Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 19:5 - ପବିତ୍ର ବାଇବଲ

5 ଦାଉଦଙ୍କର ଦାସମାନେ ଗୃହକୁ ଫେରିଯିବା ନିମନ୍ତେ ଅତ୍ୟନ୍ତ ଲଜ୍ଜାବୋଧ କଲେ। କେତେକ ଲୋକ ଦାଉଦଙ୍କ ନିକଟକୁ ଗଲେ ଓ ତାଙ୍କ ଲୋକମାନଙ୍କ ପ୍ରତି କ’ଣ ଘଟିଛି, ତାହା ତାଙ୍କୁ ଜଣାଇଲେ। ତେଣୁ ଦାଉଦ ତାଙ୍କର ଲୋକମାନଙ୍କ ନିକଟକୁ ଏହି ବାର୍ତ୍ତା ପଠାଇ କହିଲେ, “ତୁମ୍ଭର ଦାଢ଼ି ଆଉ ଥରେ ବଢ଼ିବା ପର୍ଯ୍ୟନ୍ତ ଯିରୀହୋ ସହରରେ ରୁହ। ଏହା ପରେ ତୁମ୍ଭେ ଗୃହକୁ ଫେରି ଆସିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଏଥିରେ ସେହି ଲୋକମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରାଗଲା, ତାହା କେହି ଯାଇ ଦାଉଦଙ୍କୁ ଜଣାନ୍ତେ, ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେନ୍ତକାରଣ ସେମାନେ ଅତିଶୟ ଲଜ୍ଜିତ ଥିଲେ। ପୁଣି ରାଜା କହିଲେ, ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଯିରୀହୋରେ ଥାଅ, ତହିଁ ଉତ୍ତାରେ ଫେରିଆସ।

Gade chapit la Kopi

ଓଡିଆ ବାଇବେଲ

5 ଏଥିରେ ସେହି ଲୋକମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରାଗଲା, ତାହା କେହି ଯାଇ ଦାଉଦଙ୍କୁ ଜଣାନ୍ତେ, ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ; କାରଣ, ସେମାନେ ଅତିଶୟ ଲଜ୍ଜିତ ଥିଲେ। ପୁଣି, ରାଜା କହିଲେ, “ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଯିରୀହୋରେ ଥାଅ, ତହିଁ ଉତ୍ତାରେ ଫେରିଆସ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଏଥିରେ ସେହି ଲୋକମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରାଗଲା, ତାହା କେହି ଯାଇ ଦାଉଦଙ୍କୁ ଜଣାନ୍ତେ, ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ; କାରଣ, ସେମାନେ ଅତିଶୟ ଲଜ୍ଜିତ ଥିଲେ। ପୁଣି, ରାଜା କହିଲେ, “ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଯିରୀହୋରେ ଥାଅ, ତହିଁ ଉତ୍ତାରେ ଫେରି ଆସ।”

Gade chapit la Kopi




1 ବଂଶାବଳୀ 19:5
7 Referans Kwoze  

ଅନ୍ୟ ଗ୍ଭକରମାନେ ଏ ସମସ୍ତ ଘଟଣା ଦେଖିଲେ, ଓ ବଡ଼ ଦୁଃଖିତ ହେଲେ। ତେଣୁ ଯାହାସବୁ ଘଟିଥିଲା, ସେ ସବୁ ସେମାନେ ସେମାନଙ୍କ ମାଲିକଙ୍କ ଆଗରେ ଯାଇ କହିଲେ।


ତାଙ୍କ ସମୟରେ ବୈଥେଲର ହୀୟେଲ ଯିରୀହୋ ନଗର ପୁନର୍ବାର ନିର୍ମାଣ କଲେ। ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟଙ୍କ ଦ୍ୱାରା ଯାହା କହିଥିଲେ ତାହା ହିଁ ଘଟିଲା। ଯେତେବେଳେ ସେ ନଗରରେ ଭିତ୍ତିମୂଳ ସ୍ଥାପନ କଲେ ତାଙ୍କର ପ୍ରଥମ ପୁତ୍ର ଅବୀରାମ ମଲା ଓ ଯେତେବେଳେ ନଗରର ଫାଟକ ସ୍ଥାପିତ ହେଲା। ତାଙ୍କର ସାନ ପୁତ୍ର ସଗୂବର ମୃତ୍ୟୁ ହେଲା।


କିନ୍ତୁ ଶା‌ମ୍‌ଶୋ‌ନଙ୍କର ବାଳ ପୁନର୍ବାର ବଢ଼ିବାକୁ ଲାଗିଲା।


ତେଣୁ ହାନୂନ୍ ଦାଉଦଙ୍କ ଦାସମାନଙ୍କୁ ବନ୍ଦୀ କଲେ ଓ ସେମାନଙ୍କ ଦାଢ଼ି କାଟି ପକାଇଲେ। ଆହୁରି ମଧ୍ୟ, ହାନୂନ୍ ସେମାନଙ୍କ ନିତମ୍ବ ନିକଟରୁ ବସ୍ତ୍ର କାଟି ପକାଇଲେ। ଏହା ପରେ ସେ ସେମାନଙ୍କୁ ପଠାଇ ଦେଲେ।


ଅମ୍ମୋନୀୟ ଲୋକମାନେ ଦେଖିଲେ ଯେ, ସେମାନେ ନିଜକୁ ଦାଉଦଙ୍କର ଅତ୍ୟନ୍ତ ଘୃଣ୍ୟ ଶତ୍ରୁ କରିଅଛନ୍ତି। ଏହା ପରେ ହାନୂନ୍ ଓ ଅମ୍ମୋନୀୟ ଏକ ସହସ୍ର ତାଳନ୍ତ ରୂପା ଦେଇ ମେସୋପଟେମିୟାର ଅରାମସ୍ଥ ମାଖାରୁ ଓ ସୋବାରୁ ରଥ ଓ ରଥଗ୍ଭଳକମାନଙ୍କୁ କିଣିଲେ।


ଏହି ଲୋକମାନଙ୍କୁ ପରେ ଦାଉଦ କହିଲେ ଓ ସେ ସେମାନଙ୍କୁ ଭେଟିବା ପାଇଁ ପୁରୁଷମାନଙ୍କୁ ପଠାଇଲେ, କାରଣ ସେମାନେ ଅତି ଲଜ୍ଜିତ ହୋଇଥିଲେ। ରାଜା ସେମାନଙ୍କୁ କହିଲେ, “ତୁମ୍ଭର ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ତୁମ୍ଭେମାନେ ଯିରୀହୋରେ ଥାଅ। ଏହା ପରେ ଯିରୁଶାଲମକୁ ଫେରି ଆସିବ।”


Swiv nou:

Piblisite


Piblisite