Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 14:10 - ପବିତ୍ର ବାଇବଲ

10 ଦାଉଦ ପରମେଶ୍ୱରଙ୍କୁ ପଗ୍ଭରିଲେ, “ମୁଁ ଯାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବି କି? ତୁମ୍ଭେ ମୋତେ ସେମାନଙ୍କ ଉପରେ ବିଜୟ ପ୍ରଦାନ କରିବ କି?” ସଦାପ୍ରଭୁ ଦାଉଦଙ୍କୁ ଉତ୍ତର ଦେଲେ, “ଯାଅ, ଆମ୍ଭେ ତୁମ୍ଭକୁ ପଲେଷ୍ଟୀୟ ଲୋକଙ୍କ ଉପରେ ବିଜୟ ପ୍ରଦାନ କରାଇବା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଏଥିରେ ଦାଉଦ ପରମେଶ୍ଵରଙ୍କୁ ପଚାରି କହିଲେ, ମୁଁ କʼଣ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି? ତୁମ୍ଭେ କʼଣ ସେମାନଙ୍କୁ ମୋʼ ହସ୍ତରେ ସମର୍ପଣ କରିବ? ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, ଉଠି ଯାଅ, କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।

Gade chapit la Kopi

ଓଡିଆ ବାଇବେଲ

10 ଏଥିରେ ଦାଉଦ ପରମେଶ୍ୱରଙ୍କୁ ପଚାରି କହିଲେ, “ମୁଁ କ’ଣ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି ? ତୁମ୍ଭେ କ’ଣ ସେମାନଙ୍କୁ ମୋ’ ହସ୍ତରେ ସମର୍ପଣ କରିବ ?” ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, “ଉଠି ଯାଅ, କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଏଥିରେ ଦାଉଦ ପରମେଶ୍ୱରଙ୍କୁ ପଚାରି କହିଲେ, “ମୁଁ କʼଣ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି? ତୁମ୍ଭେ କʼଣ ସେମାନଙ୍କୁ ମୋʼ ହସ୍ତରେ ସମର୍ପଣ କରିବ?” ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, “ଉଠିଯାଅ, କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”

Gade chapit la Kopi




1 ବଂଶାବଳୀ 14:10
14 Referans Kwoze  

ତୁମ୍ଭର ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ମନେ କର ଓ ସେ ତୁମ୍ଭର ପଥସବୁ ସରଳ କରିବେ।


ଦାଉଦ ପରମେଶ୍ୱରଙ୍କ ନିକଟରେ ଆଉଥରେ ପ୍ରାର୍ଥନା କଲେ। ପରମେଶ୍ୱର ଦାଉଦଙ୍କ ପ୍ରାର୍ଥନାର ଉତ୍ତର ଦେଲେ। ପରମେଶ୍ୱର କହିଲେ, “ଦାଉଦ, ତୁମ୍ଭେ ଯେତେବେଳେ ଆକ୍ରମଣ କରିବ, ସେତେବେଳେ ପଲେଷ୍ଟୀୟମାନଙ୍କ ପଛେ ପଛେ ପର୍ବତ ଉପରକୁ ଯିବ ନାହିଁ। ବରଂ ସେମାନଙ୍କ ଚତୁର୍ଦ୍ଦିଗରେ ଯାଇ ତୂ‌ତ୍‌ବୃକ୍ଷ ଆଢ଼ୁଆଳରେ ନିଜକୁ ଲୁଗ୍ଭଅ।


ଆମ୍ଭେମାନେ ଯିରୁଶାଲମରେ ଆମ୍ଭମାନଙ୍କ ନିକଟକୁ ନିୟମ-ସିନ୍ଦୁକକୁ ଫେରାଇ ଆଣିବା। ଶାଉଲ ରାଜା ଥିବା ସମୟରେ ଆମ୍ଭେମାନେ ନିୟମସିନ୍ଦୁକ ପ୍ରତି ଯତ୍ନଶୀଳ ହୋଇ ନାହୁଁ।”


ତେଣୁ ଆହାବ 400 ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଡକାଇ ଏକତ୍ରିତ କଲେ ଓ ସେମାନଙ୍କୁ ପଗ୍ଭରିଲେ, “ମୁଁ ରାମୋତ୍-ଗିଲିୟଦ ବିରୁଦ୍ଧରେ ପ୍ରଥମେ ଯୁଦ୍ଧ କରିବାକୁ ଯିବା ଉଚିତ୍ କି, ଏଥିରୁ କ୍ଷାନ୍ତ ହେବା ଉଚିତ୍?” ତହୁଁ ସେମାନେ ଉତ୍ତର କଲେ, “ତୁମ୍ଭେ ବର୍ତ୍ତମାନ ଯାଇ ଯୁଦ୍ଧ କରିବା ଉଚିତ୍, କାରଣ ସଦାପ୍ରଭୁ ତୁମ୍ଭକୁ ବର୍ତ୍ତମାନ ଜୟଲାଭ କରିବାକୁ ଦେବେ।”


ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ପଗ୍ଭରିଲେ, “ମୋର ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବା ଉଚିତ୍ କି? ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବା ପାଇଁ ଆପଣ ମୋତେ ସାହାଯ୍ୟ କରିବେ କି?” ସଦାପ୍ରଭୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ନିଶ୍ଚିତ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବାରେ ସାହାଯ୍ୟ କରିବି।”


ଏହା ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଗ୍ଭରିଲେ, “ମୁଁ କ’ଣ ଯିହୁଦାର କୌଣସି ଏକ ନଗରକୁ ନିୟନ୍ତ୍ରଣ କରିବାକୁ ଯିବି?” ସଦାପ୍ରଭୁ ଉତ୍ତର ଦେଲେ, “ଯାଅ।” ତା'ପରେ ଦାଉଦ ପଗ୍ଭରିଲେ, “ମୁଁ କେଉଁଠାକୁ ଯିବା ଉଚିତ୍?” ସଦାପ୍ରଭୁ କହିଲେ, “ତୁମ୍ଭେ ହିବ୍ରୋଣକୁ ଯାଅ।”


ତା'ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ଏହି ସୈନ୍ୟଦଳ ପଛେ ପଛେ ଗୋଡ଼ାଇଲେ, ମୁଁ ସେମାନଙ୍କୁ ଧରି ପାରିବି କି?” ସଦାପ୍ରଭୁ ଉତ୍ତର ଦେଲେ, “ତାଙ୍କ ପଛେ ଗୋଡ଼ାଅ। ତୁମ୍ଭେ ତାଙ୍କୁ ଧରି ପାରିବ। ତୁମ୍ଭେ ତୁମ୍ଭର ପରିବାରକୁ ତାଙ୍କ ନିକଟରୁ ଉଦ୍ଧାର କରି ପାରିବ।”


ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଏବଂ ତା'ପରେ ସଦାପ୍ରଭୁ ତାଙ୍କୁ କହିଲେ, “ସେଠାରେ ଆଗକୁ ଯାଅ ନାହିଁ। ତୁମ୍ଭେମାନେ ସେମାନଙ୍କ ପଛରେ ଯାଅ ଏବଂ ତୂ‌ତ୍‌ବୃକ୍ଷ ଆର ପାର୍ଶ୍ୱରେ ସେମାନଙ୍କୁ ପଛପଟୁ ଆକ୍ରମଣ କର।


ପଲେଷ୍ଟୀୟମାନେ ରଫାୟିମ ଉପତ୍ୟକାରେ ବାସ କରୁଥିବା ଲୋକମାନଙ୍କୁ ଆକ୍ରମଣ କରି ସେମାନଙ୍କର ଜିନିଷପତ୍ର ଗ୍ଭେରି କରି ନେଇଗଲେ।


ଏହା ପରେ ଦାଉଦ ଓ ତାଙ୍କ ଲୋକମାନେ ବାଲ୍-ପରାସୀମ ସହରକୁ ଗଲେ ଓ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ଦାଉଦ କହିଲେ, “ପରମେଶ୍ୱର ମୋ’ ଦ୍ୱାରା ମୋ’ ଶତ୍ରୁମାନଙ୍କୁ ବନ୍ୟା ବ୍ୟାପିବା ତୁଲ୍ୟ ଧ୍ୱଂସ କରିଅଛନ୍ତି।” ତେଣୁ ସେହି ସ୍ଥାନର ନାମ ବାଲ୍-ପରାସୀମ୍ ରଖାଗଲା।


Swiv nou:

Piblisite


Piblisite