Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 25:3 - ପବିତ୍ର ବାଇବଲ

3 ଯିଦୂଥୂନଙ୍କ ପରିବାରରୁ: ଗଦଲିୟ, ସରୀ, ଯିଶାୟାହ, ହଶବିୟ ଓ ମତ୍ତଥିୟ। ସେମାନେ ସମୁଦାୟ ଛଅ ଜଣ ଥିଲେ ଯିଦୂଥୂନ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦେଶ ଦେଲେ। ପରମେଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବା ଓ ସଦାପ୍ରଭୁଙ୍କର ଧନ୍ୟବାଦ, ପ୍ରଶଂସା କରିବା ନିମନ୍ତେ ଯିଦୂଥୂନ ବୀଣାଯନ୍ତ୍ରର ବ୍ୟବହାର କରୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଯିଦୂଥୂନର କଥା; ଯିଦୂଥୂନର ସନ୍ତାନ ଗଦଲୀୟ ଓ ସରୀ ଓ ଯିଶାୟାହ, ହଶବୀୟ ଓ ମତ୍ତଥୀୟ, ଛଅ ଜଣ; ଏମାନେ ଆପଣାମାନଙ୍କ ପିତା ଯିଦୂଥୂନର ହସ୍ତାଧୀନରେ ବୀଣା ଦ୍ଵାରା ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରି ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ।

Gade chapit la Kopi

ଓଡିଆ ବାଇବେଲ

3 ଯିଦୂଥୂନର କଥା; ଯିଦୂଥୂନର ସନ୍ତାନ ଗଦଲୀୟ ଓ ସରୀ ଓ ଯିଶାଇୟ, ହଶବୀୟ ଓ ମତ୍ତଥୀୟ, ଛଅ ଜଣ; ଏମାନେ ଆପଣାମାନଙ୍କ ପିତା ଯିଦୂଥୂନର ହସ୍ତାଧୀନରେ ବୀଣା ଦ୍ୱାରା ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଯିଦୂଥୂନ୍‍‍ର କଥା; ଯିଦୂଥୂନ୍‍‍ର ସନ୍ତାନ ଗଦଲୀୟ ଓ ସରୀ ଓ ଯିଶାଇୟ, ହଶବୀୟ ଓ ମତ୍ତଥୀୟ, ଛଅ ଜଣ; ଏମାନେ ଆପଣାମାନଙ୍କ ପିତା ଯିଦୂଥୂନ୍‍‍ର ହସ୍ତାଧୀନରେ ବୀଣା ଦ୍ୱାରା ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।

Gade chapit la Kopi




1 ବଂଶାବଳୀ 25:3
11 Referans Kwoze  

ସଦାପ୍ରଭୁ କହନ୍ତି, ଏଠାରେ ତୁମ୍ଭେମାନେ ଆନନ୍ଦ ଧ୍ୱନି ଓ ହର୍ଷନାଦ, ବର କନ୍ୟାଙ୍କର ହର୍ଷଧ୍ୱନି, ସଦାପ୍ରଭୁଙ୍କର ପ୍ରଶଂସା ଗାନର କୋଳାହଳ ପାଇବ। ସେମାନେ କହିବେ, ‘ସଦାପ୍ରଭୁ ମଙ୍ଗଳମୟ ଓ ତାଙ୍କର କରୁଣା ସଦାକାଳ ସ୍ଥାୟୀ।’ ତେଣୁ ତାଙ୍କର ଧନ୍ୟବାଦ କର। ପୁଣି ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦସ୍ୱରୂପ ବଳି ଆଣିବାର ଶବ୍ଦ ଶୁଣାଯିବ। ଏହା ହେବ କାରଣ ଆମ୍ଭେ ଆପଣା ଲୋକମାନଙ୍କର ଭାଗ୍ୟ ପରିବର୍ତ୍ତନ କରିବା। ସେଥିପାଇଁ ସବୁକିଛି ପୂର୍ବରୁ ଯେପରି ଥିଲା, ସେପରି ହୋଇଯିବ।”


ସଦାପ୍ରଭୁଙ୍କର ଧନ୍ୟବାଦ କରିବା ଉତ୍ତମ। ହେ ସର୍ବୋପରିସ୍ଥ ପରମେଶ୍ୱର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।


ଚତୁର୍ଦ୍ଦଶରେ, ମତ୍ତଥିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।


ମତ୍ତଥିୟ, ଇଲୀଫଲେହୁ, ମ‌କ୍‌ନେୟ, ଓବେଦ୍-ଇଦୋମ୍, ଯିୟୂୟେଲ ଓ ଅସରିୟ ଶିମିନୀତ୍ ତମ୍ବୁରା ବଜାଉଥିଲେ। ଚିରକାଳ ନିମନ୍ତେ ସେମାନଙ୍କର ଏହି କାର୍ଯ୍ୟ ଥିଲା।


ସେହି ଲେବୀୟମାନଙ୍କର ଆଉ ଏକ ଦ୍ୱିତୀୟ ଦଳ ମଧ୍ୟ ଥିଲେ। ସେମାନେ ଥିଲେ ଯିଖରିୟ, ବେନ, ଯାସୀୟେଲ, ଶମୀରାମୋତ, ଯିହୀୟେଲ, ଉନ୍ନିକି, ଇଲୀୟାବ, ବନାୟ, ମାସେୟ, ମତ୍ତଥିୟ, ଇଲୀଫଲେହୁ, ମି‌କ୍‌ନେୟ, ଓବେଦ-ଇଦୋମ ଓ ଯିୟୂୟେଲ। ଏହିମାନେ ଦ୍ୱାରପାଳ ଥିଲେ।


ଓବଦିୟ ଶମୟିୟଙ୍କ ପୁତ୍ର ଥିଲେ। ଶମୟିୟ ଗାଲ‌ଲଙ୍କ ପୁତ୍ର ଥିଲେ। ଗାଲଲ୍‌ ଯିଦୂଥ‌ନଙ୍କ ପୁତ୍ର ଥିଲେ। ବେରିଖିୟ ଆସାଙ୍କ ପୁତ୍ର ଥିଲେ। ଆସା ଇ‌ଲ୍‌କାନାଙ୍କ ପୁତ୍ର ଥିଲେ। ସେ ନଟୋଫାରେ ଲୋକମାନଙ୍କ ସହରରେ ବାସ କରୁଥିଲେ।


ଆସଫଙ୍କ ପରିବାରରୁ: ସ‌କ୍‌କୁର, ଯୋଷେଫ, ଓ ଅସାରେଲ। ପରମେଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବା ନିମନ୍ତେ ରାଜା ଦାଉଦ ଆସଫଙ୍କୁ ମନୋନୀତ କରିଥିଲେ। ଆଉ ଆସଫ ତାଙ୍କର ପୁତ୍ରମାନଙ୍କୁ ପରିଗ୍ଭଳନା କଲେ।


ହେମନଙ୍କର ଯେଉଁ ପୁତ୍ରମାନେ ସେବାକାର୍ଯ୍ୟ କରୁଥିଲେ, ସେମାନେ ହେଲେ: ବୁ‌କ୍‌କିୟ, ମତ୍ତନିୟ, ଉଷୀୟେଲ, ଶବୂୟେଲ ଓ ଯିରେମୋତ୍, ହନାନିୟ, ହନାନି, ଇଲୀୟାଥା, ଗିଦ୍ଦଲତି ଓ ରୋମା‌‌ମ୍‌‌ତି-ଏଷର, ଯ‌ଶ୍‌ବକାଶା, ମଲ୍ଲୋଥି, ହୋଥୀର, ମହସୀୟୋତ୍।


ତା'ପରେ ତୁମ୍ଭେମାନେ ଗିବିୟୋଥ ଓ ଲୋହିମକୁ ଯିବ। ସେଠାରେ ପଲେଷ୍ଟୀୟମାନଙ୍କ ପ୍ରହରୀଗଣ ଅଛନ୍ତି। ଯେତେବେଳେ ତୁମ୍ଭେ ସହରର ପ୍ରବେଶ ଦ୍ୱାର ନିକଟରେ ପହଞ୍ଚିବ, ଉପାସନା ସ୍ଥଳରୁ ଦଳେ ଯାଜକ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି ବଇଁଶୀ, ତମ୍ବୁରା ଓ ବୀଣା ବଜାଇ ଆସୁଥିବାର ଦେଖିବ।


Swiv nou:

Piblisite


Piblisite