Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 13:5 - ପବିତ୍ର ବାଇବଲ

5 ତେଣୁ ଦାଉଦ ମିଶରର ଶିୟୋରନଦୀଠାରୁ ହମାତର ସହର ପର୍ଯ୍ୟନ୍ତ ଇସ୍ରାଏଲର ଲୋକମାନଙ୍କୁ ଏକତ୍ର କଲେ। ସେମାନେ କିରିୟତ୍-ଯିୟାରୀମ ସହରରୁ ନିୟମସିନ୍ଦୁକ ଫେରାଇ ଆଣିବା ନିମନ୍ତେ ଏକତ୍ର ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ତହୁଁ କିରୀୟତ୍-ଯୀୟାରୀମରୁ ପରମେଶ୍ଵରଙ୍କ ସିନ୍ଦୁକ ଆଣିବା ନିମନ୍ତେ ଦାଉଦ ମିସରର ଶୀୟୋର ନଦୀଠାରୁ ହମାତର ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲକୁ ଏକତ୍ର କଲେ।

Gade chapit la Kopi

ଓଡିଆ ବାଇବେଲ

5 ତହୁଁ କିରୀୟଥ୍‍-ଯିୟାରୀମ୍‍ରୁ ପରମେଶ୍ୱରଙ୍କ ସିନ୍ଦୁକ ଆଣିବା ନିମନ୍ତେ ଦାଉଦ ମିସରର ଶୀୟୋର ନଦୀଠାରୁ ହମାତର ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲକୁ ଏକତ୍ର କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ତହୁଁ କିରୀୟଥ୍‍-ଯିୟାରୀମ୍‍ରୁ ପରମେଶ୍ୱରଙ୍କ ସିନ୍ଦୁକ ଆଣିବା ନିମନ୍ତେ ଦାଉଦ ମିସରର ଶୀୟୋର ନଦୀଠାରୁ ହମାତର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲକୁ ଏକତ୍ର କଲେ।

Gade chapit la Kopi




1 ବଂଶାବଳୀ 13:5
16 Referans Kwoze  

ତହୁଁ ସେମାନେ କିରିୟଥ୍-ଯିୟାରୀମୀୟ ନିକଟକୁ ଦୂତଗଣଙ୍କୁ ପଠାଇ କହିଲେ, “ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ଫେରାଇ ଦେଇଛନ୍ତି। ତୁମ୍ଭେମାନେ ଆସ ଓ ତୁମ୍ଭମାନଙ୍କ ସହିତ ଏହାକୁ ତୁମ୍ଭମାନଙ୍କର ନଗରକୁ ନେଇ ଯାଅ।”


ସେ ସମୟରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ଇସ୍ରାଏଲ ଏକ ବିରାଟ ସମାଜ ଦୂର ଦୂରାନ୍ତର ହମାତର ଲୋକମାନେ ଉତ୍ତର ଦିଗ ମଧ୍ୟଦେଇ ଦକ୍ଷିଣରେ ମିଶରର ସୀମା ପର୍ଯ୍ୟନ୍ତ ଗଲେ। ସଦାପ୍ରଭୁଙ୍କ ସମ୍ମୁଖରେ ଏହି ପର୍ବ ଚଉଦ ଦିନ ଯାଏ ପାଳନ କଲେ।


ଦାଉଦ ଆଉ ଥରେ ବଛା ବଛା 30,000 ସୈନ୍ୟମାନଙ୍କୁ ଇସ୍ରାଏଲରେ ଏକତ୍ରିତ କଲେ।


ଲେବୀୟମାନେ ନିୟମସିନ୍ଦୁକକୁ ଦାଉଦଙ୍କ ଦ୍ୱାରା ପ୍ରସ୍ତୁତ ସ୍ଥାନକୁ ବହିନେବା ସମୟରେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଯିରୁଶାଲମରେ ଏକତ୍ରିତ ହେବା ନିମନ୍ତେ ଦାଉଦ କହିଲେ।


ଦାଉଦ ଓ ତାଙ୍କ ସହିତ ଇସ୍ରାଏଲର ସମସ୍ତ ଲୋକ ଯିହୁଦାର ବାଲାକୁ ଗଲେ। ବାଲା କିରିୟତ୍-ଯିୟାରୀମର ଅନ୍ୟ ଏକ ନାମ ଅଟେ। ସେମାନେ ନିୟମସିନ୍ଦୁକ ଆଣିବା ନିମନ୍ତେ ସେଠାକୁ ଗଲେ। ସେହି ନିୟମସିନ୍ଦୁକ ସଦାପ୍ରଭୁ ପରମେଶ୍ୱରଙ୍କ ସିନ୍ଦୁକ ଅଟେ। ସେ କିରୂବ ଦୂତଗଣ ଉପରେ ବିଦ୍ୟମାନ ଥା’ନ୍ତି। ଏହି ସିନ୍ଦୁକ ହିଁ ସଦାପ୍ରଭୁଙ୍କ ନାମରେ ନାମିତ ଅଟେ।


ଶଲୋମନ ଫରାତ୍ ନଦୀଠାରୁ ପଲେଷ୍ଟୀୟମାନଙ୍କ ଦେଶ ଓ ମିଶର ସୀମା ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଉପରେ ଶାସନ କଲେ। ଏହି ଦେଶଗୁଡ଼ିକ ଶଲୋମନଙ୍କୁ ଉପହାର ଓ ସମ୍ମାନ ପଠାଇଲେ ଏବଂ ଜୀବନସାରା ତାଙ୍କର ପ୍ରଜା ହୋଇ ରହିଲେ।


ଆଉ ଏବେ ଶୀହୋରର ଜଳପାନ କରିବାକୁ ତୁମ୍ଭେ ମିଶରର ପଥରେ କାହିଁକି ଯାଉଅଛ? ଅଥବା ଫରାତ୍ ନଦୀର ଜଳପାନ ନିମନ୍ତେ ତୁମ୍ଭେ ଅଶୂରର ପଥରେ କାହିଁକି ଯାଉଅଛ?


ତେଣୁ ଇସ୍ରାଏଲର ଲୋକମାନେ ସେ ଲୋକମାନେ ଯେଉଁଠାରେ ବାସ କରୁଥିଲେ, ସେହି ସ୍ଥାନକୁ ଗଲେ ଏବଂ ତୃତୀୟ ଦିନ, ଗିବିୟୋନ, କଫୀରା, ବେରୋତ୍ ଓ କିରିୟ‌‌ତ୍‌‌ଯିଆରିମ୍ ନଗରମାନଙ୍କୁ ଆସିଲେ।


ଅନନ୍ତର କିରିୟଥ-ଯିୟାରୀମୀୟ ଲୋକମାନେ ଆସିଲେ ଏବଂ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ନେଇଗଲେ। ସେମାନେ ପର୍ବତସ୍ଥିତ ଅବୀନାଦବର ଗୃହକୁ ତାହା ଆଣିଲେ। ସଦାପ୍ରଭୁଙ୍କ ସିନ୍ଦୁକ ଜଗିବାକୁ ତା'ର ପୁତ୍ର ଇଲିୟାସରକୁ ବିଶେଷ ଉତ୍ସବ ମାଧ୍ୟମରେ ପବିତ୍ର କଲେ।


ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କ ସହିତ ଏକମତ ହେଲେ। ସେମାନଙ୍କର ହୃ‌ଦ୍‌ବୋଧ ହେଲା ଯେ, ଏହା ହିଁ ଯଥାର୍ଥ କର୍ମ ଅଟେ।


ସେହି ଲୋକମାନେ ଶସ୍ୟ ଖୋଜି ସମୁଦ୍ର ଆକ୍ରମଣ କଲେ। ସୋରର ସେହି ବଣିକଗଣ ନୀଳନଦୀର ଶସ୍ୟ କିଣିଲେ ଓ ଅନ୍ୟ ଦେଶରେ ବିକ୍ରୟ କଲେ।


ସଦାପ୍ରଭୁଙ୍କ ସିନ୍ଦୁକ କିରିୟଥ୍-ଯିୟାରୀମରେ କୋଡ଼ିଏ ବର୍ଷ ରହିଲା। ଇସ୍ରାଏଲର ସମସ୍ତ ଲୋକମାନେ ପୁନର୍ବାର ସଦାପ୍ରଭୁଙ୍କୁ ଅନୁସରଣ କରିବା ଆରମ୍ଭ କଲେ।


Swiv nou:

Piblisite


Piblisite