Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 18:13 - ପବିତ୍ର ବାଇବଲ

13 ଅବୀଶୟ ଇଦୋମରେ ମଧ୍ୟ ଦୁର୍ଗମାନ ନିର୍ମାଣ କଲେ ଓ ସମସ୍ତ ଇଦୋମୀୟ ଲୋକ ଦାଉଦଙ୍କ ଦାସ ହେଲେ। ଦାଉଦ ଯେଉଁସବୁ ସ୍ଥାନକୁ ଗଲେ, ସେହିଠାରେ ସଦାପ୍ରଭୁ ତାଙ୍କୁ ବିଜୟ ପ୍ରଦାନ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଆଉ ସେ ଇଦୋମରେ ପ୍ରହରୀ-ଦଳ ସ୍ଥାପନ କଲା; ତହିଁରେ ଇଦୋମୀୟ ସମସ୍ତ ଲୋକ ଦାଉଦଙ୍କର ଦାସ ହେଲେ। ପୁଣି ଦାଉଦ ଯେଉଁ ଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ।

Gade chapit la Kopi

ଓଡିଆ ବାଇବେଲ

13 ଆଉ ସେ ଇଦୋମରେ ପ୍ରହରୀ-ଦଳ ସ୍ଥାପନ କଲା; ତହିଁରେ ଇଦୋମୀୟ ସମସ୍ତ ଲୋକ ଦାଉଦଙ୍କର ଦାସ ହେଲେ। ପୁଣି, ଦାଉଦ ଯେଉଁ ଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଆଉ ସେ ଇଦୋମରେ ପ୍ରହରୀ-ଦଳ ସ୍ଥାପନ କଲା; ତହିଁରେ ଇଦୋମୀୟ ସମସ୍ତ ଲୋକ ଦାଉଦଙ୍କର ଦାସ ହେଲେ। ପୁଣି, ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ।

Gade chapit la Kopi




1 ବଂଶାବଳୀ 18:13
19 Referans Kwoze  

ତା'ପରେ ଦାଉଦ ଦମ୍ମେଶକ ସହରର ଅରାମରେ ପ୍ରହରୀ ସ୍ଥାପନ କଲେ। ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହେଲେ ଓ ଦର୍ଶନୀ ଆଣିଲେ। ତେଣୁ ଦାଉଦ ଯେଉଁଆଡ଼େ ଗଲେ ସଦାପ୍ରଭୁ ତାଙ୍କୁ ବିଜୟ ପ୍ରଦାନ କଲେ।


ଇ‌ସ୍‌ହାକ ଉତ୍ତର ଦେଲେ, “ହୋଇଗଲା, ତୁମ୍ଭକୁ ଶାସନ କରିବା ପାଇଁ, ମୁଁ ଯାକୁବକୁ କ୍ଷମତା ଦେଲି। ଏବଂ ମୁଁ ତାଙ୍କୁ କହିଲି ତୁମ୍ଭର ସମସ୍ତ ଭାଇ ତୁମ୍ଭର ସେବା କରିବେ। ଏବଂ ମୁଁ ତାଙ୍କୁ ପ୍ରବଳ ଫସଲ ଓ ପ୍ରଚୁର ଦ୍ରାକ୍ଷାରସ ଜାତ ହେବା ପାଇଁ ଆଶୀର୍ବାଦ କରି ସାରିଛି। କ’ଣ ମୁଁ କରି ପାରିବି, ମୋ’ ପୁତ୍ର।”


ସେ ସର୍ବଦା ପ୍ରଶଂସିତ ହେବା କଥା। ମୁଁ ଯେତେବେଳେ ଦମ୍ମେସକଠାରେ ଥିଲି, ଅରିତସ୍ ରାଜାଙ୍କ ରାଜ୍ୟପାଳ ନଗରର ଗ୍ଭରିପଟେ ପ୍ରହରୀମାନଙ୍କୁ ରଖି ମୋତେ ବନ୍ଦୀ କରିବା ପାଇଁ ଚେଷ୍ଟା କରିଥିଲେ।


ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସେମାନଙ୍କ ଯୁଦ୍ଧରେ ବିଜୟୀ କରାଅ। ସଦାପ୍ରଭୁ, ତୁମ୍ଭେ ଆପଣା ସେବକ ଦାଉଦଙ୍କୁ ଶତ୍ରୁ ଖ‌ଡ଼୍‌ଗର ସମ୍ମୁଖରୁ ଉଦ୍ଧାର କର।


ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।


ଅନ୍ୟ ସମୟରେ ଦାଉଦ ଦୁର୍ଗରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ ସୈନ୍ୟଦଳ ବୈ‌ଥ୍‌ଲେହମରେ ଥିଲେ।


ଏକଦିନ ଶାଉଲଙ୍କ ପୁତ୍ର ଯୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲେ, “ଗ୍ଭଲ ଆମ୍ଭେ ଉପତ୍ୟକାର ବିପରୀତ ଦିଗରୁ ପଲେଷ୍ଟୀୟଙ୍କ ଶିବିର ଆଡ଼କୁ ଯିବା।” କିନ୍ତୁ ଯୋନାଥନ ଏ କଥା ତାଙ୍କ ବାପା ଶାଉଲଙ୍କୁ କହିଲେ ନାହିଁ।


ଯୋନାଥନ ଗେବାସ୍ଥିତ ପଲେଷ୍ଟୀୟ ପ୍ରହରୀ ସୈନ୍ୟଦଳକୁ ସଂହାର କରନ୍ତେ, ପଲେଷ୍ଟୀୟମାନେ ତାହା ଶୁଣି କହିଲେ, “ଏବ୍ରୀୟ ଲୋକମାନେ ବିଦ୍ରୋହ କରିଛନ୍ତି।” ଶାଉଲ କହିଲେ, “ଏବ୍ରୀୟ ଲୋକମାନେ ଶୁଣନ୍ତୁ” ଏହା ତୂରୀ ବଜାଇ ସର୍ବତ୍ର କହି ପଠାଇଲେ।


ତା'ପରେ ତୁମ୍ଭେମାନେ ଗିବିୟୋଥ ଓ ଲୋହିମକୁ ଯିବ। ସେଠାରେ ପଲେଷ୍ଟୀୟମାନଙ୍କ ପ୍ରହରୀଗଣ ଅଛନ୍ତି। ଯେତେବେଳେ ତୁମ୍ଭେ ସହରର ପ୍ରବେଶ ଦ୍ୱାର ନିକଟରେ ପହଞ୍ଚିବ, ଉପାସନା ସ୍ଥଳରୁ ଦଳେ ଯାଜକ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି ବଇଁଶୀ, ତମ୍ବୁରା ଓ ବୀଣା ବଜାଇ ଆସୁଥିବାର ଦେଖିବ।


ଇସ୍ରାଏଲ ଶକ୍ତିଶାଳୀ ହେବ। ସେ ଇଦୋମ ଅଧିକାର କରିବ। ଶତ୍ରୁରାଜ୍ୟ ସେୟୀର ମଧ୍ୟ ଅଧିକାର କରିବ।


ତୁମ୍ଭେ ଖ‌‌‌‌ଡ଼୍‌‌‌‌ଗଜୀବି ଓ ଆପଣା ଭ୍ରାତାର ଦାସ ହେବ। କିନ୍ତୁ ତୁମ୍ଭେ ଯେତେବେଳେ ପ୍ରସ୍ତୁତ, ତୁମ୍ଭ କାନ୍ଧରୁ ଜୁଆଳି କାଢ଼ି ଦେବ, ତେବେ ତୁମ୍ଭେ ମୁକ୍ତି ପାଇବ।”


ସବୁ ଲୋକ ତୁମ୍ଭର ସେବା କରନ୍ତୁ। ସବୁ ଜାତି ତୁମ୍ଭ ନିକଟରେ ମସ୍ତକ ଅବନତ କରନ୍ତୁ। ତୁମ୍ଭର ଭାଇ ଉପରେ ତୁମ୍ଭେ ଶାସନ କର। ତୁମ୍ଭର ମା’ର ସନ୍ତାନ ତୁମ୍ଭକୁ ମାନୁ। ଯେ ତୁମ୍ଭକୁ ଅଭିଶାପ ଦିଏ ସେ ଅଭିଶପ୍ତ ହେଉ। ଯେ ତୁମ୍ଭକୁ ଆଶୀର୍ବାଦ କରେ ସେ ଆଶୀର୍ବାଦ ପ୍ରାପ୍ତ ହେଉ।”


ସଦାପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭ ଗର୍ଭରେ ଦୁଇ ଗୋଷ୍ଠୀ ଅଛନ୍ତି ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହେବେ। ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହେବ। ପୁଣି ଜ୍ୟେଷ୍ଠ କନିଷ୍ଠର ସେବା କରିବ।”


ଏହା ଯାହା ହୋଇଥିଲା, ଦାଉଦ ଇଦୋମକୁ ପରାସ୍ତ କଲେ ଓ ତାଙ୍କର ସେନାପତି ଯୋୟାବକୁ ମୃତ ଲୋକମାନଙ୍କୁ କବର ଦେବାକୁ ଇଦୋମକୁ ପଠାଇଲେ। ଯୋୟାବ ଇଦୋମର ସମସ୍ତ ଲୋକଙ୍କୁ ହତ୍ୟା କଲେ।


ଲବଣ ଉପତ୍ୟକାରେ ସରୁୟାଙ୍କ ପୁତ୍ର ଅବୀଶୟ 18,000 ଇଦୋମୀୟ ଲୋକଙ୍କୁ ହତ୍ୟା କଲେ।


ଦାଉଦ ସମଗ୍ର ଇସ୍ରାଏଲର ଉପରେ ରାଜା ଥିଲେ। ଏବଂ ସେ ସମସ୍ତଙ୍କ ପାଇଁ ନ୍ୟାୟବାନ ଥିଲେ।


ସଦାପ୍ରଭୁ ଦାଉଦଙ୍କ ସହିତ ଥିଲେ। ତେଣୁ ଦାଉଦ ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେଲେ।


Swiv nou:

Piblisite


Piblisite