Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 21:7 - ପବିତ୍ର ବାଇବଲ

7 ଦାଉଦ ପରମେଶ୍ୱରଙ୍କ ଦୃଷ୍ଟିରେ ଏକ ମନ୍ଦକର୍ମ କଲେ। ତେଣୁ ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଆଉ ପରମେଶ୍ଵର ଏହି କାର୍ଯ୍ୟରେ ଅସନ୍ତୁଷ୍ଟ ହେଲେ; ଏହେତୁ ସେ ଇସ୍ରାଏଲକୁ ଆଘାତ କଲେ।

Gade chapit la Kopi

ଓଡିଆ ବାଇବେଲ

7 ଆଉ, ପରମେଶ୍ୱର ଏହି କାର୍ଯ୍ୟରେ ଅସନ୍ତୁଷ୍ଟ ହେଲେ; ଏହେତୁ ସେ ଇସ୍ରାଏଲକୁ ଆଘାତ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆଉ, ପରମେଶ୍ୱର ଏହି କାର୍ଯ୍ୟରେ ଅସନ୍ତୁଷ୍ଟ ହେଲେ; ଏହେତୁ ସେ ଇସ୍ରାଏଲକୁ ଆଘାତ କଲେ।

Gade chapit la Kopi




1 ବଂଶାବଳୀ 21:7
14 Referans Kwoze  

ତେଣୁ ସଦାପ୍ରଭୁ ଇସ୍ରାଏଲ ମଧ୍ୟକୁ ଭୟଙ୍କର ବ୍ୟାଧି ପ୍ରେରଣ କଲେ ଏବଂ 70,000 ଲୋକ ମୃତ୍ୟୁବରଣ କଲେ।


ସଦାପ୍ରଭୁଙ୍କ ପ୍ରୀତି ନିମନ୍ତେ ଦାଉଦ ସର୍ବଦା ଯଥାର୍ଥ କାର୍ଯ୍ୟ କରୁଥିଲେ। କେବଳ ହିତ୍ତୀୟ ଉରିୟର କଥା ଛଡ଼ା ଆଉ କୌଣସି ବିଷୟରେ ସେ ନିଜ ଜୀବନ କାଳରେ ସଦାପ୍ରଭୁଙ୍କ ଆଜ୍ଞାରୁ ବିମୁଖ ହୋଇ ନ ଥିଲେ।


ସଦାପ୍ରଭୁ ପୁନ୍ନରାୟ ଇସ୍ରାଏଲୀୟମାନଙ୍କ ଉପରେ କ୍ରୋଧାନ୍ୱିତ ହେଲେ। ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲୀୟମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରେଇଲେ। ତେଣୁ ଦାଉଦ ଆଦେଶ ଦେଲେ, “ଯାଅ, ଇସ୍ରାଏଲ ଓ ଯିହୁଦାକୁ ଗଣନା କର।”


ଏହା ପରେ ସେମାନେ ଶାଉଲଙ୍କର ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ବିନ୍ୟାମୀନ ଦେଶସ୍ଥ ସେଲାରେ ତାହାର ପିତା କୀ‌ଶ୍‌ର କବର ମଧ୍ୟରେ ପୋତିଲେ। ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହା ସବୁ କଲେ। ତହିଁପରେ ପରମେଶ୍ୱର ପ୍ରାର୍ଥନା ଶୁଣି ଦେଶପ୍ରତି ପ୍ରସନ୍ନ ହେଲେ।


ଦାଉଦଙ୍କ ରାଜତ୍ୱ ସମୟରେ କ୍ରମାଗତ ତିନି ବର୍ଷ ଧରି ଦୁର୍ଭିକ୍ଷ ହେଲା। ଏହି ସମୟରେ ରାଜା ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତେ ସଦାପ୍ରଭୁ ଉତ୍ତର ଦେଇ କହିଲେ, “ଶାଉଲ ଓ ତା'ର ହତ୍ୟାକାରୀ ବଂଶ ଯୋଗୁଁ ଏପରି ହେଉଛି। ଯେହେତୁ ସେ ଗିବିୟୋନୀୟମାନଙ୍କୁ ହତ୍ୟା କରିଥିଲା।”


ଶୋକ କରିବାର ସମୟ ଗତ ହେବାପରେ ଦାଉଦ ଲୋକ ପଠାଇ ବ‌‌ତ୍‌‌ଶେବାକୁ ନିଜ ଗୃହକୁ ଡକାଇଲେ। ତା'ପରେ ସେ ଦାଉଦଙ୍କର ସ୍ତ୍ରୀ ହୋଇ ରହିଲା ଓ ସେ ଦାଉଦ ପାଇଁ ଏକ ପୁତ୍ରକୁ ଜନ୍ମ ଦେଲା। ମାତ୍ର ଦାଉଦ ଏପରି ଯେଉଁ କାର୍ଯ୍ୟ କଲେ, ସେଥିରେ ସଦାପ୍ରଭୁ ସନ୍ତୁଷ୍ଟ ହେଲେ ନାହିଁ।


“ବର୍ତ୍ତମାନ ଯାଅ ଏବଂ ଲୋକମାନଙ୍କୁ ପ୍ରତିଷ୍ଠା କର। ଲୋକମାନଙ୍କୁ କୁହ, ‘ନିଜକୁ ପବିତ୍ର କାର୍ଯ୍ୟ ପାଇଁ ପବିତ୍ର କର। ଆସନ୍ତା କାଲି ପାଇଁ ପ୍ରସ୍ତୁତ ହୁଅ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି ମୁଁ ନଷ୍ଟ କରିବା ପାଇଁ କହିଥିବା ଲୁଣ୍ଠନ ଦ୍ରବ୍ୟକୁ ତୁମ୍ଭେମାନେ ଅଧିକାର କରିଅଛ। ତୁମ୍ଭେ ସେ ବସ୍ତୁ ନଷ୍ଟ ନ କରିବା ଯାଏ ଶତ୍ରୁମାନଙ୍କ ଉପରେ ଜୟଲାଭ କରି ପାରିବ ନାହିଁ।


କିନ୍ତୁ ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଦ୍ରବ୍ୟ ନଷ୍ଟ ସମ୍ବନ୍ଧୀୟ ଆଦେଶ ମାନିଲେ ନାହିଁ। ସେଠାରେ ଜଣେ ଯିହୁଦା ଗୋଷ୍ଠୀୟ ଲୋକ ଥିଲା, ଯାହାର ନାମ ଆଖନ୍। ସେ କର୍ମିର ପୁତ୍ର ଥିଲା ଏବଂ କର୍ମି ଜିମୀର ପୁତ୍ର ଥିଲା। ଯାହା ଧ୍ୱଂସ କରିବାର ଥିଲା, ସେଥିରୁ କିଛି ଆଖନ୍ ରଖିଥିଲା। ଯେଉଁଥିପାଇଁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ଉପରେ କ୍ରୋଧିତ ହେଲେ।


କିନ୍ତୁ ଯଦି ସଦାପ୍ରଭୁ ମୋ’ ଉପରେ ସଦୟ ନୁହନ୍ତି ବୋଲି କହନ୍ତି, ତେବେ ସେ ଯାହା ଗ୍ଭହିଁବେ ମୋ’ ଉପରେ ତାହା କରି ପାରିବେ।”


ଯୋୟାବ ଲେବୀ ଓ ବିନ୍ୟାମୀନ ଗୋଷ୍ଠୀର ଲୋକଙ୍କୁ ଗଣନା କରି ନ ଥିଲେ। କାରଣ ରାଜାଙ୍କର ଆଦେଶ ତାଙ୍କୁ ଅପ୍ରୀତିକର ଲାଗୁଥିଲା।


ଏହାପର ଦାଉଦ ପରମେଶ୍ୱରଙ୍କୁ କହିଲେ, “ମୁଁ ଅତି ମୂର୍ଖତାର କାର୍ଯ୍ୟ କରିଅଛି। ଇସ୍ରାଏଲର ଲୋକମାନଙ୍କୁ ଗଣନା କରି ମୁଁ ଏକ ଜଘନ୍ୟ ପାପ କରିଅଛି। ମୁଁ ପ୍ରାର୍ଥନା କରୁଅଛି, ମୁଁ ତୁମ୍ଭ ଦାସ ମୋର ସେହି ପାପକୁ କ୍ଷମା କର।”


ଏହା ପରେ ଦାଉଦ ଲୋକମାନଙ୍କୁ ଗଣନା କଲାପରେ ତାଙ୍କର ହୃଦୟ ଦୁଃଖପୂର୍ଣ୍ଣ ହେଲା। ଦାଉଦ ସଦାପ୍ରଭୁଙ୍କୁ କହିଲେ, “ଏହି କର୍ମ କରିବାରେ ମୁଁ ମହାପାପ କରିଛି। ହେ ସଦାପ୍ରଭୁ, ମୁଁ ଆପଣଙ୍କୁ ବିନୟ କରୁଅଛି, ନିଜ ଦାସର ପାପ କ୍ଷମା କର। କାରଣ ମୁଁ ଅତି ମୁର୍ଖର କର୍ମ କରିଅଛି।”


Swiv nou:

Piblisite


Piblisite