Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 16:1 - ପବିତ୍ର ବାଇବଲ

1 ତା'ପରେ ସେମାନେ ନିୟମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହା ପରେ ସେମାନେ ପରମେଶ୍ୱରଙ୍କ ଆଗରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଏଥିଉତ୍ତାରେ ସେମାନେ ପରମେଶ୍ଵରଙ୍କ ସିନ୍ଦୁକ ଭିତରକୁ ଆଣି, ଦାଉଦ ତହିଁ ନିମନ୍ତେ ଯେଉଁ ତମ୍ଵୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ଆଉ ସେମାନେ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଭିତରକୁ ଆଣି, ଦାଉଦ ତହିଁ ନିମନ୍ତେ ଯେଉଁ ତମ୍ବୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ଆଉ ସେମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଭିତରକୁ ଆଣି, ଦାଉଦ ତହିଁ ନିମନ୍ତେ ଯେଉଁ ତମ୍ବୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ଆଉ ସେମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

Gade chapit la Kopi




1 ବଂଶାବଳୀ 16:1
14 Referans Kwoze  

ଦାଉଦ ଆପଣା ନିମନ୍ତେ ଦାଉଦ ନଗରରେ ଗୃହମାନ ନିର୍ମାଣ କଲେ। ଏହା ପରେ ସେ ନିୟମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କଲେ। ସେ ସେଥି ନିମନ୍ତେ ଏକ ତମ୍ବୁ ନିର୍ମାଣ କଲେ।


ସଦାପ୍ରଭୁଙ୍କ ନିୟମ-ସିନ୍ଦୁକକୁ ଦାଉଦ ଯିରୁଶାଲମକୁ କିରିୟତ ଯିୟାରୀମଠାରୁ ଆଣିଥିଲେ। ଯିରୁଶାଲମରେ ଏହାକୁ ସ୍ଥାପନ କରିବା ନିମନ୍ତେ ଦାଉଦ ଏକ ସ୍ଥାନ ନିରୂପଣ କରିଥିଲେ। ଦାଉଦ ଯିରୁଶାଲମରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ପାଇଁ ଏକ ତମ୍ବୁ ନିର୍ମାଣ କରିଥିଲେ।


ଦାଉଦ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଲେବୀ ଗୋଷ୍ଠୀର ନେତା ଅଟ। ତୁମ୍ଭେ ଓ ଅନ୍ୟ ଲେବୀୟମାନେ ନିଜକୁ ପବିତ୍ର କରିବା ନିତାନ୍ତ ଆବଶ୍ୟକ। ଏହା ପରେ ମୁଁ ନିୟମସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ତୁମ୍ଭେମାନେ ତାହାକୁ ସେହି ସ୍ଥାନକୁ ଆଣିବ।


ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ଯାଅ, ସିନ୍ଦୁକ ସହିତ ଯାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ।


ଏହା ପରେ ସେହି ମଙ୍ଗଳାର୍ଥକ ନୈବେଦ୍ୟରୁ ଏକ ଅଂଶ ନୈବେଦ୍ୟ ସଦାପ୍ରଭୁଙ୍କ ପାଇଁ ଉପହାର ରୂପେ ହେବ। ସେ ତା'ର ମେଦ, ସମସ୍ତ ମେଦମୟ ଲାଙ୍ଗୁଳ, ମେରୁଦଣ୍ଡ ନିକଟରୁ କାଟି ନେବ। ସମସ୍ତ ମେଦ ଉପରିସ୍ଥ ଅଂଶ ଏବଂ ଏହାର ଅନ୍ତ ଅଂଶଗୁଡ଼ିକ ନୈବେଦ୍ୟ ହେବ।


ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରି ସାରିବା ପରେ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ।


ତା'ପରେ ଶଲୋମନ ଜାଗ୍ରତ ହେଲେ ଓ ଜାଣିଲେ ଯେ ପରମେଶ୍ୱର ତାଙ୍କୁ ସ୍ୱପ୍ନାଦେଶ କରିଛନ୍ତି। ତେଣୁ ସେ ଯିରୁଶାଲମକୁ ଯାଇ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ଦଣ୍ଡାୟମାନ ହୋଇ ହୋମବଳି ଉତ୍ସର୍ଗ କଲେ ଓ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ନିଜର କର୍ମଗ୍ଭରୀ ଓ ଅନୁଚରମାନଙ୍କୁ ଏକ ଭୋଜି ଦେଲେ।


ଅନନ୍ତର ରାଜା ଓ ତାଙ୍କ ସହିତ ସମସ୍ତ ଇସ୍ରାଏଲ ସଦାପ୍ରଭୁଙ୍କ ସମ୍ମୁଖରେ ବଳିଦାନ ଉତ୍ସର୍ଗ କଲେ।


ଲେବୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।


ଲେବୀୟମାନେ ନିୟମସିନ୍ଦୁକକୁ ଦାଉଦଙ୍କ ଦ୍ୱାରା ପ୍ରସ୍ତୁତ ସ୍ଥାନକୁ ବହିନେବା ସମୟରେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଯିରୁଶାଲମରେ ଏକତ୍ରିତ ହେବା ନିମନ୍ତେ ଦାଉଦ କହିଲେ।


Swiv nou:

Piblisite


Piblisite