Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 2:23 - ପବିତ୍ର ବାଇବଲ

23 କିନ୍ତୁ ଗଶୂର ଓ ଅରାମ୍ ଯାୟୀରଙ୍କର ଗ୍ରାମଗୁଡ଼ିକୁ ନେଇଗଲେ। ସେଗୁଡ଼ିକ ମଧ୍ୟରେ କନାତ୍ ଓ ତା’ ଗ୍ଭରିପଟେ ଛୋଟ ଛୋଟ ସହରଗୁଡ଼ିକ ଥିଲା। ସମୁଦାୟ ଷାଠିଏଟି ସହର ଥିଲା। ଗିଲିୟଦଙ୍କର ପିତା ମାଖୀରଙ୍କର ଏହିସବୁ ସହର ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଆଉ ଗଶୂର ଓ ଅରାମ୍ ଯାୟୀରର ଗ୍ରାମସବୁ ସେମାନଙ୍କ ହସ୍ତରୁ ହରଣ କଲେ, ତହିଁ ସଙ୍ଗେ କନାତ୍ ଓ ତହିଁର ଗ୍ରାମ ପ୍ରଭୃତି ଷାଠିଏ ନଗର ନେଲେ। ଏସମସ୍ତେ ଗିଲୀୟଦର ପିତା ମାଖୀରର ସନ୍ତାନ ଥିଲେ।

Gade chapit la Kopi

ଓଡିଆ ବାଇବେଲ

23 ଆଉ ଗଶୂର ଓ ଅରାମ୍‍ ଯାୟୀରର ଗ୍ରାମସବୁ ସେମାନଙ୍କ ହସ୍ତରୁ ହରଣ କଲେ, ତହିଁ ସଙ୍ଗେ କନାତ୍‍ ଓ ତହିଁର ଗ୍ରାମ ପ୍ରଭୃତି ଷାଠିଏ ନଗର ନେଲେ। ଏସମସ୍ତେ ଗିଲୀୟଦର ପିତା ମାଖୀରର ସନ୍ତାନ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଆଉ ଗଶୂର ଓ ଅରାମ ଯାୟୀରର ଗ୍ରାମସବୁ ସେମାନଙ୍କ ହସ୍ତରୁ ହରଣ କଲେ, ତହିଁ ସଙ୍ଗେ କନାତ୍‍ ଓ ତହିଁର ଗ୍ରାମ ପ୍ରଭୃତି ଷାଠିଏ ନଗର ନେଲେ। ଏସମସ୍ତେ ଗିଲୀୟଦର ପିତା ମାଖୀରର ସନ୍ତାନ ଥିଲେ।

Gade chapit la Kopi




1 ବଂଶାବଳୀ 2:23
9 Referans Kwoze  

ଏହା ପରେ ଅବଶାଲୋମ ଗଶୂରକୁ ପଳାଇ ସେଠାରେ ତିନି ବର୍ଷ ଧରି ରହିଲା।


ସେହି ଭୂମି ମହନୟୀମଠାରୁ ଆରମ୍ଭ ହେଲା। ଏହା ମଧ୍ୟ ବାଶନର ଅନ୍ତର୍ଭୁକ୍ତ ହେଲା। ଯାହାକି ଓ‌ଗ୍‌ର ରାଜା ବାଶନର ଶାସନାଧୀନ ଥିଲା। ବାଶନ ଅଧୀନର ମୋଟ 60 ଟି ସହର ଥିଲା।


ଇସ୍ରାଏଲର ସନ୍ତାନଗଣ ଗଶୁରୀୟମାନଙ୍କ ଓ ମାଖାଥୀୟମାନଙ୍କୁ ଘଉଡ଼ାଇ ଦେଇ ନ ଥିଲେ। ଆଜି ପର୍ଯ୍ୟନ୍ତ ସେହି ଲୋକମାନେ ଇସ୍ରାଏଲୀୟମାନଙ୍କ ସହିତ ବାସ କରୁଛନ୍ତି।


ମନଃଶିର ପୁତ୍ର ଯାୟୀର ଗଶ୍ୱରୀୟ ଓ ମାଖାଥୀୟ ସୀମା ପର୍ଯ୍ୟନ୍ତ ଅର୍ଗୋବର (ବାଶନର) ସମସ୍ତ ଅଞ୍ଚଳ ଅଧିକାର କଲେ। ସେହି ଅଞ୍ଚଳକୁ ତାଙ୍କ ପରେ ନାମ କରଣ କରାଗଲା, ତେଣୁ ଆଜି ପର୍ଯ୍ୟନ୍ତ ବାଶନକୁ ହବୋତ୍-ଯାୟୀର ବୋଲି ଡକାଯାଏ।


ଯୋଷେଫ ଇଫ୍ରୟିମର ତୃତୀୟ ପୁରୁଷ ପର୍ଯ୍ୟନ୍ତ ସନ୍ତାନସନ୍ତତି ଦେଖିଲେ। ଯୋଷେଫ ମନଃଶିର, ମାଖୀର୍ ନାମକ ପୁତ୍ରର ଶିଶୁ ସନ୍ତାନମାନଙ୍କୁ କୋଳ କଲେ।


ସଗୂବ ଯାୟୀରଙ୍କର ପିତା ଥିଲେ। ଗିଲିୟଦ ଦେଶରେ ଯାୟୀରଙ୍କର ତେଇଶ୍ ଗୋଟି ସହର ଥିଲା,


ହିଷ୍ରୋଣ ମୃତ୍ୟୁବରଣ କଲାପରେ, ‌‌‌କାଲେ‌ବଙ୍କର ସ୍ତ୍ରୀ ଇଫ୍ରାଥା ଏକ ପୁତ୍ରକୁ ଜନ୍ମ ଦେଲେ। (ହିଷ୍ରୋଣର ସ୍ତ୍ରୀର ନାମ ଅବିୟାହ) ସେହି ପୁତ୍ରର ନାମ ଦିଆଗଲା ଅ‌ସ୍‌ହୂର। ଅ‌ସ୍‌ହୂର ତକୋୟ ସହର ପ୍ରତିଷ୍ଠା କରିଥିଲେ।


ବିନ୍-ଗେବର ରାମୋତ୍-ଗିଲିୟଦର ଶାସକ ଥିଲେ। ମନଃଶିର ପୁତ୍ର ଯାୟୀରର ଗିଲିୟଦସ୍ଥିତ ସମସ୍ତ ଗ୍ରାମ ଓ ସହର ତାଙ୍କର ଅଧୀନ ଥିଲା। ବାଶନସ୍ଥ ଅ‌ର୍‌ଗୋବ ଅଞ୍ଚଳରେ ଥିବା ପ୍ରାଚୀର ବେଷ୍ଟିତ ଓ ପିତ୍ତଳ ଅର୍ଗଳ ବିଶିଷ୍ଟ ଷାଠିଏ ବୃହତ୍ ନଗର ତାଙ୍କର ଅଧୀନ ଥିଲା।


Swiv nou:

Piblisite


Piblisite