1 ବଂଶାବଳୀ 21:18 - ପବିତ୍ର ବାଇବଲ18 ଏହା ପରେ ସଦାପ୍ରଭୁଙ୍କର ଦୂତ ଗାଦ୍କୁ କଥା କହିଲେ। ସେ କହିଲେ, “ସଦାପ୍ରଭୁଙ୍କ ଉପାସନା କରିବା ନିମନ୍ତେ ଦାଉଦଙ୍କୁ ଏକ ଯଜ୍ଞବେଦି ନିର୍ମାଣ କରିବାକୁ କୁହ। ଦାଉଦକୁ ଯିବୂଷୀୟ ଅରଣନର ଶସ୍ୟଦଳିବା ସ୍ଥାନ ନିକଟରେ ଏକ ଯଜ୍ଞବେଦି ନିର୍ମାଣ କରିବାକୁ ପଡ଼ିବ।” Gade chapit laପବିତ୍ର ବାଇବଲ (Re-edited) - (BSI)18 ସେତେବେଳେ ସଦାପ୍ରଭୁଙ୍କ ଦୂତ ଦାଉଦଙ୍କୁ କହିବା ପାଇଁ ଗାଦ୍କୁ ଆଜ୍ଞା କଲେ ଯେ, ଦାଉଦ ଯାଇ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କରୁ। Gade chapit laଓଡିଆ ବାଇବେଲ18 ସେତେବେଳେ ସଦାପ୍ରଭୁଙ୍କ ଦୂତ ଦାଉଦଙ୍କୁ କହିବା ପାଇଁ ଗାଦ୍କୁ ଆଜ୍ଞା କଲେ ଯେ, ଦାଉଦ ଯାଇ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କରୁ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ସେତେବେଳେ ସଦାପ୍ରଭୁଙ୍କ ଦୂତ ଦାଉଦଙ୍କୁ କହିବା ପାଇଁ ଗାଦ୍କୁ ଆଜ୍ଞା କଲେ ଯେ, ଦାଉଦ ଯାଇ ଯିବୂଷୀୟ ଅରଣନର ଶସ୍ୟମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କରୁ। Gade chapit la |
ଯିରୁଶାଲମକୁ ବିନଷ୍ଟ କରିବା ନିମନ୍ତେ ପରମେଶ୍ୱର ଜଣେ ସ୍ୱର୍ଗଦୂତଙ୍କୁ ପ୍ରେରଣ କଲେ। କିନ୍ତୁ ସ୍ୱର୍ଗଦୂତ ଯେତେବେଳେ ଯିରୁଶାଲମକୁ ବିନାଶ କରିବାକୁ ଆରମ୍ଭ କଲେ, ସଦାପ୍ରଭୁ ତାହା ଦେଖି ଦୁଃଖିତ ହେଲେ। ତେଣୁ ସଦାପ୍ରଭୁ ଯିରୁଶାଲମକୁ ବିନଷ୍ଟ ନ କରିବା ନିମନ୍ତେ ସ୍ଥିର କଲେ। ବିନାଶ କାର୍ଯ୍ୟ ସାଧନ କରୁଥିବା ସ୍ୱର୍ଗଦୂତଙ୍କୁ ସଦାପ୍ରଭୁ କହିଲେ, “ବନ୍ଦ କର! ଯଥେଷ୍ଟ ହେଲା!” ସେହି ସମୟରେ ସଦାପ୍ରଭୁଙ୍କ ଦୂତ ଯିବୂଷୀୟ ଅରଣନରରେ ଛିଡ଼ା ହୋଇଥିଲେ।
ଏହା ପରେ ଗାଦ୍ ଦାଉଦଙ୍କ ନିକଟକୁ ଯାଇ କହିଲେ, “ସଦାପ୍ରଭୁ ଏହିପରି କହନ୍ତି, ‘ଦାଉଦ, ତୁମ୍ଭେ କେଉଁ ଦଣ୍ଡରେ ଦଣ୍ଡିତ ହେବାକୁ ଇଚ୍ଛା କର, ତାହା ମନୋନୀତ କର: ତିନି ବର୍ଷ ଦୁର୍ଭିକ୍ଷ ହେବ କିଅବା ତୁମ୍ଭର ଶତ୍ରୁଗଣ ତିନି ମାସ ପର୍ଯ୍ୟନ୍ତ ତୁମ୍ଭ ପଛେ ପଛେ ଖଡ଼୍ଗ ଧରି ଗୋଡ଼ାଇବେ ଅଥବା, ସଦାପ୍ରଭୁଙ୍କଠାରୁ ତିନି ଦିନ ଦଣ୍ଡ ଭୋଗିବେ। ଦେଶସାରା ଭୟଙ୍କର ବ୍ୟାଧି ବ୍ୟାପି ଯିବ ଓ ସଦାପ୍ରଭୁଙ୍କର ଦୂତ ଇସ୍ରାଏଲ ମଧ୍ୟଦେଇ ଯିବେ ଓ ଲୋକମାନଙ୍କୁ ବିନାଶ କରିବେ।’ ବର୍ତ୍ତମାନ ଯିଏ ମୋତେ ପଠାଇଥିଲେ ତାଙ୍କ ପାଇଁ କେଉଁ ଉତ୍ତରଟି ନେଇଯିବି?”