Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 16:5 - ପବିତ୍ର ବାଇବଲ

5 ଆସଫ ପ୍ରଥମ ଦଳର ନେତା ଥିଲେ। ଆସଫଙ୍କ ଦଳ ଗିନି ବଜାଉଥିଲେ। ଯିଖରିୟ ଦ୍ୱିତୀୟ ଦଳର ନେତା ଥିଲେ। ଅନ୍ୟ ଲେବୀୟମାନେ ଥିଲେ: ଯିୟୟେଲ, ଶମୀରାମୋତ୍, ଯିହୀୟେଲ, ମତ୍ତଥିୟ, ଇଲୀୟାବ, ବନାୟ, ଓବେଦ୍-ଇଦୋମ୍ ଓ ଯିୟୂୟେଲ। ଏହି ବ୍ୟକ୍ତିମାନେ ତମ୍ବୁରା ଓ ବୀଣା ବଜାଉଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେମାନଙ୍କ ମଧ୍ୟରେ ଆସଫ ପ୍ରଧାନ, ଦ୍ଵିତୀୟ ଜିଖରୀୟ, ଆଉ ଯୀୟୟେଲ ଓ ଶମୀରାମୋତ୍ ଓ ଯିହୀୟେଲ ଓ ମତ୍ତଥୀୟ ଓ ଇଲୀୟାବ ଓ ବନାୟ ଓ ଓବେଦ୍ ଇଦୋମ୍ ଓ ଯୀୟୟେଲ ପରମେଶ୍ଵରଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ନେବଲ ଓ ବୀଣା ଓ ଆସଫ ଉଚ୍ଚଧ୍ଵନିର କରତାଳ;

Gade chapit la Kopi

ଓଡିଆ ବାଇବେଲ

5 ସେମାନଙ୍କ ମଧ୍ୟରେ ଆସଫ ପ୍ରଧାନ, ଦ୍ୱିତୀୟ ଜିଖରୀୟ, ଆଉ ଯୀୟୟେଲ, ଶମୀରାମୋତ୍‍, ଯିହୀୟେଲ, ମତ୍ତଥୀୟ, ଇଲୀୟାବ୍‍, ବନାୟ, ଓବେଦ୍‍-ଇଦୋମ ଓ ଯିୟୀୟେଲ୍‍ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ନେବଲ, ବୀଣା ଓ ଆସଫ ଉଚ୍ଚଧ୍ୱନିର କରତାଳ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେମାନଙ୍କ ମଧ୍ୟରେ ଆସଫ ପ୍ରଧାନ, ଦ୍ୱିତୀୟ ଜିଖରୀୟ, ଆଉ ଯୀୟୟେଲ, ଶମୀରାମୋତ୍‍, ଯିହୀୟେଲ, ମତ୍ତଥୀୟ, ଇଲୀୟାବ୍‍, ବନାୟ, ଓବେଦ୍‍-ଇଦୋମ ଓ ଯିୟୀୟେଲ୍‍ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ନେବଲ, ବୀଣା ଓ ଆସଫ ଉଚ୍ଚଧ୍ୱନିର କରତାଳ;

Gade chapit la Kopi




1 ବଂଶାବଳୀ 16:5
9 Referans Kwoze  

ହେମ‌ନଙ୍କ ଆତ୍ମୀୟ ଥିଲେ ଆସଫ୍। ଆସଫ୍ ହେମ‌ନଙ୍କ ଦକ୍ଷିଣ ପାର୍ଶ୍ୱରେ ରହି ସେବାକାର୍ଯ୍ୟ କରୁଥିଲେ। ଆସଫ ବେରିଖିୟଙ୍କ ପୁତ୍ର ଥିଲେ। ବେରିଖିୟ ଶିମିୟଙ୍କ ପୁତ୍ର ଥିଲେ।


ଦାଉଦ, ରାଜାଙ୍କ ଭବିଷ୍ୟ‌ଦ୍‌ବକ୍ତା ଗାଦ୍ ଓ ନାଥନ୍ ଭବିଷ୍ୟ‌ଦ୍‌ବକ୍ତା ଯେଉଁ ପ୍ରକାର ଆଦେଶ ଦେଇଥିଲେ, ରାଜା ହିଜକିୟ ସେହି ପ୍ରକାରେ ଲେବୀୟମାନଙ୍କୁ ଝାଞ୍ଜ, ବୀଣା ଓ ସାରଙ୍ଗ ସହିତ ସଦାପ୍ରଭୁଙ୍କ ମନ୍ଦିରରେ ଅବସ୍ଥାପିତ କଲେ। ଏହି ଆଦେଶ ସଦାପ୍ରଭୁଙ୍କଠାରୁ ତାଙ୍କର ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ମାଧ୍ୟମରେ ଆସିଥିଲା।


ଦାଉଦ ଓ ଇସ୍ରାଏଲର ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ଆଗରେ ଦେବଦାରୁ କାଠରେ ତିଆରି ନାନା ପ୍ରକାର ବାଦ୍ୟଯନ୍ତ୍ର ବୀଣା ଓ ନେବଲ ଓ ଦାରା, ମନ୍ଦିରା ଓ କରତାଳି ବଜାଇ ନାଚୁ ଥିଲେ।


ଏହା ପରେ ନିୟମସିନ୍ଦୁକ ସମ୍ମୁଖରେ ସେବାକାର୍ଯ୍ୟ କରିବା ନିମନ୍ତେ ଦାଉଦ କେତେଜଣ ଲେବୀୟଙ୍କୁ ମନୋନୀତ କଲେ। ଇସ୍ରାଏଲର ପରମେଶ୍ୱର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦ କରିବା ଏବଂ ଆନନ୍ଦ ଉତ୍ସବ କରିବା ସେହି ଲେବୀୟମାନଙ୍କ କାର୍ଯ୍ୟ ଥିଲା।


ବନାୟ ଓ ଯହସୀୟେଲ, ଏହି ଦୁଇଜଣ ଯାଜକ ସର୍ବଦା ନିୟମସିନ୍ଦୁକ ସମ୍ମୁଖରେ ତୂରୀ ବଜାଉଥିଲେ।


ଏହା ପରେ, ଦାଉଦ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ନିୟମସିନ୍ଦୁକ ସମ୍ମୁଖରେ ଛାଡ଼ି ଗ୍ଭଲିଗଲେ। ଦାଉଦ ସେମାନଙ୍କୁ ପ୍ରତିଦିନ ତାହା ସମ୍ମୁଖରେ ସେବାକାର୍ଯ୍ୟ କରିବା ନିମନ୍ତେ ଛାଡ଼ି ଗଲେ।


ତହତ୍ ଅସୀରଙ୍କ ପୁତ୍ର ଥିଲେ। ଊରିୟେଲ ତହତ୍‌ଙ୍କ ପୁତ୍ର ଥିଲେ। ଊଷିୟ ଉରିୟେଲଙ୍କ ପୁତ୍ର ଥିଲେ। ଶୌଲ୍ ଉଷିୟଙ୍କ ପୁତ୍ର ଥିଲେ।


Swiv nou:

Piblisite


Piblisite