Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 21:3 - ପବିତ୍ର ବାଇବଲ

3 କିନ୍ତୁ ଯୋୟାବ ଉତ୍ତର ଦେଲେ, “ସଦାପ୍ରଭୁ ତାଙ୍କର ଦେଶକୁ 100 ଗୁଣ ବର୍ଦ୍ଧିତ କରନ୍ତୁ। ମହୋଦୟ, ସମଗ୍ର ଇସ୍ରାଏଲର ଲୋକ ଆପଣଙ୍କ ଦାସ ଅଟନ୍ତି।” ହେ ମୋର ମହାଶୟ ଓ ରାଜା, ଆପଣ କାହିଁକି ଏହା କରିବାକୁ ଇଚ୍ଛା କରୁଅଛନ୍ତି? ଏହା ଦ୍ୱାରା ଆପଣ ଇସ୍ରାଏଲର ଲୋକମାନଙ୍କୁ ପାପ ଦୋଷରେ ଦୋଷୀ କରାଇବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଏଥିରେ ଯୋୟାବ କହିଲା, ଏବେ ଯେତେ ଅଛନ୍ତି, ସଦାପ୍ରଭୁ ତହିଁର ଶତଗୁଣ ଅଧିକ ଆପଣା ଲୋକଙ୍କୁ ବୃଦ୍ଧି କରନ୍ତୁ; ମାତ୍ର ହେ ମୋʼ ପ୍ରଭୁ ମହାରାଜ, ସେସମସ୍ତେ କʼଣ ମୋʼ ପ୍ରଭୁଙ୍କର ଦାସ ନୁହନ୍ତି? କାହିଁକି ମୋʼ ପ୍ରଭୁ ଏହା କରିବାକୁ ଚାହୁଁ ଅଛନ୍ତି? କାହିଁକି ସେ ଇସ୍ରାଏଲର ଅପରାଧର କାରଣ ହେବେ?

Gade chapit la Kopi

ଓଡିଆ ବାଇବେଲ

3 ଏଥିରେ ଯୋୟାବ କହିଲା, “ଏବେ ଯେତେ ଅଛନ୍ତି, ସଦାପ୍ରଭୁ ତହିଁର ଶତଗୁଣ ଅଧିକ ଆପଣା ଲୋକଙ୍କୁ ବୃଦ୍ଧି କରନ୍ତୁ; ମାତ୍ର, ହେ ମୋ’ ପ୍ରଭୁ ମହାରାଜ, ସେହି ସମସ୍ତେ କ’ଣ ମୋ’ ପ୍ରଭୁଙ୍କର ଦାସ ନୁହଁନ୍ତି ? କାହିଁକି ମୋ’ ପ୍ରଭୁ ଏହା କରିବାକୁ ଚାହୁଁ ଅଛନ୍ତି ? କାହିଁକି ସେ ଇସ୍ରାଏଲର ଅପରାଧର କାରଣ ହେବେ ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଏଥିରେ ଯୋୟାବ କହିଲା, “ଏବେ ଯେତେ ଅଛନ୍ତି, ସଦାପ୍ରଭୁ ତହିଁର ଶତଗୁଣ ଅଧିକ ଆପଣା ଲୋକଙ୍କୁ ବୃଦ୍ଧି କରନ୍ତୁ; ମାତ୍ର, ହେ ମୋʼ ପ୍ରଭୁ ମହାରାଜ, ସେହି ସମସ୍ତେ କʼଣ ମୋʼ ପ୍ରଭୁଙ୍କର ଦାସ ନୁହନ୍ତି? କାହିଁକି ମୋʼ ପ୍ରଭୁ ଏହା କରିବାକୁ ଚାହୁଁଅଛନ୍ତି? କାହିଁକି ସେ ଇସ୍ରାଏଲର ଅପରାଧର କାରଣ ହେବେ?”

Gade chapit la Kopi




1 ବଂଶାବଳୀ 21:3
15 Referans Kwoze  

ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ପରମେଶ୍ୱର ତୁମ୍ଭମାନଙ୍କୁ ସହସ୍ରଗୁଣ କରନ୍ତୁ। ସେ ଯେପରି ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ସେହିପରି ଆଶୀର୍ବାଦ କରନ୍ତୁ।


ପୁଣି ତୁମ୍ଭେ ଯଦି ଆମ୍ଭର ଆଜ୍ଞାକୁ ଅବଧାନ କରିଥା’ନ୍ତ ତେବେ ତୁମ୍ଭର ବଂଶ ବାଲୁକା ତୁଲ୍ୟ ଓ ତୁମ୍ଭର ସନ୍ତାନଗଣ ବାଲୁକା କଣା ତୁଲ୍ୟ ହୋଇଥା’ନ୍ତେ। ତାହାର ନାମ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ କିମ୍ବା ବିନଷ୍ଟ ହୋଇ ନ ଥା’ନ୍ତା।”


ତୁମ୍ଭେ ଏ ଦେଶୀୟ ଲୋକଙ୍କୁ ବୃଦ୍ଧି କରିଅଛ। ହେ ସଦାପ୍ରଭୁ, ତୁମ୍ଭେ ଏ ଦେଶୀୟ ଲୋକଙ୍କୁ ବୃଦ୍ଧି କରିଅଛ। ତୁମ୍ଭେ ଗୌରବାନ୍ୱିତ ହୋଇଅଛ। ତୁମ୍ଭେ ଯେପରି ସୀମା ସକଳ ବିସ୍ତାର କରିଅଛ।


ଅଧିକ ଜନସଂଖ୍ୟା ରାଜାଙ୍କର ଗୌରବ ଅଟେ। ପ୍ରଜାମାନଙ୍କର ଅଭାବ ରାଜାଙ୍କର ବିନାଶ ଆଣେ।


ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ଅଧିକରୁ ଅଧିକ ବୃଦ୍ଧି କରନ୍ତୁ।


ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗର ଓ ଆମ୍ଭମାନଙ୍କର ଲୋକମାନଙ୍କ ନିମନ୍ତେ ଯୁଦ୍ଧ କରିବାକୁ ଆସିଅଛୁ, ଆମ୍ଭେମାନେ ସାହସୀ ଓ ବଳବାନ ହେଉ! ସଦାପ୍ରଭୁ ଯାହା ଉତ୍ତମ ମନେ କରନ୍ତି, ତାହା କରନ୍ତୁ।”


ଯାରବିୟାମ ନିଜେ ସବୁପାପ କରିଅଛି ଓ ଇସ୍ରାଏଲ ଲୋକମାନଙ୍କୁ ପାପ କରାଇଲେ। ତେଣୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ପରାଜିତ କରିବାକୁ ଦେବେ।”


ନାହିଁ, ନାହିଁ, ମୋର ପୁତ୍ରମାନେ, ମୁଁ ଯେଉଁ ଜନରବ ଶୁଣୁଅଛି, ଭଲ ନୁହେଁ, ତୁମ୍ଭେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ଆଜ୍ଞାଲଂଘନ କରାଉଅଛ।


ମୋଶା ହାରୋଣଙ୍କୁ କହିଲେ, “ଏ ଲୋକମାନେ ତୁମ୍ଭ ପାଇଁ କ’ଣ କଲେ? କାହିଁକି ତୁମ୍ଭେ ସେମାନଙ୍କୁ ଏପରି ପାପ କରିବାକୁ ଆଗେଇ ନେଲ?”


ଏହା ପରେ ଅବିମେଲକ ଅବ୍ରହାମଙ୍କୁ ଡାକି କହିଲେ, “ତୁମ୍ଭେ କାହିଁକି ଆମ୍ଭ ପ୍ରତି ଏପରି କଲ? ମୁଁ ତୁମ୍ଭର ତ କିଛି ଦୋଷ କରି ନାହିଁ? ମୁଁ ତୁମ୍ଭ ପ୍ରତି କ’ଣ କରିଛି ଯେ, ମୋ’ ଦେଶ ପ୍ରତି ବିପଦ ଆଣିବାକୁ ତୁମ୍ଭେ ଇଚ୍ଛା କଲ? ତୁମ୍ଭର ମୋ’ ପ୍ରତି ଏପରି କରିବାର ନ ଥିଲା।


କିନ୍ତୁ ଦାଉଦ ନିଜ ଜି‌ଦ୍‌ରେ ଅଟଳ ରହିଲେ। ରାଜା ଯାହା ଆଦେଶ ଦେଲେ, ଯୋୟାବଙ୍କୁ ତାହା କରିବାକୁ ପଡ଼ିଲା। ତେଣୁ ଯୋୟାବ ଗଲେ ଓ ଇସ୍ରାଏଲର ସାରା ଦେଶ ମଧ୍ୟରେ ଲୋକମାନଙ୍କୁ ଗଣିଲେ। ଏହା ପରେ ଯୋୟାବ ଯିରୁଶାଲମକୁ ଫେରି ଆସିଲେ,


“ତୁମ୍ଭେ ଗଣିତ ହୋଇଥିବା ଲୋକମାନଙ୍କର ସଂଖ୍ୟା ଅନୁସାରେ ଇସ୍ରାଏଲ ସନ୍ତାନମାନଙ୍କୁ ଗଣନା କରିବ। ସେତେବେଳେ ସେମାନଙ୍କର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ନିକଟରେ ନିଜ ନିଜ ପ୍ରାଣାର୍ଥେ ଗଣନା ସମୟରେ ପ୍ରାୟଶ୍ଚିତ କରିବେ। ତହିଁରେ ସେମାନଙ୍କ ମଧ୍ୟରେ ଗଣନା ସମୟରେ ଆଘାତ ହେବ ନାହିଁ।


ଏହିପରି ଭାବରେ ଗିଲିୟଦକୁ ଗଲେ। ଏହି ଏଗାର ଜଣ ଲୋକ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧବଂଶଙ୍କ ସହିତ କଥାବାର୍ତ୍ତା କରିବାକୁ ଗଲେ। ଏହି ଏଗାର ଜଣ ଲୋକ ସେମାନଙ୍କୁ କହିଲେ।


ତେଣୁ ରାଜା ଯୋୟାଶ୍ ଯାଜକ ଯିହୋୟାଦା ଓ ଅନ୍ୟ ଯାଜକମାନଙ୍କୁ ଡକାଇଲେ ଏବଂ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ମନ୍ଦିରର ଭଗ୍ନସ୍ଥାନମାନ କାହିଁକି ମରାମତି କରୁ ନାହଁ? ତୁମ୍ଭେ ସେବା କରିଥିବା ଲୋକମାନଙ୍କଠାରୁ ଆଉ ମୁଦ୍ରା ନିଅ ନାହିଁ। ସେହି ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରର ଭଗ୍ନସ୍ଥାନ ମରାମତି ପାଇଁ ବ୍ୟବହାର ହେଉ।”


Swiv nou:

Piblisite


Piblisite