Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 21:23 - ପବିତ୍ର ବାଇବଲ

23 ଅରଣନ୍ ଦାଉଦଙ୍କୁ କହିଲେ, “ଏହି ଶସ୍ୟଦଳିବା ସ୍ଥାନ ଆପଣ ନିଅନ୍ତୁ। ଆପଣ ମୋର ସ୍ୱାମୀ ଓ ରାଜା ଅଟନ୍ତି। ଆପଣ ଯାହା ଗ୍ଭହାନ୍ତି, ତାହା କରନ୍ତୁ। ଦେଖନ୍ତୁ, ହୋମବଳି ନୈବେଦ୍ୟ ନିମନ୍ତେ ମୁଁ ବଳଦ ଦେବି। ନିଆଁ ଜାଳିବା ପାଇଁ ମୁଁ କାଠ ଦେବି। ଶସ୍ୟ ନୈବେଦ୍ୟ ଉତ୍ସର୍ଗାର୍ଥେ ମୁଁ ଆପଣଙ୍କୁ ଗହମ ଦେବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ତହୁଁ ଅରଣନ ଦାଉଦଙ୍କୁ କହିଲା, ନେଉନ୍ତୁ ଓ ମୋʼ ପ୍ରଭୁ ମହାରାଜଙ୍କୁ ଯାହା ଭଲ ଦିଶେ, ତାହା କରନ୍ତୁ; ଦେଖନ୍ତୁ, ମୁଁ ହୋମବଳି ନିମନ୍ତେ ଏହି ବୃଷସବୁ ଓ କାଷ୍ଠ ନିମନ୍ତେ ଏହି ମର୍ଦ୍ଦନ-ଯନ୍ତ୍ର ଓ ଭକ୍ଷ୍ୟ-ନୈବେଦ୍ୟ ନିମନ୍ତେ ଏହି ଗହମ ଦେଉଅଛି; ମୁଁ ସବୁ ଦେଉଅଛି।

Gade chapit la Kopi

ଓଡିଆ ବାଇବେଲ

23 ତହୁଁ ଅରଣନ ଦାଉଦଙ୍କୁ କହିଲା, “ନିଅନ୍ତୁ, ମୋ’ ପ୍ରଭୁ ମହାରାଜଙ୍କୁ ଯାହା ଭଲ ଦିଶେ, ତାହା କରନ୍ତୁ; ଦେଖନ୍ତୁ, ମୁଁ ହୋମବଳି ନିମନ୍ତେ ଏହି ବୃଷସବୁ ଓ କାଷ୍ଠ ନିମନ୍ତେ ଏହି ମର୍ଦ୍ଦନ ଯନ୍ତ୍ର ଓ ଭକ୍ଷ୍ୟ-ନୈବେଦ୍ୟ ନିମନ୍ତେ ଏହି ଗହମ ଦେଉଅଛି; ମୁଁ ସବୁ ଦେଉଅଛି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ତହୁଁ ଅରଣନ ଦାଉଦଙ୍କୁ କହିଲା, “ନିଅନ୍ତୁ, ମୋʼ ପ୍ରଭୁ ମହାରାଜଙ୍କୁ ଯାହା ଭଲ ଦିଶେ, ତାହା କରନ୍ତୁ; ଦେଖନ୍ତୁ, ମୁଁ ହୋମବଳି ନିମନ୍ତେ ଏହି ବୃଷସବୁ ଓ କାଷ୍ଠ ନିମନ୍ତେ ଏହି ମର୍ଦ୍ଦନ ଯନ୍ତ୍ର ଓ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଏହି ଗହମ ଦେଉଅଛି; ମୁଁ ସବୁ ଦେଉଅଛି।”

Gade chapit la Kopi




1 ବଂଶାବଳୀ 21:23
8 Referans Kwoze  

ଏବଂ ବୈଥ୍-ଶେମଶରେ ଯିହୋଶୂୟ ନାମକ ଜଣେ ଲୋକର କ୍ଷେତ୍ରରେ ଶଗଡ଼ଟି ପହଞ୍ଚିଲାପରେ, ଏହା ଏକ ବିରାଟ ପଥର ନିକଟରେ ଅଟକି ଗଲା। ଲେବୀୟମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକକୁ ଓ ଥଳି ଭିତରେ ଥିବା ସୁବର୍ଣ୍ଣର ନ‌କ୍‌ସାକୁ ବିରାଟ ପଥର ଉପରେ ରଖିଲେ। ତା'ପରେ ବୈଥ୍-ଶେମଶୀର ଲୋକମାନେ ଶଗଡ଼ଟିକୁ କାଟିଲେ ଏବଂ ଗାଈ ଦୁଇଟିକୁ ହତ୍ୟା କଲେ। ସେମାନେ ସେଗୁଡ଼ିକୁ ସଦାପ୍ରଭୁଙ୍କ ନିକଟରେ ବଳି ଦେଲେ। ସେହି ଦିନ ସେମାନେ ସଦାପ୍ରଭୁଙ୍କ ନିକଟରେ ହୋମବଳି ଉତ୍ସର୍ଗ କଲେ।


“ତତ୍ପରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ମୋର ପିତୃବ୍ୟର ପୁତ୍ର ହନନେଲ ପ୍ରହରୀ ପ୍ରାଙ୍ଗଣରେ ମୋ’ ନିକଟକୁ ଆସି କହିଲା, ‘ମୁଁ ଅନୁରୋଧ କରୁଛି, ଅନାଥୋ‌‌‌ତ୍‌‌‌ରେ ମୋର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରୟ କର, ଯାହା ବିନ୍ୟାମୀନଙ୍କର ଗୋଷ୍ଠୀୟରେ ଅଛି। କାରଣ ତାହାକୁ କ୍ରୟ କରିବାର ଅଧିକାର କେବଳ ତୁମ୍ଭର ଅଛି।’” “ତେଣୁ ଏହା ସଦାପ୍ରଭୁଙ୍କର ବାର୍ତ୍ତା ଥିଲା ବୋଲି ମୁଁ ଜାଣିଲି।”


ତା'ପରେ ଇଲୀଶାୟ ତାଙ୍କ ପରିବାର ସହିତ ଉତ୍ତମ ଭୋଜନ କଲେ। ସେ ବଳଦ ହଳକ ନେଇ ବଧ କଲେ ଓ ଯୁଆଳି କାଠରେ ମାଂସ ରାନ୍ଧି ଲୋକମାନଙ୍କୁ ଭୋଜନ ଦେଲେ। ତା'ପରେ ସେ ଏଲିୟଙ୍କ ପଶ୍ଚା‌ଦ୍‌ଗମନ କରି ତାଙ୍କର ସାହାଯ୍ୟ କାରୀ ହେଲେ।


ଦାଉଦ ଅରଣ‌ନଙ୍କୁ କହିଲେ, “ତୁମ୍ଭର ଶସ୍ୟଦଳିବା ସ୍ଥାନକୁ ମୋତେ ବିକ୍ରୀ କର। ମୁଁ ତୁମ୍ଭକୁ ତାହାର ସମ୍ପୂର୍ଣ୍ଣ ମୂଲ୍ୟ ଦେବି। ତେବେ ମୁଁ ସଦାପ୍ରଭୁଙ୍କ ନିମନ୍ତେ ଏକ ଯଜ୍ଞବେଦି ନିର୍ମାଣ କରିବି। ଆଉ ତା'ପରେ ଏହି ମହାମାରୀ ଦୂର ହେବ।”


କିନ୍ତୁ ରାଜା ଦାଉଦ ଅରଣ‌ନଙ୍କୁ ଉତ୍ତର ଦେଲେ, “ନା, ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ମୂଲ୍ୟ ଦେବି। ମୁଁ ତୁମ୍ଭଠାରୁ କିଛି ନେଇ ସଦାପ୍ରଭୁଙ୍କୁ ଦେବି ନାହିଁ। ମୁଁ ବିନା ମୂଲ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବି ନାହିଁ।”


Swiv nou:

Piblisite


Piblisite