Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 16:22 - ପବିତ୍ର ବାଇବଲ

22 ସଦାପ୍ରଭୁ ସେହି ରାଜାମାନଙ୍କୁ କହିଲେ, “ଆମ୍ଭର ମନୋନୀତ ବ୍ୟକ୍ତିଙ୍କୁ ସ୍ପର୍ଶ କର ନାହିଁ। ଆମ୍ଭର ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ଆଘାତ କର ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 କହିଲେ, ଆମ୍ଭର ଅଭିଷିକ୍ତମାନଙ୍କୁ ସ୍ପର୍ଶ ନ କର ଓ ଆମ୍ଭର ଭବିଷ୍ୟଦ୍ବକ୍ତାମାନଙ୍କ ପ୍ରତି କୌଣସି କ୍ଷତି ନ କର।

Gade chapit la Kopi

ଓଡିଆ ବାଇବେଲ

22 କହିଲେ, “ଆମ୍ଭର ଅଭିଷିକ୍ତମାନଙ୍କୁ ସ୍ପର୍ଶ ନ କର ଓ ଆମ୍ଭର ଭବିଷ୍ୟଦ୍‍ବକ୍ତାମାନଙ୍କ ପ୍ରତି କୌଣସି କ୍ଷତି ନ କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 କହିଲେ, “ଆମ୍ଭର ଅଭିଷିକ୍ତମାନଙ୍କୁ ସ୍ପର୍ଶ ନ କର ଓ ଆମ୍ଭର ଭବିଷ୍ୟଦ୍‍ବକ୍ତାମାନଙ୍କ ପ୍ରତି କୌଣସି କ୍ଷତି ନ କର।”

Gade chapit la Kopi




1 ବଂଶାବଳୀ 16:22
8 Referans Kwoze  

ତେଣୁ ତୁମ୍ଭେ ଅବ୍ରହାମଙ୍କୁ ପୁନରାୟ ତାଙ୍କ ସ୍ତ୍ରୀଙ୍କୁ ତାଙ୍କୁ ଫେରାଇଦିଅ। ଅବ୍ରହାମ ଜଣେ ଭବିଷ୍ୟ‌ଦ୍‌ବକ୍ତା। ସେ ତୁମ୍ଭ ପାଇଁ ପ୍ରାର୍ଥନା କରିବ। ତୁମ୍ଭେ ବଞ୍ଚି ରହିବ। ତୁମ୍ଭେ ଯଦି ସାରାକୁ ନ ଫେରାଅ ତେବେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରି କହୁଛି ତୁମ୍ଭେ ମରିବ। ଏବଂ ତୁମ୍ଭର ପରିବାର ତୁମ୍ଭ ସହିତ ମୃତ୍ୟୁବରଣ କରିବେ।”


ପରମେଶ୍ୱର କହିଲେ, “ଆମ୍ଭର ମନୋନୀତ ଲୋକମାନଙ୍କୁ ଆଘାତ କର ନାହିଁ। ଏବଂ ଆମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣଙ୍କର କୌଣସି କ୍ଷତି କର ନାହିଁ।”


ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଏକ ବିଶେଷ ଦାନ ଦେଇଛନ୍ତି, ତାହା ତୁମ୍ଭଠାରେ ଏପର୍ଯ୍ୟନ୍ତ ଅଛି। ଏଥିପାଇଁ ତୁମ୍ଭର କାହାଠାରୁ ଶିକ୍ଷା ନେବା ଆବଶ୍ୟକ ନାହିଁ। ମାତ୍ର ତାହାଙ୍କଠାରୁ ପ୍ରାପ୍ତ ସେହି ଦାନ ତୁମ୍ଭକୁ ସମସ୍ତ ବିଷୟରେ ଶିକ୍ଷା ଦେଉଛି। ସେ ତୁମ୍ଭକୁ ଦେଇଥିବା ସେହି ଦାନ ସତ୍ୟ ଅଟେ, ମିଥ୍ୟା ନୁହେଁ। ତେଣୁ ତାହାଙ୍କର ସେହି ଦାନର ଶିକ୍ଷାନୁସାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଆଉ ଜୀବନଯାପନ କର।


ଆଉ ନି‌ମ୍‌ଶିର ପୁତ୍ର ଯେହୂକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କର। ଆଉ ଆବେ‌‌ଲ୍‌‌ମହୋଲା ନିବାସୀ ଶାଫଟର ପୁତ୍ର ଇଲୀଶାୟକୁ ତୁମ୍ଭ ସ୍ଥାନରେ ଭବିଷ୍ୟ‌ଦ୍‌ବକ୍ତା ରୂପେ ଅଭିଷେକ କର।


ସକଳ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାୟନ କର। ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହି ଶୁଭବାର୍ତ୍ତା ପ୍ରତିଦିନ କୁହ।


Swiv nou:

Piblisite


Piblisite