Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 24:2 - ପବିତ୍ର ବାଇବଲ

2 କିନ୍ତୁ ନାଦବ୍ ଓ ଅବୀହୂ ସେମାନଙ୍କ ପିତାଙ୍କ ମୃତ୍ୟୁ ପୂର୍ବରୁ ମରଣ ଲଭିଥିଲେ। ଆଉ ନାଦବ୍ ଓ ଅବୀହୂଙ୍କର କୌଣସି ପୁତ୍ର ସନ୍ତାନ ନ ଥିଲେ। ତେଣୁ ଇଲିୟାସର ଓ ଈଥାମର ଯାଜକରୂପେ ସେବାକାର୍ଯ୍ୟ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ମାତ୍ର ନାଦବ୍ ଓ ଅବୀହୂ ଆପଣାମାନଙ୍କ ପିତାଙ୍କ ଆଗେ ମଲେ ଓ ସେମାନଙ୍କର ସନ୍ତାନ ନ ଥିଲା; ଏହେତୁ ଇଲୀୟାସର ଓ ଈଥାମର ଯାଜକର କାର୍ଯ୍ୟ କଲେ।

Gade chapit la Kopi

ଓଡିଆ ବାଇବେଲ

2 ମାତ୍ର ନାଦବ୍‍, ଅବୀହୂ ଆପଣାମାନଙ୍କ ପିତାଙ୍କ ଆଗେ ମଲେ ଓ ସେମାନଙ୍କର ସନ୍ତାନ ନ ଥିଲା; ଏହେତୁ ଇଲୀୟାସର ଓ ଈଥାମର ଯାଜକର କାର୍ଯ୍ୟ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ମାତ୍ର ନାଦବ୍‍, ଅବୀହୂ ଆପଣାମାନଙ୍କ ପିତାଙ୍କ ଆଗେ ମଲେ ଓ ସେମାନଙ୍କର ସନ୍ତାନ ନ ଥିଲା; ଏହେତୁ ଇଲୀୟାସର ଓ ଈଥାମର ଯାଜକର କାର୍ଯ୍ୟ କଲେ।

Gade chapit la Kopi




1 ବଂଶାବଳୀ 24:2
11 Referans Kwoze  

ତେଣୁ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କୁ ଗ୍ରାସ କଲା ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ।


କିନ୍ତୁ ନାଦବ୍ ଓ ଅବୀହୂ ସଦାପ୍ରଭୁଙ୍କ ସମ୍ମୁଖରେ ମୃତ୍ୟୁବରଣ କଲେ, ଯେତେବେଳେ ସେମାନେ ଅଗ୍ନି ଅର୍ପଣ କଲେ ଓ ତାହା ଗୃହିତ ହୋଇ ନାହିଁ।


ମାତ୍ର ନାଦବ ଓ ଅବୀହୂ ସୀନୟ ପ୍ରାନ୍ତରରେ ଅଜଣା ଅଗ୍ନି ସଦାପ୍ରଭୁଙ୍କ ଉତ୍ସର୍ଗ, ଉତ୍ସର୍ଗ କରି ପ୍ରାଣ ତ୍ୟାଗ କଲେ। ସେମାନଙ୍କର ପୁତ୍ର ନ ଥିଲା; ଏଣୁ ଇଲିୟାସର ଓ ଈଥାମର ଆପଣା ପିତା ହାରୋଣଙ୍କ ଉପସ୍ଥିତିରେ ଯାଜକକର୍ମ କଲେ।


କିନ୍ତୁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଯଜ୍ଞବେଦି ସମ୍ବନ୍ଧୀୟ ସକଳ ବିଷୟରେ ଓ ବିଚ୍ଛେଦବସ୍ତ୍ର ଭିତରେ ପବିତ୍ର ସ୍ଥାନରେ ଯାଜକତ୍ୱ ପାଳନ କରିବ ଓ ସେବା କରିବ, ଆମ୍ଭେ ଆମ୍ଭର ଦାନଜନିତ ସେବାରୂପେ ତୁମ୍ଭମାନଙ୍କୁ ଯାଜକତ୍ୱ ପଦ ଦେଲୁ। ଯଦି କେହି ଅଜଣା ବ୍ୟକ୍ତି ମୋର ପବିତ୍ର ସ୍ଥାନ ନିକଟକୁ ଆସେ, ତାକୁ ହତ୍ୟା କରାଯିବ।”


ଏହା ପରେ ମୋଶା ହାରୋଣଙ୍କୁ ଓ ତାଙ୍କର ଜୀବିତ ଥିବା ଅବଶିଷ୍ଟ ଦୁଇପୁତ୍ର ଇଲିୟାସର ଓ ଈଥାମରଙ୍କୁ କହିଲେ, “ସଦାପ୍ରଭୁଙ୍କ ଉପହାରରୁ ଅବଶିଷ୍ଟ ଯେଉଁ ଶସ୍ୟ ନୈବେଦ୍ୟ, ତାହା ତୁମ୍ଭେମାନେ ନେଇ ଯଜ୍ଞବେଦି ନିକଟରେ ବିନା ତାଡ଼ିରେ ଭୋଜନ କର, ତାହା ମହାପବିତ୍ର।


ହାରୋଣର ଓ ତା'ର ପୁତ୍ରମାନଙ୍କର କଟିରେ କଟିବନ୍ଧନ ବାନ୍ଧିଦିଅ ଓ ସେମାନଙ୍କ ମସ୍ତକରେ ପଗଡ଼ି ବାନ୍ଧ। ତହିଁରେ ସେମାନେ ବିଶେଷ ବ୍ୟବସ୍ଥା ଅନୁସାରେ ସର୍ବଦା ଯାଜକ ହେବେ।


ମୋଶା, ହାରୋଣ, ନାଦବ୍, ଅବୀହୂ ଏବଂ ଇସ୍ରାଏଲର ସତୁରି ଜଣ ପ୍ରାଚୀନବର୍ଗ ପର୍ବତ ଆରୋହଣ କଲେ।


ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣ ସହିତ ନାଦବ୍, ଅବୀହୂ ଏବଂ ଇସ୍ରାଏଲର ସତୁରି ଜଣ ପ୍ରାଚୀନବର୍ଗ ସଦାପ୍ରଭୁଙ୍କୁ ଉପାସନା କରିବାକୁ ପର୍ବତ ଆରୋହଣ କରିବ। ତୁମ୍ଭେମାନେ ଦୂରରୁ ମୋତେ ଉପାସନା କରିବ।


ହାରୋଣ ଇଲୀଶେବାକୁ ବିବାହ କଲେ। ଇଲୀଶେବା ଥିଲେ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ତାଙ୍କର ଔରସରୁ ନାଦବ ଓ ଅବୀହୂ ଓ ଇଲିୟାସର ଓ ଈଥାମରକୁ ପ୍ରସବ କଲା।


ହାରୋଣଙ୍କର ଗ୍ଭରିପୁତ୍ର ମଧ୍ୟରେ ପ୍ରଥମଜାତ ନାଦବ, ତା'ପରେ ଅବୀହୂ, ଇଲିୟାସର ଓ ଈଥାମର।


Swiv nou:

Piblisite


Piblisite