Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 24:5 - ପବିତ୍ର ବାଇବଲ

5 ପ୍ରତି ପରିବାରରୁ ଲୋକମାନେ ମନୋନୀତ ହୋଇଥିଲେ। ସେମାନେ ଗୁଲିବାଣ୍ଟ ଦ୍ୱାରା ମନୋନୀତ ହୋଇଥିଲେ। ପବିତ୍ର ସ୍ଥାନର ଦାୟିତ୍ୱରେ ରହିବା ନିମନ୍ତେ କେତେଜଣ ବ୍ୟକ୍ତିଙ୍କୁ ମନୋନୀତ କରାଯାଇଥିଲା। ଆଉ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଯାଜକକର୍ମ ନିମନ୍ତେ ମନୋନୀତ କରାଯାଇଥିଲା। ଏହି ସମସ୍ତ ବ୍ୟକ୍ତିମାନେ ଇଲିୟାସର ଓ ଈଥାମରଙ୍କ ବଂଶରୁ ଆସିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଏହିରୂପେ ସେମାନେ ଅବଶେଷରେ ଗୁଲିବାଣ୍ଟ ଦ୍ଵାରା ବିଭକ୍ତ କରାଗଲେ; କାରଣ ଇଲୀୟାସର ଓ ଈଥାମର, ଉଭୟର ସନ୍ତାନଗଣ ମଧ୍ୟରୁ ପବିତ୍ର-ସ୍ଥାନର ଅଧିପତି ଓ ପରମେଶ୍ଵରଙ୍କ ଗୃହର ଅଧିପତି ହେଲେ।

Gade chapit la Kopi

ଓଡିଆ ବାଇବେଲ

5 ଏହିରୂପେ ସେମାନେ ଅବଶେଷରେ ଗୁଲିବାଣ୍ଟ ଦ୍ୱାରା ବିଭକ୍ତ କରାଗଲେ; କାରଣ, ଇଲୀୟାସର ଓ ଈଥାମର, ଉଭୟର ସନ୍ତାନଗଣ ମଧ୍ୟରୁ ପବିତ୍ର ସ୍ଥାନର ଅଧିପତି ଓ ପରମେଶ୍ୱରଙ୍କ ଗୃହର ଅଧିପତି ହେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଏହିରୂପେ ସେମାନେ ଅବଶେଷରେ ଗୁଲିବାଣ୍ଟ ଦ୍ୱାରା ବିଭକ୍ତ କରାଗଲେ; କାରଣ, ଇଲୀୟାସର ଓ ଈଥାମର, ଉଭୟର ସନ୍ତାନଗଣ ମଧ୍ୟରୁ ପବିତ୍ର ସ୍ଥାନର ଅଧିପତି ଓ ପରମେଶ୍ୱରଙ୍କ ଗୃହର ଅଧିପତି ହେଲେ।

Gade chapit la Kopi




1 ବଂଶାବଳୀ 24:5
17 Referans Kwoze  

ସେମାନେ ବିଶେଷ କର୍ମ କରିବା ନିମନ୍ତେ ମନୋନୀତ ହୋଇଥିଲେ। ସେମାନେ ସେମାନଙ୍କର ଆତ୍ମୀୟ, ଯାଜକମାନଙ୍କ ପରି ଗୁଲିବାଣ୍ଟ କଲେ। ଯାଜକମାନେ ହାରୋଣଙ୍କ ବଂଶଧର ଥିଲେ। ସେମାନେ ରାଜା ଦାଉଦ, ସାଦୋକ, ଅହୀମେଲକ, ଯାଜକ ଏବଂ ଲେବୀୟ ବଂଶର ନେତାମାନଙ୍କ ସମ୍ମୁଖରେ ଗୁଲିବାଣ୍ଟ କଲେ। ଜ୍ୟେଷ୍ଠ ପରିବାର ଓ କନିଷ୍ଠ ପରିବାର ନିମନ୍ତେ ଯେତେବେଳେ କାର୍ଯ୍ୟ ସ୍ଥିର କରାଗଲା, ସେତେବେଳେ ସେମାନଙ୍କ ପ୍ରତି ସମାନ ବ୍ୟବହାର କରାଗଲା।


ଏ କଥା ଶୁଣି ମନ୍ଦିରର ସେନାପତି ଓ ମହାଯାଜକ ବିବ୍ରତ ହୋଇପଡ଼ିଲେ ଓ “ଏହାର ପରିଣାମ କ’ଣ ହେବ, ଏହା ଭାବି ସମସ୍ତେ ହତବୁଦ୍ଧି ହେଲେ।”


ସେଠାରେ ହାନାନ ମହାଯାଜକ, କୟାଫା, ଯୋହନ, ଆଲେ‌କ୍‌ଜାଣ୍ଡାର ଓ ମହାଯାଜକୀୟ ପରିବାରର ସମସ୍ତେ ମଧ୍ୟ ଉପସ୍ଥିତ ଥିଲେ।


ପିତର ଓ ଯୋହନ ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ କେତେକ ଲୋକ ସେମାନଙ୍କ ପାଖକୁ ଆସିଲେ। ସେମାନେ ଯାଜକ, ମନ୍ଦିରର ଜଗୁଆଳୀମାନଙ୍କ ସେନାପତି ଓ କେତେକ ସାଦ୍ଦୂକୀ ଥିଲେ।


ତା'ପରେ ପ୍ରେରିତମାନେ ଏହି ଦୁହିଁଙ୍କ ନାମରେ ଗୁଳା ପକାଇଲେ। କାଗଜରେ ଲେଖାଥିବା ଗୁଳା ମଥିୟଙ୍କ ନାମରେ ଉଠିଲା। ଏହିପରି ସେ ଅନ୍ୟ ଏଗାର ଜଣ ପ୍ରେରିତଙ୍କ ସହିତ ଜଣେ ପ୍ରେରିତ ହିସାବରେ ଗଣିତ ହେଲେ।


ତା’ ପରଦିନ ଅତି ସକାଳୁ ସମସ୍ତ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ଏକାଠି ହେଲେ, ଓ ଯୀଶୁଙ୍କୁ ବଧ କରିବା ପାଇଁ ଯୋଜନା କଲେ।


ତା'ପରେ ପ୍ରଧାନଯାଜକ ଓ ଲୋକମାନଙ୍କ ପ୍ରାଚୀନ ନେତାମାନେ କୟାଫା ନାମକ ମହାଯାଜକଙ୍କ ଭବନର ଅଗଣାରେ ଏକାଠି ହେଲେ।


ତା'ପରେ ନାବିକମାନେ ପରସ୍ପର କୁହାକୁହି ହେଲେ, “ଆମ୍ଭେମାନେ ଗୁଲିବାଣ୍ଟ ଫିଙ୍ଗି ଜାଣିବା, କାହିଁକି ଏ ଦୁଃଖ ଆମ୍ଭମାନଙ୍କ ଉପରେ ଘଟୁଛି।” ତେଣୁ ସେମାନେ ଗୁଲିବାଣ୍ଟ ଫିଙ୍ଗିଲେ। ଏହି ଗୁଲିବାଣ୍ଟ ଫିଙ୍ଗାରୁ ଜଣାଗଲା ଯୂନସ ଯୋଗୁଁ ଏ ଦୁଃଖ ଘଟିଲା।


ନିଷ୍ପତ୍ତି ପାଇଁ ଗୁଲିବାଣ୍ଟ ପଡ଼େ, କିନ୍ତୁ ନିଷ୍ପତ୍ତି ସଦାପ୍ରଭୁଙ୍କଠାରୁ ଆସେ।


ହି‌ଲ୍‌‌‌କିୟର ପୁତ୍ର ସରାୟ, ହି‌ଲ୍‌‌‌କିୟ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ ସାଦୋକର ପୁତ୍ର, ସାଦୋକ୍ ମରାୟୋତର ପୁତ୍ର, ମରାୟୋତ୍ ଅହିଟୁ‌‌‌‌ବ୍‌‌‌‌ର ପୁତ୍ର, ସରାୟ ପରମେଶ୍ୱରଙ୍କ ମନ୍ଦିରର ନିରୀକ୍ଷକ ଥିଲେ।


ଯୋଶିୟଙ୍କ ପଦାଧିକାରୀମାନେ ଲୋକମାନଙ୍କୁ, ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ନିସ୍ତାରପର୍ବରେ ବ୍ୟବହାର କରିବା ନିମନ୍ତେ ସ୍ୱେଚ୍ଛାକୃତ ଉପହାର ଦେଲେ। ପ୍ରଧାନ ଯାଜକ ହି‌ଲ୍‌‌‌କିୟ, ଜିଖରିୟ ଓ ଯିହୀୟେଲ ଏହି ପଦାଧିକାରୀମାନେ ସଦାପ୍ରଭୁଙ୍କ ମନ୍ଦିର ଦାୟିତ୍ୱରେ ଥିଲେ। ସେମାନେ ଯାଜକମାନଙ୍କୁ 2,600 ମେଷଶାବକ ଓ ଛାଗ ଓ 300 ବଳଦ ନିସ୍ତାରପର୍ବର ବଳି ନିମନ୍ତେ ଦେଲେ।


ଅସରିୟ ହି‌ଲ୍‌‌‌କିୟଙ୍କ ପୁତ୍ର ଥିଲେ। ହି‌ଲ୍‌‌‌କିୟ ମଶୁଲ୍ଲ‌ମ୍‌ଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ସାଦୋକଙ୍କ ପୁତ୍ର ଥିଲେ। ସାଦୋକ୍ ମରାୟୋତଙ୍କ ପୁତ୍ର ଥିଲେ। ମରାୟୋତ ଅହୀଟୂ‌ବ୍‌ଙ୍କ ପୁତ୍ର ଥିଲେ। ଅହୀଟୂବ୍ ପରମେଶ୍ୱରଙ୍କ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିବା ବିଶେଷ କାର୍ଯ୍ୟକାରୀ ଥିଲେ।


ଯିହୋଶୂୟ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ପାଇଁ ଭାଗ ଗୁଳା ପକାଇଲେ। ଏହିପରି ଭାବରେ ଯିହୋଶୂୟ ଉକ୍ତ ଜମିକୁ ସାତ ଭାଗରେ ବିଭକ୍ତ କରି ଇସ୍ରାଏଲର ପରିବାରବର୍ଗ ମଧ୍ୟରେ ଭାଗ କଲେ। ପ୍ରତ୍ୟେକ ଜଣ ତାଙ୍କର ଅଂଶ ପାଇଲେ।


ଈଥାମରଙ୍କ ପରିବାରଠାରୁ ଇଲିୟାସରଙ୍କ ପରିବାରର ଅଧିକ ନେତା ଥିଲେ। ଇଲିୟାସରଙ୍କ ପରିବାରରୁ ଷୋହଳ ଜଣ ଓ ଈଥାମରଙ୍କ ପରିବାରର ଆଠ ଜଣ ନେତା ଥିଲେ।


ପ୍ରତ୍ୟେକ ପରିବାରକୁ ଜଗିବା ନିମନ୍ତେ ଗୋଟିଏ ଦ୍ୱାର ଦିଆଯାଇଥିଲା। ଗୋଟିଏ ପରିବାର ନିମନ୍ତେ ଗୋଟିଏ ଦ୍ୱାର ନିରୂପଣ କରିବା ନିମନ୍ତେ ଗୁଲିବାଣ୍ଟ କରାଯାଉଥିଲା। ଯୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ୟବହାର କରାଯାଉଥିଲା।


ସେମାନେ ଗୁଲିବାଣ୍ଟ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ବିଭିନ୍ନ କାର୍ଯ୍ୟ ନିରୂପଣ କଲେ। ପ୍ରତ୍ୟେକ ଲୋକ ପ୍ରତି ସମାନ ବ୍ୟବହାର କରାଗଲା। ଯୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ୟବହାରା କରାଗଲା। ଛାତ୍ର ପ୍ରତି ଯେପ୍ରକାର ବ୍ୟବହାର, ଶିକ୍ଷକ ପ୍ରତି ମଧ୍ୟ ସେ ପ୍ରକାର ବ୍ୟବହାର କରାଗଲା।


ଏଣୁ ଆମ୍ଭେ ପବିତ୍ର ସ୍ଥାନର ଅଧିପତିମାନଙ୍କୁ ଅପବିତ୍ର କରିବା। ଆମ୍ଭେ ଯାକୁବକୁ ଅଭିଶାପ ଦେବା ଓ ଇସ୍ରାଏଲକୁ ନିନ୍ଦିତ କରିବା।


Swiv nou:

Piblisite


Piblisite