Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 21:1 - ପବିତ୍ର ବାଇବଲ

1 ଶୟତାନ ଇସ୍ରାଏଲର ବିରୁଦ୍ଧରେ ଛିଡ଼ା ହେଲା। ଶୟତାନ ଇସ୍ରାଏଲ ଲୋକମାନଙ୍କୁ ଗଣନା କରିବା ନିମନ୍ତେ ଦାଉଦଙ୍କୁ ପ୍ରବର୍ତ୍ତାଇଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଶୟତାନ ଇସ୍ରାଏଲ ପ୍ରତିକୂଳରେ ଠିଆ ହୋଇ ଇସ୍ରାଏଲକୁ ଗଣନା କରିବା ପାଇଁ ଦାଉଦଙ୍କୁ ପ୍ରବର୍ତ୍ତାଇଲା।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଶୟତାନ ଇସ୍ରାଏଲ ପ୍ରତିକୂଳରେ ଠିଆ ହୋଇ ଇସ୍ରାଏଲକୁ ଗଣନା କରିବା ପାଇଁ ଦାଉଦଙ୍କୁ ପ୍ରବର୍ତ୍ତାଇଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଶୟତାନ ଇସ୍ରାଏଲ ପ୍ରତିକୂଳରେ ଠିଆ ହୋଇ ଇସ୍ରାଏଲକୁ ଗଣନା କରିବା ପାଇଁ ଦାଉଦଙ୍କୁ ପ୍ରବର୍ତ୍ତାଇଲା।

Gade chapit la Kopi




1 ବଂଶାବଳୀ 21:1
18 Referans Kwoze  

ସଦାପ୍ରଭୁ ସ୍ୱର୍ଗଦୂତ ମହାଯାଜକ ଯିହୋଶୂୟଙ୍କୁ ମୋତେ ଦେଖାଇଲେ। ଯିହୋଶୂୟ ସଦାପ୍ରଭୁଙ୍କ ସ୍ୱର୍ଗଦୂତଙ୍କ ସମ୍ମୁଖରେ ଓ ଶୟତାନ ଯିହୋଶୂୟଙ୍କ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିଲେ। ତାଙ୍କୁ ଦୋଷ ଦେବାକୁ ଶୟତାନ ସେଠାରେ ଉପସ୍ଥିତ ଥିଲେ।


ଅନ୍ୟ ଦିନ ସ୍ୱର୍ଗଦୂତଗଣ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଉପସ୍ଥିତ କରିବା ପାଇଁ ଆସିଲେ ଏବଂ ଶୟତାନ ମଧ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ନିଜକୁ ଉପସ୍ଥିତ କରିବାକୁ ଆସିଲା।


ତା'ପରେ ମୁଁ ସ୍ୱର୍ଗରେ ଗୋଟିଏ ଉଚ୍ଚ ଧ୍ୱନି ଏହା କହିବାର ଶୁଣିଲି, “ବର୍ତ୍ତମାନ ଆମ୍ଭ ପରମେଶ୍ୱରଙ୍କ ବିଜୟ, କ୍ଷମତା, ଓ ରାଜତ୍ୱର ସମୟ ଉପସ୍ଥିତ। ତାହାଙ୍କର ଖ୍ରୀଷ୍ଟଙ୍କ ଶାସନ କରିବା ଅଧିକାର ସମୟ ମଧ୍ୟ ଉପସ୍ଥିତ ହୋଇଛି। କାରଣ ଆମ୍ଭମାନଙ୍କର ଭାଇମାନଙ୍କ ଅଭିଯୋଗକାରୀକୁ ବାହାରେ ନିକ୍ଷେପ କରାଯାଇଛି। ସେ ଦିନରାତି ଆମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭ ଭାଇମାନଙ୍କ ବିଷୟରେ ଅଭିଯୋଗ କରୁଥିଲା।


ଆମ୍ଭେ ପରସ୍ପର ବିଷୟରେ ଚିନ୍ତା କରିବା ଏବଂ ପରସ୍ପରକୁ ଭଲ ପାଇବା ଓ ଭଲ କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍।


ଏହା ଦେଖି ପିତର କହିଲେ, “ହେ ହନନିୟ, ତୁମ୍ଭେ କାହିଁକି ଶୟତାନକୁ ତୁମ୍ଭ ହୃଦୟକୁ ନିୟନ୍ତ୍ରଣ କରିବାକୁ ଦେଲ? ତୁମ୍ଭେ ମିଛ କହିଲ, ପବିତ୍ରଆତ୍ମାକୁ ଠକିବାକୁ ଚେଷ୍ଟା କଲ; ତୁମ୍ଭେ ସମ୍ପତ୍ତି ବିକ୍ରୀ କଲ, କିନ୍ତୁ କାହିଁକି ସେହି ଟଙ୍କାର କିଛି ଅଂଶ ନିଜ ପାଇଁ ଲୁଗ୍ଭଇ ରଖିଲ।


ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସନ୍ଧ୍ୟା ଭୋଜନରେ ବସିଥିଲେ। ଶିମୋନର ପୁତ୍ର ଇଷ୍କାରିୟୋତ ଯିହୂଦାଙ୍କୁ ଯୀଶୁଙ୍କ ବିରୁଦ୍ଧରେ ଶୟତାନ ପ୍ରବର୍ତ୍ତାଇ ସାରିଥିଲା।


“କୃଷକ ତା'ର ଗହମକୁ ଗ୍ଭଲୁଣୀରେ ଚଲାଇବା ଭଳି ଶୟତାନ ତୁମ୍ଭମାନଙ୍କୁ ଚଲାଇବା ପାଇଁ ଅନୁମତି ପାଇଛି। ଶିମୋନ! ହେ ଶିମୋନ,


ଯୀଶୁ ସେ ସ୍ଥାନ ଛାଡ଼ି ଗ୍ଭଲି ଯାଉଥିବା ସମୟରେ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଯୀଶୁଙ୍କୁ ଅନେକ କଷ୍ଟ ଦେବା ଆରମ୍ଭ କରି ଦେଲେ। ସେମାନେ ଯୀଶୁଙ୍କୁ ଅନେକ ବିଷୟରେ ପ୍ରଶ୍ନମାନ ପଗ୍ଭରି ତାହାଙ୍କଠାରୁ ଉତ୍ତର ଗ୍ଭହୁଁଥିଲେ।


ଶୟତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା, “ତୁମ୍ଭେ ଯଦି ପରମେଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ିକୁ ରୋଟୀ ହୋଇ ଯିବା ପାଇଁ କୁହ।”


ଯେତେବେଳେ ଜଣେ ବ୍ୟକ୍ତି ପରୀକ୍ଷିତ ହୁଏ, ସେ କହିବା ଉଚିତ୍ ନୁହେଁ ଯେ, “ପରମେଶ୍ୱର ମୋତେ ପରୀକ୍ଷା କରୁଛନ୍ତି।” କାରଣ ମନ୍ଦତା ପରମେଶ୍ୱରଙ୍କୁ ପରୀକ୍ଷା କରିପାରେ ନାହିଁ। ଏବଂ ପରମେଶ୍ୱର ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ।


ସେହି ପଲେଷ୍ଟୀୟ ଲୋକମାନେ ଗାଥ୍ ସହରବାସୀ ଦୈତ୍ୟମାନଙ୍କର ପୁତ୍ର ଥିଲେ। ଦାଉଦ ଓ ତାଙ୍କର ଦାସମାନେ ସେହି ଦୈତ୍ୟମାନଙ୍କୁ ବଧ କଲେ।


ସରୁୟାଙ୍କ ପୁତ୍ର ଯୋୟାବ୍ ଲୋକମାନଙ୍କୁ ଗଣିବା ଆରମ୍ଭ କଲେ, ମାତ୍ର ଶେଷ କରି ପାରିଲେ ନାହିଁ। ପରମେଶ୍ୱର ଇସ୍ରାଏଲର ଲୋକଙ୍କ ପ୍ରତି କ୍ରୋଧାନ୍ୱିତ ହୋଇଉଠିଲେ। ସେଥିନିମନ୍ତେ “ରାଜା ଦାଉଦଙ୍କ ଇତିହାସ ପୁସ୍ତକରେ” ଲୋକମାନଙ୍କ ସଂଖ୍ୟା ଲେଖାଯାଇ ନାହିଁ।


“ତୁମ୍ଭେ ଗଣିତ ହୋଇଥିବା ଲୋକମାନଙ୍କର ସଂଖ୍ୟା ଅନୁସାରେ ଇସ୍ରାଏଲ ସନ୍ତାନମାନଙ୍କୁ ଗଣନା କରିବ। ସେତେବେଳେ ସେମାନଙ୍କର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ନିକଟରେ ନିଜ ନିଜ ପ୍ରାଣାର୍ଥେ ଗଣନା ସମୟରେ ପ୍ରାୟଶ୍ଚିତ କରିବେ। ତହିଁରେ ସେମାନଙ୍କ ମଧ୍ୟରେ ଗଣନା ସମୟରେ ଆଘାତ ହେବ ନାହିଁ।


ଏହି ବ୍ୟକ୍ତିମାନେ ଆଶେରଙ୍କ ବଂଶଧର ଥିଲେ। ସେମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନେ ସର୍ବୋତ୍ତମ ବ୍ୟକ୍ତି ଥିଲେ। ସେମାନେ ସମସ୍ତେ ଯୋଦ୍ଧା ଓ ମହାନ ନେତାଗଣ ଥିଲେ। ସେମାନଙ୍କ ପରିବାରର ଇତିହାସ ଜଣାଏ ଯେ, 26,000 ସୈନ୍ୟ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ।


Swiv nou:

Piblisite


Piblisite