Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 19:3 - ପବିତ୍ର ବାଇବଲ

3 କିନ୍ତୁ ଅମ୍ମୋନୀୟ ନେତାମାନେ ହାନୂନଙ୍କୁ କହିଲେ, “ଆପଣ ବିଶ୍ୱାସ କରୁଛନ୍ତି କି, ପ୍ରକୃତରେ ଦାଉଦ ଆପଣଙ୍କ ପିତାଙ୍କୁ ସମ୍ମାନ ଦେବା ପାଇଁ କିମ୍ୱା ସାନ୍ତ୍ୱନା ଦେବା ପାଇଁ ଲୋକମାନଙ୍କୁ ଆପଣଙ୍କ ପାଖକୁ ପଠାଇଛନ୍ତି? ନା, ତାଙ୍କର ଦାସମାନେ ଆପଣଙ୍କ ବିଷୟରେ ଓ ଆପଣଙ୍କ ଦେଶ ବିଷୟରେ ତଥ୍ୟ ଅନୁସନ୍ଧାନ କରିବା ନିମନ୍ତେ ଆସିଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ମାତ୍ର ଅମ୍ମୋନ-ସନ୍ତାନଗଣର ଅଧିପତିମାନେ ହାନୂନ୍କୁ କହିଲେ, ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ଵନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାର ସମ୍ଭ୍ରମ କରୁଅଛି, ଏହା କʼଣ ଆପଣ ବିଚାର କରନ୍ତି? ତାହାର ଦାସମାନେ କʼଣ ଦେଶ ଅନୁସନ୍ଧାନ କରିବାକୁ ଓ ନାଶ କରିବାକୁ ଓ ତହିଁରେ ଭ୍ରମଣ କରିବାକୁ ଆପଣଙ୍କ କତିକି ଆସି ନାହାନ୍ତି?

Gade chapit la Kopi

ଓଡିଆ ବାଇବେଲ

3 ମାତ୍ର ଅମ୍ମୋନ-ସନ୍ତାନଗଣର ଅଧିପତିମାନେ ହାନୂନ୍‍କୁ କହିଲେ, “ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାର ସମ୍ଭ୍ରମ କରୁଅଛି, ଏହା କ’ଣ ଆପଣ ବିଚାର କରନ୍ତି ? ତାହାର ଦାସମାନେ କ’ଣ ଦେଶ ଅନୁସନ୍ଧାନ କରିବାକୁ ଓ ନାଶ କରିବାକୁ ଓ ତହିଁରେ ଭ୍ରମଣ କରିବାକୁ ଆପଣଙ୍କ ନିକଟକୁ ଆସି ନାହାନ୍ତି ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ମାତ୍ର ଅମ୍ମୋନ-ସନ୍ତାନଗଣର ଅଧିପତିମାନେ ହାନୂନ୍‍କୁ କହିଲେ, “ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାର ସମ୍ଭ୍ରମ କରୁଅଛି, ଏହା କʼଣ ଆପଣ ବିଚାର କରନ୍ତି? ତାହାର ଦାସମାନେ କʼଣ ଦେଶ ଅନୁସନ୍ଧାନ କରିବାକୁ ଓ ନାଶ କରିବାକୁ ଓ ତହିଁରେ ଭ୍ରମଣ କରିବାକୁ ଆପଣଙ୍କ ନିକଟକୁ ଆସି ନାହାନ୍ତି?”

Gade chapit la Kopi




1 ବଂଶାବଳୀ 19:3
12 Referans Kwoze  

ଆଖୀଶ୍ ଉତ୍ତର ଦେଲେ, “ମୁଁ ବିଶ୍ୱାସ କରୁଛି ତୁମ୍ଭେ ଜଣେ ଉତ୍ତମ ଲୋକ। ତୁମ୍ଭେ ଜଣେ ପରମେଶ୍ୱରଙ୍କର ଦୂତ ସ୍ୱରୂପ। ତଥାପି ପଲେଷ୍ଟୀୟ ଶାସକମାନେ କହୁଛନ୍ତି, ‘ଦାଉଦ କେବେ ଆମ୍ଭମାନଙ୍କ ସହିତ ଯୁଦ୍ଧକୁ ଯାଇ ପାରିବେ ନାହିଁ।’


କିନ୍ତୁ ପଲେଷ୍ଟୀୟ ଶାସକଗଣ ଆଖୀଶ୍ ଉପରେ ରାଗିଲେ। ସେମାନେ କହିଲେ, “ଦାଉଦକୁ ଫେରାଇ ଦିଅ। ତୁମ୍ଭେ ତା’ ପାଇଁ ଯେଉଁ ସ୍ଥାନ ନିରୂପଣ କରିଅଛ, ସେ ନିଜର ସେହି ସ୍ଥାନକୁ ଫେରି ଯାଉ। ସେ ଆମ୍ଭ ସହିତ ଯୁଦ୍ଧକୁ ଯାଇ ପାରିବ ନାହିଁ। ସେ ଯଦି ଆମ୍ଭ ସହିତ ରହେ, ତେବେ ସେ ଆମ୍ଭ ନିଜ ଛାଉଣି ମଧ୍ୟରେ ଜଣେ ଶତ୍ରୁ ହୋଇ ରହିବ। ସେ ତା'ର ରାଜା ଶାଉଲଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମ୍ଭ ନିଜର ଲୋକଙ୍କୁ ମାରିବ।


ଏଣୁ ଦା‌ନ୍‌ର ପରିବାରବର୍ଗ ସେମାନଙ୍କ ପରିବାରବର୍ଗରୁ ପାଞ୍ଚ ଜଣ ବୀର ପୁରୁଷଙ୍କୁ ଦେଶ ଭ୍ରମଣ ଓ ଅନୁସନ୍ଧାନ କରିବାକୁ ସରିୟ ଓ ଇଷ୍ଟାୟୋଲଠାରୁ ପଠାଇଲେ, ସେମାନେ ସେମାନଙ୍କୁ କହିଲେ, “ଯାଅ ଏବଂ ଆଉ କିଛି ଅଧିକ ଦେଶ ଅନୁସନ୍ଧାନ କର।” ସେହି ପାଞ୍ଚ ଜଣ ଇଫ୍ରୟିମ-ପର୍ବତମୟସ୍ଥ ଦେଶସ୍ଥିତ ମୀଖାର ଗୃହରେ ରାତ୍ରି ଯାପନ କଲେ।


କିନ୍ତୁ ଅମ୍ମୋନୀୟ ଅଧିକାରୀଗଣ ହାନୂ‌‌ନ୍‌‌‌‌‌କୁ କହିଲେ, “ତୁମ୍ଭେ ଭାବୁଛ କି ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ ଓ ତୁମ୍ଭର ପିତାଙ୍କୁ ସମ୍ମାନ ଦେବା ପାଇଁ ଏହି ଲୋକମାନଙ୍କୁ ଦାଉଦ ପଠାଇଛନ୍ତି? ଦାଉଦ ନଗରକୁ ଆକ୍ରମଣ କରିବା ପୂର୍ବରୁ ସେମାନଙ୍କୁ ନିରୀକ୍ଷଣ କରିବାକୁ ପଠାଇଛନ୍ତି।”


ଏ ଉତ୍ତାରେ ଦାଉଦ କହିଲେ, “ନାହଶ୍ ମୋ’ ପ୍ରତି ଦୟାଳୁ ହୋଇଥିଲେ, ତେଣୁ ମୁଁ ନାହଶଙ୍କ ପୁତ୍ର ହାନୂନ୍ ପ୍ରତି ଦୟାଳୁ ହେବି।” ତେଣୁ ହାନୂନଙ୍କୁ ତାହାଙ୍କ ପିତାଙ୍କ ମୃତ୍ୟୁ ବିଷୟକ ସାନ୍ତ୍ୱନା ଦେବା ନିମନ୍ତେ ଦାଉଦ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ଦାଉଦଙ୍କ ବାର୍ତ୍ତାବାହକମାନେ ହାନୂନଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ ଅମ୍ମୋନ ଦେଶକୁ ଗଲେ।


ତେଣୁ ହାନୂନ୍ ଦାଉଦଙ୍କ ଦାସମାନଙ୍କୁ ବନ୍ଦୀ କଲେ ଓ ସେମାନଙ୍କ ଦାଢ଼ି କାଟି ପକାଇଲେ। ଆହୁରି ମଧ୍ୟ, ହାନୂନ୍ ସେମାନଙ୍କ ନିତମ୍ବ ନିକଟରୁ ବସ୍ତ୍ର କାଟି ପକାଇଲେ। ଏହା ପରେ ସେ ସେମାନଙ୍କୁ ପଠାଇ ଦେଲେ।


Swiv nou:

Piblisite


Piblisite