Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 22:6 - ପବିତ୍ର ବାଇବଲ

6 ଏହା ପରେ ଦାଉଦ ତାଙ୍କର ପୁତ୍ର ଶଲୋମନଙ୍କୁ ଡକାଇ ପଠାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଅନନ୍ତର ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ ଡକାଇ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ ଆଜ୍ଞା ଦେଲେ।

Gade chapit la Kopi

ଓଡିଆ ବାଇବେଲ

6 ଏଥିଉତ୍ତାରେ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ ଡକାଇ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ ଆଜ୍ଞା ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଏଥିଉତ୍ତାରେ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ ଡକାଇ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ ଆଜ୍ଞା ଦେଲେ।

Gade chapit la Kopi




1 ବଂଶାବଳୀ 22:6
15 Referans Kwoze  

ପରମେଶ୍ୱର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗରେ ମୁଁ ତୁମ୍ଭକୁ ଗୋଟିଏ ଆଦେଶ ଦେଉଛି। ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତଉଭୟ ଲୋକମାନଙ୍କର ବିଗ୍ଭର କରିବେ। ଯୀଶୁଙ୍କର ଗୋଟିଏ ରାଜ୍ୟ ଅଛି ଓ ସେ ଆଉଥରେ ଆସୁଛନ୍ତି। ଅତଏବ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି।


ପରମେଶ୍ୱର, ଖ୍ରୀଷ୍ଟ ଯୀଶୁ ଏବଂ ମନୋନୀତ ସ୍ୱର୍ଗଦୂତଙ୍କ ଆଗରେ ଏଗୁଡ଼ିକ କରିବା ପାଇଁ ମୁଁ ତୁମ୍ଭକୁ ଆଦେଶ ଦେଉଛି। ସତ୍ୟ ଜାଣିବା ପୂର୍ବରୁ ଲୋକମାନଙ୍କର ବିଗ୍ଭର କର ନାହିଁ। ସମସ୍ତଙ୍କ ପାଇଁ ସମାନ ଭାବ ଦେଖାଅ।


ମୁଁ ଯୀଶୁଙ୍କର ସମ୍ପୂର୍ଣ୍ଣ ଜୀବନ ସମ୍ପର୍କରେ ଆରମ୍ଭରୁ ତାହାଙ୍କୁ ସ୍ୱର୍ଗକୁ ନିଆଯିବା ପର୍ଯ୍ୟନ୍ତ ସବୁକିଛି ଲେଖିଛି। ଏହା ଘଟିବା ପୂର୍ବରୁ ଯୀଶୁ ନିଜେ ବାଛିଥିବା ପ୍ରେରିତମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ପବିତ୍ରଆତ୍ମାଙ୍କ ସାହାଯ୍ୟରେ ଯୀଶୁ, ପ୍ରେରିତମାନେ କ’ଣ କରିବା ଉଚିତ୍, ସେହି କଥା କହିଲେ।


ତା'ପରେ ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟଙ୍କୁ କହିଲେ, “ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେ ଇସ୍ରାଏଲୀୟମାନଙ୍କୁ ଆମ୍ଭେ ଯେଉଁ ଦେଶ ପାଇଁ ପ୍ରତିଜ୍ଞା କରିଅଛୁ, ସେହି ଦେଶକୁ ନେଇ ଯିବ ଏବଂ ଆମ୍ଭେ ତୁମ୍ଭ ସହିତ ସର୍ବଦା ରହିବା।”


ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ମୃତ୍ୟୁର ସମୟ ଆସିଗଲା। ଯିହୋଶୂୟଙ୍କୁ ଡାକ, ତୁମ୍ଭେ ଦୁହେଁ ସମାଗମ-ତମ୍ବୁରେ ଠିଆ ହୁଅ। ଆମ୍ଭେ ତାହାକୁ ଆଜ୍ଞା ଦେବା।” ତହିଁରେ ମୋଶା ଓ ଯିହୋଶୂୟ ଯାଇ ସମାଗମ-ତମ୍ବୁରେ ଠିଆ ହେଲେ।


ପୁଣି ସେ ତାଙ୍କ ଉପରେ ହସ୍ତାର୍ପଣ କଲେ, ପୁଣି ସଦାପ୍ରଭୁ ମୋଶାଙ୍କ ହାତରେ ଯେରୂପ କହିଥିଲେ, ସେରୂପ ସେ ତାହାଙ୍କୁ ଆଜ୍ଞା ଦେଲେ।


ଅବ୍ରାମଙ୍କୁ ମିଶରରୁ ତଡ଼ି ଦେବା ପାଇଁ ଫାରୋ ତାଙ୍କର ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ। ତେଣୁ ଅବ୍ରାମ ଓ ତାଙ୍କର ସ୍ତ୍ରୀ ସମସ୍ତ ଦ୍ରବ୍ୟ ଧରି ସେହି ସ୍ଥାନ ପରିତ୍ୟାଗ କଲେ।


ଅନନ୍ତର ରାଜା ଦାଉଦଙ୍କର ମୃତ୍ୟୁ ସନ୍ନିକଟ ହେବାରୁ ସେ ପୁତ୍ର ଶଲୋମନକୁ ଆଜ୍ଞା ଦେଇ କହିଲେ,


ଏହା ପରେ ଦାଉଦ, ଯେତେବେଳେ ନୂତନ ଗୃହକୁ ଗମନ କଲେ, ସଦାପ୍ରଭୁ ତାଙ୍କୁ ତାଙ୍କର ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କଠାରୁ ଶାନ୍ତି ପ୍ରଦାନ କଲେ।


ଦାଉଦ ନିଜ ଗୃହକୁ ଫେରିଯିବା ପରେ, ନାଥନ୍ ଭବିଷ୍ୟ‌ଦ୍‌ବକ୍ତାଙ୍କୁ କହିଲେ, “ଦେଖ, ମୁଁ ଦେବଦାରୁ କାଠରେ ନିର୍ମିତ ଗୃହରେ ବାସ କରୁଅଛି, କିନ୍ତୁ ନିୟମସିନ୍ଦୁକ ଏକ ତମ୍ବୁ ମଧ୍ୟରେ ରହିଅଛି। ମୁଁ ପରମେଶ୍ୱରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଗ୍ଭହୁଁଅଛି।”


ରାଜା ଦାଉଦ ଉଠି ଠିଆ ହେଲେ ଓ କହିଲେ, “ହେ ମୋର ଭ୍ରାତା ଓ ମୋର ଲୋକଗଣ, ମୋର କଥା ଶୁଣ। ମୋର ହୃଦୟରେ ମୁଁ ସଦାପ୍ରଭୁଙ୍କ ନିୟମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ଇଚ୍ଛା କରିଥିଲି। ପରମେଶ୍ୱରଙ୍କ ପାଦପୀଠ ହେବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ମୁଁ ଇଚ୍ଛା କରିଥିଲି। ଆଉ, ପରମେଶ୍ୱରଙ୍କ ସେହି ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଅନେକ ଯୋଜନାମାନ କରିଥିଲି।


Swiv nou:

Piblisite


Piblisite