Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 18:4 - ପବିତ୍ର ବାଇବଲ

4 ଦାଉଦ ହଦରେଷରଙ୍କଠାରୁ 1,000 ରଥ, 7,000 ରଥଗ୍ଭଳକ, ଓ 20,000 ସୈନ୍ୟ ନେଇଗଲେ। ରଥ ଟାଣିବା ନିମନ୍ତେ ବ୍ୟବହୃତ ହେଉଥିବା ହଦରେଷରଙ୍କ ଅଧିକାଂଶ ଅଶ୍ୱକୁ ଦାଉଦ ପଙ୍ଗୁ କରି ଦେଲେ। କିନ୍ତୁ ଦାଉଦ 100 ଗୋଟି ରଥକୁ ଟାଣିବା ନିମନ୍ତେ ଯଥେଷ୍ଟ ଅଶ୍ୱକୁ ସୁରକ୍ଷିତ ରଖିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ପୁଣି ଦାଉଦ ତାହାଠାରୁ ଏକ ସହସ୍ର ରଥ ଓ ସାତ ସହସ୍ର ଅଶ୍ଵାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ; ଆଉ ଦାଉଦ ରଥ-ଅଶ୍ଵସମସ୍ତର ଗୋଡ଼ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ଵ ରଖିଲେ;

Gade chapit la Kopi

ଓଡିଆ ବାଇବେଲ

4 ପୁଣି, ଦାଉଦ ତାହାଠାରୁ ଏକ ସହସ୍ର ରଥ ଓ ସାତ ସହସ୍ର ଅଶ୍ୱାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ; ଆଉ ଦାଉଦ ରଥ-ଅଶ୍ୱ ସମସ୍ତର ଗୋଡ଼-ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ୱ ରଖିଲେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପୁଣି, ଦାଉଦ ତାହାଠାରୁ ଏକ ସହସ୍ର ରଥ ଓ ସାତ ସହସ୍ର ଅଶ୍ୱାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ; ଆଉ ଦାଉଦ ରଥ-ଅଶ୍ୱ ସମସ୍ତର ଗୋଡ଼-ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ୱ ରଖିଲେ;

Gade chapit la Kopi




1 ବଂଶାବଳୀ 18:4
11 Referans Kwoze  

ଦାଉଦ ତା'ଠାରୁ 1,700 ଅଶ୍ୱାରୋହୀ ଏବଂ 20,000 ପଦାତିକ ସୈନ୍ୟ ନେଲେ। ଦାଉଦ 100ଟି ଅଶ୍ୱ ରଖିଲେ କିନ୍ତୁ ସେ ଅନ୍ୟ ଅଶ୍ୱଗୁଡ଼ିକୁ ପଙ୍ଗୁ କରିଦେଲେ।


କେତେକ ଲୋକ ସେମାନଙ୍କ ରଥ ଉପରେ ବିଶ୍ୱାସ ରଖନ୍ତି। ଅନ୍ୟ ଲୋକମାନେ ସେମାନଙ୍କ ସୈନିକଙ୍କ ଉପରେ ରଖନ୍ତି କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ନାମକୁ ଉଚ୍ଚସ୍ୱରରେ ଡାକୁ।


ଏହିପରି ରାଜା ଶଲୋମନଙ୍କର ବହୁତଗୁଡ଼ିଏ ରଥ ଓ ଅଶ୍ୱାରୋହୀ ହୋଇଗଲେ। ତାଙ୍କର 1,400 ରଥ ଓ 12,000 ଅଶ୍ୱାରୋହୀ ଥିଲେ। ସେ ତାଙ୍କର ରଥଗୁଡ଼ିକ ପାଇଁ ସ୍ୱତନ୍ତ୍ର ନଗର ନିର୍ମାଣ କଲେ ଓ ସେ କିଛି ରଥ ଯିରୁଶାଲମ ନଗରରେ ରଖିଲେ।


ଏହିମାନେ ଥିଲେ ତାଙ୍କର ଅଧିପତି ଯେ କି ତାଙ୍କୁ ରାଜ୍ୟ ଶାସନରେ ସାହାଯ୍ୟ କରୁଥିଲେ। ସେମାନେ ସାଦୋକର ପୁତ୍ର ଯାଜକ ଅସରିୟ ପୁତ୍ରଗଣ ଥିଲେ। ଯଥା: ସାଦୋକର ପୁତ୍ର ଅସରିୟ ଯାଜକ।


ଯିହୋଶୂୟ ଏହିପରି କଲେ, ସଦାପ୍ରଭୁ ତାଙ୍କୁ ଯେପରି କରିବାକୁ କହିଥିଲେ। ସେ ଘୋଡ଼ାମାନଙ୍କୁ ଛୋଟା କରି ଦେଲେ ଓ ରଥଗୁଡ଼ିକ ପୋଡ଼ି ଦେଲେ।


ଏହା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ସେ ସମସ୍ତ ସୈନ୍ୟମାନଙ୍କୁ ଭୟ କର ନାହିଁ। ସେମାନଙ୍କୁ ପରାସ୍ତ କରିବା ପାଇଁ ମୁଁ ତୁମ୍ଭର ସହାୟ ହେବି। ଆସନ୍ତା କାଲି ଏହି ସମୟରେ ତୁମ୍ଭେମାନେ ସେମାନଙ୍କୁ ହତ୍ୟା କରିବ। ତୁମ୍ଭେମାନେ ସେମାନଙ୍କର ଘୋଡ଼ାମାନଙ୍କୁ ଛୋଟା କରି ଦେବ ଓ ରଥଗୁଡ଼ିକୁ ପୋଡ଼ି ଦେବ।”


କିନ୍ତୁ ସେହି ରାଜା ନିଜ ପାଇଁ ଅନେକ ଅଶ୍ୱ ରଖିବ ନାହିଁ। କିଅବା ଅନେକ ଅଶ୍ୱ ରଖିବା ନିମନ୍ତେ ଲୋକମାନଙ୍କୁ ମିଶରକୁ ପଠାଇବ ନାହିଁ। କାରଣ ସଦାପ୍ରଭୁ କହିଛନ୍ତି, ‘ଏହି ସମୟଠାରୁ ତୁମ୍ଭେମାନେ ଆଉ ଏ ପଥରେ ଫେରିବ ନାହିଁ।’


ସେମାନେ ଗୁପ୍ତରେ ମନ୍ଦ ଯୋଜନା କରନ୍ତି। ହେ ମୋର ପ୍ରାଣ ସେମାନଙ୍କର ଗୁପ୍ତ ମନ୍ତ୍ରଣାରେ ପ୍ରବେଶ କର ନାହିଁ। ସେମାନଙ୍କ ସଭାରେ ମିଳିତ ହୁଅ ନାହିଁ, କାରଣ ସେମାନେ କ୍ରୋଧିତ ଥିଲାବେଳେ ମନୁଷ୍ୟମାନଙ୍କୁ ହତ୍ୟା ଏବଂ ସେମାନଙ୍କ ଆନନ୍ଦ ପାଇଁ ବଳଦଗୁଡ଼ିକୁ ହତ୍ୟା କଲେ।


ଦାଉଦ ଆହୁରି ମଧ୍ୟ ହଦରେଷରଙ୍କ ସୈନ୍ୟବାହିନୀ ସହିତ ଯୁଦ୍ଧ କଲେ। ହଦରେଷର ସୋବର ରାଜା ଥିଲେ। ଦାଉଦ ହମାତ ସହର ପର୍ଯ୍ୟନ୍ତ ପଥରେ ସେହି ସୈନ୍ୟବାହିନୀ ସହିତ ଯୁଦ୍ଧ କଲେ। ହଦରେଷର ଫରାତ୍ ନଦୀ ପର୍ଯ୍ୟନ୍ତ ତାହାଙ୍କ ରାଜ୍ୟ ବିସ୍ତାର କରିବାକୁ ଚେଷ୍ଟା କରିବାରୁ ଦାଉଦ ଏହିପରି କଲେ।


ଅରାମୀୟ ଲୋକମାନେ ଦମ୍ମେଶକରୁ ହଦରେଷରଙ୍କୁ ସାହାଯ୍ୟ କରିବାକୁ ଆସିଲେ। ମାତ୍ର ସେହି ଅରାମୀୟର 22,000 ସୈନ୍ୟଙ୍କୁ ଦାଉଦ ମାରି ଦେଲେ।


Swiv nou:

Piblisite


Piblisite