Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 23:25 - ପବିତ୍ର ବାଇବଲ

25 ଦାଉଦ କହିଥିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କୁ ଶାନ୍ତି ପ୍ରଦାନ କରିଅଛନ୍ତି। ସଦାପ୍ରଭୁ ଯିରୁଶାଲମରେ ଚିରକାଳ ନିମନ୍ତେ ବାସ କରିବାକୁ ଆସିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 କାରଣ ଦାଉଦ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଆପଣା ଲୋକମାନଙ୍କୁ ବିଶ୍ରାମ ଦେଇଅଛନ୍ତି ଓ ସେ ଯୁଗାନୁକ୍ରମେ ଯିରୂଶାଲମରେ ବସତି କରନ୍ତି

Gade chapit la Kopi

ଓଡିଆ ବାଇବେଲ

25 କାରଣ ଦାଉଦ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କୁ ବିଶ୍ରାମ ଦେଇଅଛନ୍ତି ଓ ସେ ଯୁଗାନୁକ୍ରମେ ଯିରୂଶାଲମରେ ବସତି କରନ୍ତି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 କାରଣ ଦାଉଦ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କୁ ବିଶ୍ରାମ ଦେଇଅଛନ୍ତି ଓ ସେ ଯୁଗାନୁକ୍ରମେ ଯିରୂଶାଲମରେ ବସତି କରନ୍ତି,

Gade chapit la Kopi




1 ବଂଶାବଳୀ 23:25
18 Referans Kwoze  

ଦାଉଦ ଏହି ଲୋକମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କର ସହିତରେ ଅଛନ୍ତି। ସେ ତୁମ୍ଭକୁ ଶାନ୍ତିର ଏକ ସମୟ ପ୍ରଦାନ କରିଅଛନ୍ତି। ଆମ୍ଭମାନଙ୍କର ଚତୁର୍ଦ୍ଦିଗରେ ବାସ କରୁଥିବା ଲୋକମାନଙ୍କୁ ପରାସ୍ତ କରିବା ନିମନ୍ତେ ସଦାପ୍ରଭୁ ଓ ତାଙ୍କର ଲୋକମାନଙ୍କର ଅଧୀନସ୍ଥ ହୋଇଅଛି।


ସଦାପ୍ରଭୁ ପୁଣି କୁହନ୍ତି, “ଆମ୍ଭେ ସିୟୋନକୁ ଫେରି ଆସିଛୁ ଏବଂ ଯିରୁଶାଲମ ମଧ୍ୟରେ ବାସ କରିବା। ଯିରୁଶାଲମ ‘ସତ୍ୟର ନଗରୀ’ ବୋଲି କୁହାଯିବ। ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ପର୍ବତକୁ ପବିତ୍ର ବୋଲି କୁହାଯିବ।”


ଯିରୁଶାଲମବାସୀ, ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହୁଅନ୍ତୁ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।


ଏହା ପରେ ଦାଉଦ, ଯେତେବେଳେ ନୂତନ ଗୃହକୁ ଗମନ କଲେ, ସଦାପ୍ରଭୁ ତାଙ୍କୁ ତାଙ୍କର ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କଠାରୁ ଶାନ୍ତି ପ୍ରଦାନ କଲେ।


ପରମେଶ୍ୱର ଖ୍ରୀଷ୍ଟଙ୍କଠାରେ ପାର୍ଥିବ ଶରୀର ଧାରଣ କରି ବାସ କଲେ।


ପରମେଶ୍ୱରଙ୍କ ମନ୍ଦିର ଓ ମୂର୍ତ୍ତିଗୁଡ଼ିକ ମଧ୍ୟରେ ଚୁକ୍ତି ହୋଇ ପାରିବ ନାହିଁ, କାରଣ ଆମ୍ଭେ ହେଉଛୁ ପରମେଶ୍ୱରଙ୍କ ମନ୍ଦିର। ଯେପରି ପରମେଶ୍ୱର କହିଛନ୍ତି: “ମୁଁ ସେମାନଙ୍କ ସହିତ ରହିବି ଓ ସେମାନଙ୍କ ସହିତ ଗ୍ଭଲିବି, ମୁଁ ସେମାନଙ୍କର ପରମେଶ୍ୱର ହେବି ଓ ସେମାନେ ମୋର ଲୋକ ହେବେ।”


“ଇସ୍ରାଏଲର ଲୋକମାନଙ୍କ ପାଇଁ ମୁଁ ଓ ମୋର ପିଲାମାନେ ସଙ୍କେତ ଓ ପ୍ରମାଣ। କାରଣ ସିୟୋନ ପର୍ବତ ଉପରେ ବାସ କରୁଥିବା ସଦାପ୍ରଭୁ ସର୍ବଶକ୍ତିମାନଙ୍କ ଦ୍ୱାରା ଆମ୍ଭେମାନେ ପ୍ରେରିତ ହୋଇଅଛୁ।’


ସେ ଉଚ୍ଚ ପର୍ବତ ପର୍ଯ୍ୟନ୍ତ ଗଲେ, ସେ ବହୁତ ନିର୍ବାସିତମାନଙ୍କୁ ଆଗେଇ ନେଲେ ଏବଂ ଯଥେଷ୍ଟ ଉପହାରସବୁ ଗ୍ରହଣ କଲେ। ସେମାନଙ୍କଠାରୁ ଯେଉଁ ଲୋକମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସଦାପ୍ରଭୁ ପରମେଶ୍ୱର ସେମାନଙ୍କ ମଧ୍ୟରେ ବାସ କରିବେ।


ବାଶନ ପର୍ବତ, ତୁମ୍ଭେ କାହିଁକି ସିୟୋନ ପର୍ବତକୁ ଈର୍ଷା ଦୃଷ୍ଟିରେ ଦେଖୁଛ? ପରମେଶ୍ୱର ଏହାକୁ ପ୍ରେମ କରନ୍ତି। ପରମେଶ୍ୱର ଏହାକୁ ସେଠାରେ ଚିରଦିନ ରହିବା ପାଇଁ ମନୋନୀତ କରିଛନ୍ତି।


ହେ ସିୟୋନ ନିବାସୀ, ତୁମ୍ଭେ ସର୍ବଦା ପରମେଶ୍ୱରଙ୍କର ପ୍ରଶଂସା ଗାନ କର। ସେ କରିଥିବା ସମସ୍ତ ମହାନ କାର୍ଯ୍ୟ ରାଜ୍ୟମାନଙ୍କ ଆଗରେ ପ୍ରକାଶ କର।


“କିନ୍ତୁ ହେ ପରମେଶ୍ୱର, ତୁମ୍ଭେ କ’ଣ ଆମ୍ଭମାନଙ୍କ ସହିତ ଏହି ପୃଥିବୀରେ ବାସ କରିବାକୁ ଯାଉଛ? ଦୟାକରି ଦେଖ, ସମସ୍ତ ସ୍ୱର୍ଗ ଓ ସ୍ୱର୍ଗର ଉପରିସ୍ଥ ସ୍ୱର୍ଗ ଯେତେବେଳେ ତୁମ୍ଭକୁ ଧାରଣ କରି ନ ପାରିବ, ତେବେ ମୋ’ ଦ୍ୱାରା ନିର୍ମିତ ଏକ ଛୋଟ ଗୃହ କ’ଣ ତୁମ୍ଭକୁ ଧାରଣ କରି ପାରିବ?


ଚିରଦିନ ପାଇଁ ବାସ କରିବାକୁ ତୁମ୍ଭ ପାଇଁ ମୁଁ ଏକ ଆଶ୍ଚର୍ଯ୍ୟଜନକ ମନ୍ଦିର ନିର୍ମାଣ କରିଅଛି।”


କିନ୍ତୁ ଯେଉଁ ଲୋକମାନେ ଆମ୍ଭ ସନ୍ତାନଗଣଙ୍କୁ ହତ୍ୟା କରିଛନ୍ତି ଆମ୍ଭେ ପ୍ରକୃତରେ ସେମାନଙ୍କୁ ଶାସ୍ତି ଦେବା।” କାରଣ ସଦାପ୍ରଭୁ ପରମେଶ୍ୱର ସିୟୋନରେ ବାସ କରନ୍ତି।


ଏହା ପରେ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିରର ଯତ୍ନ ନେବା ନିମନ୍ତେ ଯାଜକମାନଙ୍କୁ ମନୋନୀତ କଲେ। ସେହି ଯାଜକମାନେ ଲେବୀୟ ଥିଲେ ଓ ଦାଉଦ ସେମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ରକ୍ଷଣାବେକ୍ଷଣ କାର୍ଯ୍ୟର ଦାୟିତ୍ୱ ଦେଇଥିଲେ। ସେହି ଲୋକମାନେ ମୋଶାଙ୍କ ନିୟମର ଆଦେଶ ଅନୁଯାୟୀ ସଦାପ୍ରଭୁଙ୍କ ନିକଟରେ ଅଗ୍ନି ଦ‌ଗ୍‌ଧ ଉପହାର ବଳିଦାନ କରୁଥିଲେ। ଦାଉଦ ଯେଉଁ ପ୍ରକାର ଆଜ୍ଞା କରିଥିଲେ, ସେମାନେ ସେହି ପ୍ରକାରେ ଆନନ୍ଦ ଓ ପ୍ରଶଂସା ଗାନ ସହକାରେ ସେହି ଉପହାର ବଳିଦାନ କଲେ।


ସଦାପ୍ରଭୁ ଇସ୍ରାଏଲବାସୀଙ୍କୁ ତାଙ୍କ ଚତୁର୍ପାର୍ଶ୍ୱରେ ଥିବା ସମସ୍ତ ଶତ୍ରୁଙ୍କଠାରୁ ଶାନ୍ତି ପ୍ରଦାନ କଲେ। ଇସ୍ରାଏଲଙ୍କୁ ନିରାପତ୍ତା ଦେଲେ। ଏହିପରି ବହୁତ ଦିନପରେ ଯିହୋଶୂୟ ବୃଦ୍ଧ ହୋଇଗଲେ।


“ନଗରର ଚତୁର୍ଦ୍ଦିଗର ଦୈର୍ଘ୍ୟ 18,000 ହାତ ପରିମିତ ହେବ। ଆଉ ବର୍ତ୍ତମାନଠାରୁ ନଗରର ନାମ ହେବ, ସଦାପ୍ରଭୁ ତହିଁ ବିଦ୍ୟମାନ।”


Swiv nou:

Piblisite


Piblisite