Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 19:7 - ପବିତ୍ର ବାଇବଲ

7 ଅମ୍ମୋନୀୟ ଲୋକେ 32,000 ରଥ କିଣିଲେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସେମାନେ ମାଖାର ରାଜା ଓ ତାଙ୍କର ଲୋକମାନଙ୍କୁ ଅର୍ଥ ଦେଲେ। ମାଖାର ରାଜା ଓ ତାଙ୍କର ଲୋକମାନେ ମେଦବା ସହର ନିକଟରେ ଛାଉଣି ସ୍ଥାପନ କଲେ। ଅମ୍ମୋନୀୟ ଲୋକମାନେ ନିଜେ ମଧ୍ୟ ସହରରୁ ବାହାରି ଆସିଲେ ଓ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ତହୁଁ ଲୋକମାନେ ବତିଶ ହଜାର ରଥ ଓ ମାଖାର ରାଜାକୁ ଓ ତାହାର ଲୋକମାନଙ୍କୁ ବେତନ ଦେଇ ଆଣିଲେ; ଏମାନେ ଆସି ମେଦବା ସମ୍ମୁଖରେ ଛାଉଣି ସ୍ଥାପନ କଲେ। ପୁଣି ଅମ୍ମୋନ-ସନ୍ତାନଗଣ ଆପଣା ଆପଣା ନଗରରୁ ଏକତ୍ରିତ ହୋଇ ଯୁଦ୍ଧ କରିବାକୁ; ଆସିଲେ।

Gade chapit la Kopi

ଓଡିଆ ବାଇବେଲ

7 ତହୁଁ ଲୋକମାନେ ବତିଶ ହଜାର ରଥ ଓ ମାଖାର ରାଜାକୁ ଓ ତାହାର ଲୋକମାନଙ୍କୁ ବେତନ ଦେଇ ଆଣିଲେ; ଏମାନେ ଆସି ମେଦବା ସମ୍ମୁଖରେ ଛାଉଣି ସ୍ଥାପନ କଲେ। ପୁଣି, ଅମ୍ମୋନ-ସନ୍ତାନଗଣ ଆପଣା ଆପଣା ନଗରରୁ ଏକତ୍ରିତ ହୋଇ ଯୁଦ୍ଧ କରିବାକୁ; ଆସିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ତହୁଁ ଲୋକମାନେ ବତିଶ ହଜାର ରଥ ଓ ମାଖାର ରାଜାକୁ ଓ ତାହାର ଲୋକମାନଙ୍କୁ ବେତନ ଦେଇ ଆଣିଲେ; ଏମାନେ ଆସି ମେଦବା ସମ୍ମୁଖରେ ଛାଉଣି ସ୍ଥାପନ କଲେ। ପୁଣି, ଅମ୍ମୋନ-ସନ୍ତାନଗଣ ଆପଣା ଆପଣା ନଗରରୁ ଏକତ୍ରିତ ହୋଇ ଯୁଦ୍ଧ କରିବାକୁ; ଆସିଲେ।

Gade chapit la Kopi




1 ବଂଶାବଳୀ 19:7
12 Referans Kwoze  

ଅର୍ଣ୍ଣୋନ୍ ଉପତ୍ୟକା ନିକଟସ୍ଥ ଅରୋୟରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଦୀବୋନ୍ ପର୍ଯ୍ୟନ୍ତ ମେଦବାର ସମସ୍ତ ସମଭୂମି।


ସେମାନଙ୍କର ଭବିଷ୍ୟଦ୍ ବଂଶଧରଗଣ ହି‌ଷ୍‌ବୋନଠାରୁ ଦୀବୋନ ପର୍ଯ୍ୟନ୍ତ ଧ୍ୱଂସ ହୋଇଛନ୍ତି। ଆମ୍ଭେମାନେ ସେମାନଙ୍କୁ ଶର ନିକ୍ଷେପ କରିଅଛୁ। ହି‌ଷ୍‌ବୋନ୍ ଦୀବୋନ୍ ପର୍ଯ୍ୟନ୍ତ ହେଲା। ଆମ୍ଭେମାନେ ନୋଫହ ପର୍ଯ୍ୟନ୍ତ ଧ୍ୱଂସ କଲୁ, ଯାହା ମେଦବା ନିକଟରେ ଅଛି।”


ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଉପତ୍ୟକା ମଧ୍ୟବର୍ତ୍ତୀ ନଗର ଓ ମେଦବା ନିକଟସ୍ଥ ସମସ୍ତ ସମତଳ ଭୂମି ସେମାନଙ୍କର ସୀମା ଥିଲା।


ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ଯାଇଛନ୍ତି। ମୋୟାବର ଲୋକମାନେ ନେବୋ ଓ ମେଦବା ପାଇଁ କାନ୍ଦୁଛନ୍ତି। ସେମାନଙ୍କର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।


ଏହା ପରେ ସେରହ ଆସାଙ୍କ ସୈନ୍ୟଦଳ ବିରୁଦ୍ଧରେ ଆସିଲା। ସେରହ ଇଥିଓପିଆର ମୁଖ୍ୟ ଥିଲା। ସେରହ ସହିତ ଥିବା ସୈନ୍ୟଦଳରେ 1,000,000 ଲୋକ ଓ 300 ରଥ ଥିଲେ। ସେରହର ସୈନ୍ୟଦଳ ମାରେଶା ସହର ପର୍ଯ୍ୟନ୍ତ ମାଡ଼ିଗଲେ।


ଦାଉଦ ହଦରେଷରଙ୍କଠାରୁ 1,000 ରଥ, 7,000 ରଥଗ୍ଭଳକ, ଓ 20,000 ସୈନ୍ୟ ନେଇଗଲେ। ରଥ ଟାଣିବା ନିମନ୍ତେ ବ୍ୟବହୃତ ହେଉଥିବା ହଦରେଷରଙ୍କ ଅଧିକାଂଶ ଅଶ୍ୱକୁ ଦାଉଦ ପଙ୍ଗୁ କରି ଦେଲେ। କିନ୍ତୁ ଦାଉଦ 100 ଗୋଟି ରଥକୁ ଟାଣିବା ନିମନ୍ତେ ଯଥେଷ୍ଟ ଅଶ୍ୱକୁ ସୁରକ୍ଷିତ ରଖିଲେ।


ଅମ୍ମୋନୀୟମାନେ ହୃଦୟଙ୍ଗମ କଲେ ଯେ, ରାଜା ଦାଉଦ ସେମାନଙ୍କୁ ବର୍ତ୍ତମାନ ତାଙ୍କର ଶତ୍ରୁ ବୋଲି ବିବେଚନା କଲେ। ତେଣୁ ସେମାନେ 20,000 ଅରାମୀୟ ସୈନ୍ୟମାନଙ୍କୁ ବୈଥ-ରହୋବ ଓ ସୋବାରୁ 1,000 ଜଣ ମାଖାର ରାଜାଙ୍କଠାରୁ ଏବଂ ଟୋବରୁ 12,000 ସୈନ୍ୟ ଭଡ଼ାରେ ଆଣିଲେ।


ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକତ୍ରିତ ହେଲେ। ପଲେଷ୍ଟୀୟମାନଙ୍କର ତିରିଶ୍ ସହସ୍ର ରଥ ଓ ଛଅ ସହସ୍ର ଅଶ୍ୱାରୋହୀ ଥିଲେ ଓ ସମୁଦ୍ର ତୀରର ବାଲିଭଳି ସୈନିକ ଥିଲେ। ସେମାନେ ଆସି ମି‌କ୍‌ମ‌ସ୍‌ରେ ବୈଥାବନର ପୂର୍ବଦିଗରେ ଛାଉଣି ସ୍ଥାପନ କଲେ।


ସୀଷରାର 900 ଲୌହ ନିର୍ମିତ ରଥ ଥିଲା ଏବଂ ସେ ଇସ୍ରାଏଲର ଲୋକମାନଙ୍କ ପ୍ରତି କୋଡ଼ିଏ ବର୍ଷ ଧରି ଶୋଷଣ କଲେ ଏବଂ ଅତ୍ୟାଗ୍ଭର କଲେ। ତେଣୁ ଇସ୍ରାଏଲର ଲୋକମାନେ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।


ମିଶରୀୟମାନେ ଇସ୍ରାଏଲୀୟମାନଙ୍କ ପଛରେ ଗୋଡ଼ାଇଲେ। ଫାରୋଙ୍କର ସମସ୍ତ ଅଶ୍ୱ, ରଥ, ତାଙ୍କର ରଥାରୋହୀ ଏବଂ ତାଙ୍କର ସୈନ୍ୟ ସେମାନଙ୍କୁ ଗୋଡ଼ାଇଲେ ଏବଂ ସମୁଦ୍ର ପାଖରେ ବାଲ-ସଫୋନ ଆଡ଼କୁ ମୁଖ କରିଥିବା ପୀହହୀରୋତ ଛାଉଣି ନିକଟରେ ଭେଟିଲେ।


ଅମ୍ମୋନୀୟ ଲୋକମାନେ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେଉଛନ୍ତି ବୋଲି ଦାଉଦ ଶୁଣିବାକୁ ପାଇଲେ। ତେଣୁ ଅମ୍ମୋନୀୟ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେ ଯୋୟାବ ଓ ଇସ୍ରାଏଲର ସମସ୍ତ ସୈନ୍ୟବାହିନୀକୁ ପଠାଇଲେ।


Swiv nou:

Piblisite


Piblisite