Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 20:1 - ପବିତ୍ର ବାଇବଲ

1 ବସନ୍ତକାଳରେ, ଯୋୟାବ ଇସ୍ରାଏଲର ସୈନ୍ୟବାହିନୀକୁ ଯୁଦ୍ଧ ନିମନ୍ତେ କଢ଼ାଇ ନେଲେ। ବର୍ଷର ସେହି ସମୟରେ ରାଜାମାନେ ଯୁଦ୍ଧ କରିବା ନିମନ୍ତେ ବାହାରି ଆସୁଥିଲେ, କିନ୍ତୁ ଦାଉଦ ଯିରୁଶାଲମରେ ରହିଲେ। ଇସ୍ରାଏଲର ସୈନ୍ୟବାହିନୀ ଅମ୍ମୋନ ଦେଶକୁ ଗଲେ ଓ ତାକୁ ବିନାଶ କଲେ। ସେମାନେ ରବ୍ବା ନଗରୀକୁ ଗଲେ ଓ ତା'ର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କଲେ। ନଗର ମଧ୍ୟରୁ ବାହାରକୁ କିଅବା ନଗର ମଧ୍ୟକୁ କାହାରିକୁ ଯିବାକୁ ଅନୁମତି ଦେଲେ ନାହିଁ। ଯୋୟାବ ଓ ଇସ୍ରାଏଲ ସୈନ୍ୟଗଣ ରବ୍ବା ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ, ଯୋୟାବ ସୈନ୍ୟଦଳ ନେଇ ଅମ୍ମୋନ-ସନ୍ତାନଗଣର ଦେଶ ଉଚ୍ଛିନ୍ନ କଲା ଓ ରବ୍ବାକୁ ଯାଇ ତାହା ଅବରୋଧ କଲା। ମାତ୍ର ଦାଉଦ ଯିରୂଶାଲମରେ ରହିଲେ। ଏଥି ମଧ୍ୟରେ ଯୋୟାବ ରବ୍ବାକୁ ଆଘାତ କରି ଭୂମିସାତ୍ କଲା।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ, ଯୋୟାବ ସୈନ୍ୟଦଳ ନେଇ ଅମ୍ମୋନ-ସନ୍ତାନଗଣର ଦେଶ ଉଚ୍ଛିନ୍ନ କଲା ଓ ରବ୍ବାକୁ ଯାଇ ତାହା ଅବରୋଧ କଲା। ମାତ୍ର, ଦାଉଦ ଯିରୂଶାଲମରେ ରହିଲେ। ଏଥି ମଧ୍ୟରେ ଯୋୟାବ ରବ୍ବାକୁ ଆଘାତ କରି ଭୂମିସାତ୍‍ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ, ଯୋୟାବ ସୈନ୍ୟଦଳ ନେଇ ଅମ୍ମୋନ-ସନ୍ତାନଗଣର ଦେଶ ଉଚ୍ଛିନ୍ନ କଲା ଓ ରବ୍ବାକୁ ଯାଇ ତାହା ଅବରୋଧ କଲା। ମାତ୍ର, ଦାଉଦ ଯିରୂଶାଲମରେ ରହିଲେ। ଏଥିମଧ୍ୟରେ ଯୋୟାବ ରବ୍ବାକୁ ଆଘାତ କରି ଭୂମିସାତ୍‍ କଲା।

Gade chapit la Kopi




1 ବଂଶାବଳୀ 20:1
15 Referans Kwoze  

ଯେତେବେଳେ ବସନ୍ତ ଆସିଲା, ସେତେବେଳେ ରାଜାଗଣ ଯୁଦ୍ଧକୁ ଯାଆନ୍ତି। ରାଜା ଦାଉଦ ଯୋୟାବ ଓ ତାଙ୍କର ଲୋକମାନଙ୍କୁ ଏବଂ ସମସ୍ତ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଠାଇଲେ ଏବଂ ସେମାନେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କଲେ ଓ ରବ୍ବା ନଗର ଅଧିକାର କଲେ। କିନ୍ତୁ ଦାଉଦ ଯିରୁଶାଲମରେ ରହିଲେ।


କିନ୍ତୁ ଆମ୍ଭେ ରବ୍ବାର ପ୍ରାଚୀର ଉପରେ ଅଗ୍ନି ପକାଇବା ଏବଂ ଏହା ସେଠାକାର ସମସ୍ତ ପ୍ରାସାଦ ଓ ସେହି ଅଗ୍ନି ଦେଶକୁ ଧ୍ୱଂସ କରିଦେବ ଏବଂ ସେଠାରେ ଯୁଦ୍ଧ ବିଭୀଷିକା ଘୂର୍ଣ୍ଣିବାୟୁ ଆସିବ।


ଅବଶିଷ୍ଟ ରଫାୟୀୟମାନଙ୍କ ମଧ୍ୟରୁ କେବଳ ବାଶନରାଜା ଓଗ୍ ଅବଶିଷ୍ଟ ରହିଲା। ଓ‌‌ଗ୍‌‌ର ଖଟଟି ଲୁହାରେ ତିଆରି ହୋଇଥିଲା। ଏହାର ଲମ୍ବ ଥିଲା ନଅ ହାତ ଓ ପ୍ରସ୍ଥ ଥିଲା ଗ୍ଭରି ହାତ। ସେହି ଖଟଟି ଏବେ ମଧ୍ୟ ରବ୍ବାରେ ଅଛି ଯେଉଁଠାରେ ଅମ୍ମୋନ ସନ୍ତାନଗଣ ବାସ କରୁଛନ୍ତି।


“‘ଆଉ ମୁଁ ରବ୍ବାକୁ ଓଟମାନଙ୍କର ଗ୍ଭରଣଭୂମି କରିବି ଓ ଅମ୍ମୋନ ଲୋକମାନଙ୍କୁ ଦେଶକୁ ମେଷାଦି ପଲର ଶୟନ ସ୍ଥାନ କରିବି। ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।


‌‌ଖ‌ଡ଼୍‌ଗ ଆସିବା ନିମନ୍ତେ ପଥ ଚିହ୍ନିତ କର, ଗୋଟିଏ ପଥ ଅମ୍ମୋନୀୟର ରବ୍ବାକୁ ଯାଏ ଓ ଅନ୍ୟଟି ଯିହୁଦାର ସୁରକ୍ଷିତ ସହର ଯିରୁଶାଲମକୁ ଯାଏ।


“ଦେଖ, ଯେଉଁ କମାର କୋଇଲାରେ ଅଗ୍ନିଦେଇ ତାଉ କରେ ଓ ଆପଣା କାର୍ଯ୍ୟ ପାଇଁ ଅସ୍ତ୍ର ନିର୍ମାଣ କଲେ, ଆମ୍ଭେ ତାହାର ସ୍ରଷ୍ଟା। ‘ବିନାଶପାଇଁ’ ବିନାଶକକୁ ହିଁ ଆମ୍ଭେ ସୃଷ୍ଟି କରିଅଛୁ।


ତା'ପରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, “ପ୍ରଭୋ! ମୁଁ କେତେକାଳ ଏହା କରିବି?” ସଦାପ୍ରଭୁ ଉତ୍ତର ଦେଲେ, “ଦେଶଗୁଡ଼ିକ ଧ୍ୱଂସ ପାଇବା ପର୍ଯ୍ୟନ୍ତ ଓ ଲୋକମାନେ ସମ୍ପୂର୍ଣ୍ଣ ଲୋପ ହେବା ପର୍ଯ୍ୟନ୍ତ ଏହା କର। ଯେପର୍ଯ୍ୟନ୍ତ ଗୋଟିଏ ହେଲେ ଲୋକ ଗୃହରେ ନ ଥିବା ପର୍ଯ୍ୟନ୍ତ ଓ ଦେଶ ସମ୍ପୂର୍ଣ୍ଣ ଜନଶୂନ୍ୟ ହେବା ପର୍ଯ୍ୟନ୍ତ ଏହା କରି ଗ୍ଭଲ।”


ଇଲୀଶାୟଙ୍କ ମୃତ୍ୟୁପରେ ଲୋକମାନେ ତାଙ୍କୁ କବର ଦେଲେ। ସେତେବେଳେ ମୋୟାବୀୟ ଲୁଟକାରୀ ଦଳ ଲୁଣ୍ଠନ କରିବାକୁ ଦେଶ ଆକ୍ରମଣ କଲେ।


ଅନନ୍ତର ପରବର୍ଷ ବସନ୍ତରେ ବି‌ନ୍‌ହଦଦ୍ ଅରାମୀୟମାନଙ୍କୁ ଏକତ୍ରିତ କରି ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ଅଫେକକୁ ଗଲେ।


ତା'ପରେ ଭବିଷ୍ୟ‌ଦ୍‌ବକ୍ତା ଆହାବଙ୍କ ନିକଟକୁ ଯାଇ କହିଲେ, “ଅରାମର ରାଜା ବି‌ନ୍‌ହଦଦ୍ ପୁନର୍ବାର ଯୁଦ୍ଧ କରିବାକୁ ଆସନ୍ତା ବସନ୍ତରେ ଆସିବ। ତୁମ୍ଭେ ଘରକୁ ଯାଇ ନିଜର ସୈନ୍ୟବାହିନୀକୁ ସବଳ କର ଓ ଚିହ୍ନ। ସାବଧାନ ଭାବରେ ତାଙ୍କୁ ପ୍ରତିରକ୍ଷା ଦେବାକୁ ସୁଚିନ୍ତିତ ଯୋଜନା କର।”


ଯେତେବେଳେ ଦାଉଦ ମହନୟିମରେ ପହଞ୍ଚିଲେ, ସେ ସେଠାରେ ଶୋବି, ମାଖୀର ଏବଂ ବର୍ସିଲ୍ଲୟଙ୍କୁ ଭେଟିଲେ। ଶୋବି ରବ୍ବାରୁ ଅମ୍ମୋନୀୟ ନାହଶଙ୍କର ପୁତ୍ର ଥିଲେ। ମାଖୀର ଲୋ-ଦବାର ନିବାସୀ ଅମ୍ମୀୟେଲର ପୁତ୍ର ଥିଲେ। ବର୍ସିଲ୍ଲୟ ରୋଗଲୀମନିବାସୀ ଗିଲିୟଦୀୟ ଥିଲେ।


ହଦରେଷରଙ୍କ ପଦାଧିକାରୀମାନେ ଯେତେବେଳେ ଦେଖିଲେ ଯେ, ଇସ୍ରାଏଲ ସେମାନଙ୍କୁ ପରାଜିତ କରିଅଛି, ସେମାନେ ଦାଉଦଙ୍କ ସହିତ ଶାନ୍ତି ସ୍ଥାପନ କଲେ। ସେମାନେ ଦାଉଦଙ୍କର ଦାସ ହେଲେ। ତେଣୁ ଅରାମୀୟମାନେ ଅମ୍ମୋନୀୟମାନଙ୍କୁ ଆଉ ସାହାଯ୍ୟ କରିବାକୁ ରାଜି ହେଲେ ନାହିଁ।


Swiv nou:

Piblisite


Piblisite