Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 25:2 - ପବିତ୍ର ବାଇବଲ

2 ଆସଫଙ୍କ ପରିବାରରୁ: ସ‌କ୍‌କୁର, ଯୋଷେଫ, ଓ ଅସାରେଲ। ପରମେଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବା ନିମନ୍ତେ ରାଜା ଦାଉଦ ଆସଫଙ୍କୁ ମନୋନୀତ କରିଥିଲେ। ଆଉ ଆସଫ ତାଙ୍କର ପୁତ୍ରମାନଙ୍କୁ ପରିଗ୍ଭଳନା କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଆସଫର ସନ୍ତାନମାନଙ୍କ କଥା; ଆସଫର ସନ୍ତାନ ସକ୍କୁର୍ ଓ ଯୋଷେଫ ଓ ନଥନୀୟ ଓ ଅସାରେଲ; ଏମାନେ ଆସଫର ହସ୍ତାଧୀନରେ ରାଜାଜ୍ଞାନୁସାରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ।

Gade chapit la Kopi

ଓଡିଆ ବାଇବେଲ

2 ଆସଫର ସନ୍ତାନମାନଙ୍କ କଥା; ଆସଫର ସନ୍ତାନ ସକ୍କୁର ଓ ଯୋଷେଫ ଓ ନଥନୀୟ ଓ ଅସାରେଲ; ଏମାନେ ଆସଫର ହସ୍ତାଧୀନରେ ରାଜାଜ୍ଞାନୁସାରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଆସଫର ସନ୍ତାନମାନଙ୍କ କଥା; ଆସଫର ସନ୍ତାନ ସକ୍କୁର ଓ ଯୋଷେଫ ଓ ନଥନୀୟ ଓ ଅସାରେଲ; ଏମାନେ ଆସଫର ହସ୍ତାଧୀନରେ ରାଜାଜ୍ଞାନୁସାରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।

Gade chapit la Kopi




1 ବଂଶାବଳୀ 25:2
20 Referans Kwoze  

ହେମନ ସଦାପ୍ରଭୁଙ୍କ ମନ୍ଦିରରେ ଗୀତଗାୟନ କରିବାକୁ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦେଶ ଦେଲେ। ସେହି ପୁତ୍ରମାନେ ଗିନି, ସାରଙ୍ଗ ଓ ବୀଣା ବଜାଉଥିଲେ। ସେମାନେ ଏହି ପ୍ରକାରେ ପରମେଶ୍ୱରଙ୍କ ମନ୍ଦିରରେ ସେବାକାର୍ଯ୍ୟ କରୁଥିଲେ। ରାଜା ଦାଉଦ ଏହିସବୁ ବ୍ୟକ୍ତିମାନଙ୍କୁ ମନୋନୀତ କରିଥିଲେ: ଆସଫ, ଯିଦୁଥୂନ ଓ ହେମନ।


ଦାଉଦ ଓ ସେନାଧ୍ୟକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶେଷ ସେବାକାର୍ଯ୍ୟ କରିବା ନିମନ୍ତେ ପୃଥକ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହେମନ ଓ ଯିଦୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବା ହିଁ ସେମାନଙ୍କର ବିଶେଷ କାର୍ଯ୍ୟ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସେବାକାର୍ଯ୍ୟ କରୁଥିଲେ, ସେମାନଙ୍କର ତାଲିକା ଏହି:


ଆସଫ ପ୍ରଥମ ଦଳର ନେତା ଥିଲେ। ଆସଫଙ୍କ ଦଳ ଗିନି ବଜାଉଥିଲେ। ଯିଖରିୟ ଦ୍ୱିତୀୟ ଦଳର ନେତା ଥିଲେ। ଅନ୍ୟ ଲେବୀୟମାନେ ଥିଲେ: ଯିୟୟେଲ, ଶମୀରାମୋତ୍, ଯିହୀୟେଲ, ମତ୍ତଥିୟ, ଇଲୀୟାବ, ବନାୟ, ଓବେଦ୍-ଇଦୋମ୍ ଓ ଯିୟୂୟେଲ। ଏହି ବ୍ୟକ୍ତିମାନେ ତମ୍ବୁରା ଓ ବୀଣା ବଜାଉଥିଲେ।


ସେତେବେଳେ କେହିଜଣେ ନିଜ ପରିବାର ମଧ୍ୟରୁ ଜଣକୁ ଧରି କହିବେ, “ହେ ଭାଇ, ତୁମ୍ଭର ବସ୍ତ୍ର ଅଛି, ତେଣୁ ତୁମ୍ଭେ ଆମ୍ଭର ଶାସନକର୍ତ୍ତା ହେବ। ତୁମ୍ଭେ ଏହି ନିପାତିତ ରାଜ୍ୟର ଅଧିପତି ହେବ।”


ହେ ପରମେଶ୍ୱର, ତୁମ୍ଭେ ନୀରବ ରୁହ ନାହିଁ! ତୁମ୍ଭର କାନ ବନ୍ଦ କର ନାହିଁ! ହେ ପରମେଶ୍ୱର, ଦୟାକରି କିଛି କୁହ!


ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି। ସେ ବିଗ୍ଭରକର୍ତ୍ତାମାନଙ୍କ ମଧ୍ୟରେ ବିଗ୍ଭର କରନ୍ତି।


ଆମ୍ଭମାନଙ୍କ ବଳସ୍ୱରୂପ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଉଚ୍ଚ ସ୍ୱରରେ ଜୟଗାନ କର। ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।


ହେ ଇସ୍ରାଏଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ଯୋଷେଫର ଲୋକମାନଙ୍କୁ ମେଷପରି ନେତୃତ୍ୱ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।


ହେ ପରମେଶ୍ୱର, ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭର ଦେଶକୁ ଆକ୍ରମଣ କରିଛନ୍ତି। ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଛନ୍ତି। ସେମାନେ ଯିରୁଶାଲମକୁ ଧ୍ୱସ୍ତ ବିଧ୍ୱସ୍ତ କରିଛନ୍ତି।


ହେ ମୋହର ଲୋକମାନେ, ତୁମ୍ଭେ ମୋର ଉପଦେଶକୁ ଶୁଣ। ମୋହର ବାକ୍ୟକୁ କର୍ଣ୍ଣପାତ କର, ଯାହା ମୁଁ କହୁଅଛି।


ମୁଁ, ସ୍ୱର ସହିତ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନ କରିବି। ମୁଁ ପରମେଶ୍ୱରଙ୍କଠାରେ କ୍ରନ୍ଦନ କରିବି ଯେ, ସେ ମୋ’ ଗୁହାରି ପ୍ରତି କର୍ଣ୍ଣପାତ କରିବେ।


ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି। ଇସ୍ରାଏଲ ମଧ୍ୟରେ ତାଙ୍କ ନାମ ମହତ୍।


ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭଙ୍କୁ ପ୍ରଶଂସା କରୁଛୁ। ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ କରୁଛୁ! କାରଣ ତୁମ୍ଭେ ଅତି ନିକଟବର୍ତ୍ତୀ; ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ସକଳ ବର୍ଣ୍ଣନା କରନ୍ତି।


ପରମେଶ୍ୱର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ୟାଗ କଲ? ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ଯେ ତୁମ୍ଭର ନିଜ ଦଳ?


ପରମେଶ୍ୱର ସତରେ ଇସ୍ରାଏଲର ମଙ୍ଗଳକାରୀ। ଯେଉଁମାନଙ୍କର ହୃଦୟ ପବିତ୍ର ସେମାନଙ୍କ ନିମନ୍ତେ ପରମେଶ୍ୱର ମଙ୍ଗଳମୟ ଅଟନ୍ତି।


ଯିଦୂଥୂନଙ୍କ ପରିବାରରୁ: ଗଦଲିୟ, ସରୀ, ଯିଶାୟାହ, ହଶବିୟ ଓ ମତ୍ତଥିୟ। ସେମାନେ ସମୁଦାୟ ଛଅ ଜଣ ଥିଲେ ଯିଦୂଥୂନ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦେଶ ଦେଲେ। ପରମେଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବା ଓ ସଦାପ୍ରଭୁଙ୍କର ଧନ୍ୟବାଦ, ପ୍ରଶଂସା କରିବା ନିମନ୍ତେ ଯିଦୂଥୂନ ବୀଣାଯନ୍ତ୍ରର ବ୍ୟବହାର କରୁଥିଲେ।


ଏହା ପରେ ଲେବୀୟମାନେ ହେମନ ଏବଂ ତାଙ୍କ ଭ୍ରାତାଗଣ ଆସଫ ଓ ଏଥନଙ୍କୁ ଆଣିଲେ। ହେମନ ଯୋୟେଲଙ୍କ ପୁତ୍ର ଥିଲେ। ଆସଫ ବେରିଖିୟଙ୍କ ପୁତ୍ର ଥିଲେ। ଏଥନ କୁଶାୟାଙ୍କ ପୁତ୍ର ଥିଲେ। ଏହି ଲୋକମାନେ ମରାରି ପରିବାରବର୍ଗର ଥିଲେ।


ହେମ‌ନଙ୍କ ଆତ୍ମୀୟ ଥିଲେ ଆସଫ୍। ଆସଫ୍ ହେମ‌ନଙ୍କ ଦକ୍ଷିଣ ପାର୍ଶ୍ୱରେ ରହି ସେବାକାର୍ଯ୍ୟ କରୁଥିଲେ। ଆସଫ ବେରିଖିୟଙ୍କ ପୁତ୍ର ଥିଲେ। ବେରିଖିୟ ଶିମିୟଙ୍କ ପୁତ୍ର ଥିଲେ।


ସେମାନେ ଗୁଲିବାଣ୍ଟ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ବିଭିନ୍ନ କାର୍ଯ୍ୟ ନିରୂପଣ କଲେ। ପ୍ରତ୍ୟେକ ଲୋକ ପ୍ରତି ସମାନ ବ୍ୟବହାର କରାଗଲା। ଯୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ୟବହାରା କରାଗଲା। ଛାତ୍ର ପ୍ରତି ଯେପ୍ରକାର ବ୍ୟବହାର, ଶିକ୍ଷକ ପ୍ରତି ମଧ୍ୟ ସେ ପ୍ରକାର ବ୍ୟବହାର କରାଗଲା।


ଗାନ୍ଥକମାନେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଇବା ବେଳେ ସେମାନେ ଇସ୍ରାଏଲର ରାଜା ଦାଉଦଙ୍କ ନିର୍ଣ୍ଣୟ ଅନୁସାରେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ନିଜ ନିଜ ବସ୍ତ୍ର ପରିହିତ ଯାଜକମାନଙ୍କୁ ତୂରୀ ସହିତ ଓ ଆସଫର ସନ୍ତାନ ଲେବୀୟଗଣଙ୍କୁ କରତାଳ ସହିତ ସ୍ଥାପନ କଲେ।


Swiv nou:

Piblisite


Piblisite