Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 17:16 - ପବିତ୍ର ବାଇବଲ

16 ଏହା ପରେ ରାଜା ଦାଉଦ ପବିତ୍ର ତମ୍ବୁକୁ ଗଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ। ଦାଉଦ କହିଲେ, “ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମୋ’ ନିମନ୍ତେ ଓ ମୋର ପରିବାର ନିମନ୍ତେ ଅନେକ ମହାନ କାର୍ଯ୍ୟମାନ କରିଅଛ। ଆଉ ମୁଁ ଜାଣେନା କାହିଁକି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଏଥିରେ ଦାଉଦ ରାଜା ଭିତରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ ଓ କହିଲେ, ହେ ସଦାପ୍ରଭୁ ପରମେଶ୍ଵରଣ! ମୁଁ କିଏ ଓ ମୋହର ବଂଶ ଅବା କି ଯେ, ତୁମ୍ଭେ ମୋତେ ଏପର୍ଯ୍ୟନ୍ତ ଆଣିଅଛ?

Gade chapit la Kopi

ଓଡିଆ ବାଇବେଲ

16 ଏଥିରେ ଦାଉଦ ରାଜା ଭିତରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ ଓ କହିଲେ, “ହେ ସଦାପ୍ରଭୁ ପରମେଶ୍ୱର ! ମୁଁ କିଏ ଓ ମୋହର ବଂଶ ଅବା କି ଯେ, ତୁମ୍ଭେ ମୋତେ ଏପର୍ଯ୍ୟନ୍ତ ଆଣିଅଛ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଏଥିରେ ଦାଉଦ ରାଜା ଭିତରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ ଓ କହିଲେ, “ହେ ସଦାପ୍ରଭୁ ପରମେଶ୍ୱର! ମୁଁ କିଏ ଓ ମୋହର ବଂଶ ଅବା କି ଯେ, ତୁମ୍ଭେ ମୋତେ ଏପର୍ଯ୍ୟନ୍ତ ଆଣିଅଛ?

Gade chapit la Kopi




1 ବଂଶାବଳୀ 17:16
15 Referans Kwoze  

ତା'ପରେ ରାଜା ଦାଉଦ ସଦାପ୍ରଭୁଙ୍କ ସମ୍ମୁଖକୁ ଯାଇ ବସିଲେ ଏବଂ କହିଲେ, ସଦାପ୍ରଭୁ ମୋର ପ୍ରଭୁ, “କାହିଁକି ମୁଁ ତୁମ୍ଭ ପକ୍ଷରେ ଏତେ ଗୁରୁତ୍ୱପୂର୍ଣ୍ଣ? କାହିଁକି ମୋର ପରିବାର ଏତେ ଗୁରୁତ୍ୱପୂର୍ଣ୍ଣ? କାହିଁକି ମୋତେ ଏତେ ଗୁରୁତ୍ୱପୂର୍ଣ୍ଣ କରିଛ?


ତୁମ୍ଭେ ମୋତେ ଦୟା ଦେଖାଇ ଆସିଅଛ। ତୁମ୍ଭେ ମୋର ବହୁତ ମଙ୍ଗଳ କରିଅଛ। ମୁଁ ସେ କୌଣସି ବିଷୟ ପାଇଁ ଯୋଗ୍ୟ ନୁହେଁ। ମୁଁ ଯେତେବେଳେ ପ୍ରଥମ ଥର ଯର୍ଦ୍ଦନ ନଦୀ ପାରି ହେଲି, କେବଳ ଏ ବାଡ଼ି ଛଡ଼ା ମୋର କିଛି ନ ଥିଲା। କିନ୍ତୁ ବର୍ତ୍ତମାନ ମୋର ପରିବାର, ଜୀବଜନ୍ତୁ ଏତେ ବେଶୀ ଯେ ଦୁଇଟା ଶିବିର ହୋଇପାରେ।


ପରମେଶ୍ୱରଙ୍କ ଲୋକମାନଙ୍କ ଭିତରେ ମୁଁ ଅତି କ୍ଷୁଦ୍ର ଲୋକ ଥିଲି, କିନ୍ତୁ ପରମେଶ୍ୱର ମୋତେ ଏହି ଅନୁଗ୍ରହଦାନ ଦେଲେ ଯେପରି ମୁଁ ଅଣଯିହୂଦୀମାନଙ୍କୁ ଖ୍ରୀଷ୍ଟଙ୍କ ଐଶ୍ୱର୍ଯ୍ୟପୂର୍ଣ୍ଣ ସୁସମାଗ୍ଭର କହିବି। ସେହି ଐଶ୍ୱର୍ଯ୍ୟଗୁଡ଼ିକ ଏତେ ମହାନ ଯେ ତାହାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ସମ୍ଭବପର ନୁହେଁ।


ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ କାହିଁକି? ତୁମ୍ଭେ ଆମ୍ଭମାନଙ୍କ ପ୍ରତି କାହିଁକି ଧ୍ୟାନ ଦିଅ?


ଶାଉଲ ଉତ୍ତର ଦେଲେ, “ମୁଁ ବିନ୍ୟାମୀନ ବଂଶର ସଦସ୍ୟ ଅଟେ। ଏହା ଇସ୍ରାଏଲର ଏକ ଛୋଟ ପରିବାରବର୍ଗ। ଆପଣ କାହିଁକି କହୁଛନ୍ତି ଇସ୍ରାଏଲୀୟମାନେ ମୋତେ ଗ୍ଭହାନ୍ତି?”


ଶାମୁୟେଲ ଏକ ପଥର ପ୍ରତିଷ୍ଠା କଲେ। ସେ ଏହା କରିବାର ଉଦ୍ଦେଶ୍ୟ ଲୋକମାନଙ୍କୁ ସାହାଯ୍ୟ କରିବା ଏବଂ ସଦାପ୍ରଭୁଙ୍କର ସାହାଯ୍ୟ ମନେ ରଖିବା, ସେ ଏହି ପଥରକୁ ମି‌ସ୍‌ପୀ ଓ ଶେନ ମଧ୍ୟରେ ପ୍ରତିଷ୍ଠା କଲେ ଏହାର ନାମ “ସାହାଯ୍ୟକାରୀ ପଥର” ରଖିଲେ। ଶାମୁୟେଲ କହିଲେ, “ସଦାପ୍ରଭୁ ଆମ୍ଭକୁ ଏ ସ୍ଥାନରେ ସବୁ ପ୍ରକାର ସାହାଯ୍ୟ କରିଛନ୍ତି।”


ପରମେଶ୍ୱର ଆମ୍ଭମାନଙ୍କୁ ମୃତ୍ୟୁର ଏହି ଭୟଙ୍କର ବିପଦରୁ ଉଦ୍ଧାର କଲେ। ପରମେଶ୍ୱର ସର୍ବଦା ଏପରି ଉଦ୍ଧାର କରିବେ। ଆମ୍ଭେ ତାହାଙ୍କ ଉପରେ, ଆଶାବାନ ଓ ସେ ଆମ୍ଭମାନଙ୍କୁ ସର୍ବଦା ଉଦ୍ଧାର କରିବେ।


କିନ୍ତୁ ମୋତେ ପରମେଶ୍ୱର ସାହାଯ୍ୟ କଲେ। ସେ ଆଜି ପର୍ଯ୍ୟନ୍ତ ମୋତେ ସାହାଯ୍ୟ କରିଆସୁଛନ୍ତି। ପରମେଶ୍ୱରଙ୍କ ସାହାଯ୍ୟ ପାଇ ମୁଁ ଏଠାରେ ଠିଆ ହୋଇଛି। ଉଭୟ ପ୍ରଭାବଶାଳୀ ଓ ସାଧାରଣ ଲୋକମାନଙ୍କୁ, ମୁଁ ଦେଖିଥିବା କଥା କହୁଛି। ମୁଁ କିଛି ନୂଆ କଥା କହୁ ନାହିଁ। ମୋଶା ଓ ଭାବବାଦୀମାନେ ଯାହାସବୁ ଘଟିବ ବୋଲି କହିଛନ୍ତି, ମୁଁ ସେହି କଥା କହୁଛି।


ହିଜକିୟ ତାଙ୍କର ଦୂତମାନଙ୍କଦ୍ୱାରା ପଠାଯାଇଥିବା ଚିଠିଟିକୁ ପାଠକଲେ। ତା'ପରେ ସେ ସଦାପ୍ରଭୁଙ୍କ ମନ୍ଦିରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ଚିଠିଟିକୁ ମେଲାଇ ଦେଲେ।


କିନ୍ତୁ ଗିଦିୟୋନ ତାଙ୍କୁ କହିଲେ, “ହେ ମୋର ସଦାପ୍ରଭୁ, ମୁଁ କିପରି ଇସ୍ରାଏଲକୁ ରକ୍ଷା କରି ପାରିବି? ମନଃଶିର ପରିବାରବର୍ଗ ମଧ୍ୟରେ ମୋର ପରିବାର ସବୁଠାରୁ ଦୁର୍ବଳ ଏବଂ ମୋର ପରିବାର ମଧ୍ୟରେ ମୁଁ ସବୁଠାରୁ ସାନ।”


ପରମେଶ୍ୱର ଯେଉଁ ସମସ୍ତ ବିଷୟ ଓ ଦର୍ଶନ କରାଇଥିଲେ, ନାଥନ ସେହିସବୁ ଦାଉଦଙ୍କୁ ଜଣାଇଲେ।


ସର୍ବୋପରି, ଭବିଷ୍ୟତରେ ମୋ’ ପରିବାର ପ୍ରତି କ’ଣ ଘଟିବ, ତାହା ମଧ୍ୟ ତୁମ୍ଭେ ମୋତେ ଜାଣିବାକୁ ଦେଲ। ସତେ ଯେପରି ମୁଁ ଜଣେ ଅତି ମହାନ ବ୍ୟକ୍ତି ଅଟେ, ତୁମ୍ଭେ ମୋ’ ପ୍ରତି ସେ ପ୍ରକାର ବ୍ୟବହାର କଲ।


ଆମ୍ଭେମାନେ କିଏ ଯେ ଏପରି ସ୍ୱେଚ୍ଛାପୂର୍ବକ ଦାନ କରିବାକୁ ସମର୍ଥ ହେବୁ? ଏହି ସମସ୍ତ ବସ୍ତୁ ମୋ'ଠାରୁ କିଅବା ମୋର ଲୋକମାନଙ୍କଠାରୁ ଆସି ନାହିଁ। ଏହି ସମସ୍ତ ବସ୍ତୁ ତୁମ୍ଭଠାରୁ ଆସେ, ତୁମ୍ଭଠାରୁ ଯାହା ଆସିଅଛି, ଆମ୍ଭେ କେବଳ ତାହା ତୁମ୍ଭକୁ ଦେଇଅଛୁ।


ଶଲୋମନ ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ ମୋର ବାପା ଦାଉଦଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲ। ମୋର ବାପାଙ୍କ ସ୍ଥାନରେ ନୂତନ ରାଜା ହେବା ନିମନ୍ତେ ତୁମ୍ଭେ ମୋତେ ମନୋନୀତ କଲ।


Swiv nou:

Piblisite


Piblisite