନୀୟେଲ ଚତୁର୍ଥ ପୁତ୍ର ଥିଲେ।


ଶଲୋମନ ତାଙ୍କ ପିତା ଦାଉଦଙ୍କର ଦତ୍ତ ନିର୍ଦ୍ଦେଶାବଳିକୁ ପାଳନ କଲେ। ଶଲୋମନ ଯାଜକମାନଙ୍କର ଦଳକୁ ସେମାନଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କଲେ। ଶଲୋମନ ଲେବୀୟମାନଙ୍କୁ ମଧ୍ୟ ସେମାନଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କଲେ। ଲେବୀୟମାନଙ୍କର କାର୍ଯ୍ୟ ଥିଲା ପ୍ରଶଂସା ଗାନରେ ନେତୃତ୍ୱ ଦେବା ଓ ମନ୍ଦିରର ସେବାକାର୍ଯ୍ୟ ନିମନ୍ତେ ଦୈନନ୍ଦିନ ଯେଉଁ ବିଷୟମାନ କରାଯାଏ, ସେଥିରେ ଯାଜକମାନଙ୍କୁ ସାହାଯ୍ୟ କରିବା। ଆଉ ଶଲୋମନ ଦ୍ୱାର ନିକଟରେ ସେବାକାର୍ଯ୍ୟ କରିବା ନିମନ୍ତେ ଦ୍ୱାରପାଳମାନଙ୍କୁ ସେମାନଙ୍କର ଦଳ ଅନୁଯାୟୀ ମନୋନୀତ କଲେ। ପରମେଶ୍ୱରଙ୍କ ଲୋକ ଦାଉଦ ତାକୁ ଏହା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।


ଲେବୀୟମାନେ ମୋର ପବିତ୍ର ସ୍ଥାନ ସେବା କରିବା ପାଇଁ ବଚ୍ଛା ଯାଇଥିଲେ। ସେମାନେ ମନ୍ଦିରର ଫାଟକଗୁଡ଼ିକ ଜଗିଲେ। ସେମାନେ ମନ୍ଦିରରେ ସେବା କଲେ। ସେମାନେ ବଳିଦାନ ପାଇଁ ପଶୁଗୁଡ଼ିକ ମାରିଲେ ଏବଂ ଲୋକମାନଙ୍କ ପାଇଁ ହୋମବଳି କଲେ। ସେମାନେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ସେମାନଙ୍କୁ ସେବା କରିବା ପାଇଁ ବଛା ଯାଇଥିଲେ।


ଲେବୀଙ୍କ ପରିବାରବର୍ଗର ଏହି ଲୋକମାନେ ଯିରୁଶାଲମରେ ବାସ କରୁଥିଲେ: ହଶୂବ୍‌ଙ୍କ ପୁତ୍ର ଶମୟିୟ। ହଶୂବ୍‌ ଅସ୍ରୀକା‌ମ୍‌ଙ୍କ ପୁତ୍ର ଥିଲେ। ଅସ୍ରୀକାମ୍ ହଶବିୟଙ୍କ ପୁତ୍ର ଥିଲେ। ହଶବିୟ ମରାରିଙ୍କ ବଂଶଧର ଥିଲେ।


4,000 ଲେବୀୟ ଦ୍ୱାରପାଳ ହେବେ ଏବଂ 4,000 ଲେବୀୟ ବାଦ୍ୟକାର ହେବେ। ମୁଁ ସେମାନଙ୍କ ନିମନ୍ତେ ବିଶେଷ ବାଦ୍ୟଯନ୍ତ୍ରସବୁ ନିର୍ମାଣ କରିଅଛି। ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ସେହି ବାଦ୍ୟଯନ୍ତ୍ରଗୁଡ଼ିକୁ ବ୍ୟବହାର କରିବେ।”


ମଶେଲିମିୟଙ୍କର ପୁତ୍ର ଓ ଆତ୍ମୀୟଗଣ ମହାପରାକ୍ରମୀ ଥିଲେ। ସମୁଦାୟ ଅଠର ଜଣ ପୁତ୍ର ଓ ଆତ୍ମୀୟ ଥିଲେ।


Swiv nou:

Piblisite


Piblisite