1 ବଂଶାବଳୀ 18:2 - ପବିତ୍ର ବାଇବଲ2 ଏହା ପରେ ଦାଉଦ ମୋୟାବ ଦେଶକୁ ପରାସ୍ତ କଲେ। ମୋୟାବୀୟ ଲୋକମାନେ ଦାଉଦଙ୍କ ଦାସ ହେଲେ। ସେମାନେ ଦାଉଦଙ୍କୁ ରାଜଦେୟ ଅର୍ପଣ କଲେ। Gade chapit laପବିତ୍ର ବାଇବଲ (Re-edited) - (BSI)2 ତହିଁ ଉତ୍ତାରେ ସେ ମୋୟାବୀୟମାନଙ୍କୁ ପରାସ୍ତ କଲେ; ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ଦର୍ଶନୀ ଆଣିଲେ। Gade chapit laଓଡିଆ ବାଇବେଲ2 ତହିଁ ଉତ୍ତାରେ ସେ ମୋୟାବୀୟମାନଙ୍କୁ ପରାସ୍ତ କଲେ; ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ଭେଟି ଆଣିଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 ତହିଁ ଉତ୍ତାରେ ସେ ମୋୟାବୀୟମାନଙ୍କୁ ପରାସ୍ତ କଲେ; ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ଭେଟି ଆଣିଲେ। Gade chapit la |
କିନ୍ତୁ କେତେ ଖଳ ବ୍ୟକ୍ତି କହିଲେ, “କେମିତି ଏ ଲୋକ ଆମକୁ ରକ୍ଷା କରିବ?” ସେମାନେ ଶାଉଲଙ୍କ ବିରୁଦ୍ଧରେ ଖରାପ କଥା କହିଲେ ଏବଂ ତାଙ୍କ ନିକଟକୁ ଉପହାର ଆଣିବା ପାଇଁ ବାରଣ କଲେ। କିନ୍ତୁ ଶାଉଲ ନୀରବ ରହିଲେ। ଅମ୍ମୋନୀୟକ ରାଜା ନାହଶ୍ ଗାଥ୍ ଓ ରୁବେନ୍ ଗୋଷ୍ଠୀଙ୍କ ଉପରେ ଆକ୍ରମଣ ଚଲାଉ ଥିଲେ। ନାହଶ୍ ସେମାନଙ୍କ ଦକ୍ଷିଣ ଚକ୍ଷୁ ଉପାଡ଼ି ଦେଉଥିଲେ। ଯର୍ଦ୍ଦନ ନଦୀର ପୂର୍ବ ଅବବାହିକାରେ ବାସ କରୁଥିବା ଇସ୍ରାଏଲୀୟମାନଙ୍କୁ ମଧ୍ୟ ସେ ନାଲି ଆଖି ଦେଖାଇ ରଖିଥିଲେ। ସେଥିପାଇଁ 7,000 ଇସ୍ରାଏଲୀୟ ଅମ୍ମୋନୀୟଠାରୁ ବାହାରି ଆସି ଯାବେଶ୍ ଗିଲିୟଦରେ ଅବସ୍ଥାନ କଲେ।