Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 24:4 - ପବିତ୍ର ବାଇବଲ

4 ଈଥାମରଙ୍କ ପରିବାରଠାରୁ ଇଲିୟାସରଙ୍କ ପରିବାରର ଅଧିକ ନେତା ଥିଲେ। ଇଲିୟାସରଙ୍କ ପରିବାରରୁ ଷୋହଳ ଜଣ ଓ ଈଥାମରଙ୍କ ପରିବାରର ଆଠ ଜଣ ନେତା ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ପୁଣି ଈଥାମରର ସନ୍ତାନଗଣ ଅପେକ୍ଷା ଇଲୀୟାସରର ସନ୍ତାନଗଣ ମଧ୍ୟରେ ଅନେକ ପ୍ରଧାନ ପୁରୁଷ ଥିଲେ; ସେମାନେ ଏହିରୂପେ ବିଭକ୍ତ ହେଲେ, ଯଥା, ଇଲୀୟାସରର ସନ୍ତାନଗଣ ମଧ୍ୟରେ ଷୋଳ ଜଣ ପିତୃବଂଶପ୍ରଧାନ ଥିଲେ; ଆଉ ଈଥାମରର ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃବଂଶାନୁସାରେ ଆଠ ଜଣ ଥିଲେ।

Gade chapit la Kopi

ଓଡିଆ ବାଇବେଲ

4 ପୁଣି, ଈଥାମରର ସନ୍ତାନଗଣ ଅପେକ୍ଷା ଇଲୀୟାସରର ସନ୍ତାନଗଣ ମଧ୍ୟରେ ଅନେକ ପ୍ରଧାନ ପୁରୁଷ ଥିଲେ; ସେମାନେ ଏହିରୂପେ ବିଭକ୍ତ ହେଲେ, ଯଥା, ଇଲୀୟାସରର ସନ୍ତାନଗଣ ମଧ୍ୟରେ ଷୋଳ ଜଣ ପିତୃବଂଶର ପ୍ରଧାନ ଥିଲେ; ଆଉ ଈଥାମରର ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃବଂଶାନୁସାରେ ଆଠ ଜଣ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପୁଣି, ଈଥାମରର ସନ୍ତାନଗଣ ଅପେକ୍ଷା ଇଲୀୟାସରର ସନ୍ତାନଗଣ ମଧ୍ୟରେ ଅନେକ ପ୍ରଧାନ ପୁରୁଷ ଥିଲେ; ସେମାନେ ଏହିରୂପେ ବିଭକ୍ତ ହେଲେ, ଯଥା, ଇଲୀୟାସରର ସନ୍ତାନଗଣ ମଧ୍ୟରେ ଷୋଳ ଜଣ ପିତୃବଂଶର ପ୍ରଧାନ ଥିଲେ; ଆଉ ଈଥାମରର ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃବଂଶାନୁସାରେ ଆଠ ଜଣ ଥିଲେ।

Gade chapit la Kopi




1 ବଂଶାବଳୀ 24:4
7 Referans Kwoze  

ଏହିମାନେ ଲେବୀଙ୍କ ଗୋଷ୍ଠୀର ଥିଲେ। ସେମାନେ ସେମାନଙ୍କର ପରିବାର ଦ୍ୱାରା ତାଲିକାଭୁକ୍ତ ହୋଇଥିଲେ। ସେମାନେ ପରିବାରର ମୁଖ୍ୟ ଥିଲେ। ପ୍ରତ୍ୟେକ ଲୋକର ନାମ ତାଲିକାଭୁକ୍ତ କରାଗଲା। ଯେଉଁ ଲୋକମାନଙ୍କର ନାମ ତାଲିକାଭୁକ୍ତ କରାଗଲା, ସେମାନେ କୋଡ଼ିଏ ବର୍ଷ ବା ତତୁର୍ଦ୍ଧ୍ୱ ବୟସର ଥିଲେ। ସେମାନେ ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ କଲେ।


ଦାଉଦ ଇଲିୟାସରଙ୍କ ପରିବାରବର୍ଗ ଓ ଈଥାମରଙ୍କ ବଂଶକୁ ଦୁଇଟି ଭିନ୍ନ ଦଳରେ ବିଭକ୍ତ କରିଥିଲେ। ସେହି ଦଳମାନେ ସେମାନଙ୍କୁ ଦତ୍ତ କାର୍ଯ୍ୟ ଯେପରି ସୂଗ୍ଭରୁରୂପେ କରି ପାରନ୍ତି, ସେଥିନିମନ୍ତେ ଦାଉଦ ଏହିପରି କରିଥିଲେ। ସାଦୋକ୍ ଓ ଅହୀମେଲ‌କ୍‌ଙ୍କ ସାହାଯ୍ୟରେ ଏହା କରିଥିଲେ। ସାଦୋକ୍ ଇଲିୟାସରଙ୍କ ବଂଶଧର ଓ ଅହୀମେଲକ୍ ଈଥାମରଙ୍କ ବଂଶଧର ଥିଲେ।


ପ୍ରତି ପରିବାରରୁ ଲୋକମାନେ ମନୋନୀତ ହୋଇଥିଲେ। ସେମାନେ ଗୁଲିବାଣ୍ଟ ଦ୍ୱାରା ମନୋନୀତ ହୋଇଥିଲେ। ପବିତ୍ର ସ୍ଥାନର ଦାୟିତ୍ୱରେ ରହିବା ନିମନ୍ତେ କେତେଜଣ ବ୍ୟକ୍ତିଙ୍କୁ ମନୋନୀତ କରାଯାଇଥିଲା। ଆଉ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଯାଜକକର୍ମ ନିମନ୍ତେ ମନୋନୀତ କରାଯାଇଥିଲା। ଏହି ସମସ୍ତ ବ୍ୟକ୍ତିମାନେ ଇଲିୟାସର ଓ ଈଥାମରଙ୍କ ବଂଶରୁ ଆସିଥିଲେ।


ଇସ୍ରାଏଲର ଲୋକମାନଙ୍କ ସହ ଶଲୋମନ କଥା ହେଲେ। ସେ 1,000 ସୈନ୍ୟ ବିଶିଷ୍ଟ ସୈନ୍ୟଦଳର ଦଳପତି ଓ 100 ସୈନ୍ୟ ବିଶିଷ୍ଟ ସୈନ୍ୟଦଳର ଦଳପତି ଓ ବିଗ୍ଭରକର୍ତ୍ତା ଏବଂ ସମସ୍ତ ଇସ୍ରାଏଲର ନେତାମାନଙ୍କ ସହ ପୁଣି ପରିବାରଗୁଡ଼ିକର ମୁଖ୍ୟଙ୍କ ସହ କଥା ହେଲେ।


ପୁଣି ଯୋୟାକୀମର ସମୟରେ ଏହି ଯାଜକଗଣ ସେମାନଙ୍କର ପରିବାରବର୍ଗଗୁଡ଼ିକର ମୁଖ୍ୟ ଥିଲେ, ଯଥା: ସରାୟ ବଂଶର ପ୍ରଧାନ ଥିଲେ ମରାୟ। ଯିରିମିୟ ବଂଶର ମୁଖ୍ୟ ଥିଲେ ହନାନିୟ,


Swiv nou:

Piblisite


Piblisite