Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 14:11 - ପବିତ୍ର ବାଇବଲ

11 ଏହା ପରେ ଦାଉଦ ଓ ତାଙ୍କ ଲୋକମାନେ ବାଲ୍-ପରାସୀମ ସହରକୁ ଗଲେ ଓ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ଦାଉଦ କହିଲେ, “ପରମେଶ୍ୱର ମୋ’ ଦ୍ୱାରା ମୋ’ ଶତ୍ରୁମାନଙ୍କୁ ବନ୍ୟା ବ୍ୟାପିବା ତୁଲ୍ୟ ଧ୍ୱଂସ କରିଅଛନ୍ତି।” ତେଣୁ ସେହି ସ୍ଥାନର ନାମ ବାଲ୍-ପରାସୀମ୍ ରଖାଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତହୁଁ ସେମାନେ ବାଲ୍-ପରାସୀମ୍କୁ ଆସନ୍ତେ, ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ତହିଁରେ ଦାଉଦ କହିଲେ, ପରମେଶ୍ଵର ମୋʼ ହସ୍ତରେ ମୋହର ଶତ୍ରୁମାନଙ୍କୁ ଜଳ ଦ୍ଵାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି। ଏହେତୁ ସେମାନେ ସେହି ସ୍ଥାନର ନାମ ବାଲ୍-ପରାସୀମ୍ ରଖିଲେ।

Gade chapit la Kopi

ଓଡିଆ ବାଇବେଲ

11 ତହୁଁ ସେମାନେ ବାଲ୍‍-ପରାସୀମ୍‍କୁ ଆସନ୍ତେ, ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ତହିଁରେ ଦାଉଦ କହିଲେ, “ପରମେଶ୍ୱର ମୋ’ ହସ୍ତରେ ମୋହର ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି।” ଏହେତୁ ସେମାନେ ସେହି ସ୍ଥାନର ନାମ “ବାଲ୍‍-ପରାସୀମ୍‍” ରଖିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତହୁଁ ସେମାନେ ବାଲ୍‍-ପରାସୀମ୍‍କୁ ଆସନ୍ତେ, ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ତହିଁରେ ଦାଉଦ କହିଲେ, “ପରମେଶ୍ୱର ମୋʼ ହସ୍ତରେ ମୋହର ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି।” ଏହେତୁ ସେମାନେ ସେହି ସ୍ଥାନର ନାମ “ବାଲ୍‍-ପରାସୀମ୍‍” ରଖିଲେ।

Gade chapit la Kopi




1 ବଂଶାବଳୀ 14:11
11 Referans Kwoze  

ସଦାପ୍ରଭୁ ପାରାସୀମ ପର୍ବତରେ ଉଠିଲାପରି ଉଠିବେ। ଗିବିୟୋନ ଉପତ୍ୟକାରେ ଯେପରି କ୍ରୋଧାନ୍ୱିତ ହୋଇଥିଲେ, ସେହିପରି କ୍ରୋଧ କରିବେ। ସେତେବେଳେ ସେ ଅ‌‌ଦ୍‌‌ଭୂତକାର୍ଯ୍ୟ ସାମ୍ପାଦନ କରିବେ। ପୁଣି ସେ ନିଜର କାର୍ଯ୍ୟ ତଥା ଅଲୌକିକ କାର୍ଯ୍ୟ ସମ୍ପନ୍ନ କରିବେ।


ସମୁଦ୍ର ତା'ର ପୂର୍ବ ଅବସ୍ଥାକୁ ଆସିବାରୁ ସମସ୍ତ ରଥଗୁଡ଼ିକ, ଅଶ୍ୱାରୋହୀମାନଙ୍କୁ ଆଚ୍ଛାଦିତ କଲା। ଇସ୍ରାଏଲୀୟମାନଙ୍କ ପଛରେ ଗୋଡ଼ାଉଥିବା ଫାରୋଙ୍କର ସମଗ୍ର ସୈନ୍ୟବାହିନୀ ସମୁଦ୍ରରେ ବୁଡ଼ିଗଲେ। କେହି ଜଣେ ହେଲେବି ସୈନ୍ୟ ବଞ୍ଚିଲେ ନାହିଁ।


ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧ‌କ୍‌କା ଦେଲା ଏବଂ ସେହି ଘରଟି ପୁରାପୂରି ଭାଙ୍ଗି ପଡ଼ିଲା।”


ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସେମାନଙ୍କ ଯୁଦ୍ଧରେ ବିଜୟୀ କରାଅ। ସଦାପ୍ରଭୁ, ତୁମ୍ଭେ ଆପଣା ସେବକ ଦାଉଦଙ୍କୁ ଶତ୍ରୁ ଖ‌ଡ଼୍‌ଗର ସମ୍ମୁଖରୁ ଉଦ୍ଧାର କର।


ସେମାନେ ପାଚେରୀରେ ଏକ ସିନ୍ଧି କରନ୍ତି ଓ ଜୋର ଜବରଦସ୍ତ ସେହି ମଧ୍ୟଦେଇ ପ୍ରବେଶ କରନ୍ତି। ଝଡ଼ର ତାଣ୍ଡବ ଲୀଳାରେ ସେମାନେ ସହଜରେ ଗତି କରନ୍ତି।


ତା'ପରେ ଦାଉଦ ବାଲ୍-ପରାସୀମକୁ ଗଲେ, ଏବଂ ସେଠାରେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ଦାଉଦ କହିଲେ, “ସଦାପ୍ରଭୁ ମୋର ଶତ୍ରୁମାନଙ୍କୁ ଛିନ୍ନ ବିଛିନ୍ନ କଲେ, ଯେପରି ନଦୀ ଭଙ୍ଗାବନ୍ଧକୁ ଭାଙ୍ଗି ବହି ନେଇଯାଏ।” ଯେଉଁଥିପାଇଁ ଦାଉଦ ଉକ୍ତ ସ୍ଥାନର ନାମ “ବାଲ୍-ପରାସୀମ ରଖିଥିଲେ।


ସଦାପ୍ରଭୁ ମୋର ଶୈଳ, ତାହାଙ୍କର ପ୍ରଶଂସା ହେଉ। ସେ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି। ସଦାପ୍ରଭୁ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।


ଆମ୍ଭର ପିତୃପୁରୁଷଙ୍କ ଖ‌ଡ଼୍‌ଗ ଦ୍ୱାରା ଏ ରାଜ୍ୟ ମିଳି ନାହିଁ। ସେମାନଙ୍କର ବଳିଷ୍ଠ ବାହୁ ଯୁଗଳ ସେମାନଙ୍କୁ ବିଜୟୀ କରି ନାହିଁ। ଏହା କେବଳ ସମ୍ଭବ ହୋଇଛି, ଯେହେତୁ ତୁମ୍ଭେ ସେମାନଙ୍କ ସାଙ୍ଗରେ ଥିଲ। ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ଆମ୍ଭର ପିତୃପୁରୁଷଙ୍କୁ ରକ୍ଷା କରିଥିଲା। କାରଣ ତୁମ୍ଭେ ସେମାନଙ୍କୁ ଭଲ ପାଉଥିଲ।


ଦାଉଦ ପରମେଶ୍ୱରଙ୍କୁ ପଗ୍ଭରିଲେ, “ମୁଁ ଯାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବି କି? ତୁମ୍ଭେ ମୋତେ ସେମାନଙ୍କ ଉପରେ ବିଜୟ ପ୍ରଦାନ କରିବ କି?” ସଦାପ୍ରଭୁ ଦାଉଦଙ୍କୁ ଉତ୍ତର ଦେଲେ, “ଯାଅ, ଆମ୍ଭେ ତୁମ୍ଭକୁ ପଲେଷ୍ଟୀୟ ଲୋକଙ୍କ ଉପରେ ବିଜୟ ପ୍ରଦାନ କରାଇବା।”


ପଲେଷ୍ଟୀୟ ଲୋକମାନେ ବାଲ୍-ପରାସୀ‌‌ମ୍‌‌ଠାରେ ସେମାନଙ୍କର ପ୍ରତିମାମାନଙ୍କୁ ଛାଡ଼ି ପଳାଇଗଲେ। ସେହି ପ୍ରତିମାମାନଙ୍କୁ ଜ୍ୱଳାଇ ଦେବା ନିମନ୍ତେ ଦାଉଦ ତାଙ୍କର ଲୋକମାନଙ୍କୁ ଆଦେଶ ଦେଲେ।


Swiv nou:

Piblisite


Piblisite