Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 17:9 - ପବିତ୍ର ବାଇବଲ

9 ଆମ୍ଭେ ଆମ୍ଭର ଲୋକ ଇସ୍ରାଏଲକୁ ଏହି ସ୍ଥାନ ଦେଇଅଛୁ। ସେମାନେ ବୃକ୍ଷ ରୋପଣ କରିବେ ଓ ସେହି ବୃକ୍ଷସବୁର ତଳେ ଶାନ୍ତିରେ ବସିବେ। ସେମାନେ ଆଉ କୌଣସି ବିଷୟରେ ଚିନ୍ତିତ ହେବେ ନାହିଁ। ପୂର୍ବ ପରି ମନ୍ଦ ଲୋକେ ଆଉ ସେମାନଙ୍କୁ ଆଘାତ କରିବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଆଉ ଆମ୍ଭେ ଆପଣା ଇସ୍ରାଏଲ-ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ନିରୂପଣ କରି ସେମାନଙ୍କୁ ରୋପଣ କରିବା; ତହିଁରେ ସେମାନେ ଆପଣାମାନଙ୍କ ସେହି ସ୍ଥାନରେ ବାସ କରି ଆଉ ଚାଳିତ ନୋହିବେ; କିଅବା ଯେପରି ପୂର୍ବକାଳରେ ଓ ଯେସମୟାବଧି ଆମୋ.୯:୧୪

Gade chapit la Kopi

ଓଡିଆ ବାଇବେଲ

9 ଆଉ ଆମ୍ଭେ ଆପଣା ଇସ୍ରାଏଲ-ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ନିରୂପଣ କରି ସେମାନଙ୍କୁ ରୋପଣ କରିବା; ତହିଁରେ ସେମାନେ ଆପଣାମାନଙ୍କ ସେହି ସ୍ଥାନରେ ବାସ କରି ଆଉ ଚାଳିତ ନୋହିବେ; କିଅବା ଯେପରି ପୂର୍ବକାଳରେ ଓ ଯେ ସମୟାବଧି

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଆଉ ଆମ୍ଭେ ଆପଣା ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ନିରୂପଣ କରି ସେମାନଙ୍କୁ ରୋପଣ କରିବା; ତହିଁରେ ସେମାନେ ଆପଣାମାନଙ୍କ ସେହି ସ୍ଥାନରେ ବାସ କରି ଆଉ ଚାଳିତ ନୋହିବେ; କିଅବା ଯେପରି ପୂର୍ବକାଳରେ ଓ ଯେ ସମୟାବଧି

Gade chapit la Kopi




1 ବଂଶାବଳୀ 17:9
21 Referans Kwoze  

ପରମେଶ୍ୱର ସେମାନଙ୍କ ଆଖିରୁ ସମସ୍ତ ଲୁହ ପୋଛି ଦେବେ। ଆଉ ଅଧିକ ମୃତ୍ୟୁ, ବିଷାଦ, କ୍ରନ୍ଦନ ବା କଷ୍ଟ ରହିବ ନାହିଁ। ସବୁ ପୁରାତନ ବିଷୟ ଲୋପପାଇଛି।”


ମିଥ୍ୟାକଥା କହି କେହି ତୁମ୍ଭକୁ ପ୍ରତାରଣା ନ କରୁ। ଏ ବିଷୟରେ ସଚେତନ ରୁହ। ଯେଉଁମାନେ ଅବାଧ୍ୟ ହୋଇ ଏ ସମସ୍ତ ମନ୍ଦ କର୍ମ କରନ୍ତି, ସେମାନଙ୍କ ଉପରେ ପରମେଶ୍ୱର କ୍ରୋଧାନ୍ୱିତ ହୁଅନ୍ତି।


ତୁମ୍ଭେ ଆପଣା ଜ୍ଞାନଦ୍ୱାରା ଓ ଆପଣା ବୁଦ୍ଧିଦ୍ୱାରା ଧନ ପ୍ରାପ୍ତ ହୋଇଅଛ ଓ ଆପଣା ଭଣ୍ଡାରରେ ସୁନା ଓ ରୂପା ସଞ୍ଚୟ କରିଅଛ।


ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ବଳରେ ଏହି ରାଜ୍ୟକୁ ସେମାନଙ୍କଠାରୁ ଛଡ଼ାଇ ନେଇ ତାହା ଆମ୍ଭମାନଙ୍କୁ ଦେଇଅଛ। ତୁମ୍ଭେ ସେହି ବିଦେଶୀ ଲୋକମାନଙ୍କୁ ନିଶ୍ଚିହ୍ନ କରିଛ। ତୁମ୍ଭେ ସେମାନଙ୍କୁ ବିଦେଶ ଭୂମି ଛାଡ଼ିବାକୁ ବାଧ୍ୟ କରିଛ।


ଦୀର୍ଘଦିନ ପରେ ସେହି ମିଶରର ରାଜା ମୃତ୍ୟୁବରଣ କଲେ କିନ୍ତୁ ଇସ୍ରାଏଲୀୟମାନଙ୍କୁ ପୂର୍ବପରି କଠିନ ପରିଶ୍ରମ କରିବାକୁ ପଡ଼ିଲା। ସେମାନେ ଅନୁନୟ କଲେ ଏବଂ ପରମେଶ୍ୱର ସେମାନଙ୍କର ଡାକ ଶୁଣିଲେ।


ଆମ୍ଭେ ଆପଣା ଲୋକମାନଙ୍କୁ ତାଙ୍କ ନିଜ ଭୂମିରେ ସ୍ଥାପନ କରିବା। ଆମ୍ଭେ ଯେଉଁ ଭୂମି ସେମାନଙ୍କୁ ଦେଇଛୁ, ସେମାନେ ଯେପରି ତାଙ୍କ ଭୂମିରୁ କେବେ ବିତାଡ଼ିତ ହେବେ ନାହିଁ।” ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଏହା କୁହନ୍ତି।


ଏବଂ ମୁଁ ମୋର ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲି ଓ ଯେଉଁଠାରେ ସେମାନଙ୍କ ପୂର୍ବପୁରୁଷଗଣ ବାସ କରୁଥିଲେ, ସେହି ଦେଶରେ ସେମାନେ ବାସ କରିବେ। ସେମାନେ, ସେମାନଙ୍କର ସନ୍ତାନମାନେ ଓ ସେମାନଙ୍କର ସନ୍ତାନମାନଙ୍କର ସନ୍ତାନମାନେ ସଦାକାଳ ସେଠାରେ ବାସ କରିବେ। ଏବଂ ମୋର ଦାସ ଦାଉଦ ସଦାକାଳ ସେମାନଙ୍କର ଅଧିପତି ହେବେ।


ଏବଂ ମୁଁ ନାନା ଜାତିମାନଙ୍କ ମଧ୍ୟରୁ ସେମାନଙ୍କୁ ବାହାର କରି ଆଣିବି ଓ ନାନା ଦେଶରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କୁ ନିଜ ଦେଶକୁ ଆଣିବି। ଏବଂ ମୁଁ ସେମାନଙ୍କୁ ଇସ୍ରାଏଲର ପର୍ବତମାନଙ୍କରେ, ଝରଣାଗୁଡ଼ିକ ନିକଟରେ ଓ ଦେଶର ବନ୍ଦୋବସ୍ଥ ସ୍ଥାନଗୁଡ଼ିକରେ ଚରାଇବି।


ଆମ୍ଭେ ସେମାନଙ୍କର ମଙ୍ଗଳ ସାଧନ କରି ଖୁସୀ ହେବା। ଆଉ ମଧ୍ୟ ଆମ୍ଭେ ଆପଣା ଆପଣା ମନପ୍ରାଣ ଦେଇ ସେମାନଙ୍କୁ ସ୍ଥାପିତ କରିବା।’”


ଆମ୍ଭେ ସେମାନଙ୍କୁ ସୁରକ୍ଷା ଦେବା। ଆମ୍ଭେ ସେମାନଙ୍କୁ ଭଗ୍ନ କରିବା ନାହିଁ, ଆମ୍ଭେ ସେମାନଙ୍କୁ ନିର୍ମାଣ କରିବା। ପୁଣି ଆମ୍ଭେ ସେମାନଙ୍କୁ ଉତ୍ପାଟନ କରିବା ନାହିଁ, ଆମ୍ଭେ ସେମାନଙ୍କୁ ରୋପଣ କରିବା।


ସିୟୋନର ଶୋକାର୍ତ୍ତ ଲୋକମାନଙ୍କୁ ଯୋଗାଇ ଦେବାକୁ ଓ ଭସ୍ମ ପରିବର୍ତ୍ତେ ଭୂଷଣ, ଦୁଃଖ ପରିବର୍ତ୍ତେ ସୁଖ ରୂପ ତୈଳ, ଅବସନ୍ନ ଆତ୍ମା ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି। ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ‘ଧର୍ମରୂପ ବୃକ୍ଷ’ ଓ ‘ତାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ।’


ତୁମ୍ଭ ଦେଶରେ ଦୌରାତ୍ମ୍ୟର କଥା ଓ ତୁମ୍ଭର ସୀମା ମଧ୍ୟରେ ଧ୍ୱଂସ ଓ ବିନାଶର କଥା ଆଉ ଶୁଣାଯିବ ନାହିଁ। ତୁମ୍ଭେ ତୁମ୍ଭ ପ୍ରାଚୀର ସମୂହର ନାମ ‘ପରିତ୍ରାଣ’ ଓ ତୁମ୍ଭ ନଗରର ଦ୍ୱାର ସମୂହର ନାମ ‘ପ୍ରଶଂସା’ ରଖିବ।


ତୁମ୍ଭର ସନ୍ତାନମାନେ ଶୀଘ୍ର ଆସୁ ଅଛନ୍ତି। ତୁମ୍ଭର ଉତ୍ପାଟନକାରୀମାନେ ଓ ଯେଉଁମାନେ ତୁମ୍ଭକୁ ଉଚ୍ଛିନ୍ନ କରିଛନ୍ତି ସେମାନେ ତୁମ୍ଭ ମଧ୍ୟରୁ ବାହାରି ଯିବେ।


ସେମାନେ ପରମେଶ୍ୱରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ ଅଙ୍କୁରିତ ଡାଳଗଛ ସ୍ୱରୂପ।


ଶତ୍ରୁମାନେ ମନୋନୀତ ରାଜାଙ୍କୁ ପରାସ୍ତ କରି ପାରିବେ ନାହିଁ। ଦୁଷ୍ଟ ଲୋକମାନେ ତାଙ୍କୁ ପରାସ୍ତ କରି ପାରିବେ ନାହିଁ।


ତୁମ୍ଭେ ଯେଉଁଆଡ଼େ ଗଲ, ଆମ୍ଭେ ତୁମ୍ଭ ସହିତରେ ରହିଲୁ। ଆମ୍ଭେ ତୁମ୍ଭ ସମ୍ମୁଖରେ ତୁମ୍ଭର ଶତ୍ରୁଗଣକୁ ବଧ କଲୁ। ବର୍ତ୍ତମାନ ଆମ୍ଭେ ତୁମ୍ଭକୁ ପୃଥିବୀର ସବୁଠାରୁ ବିଖ୍ୟାତ ଲୋକଙ୍କ ମଧ୍ୟରେ ଜଣେ କରିବା।


ସେହି ଅମଙ୍ଗଳର ଘଟଣାସବୁ ଘଟିଲା, କିନ୍ତୁ ଆମ୍ଭର ଲୋକ ଇସ୍ରାଏଲର ଯତ୍ନ ନେବା ନିମନ୍ତେ ଆମ୍ଭେ ନେତାମାନଙ୍କୁ ମନୋନୀତ କଲୁ। ଏବଂ ଆମ୍ଭେ ତୁମ୍ଭର ସମସ୍ତ ଶତ୍ରୁଗଣକୁ ମଧ୍ୟ ପରାଜିତ କରିବା। “‘ଆମ୍ଭେ ତୁମ୍ଭକୁ କହୁଅଛୁ, ସଦାପ୍ରଭୁ ତୁମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବେ।


Swiv nou:

Piblisite


Piblisite