Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 13:2 - ପବିତ୍ର ବାଇବଲ

2 ଏହା ପରେ ଦାଉଦ ଇସ୍ରାଏଲର ସମସ୍ତ ଲୋକଙ୍କୁ ଏକତ୍ର କରି ଆପଣା ନିକଟକୁ ଡାକିଲେ। ସେ ସେମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ଭାବୁଛ ଯେ ଏହା ଏକ ଉତ୍ତମ ବିଷୟ ଓ ସଦାପ୍ରଭୁ ଯଦି ତାହା ହିଁ ଇଚ୍ଛା କରନ୍ତି, ତେବେ ଆସ, ଇସ୍ରାଏଲର ସମସ୍ତ ଅଞ୍ଚଳରେ ଥିବା ଆମ୍ଭମାନଙ୍କର ଭ୍ରାତାମାନଙ୍କ ନିକଟକୁ ଗୋଟିଏ ବାର୍ତ୍ତା ପ୍ରେରଣ କରିବା। ଆମ୍ଭମାନଙ୍କ ଭ୍ରାତାମାନଙ୍କ ସହିତ ସେମାନଙ୍କ ସହରରେ ଓ ସହର ନିକଟସ୍ଥ କ୍ଷେତ୍ରମାନଙ୍କରେ ବାସ କରୁଥିବା ଯାଜକ ଓ ଲେବୀୟମାନଙ୍କ ନିକଟକୁ ମଧ୍ୟ ବାର୍ତ୍ତା ପଠାଇବା। ଏହି ବାର୍ତ୍ତା ସେମାନଙ୍କୁ ଜଣାଉ ଯେ, ସେମାନେ ଆସି ଆମ୍ଭମାନଙ୍କ ସହିତ ଯୋଗ ଦିଅନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଆଉ ଦାଉଦ ଇସ୍ରାଏଲର ସମଗ୍ର ସମାଜକୁ କହିଲେ, ଯେବେ ତୁମ୍ଭମାନଙ୍କୁ ଉତ୍ତମ ଦେଖାଯାଏ ଓ ଯେବେ ତାହା ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଆଡ଼ୁ ହୁଏ, ତେବେ ଇସ୍ରାଏଲର ସମୁଦାୟ ପ୍ରଦେଶରେ ଆମ୍ଭମାନଙ୍କ ଅବଶିଷ୍ଟ ଭ୍ରାତୃଗଣ ଓ ସେମାନଙ୍କ ସଙ୍ଗେ ଆପଣା ଆପଣା ତଳିଭୂମିବିଶିଷ୍ଟ ନଗରରେ ବାସକାରୀ ଯାଜକମାନେ ଓ ଲେବୀୟମାନେ ଯେପରି ଆମ୍ଭମାନଙ୍କ ନିକଟରେ ଏକତ୍ରିତ ହୁଅନ୍ତି, ଏନିମନ୍ତେ ଆସ, ଆମ୍ଭେମାନେ ସର୍ବତ୍ର ସେମାନଙ୍କ ନିକଟକୁ ଲୋକ ପଠାଉ।

Gade chapit la Kopi

ଓଡିଆ ବାଇବେଲ

2 ଆଉ ଦାଉଦ ଇସ୍ରାଏଲର ସମଗ୍ର ସମାଜକୁ କହିଲେ, “ଯଦି ତୁମ୍ଭମାନଙ୍କୁ ଉତ୍ତମ ଦେଖାଯାଏ ଓ ଯଦି ତାହା ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଡ଼ୁ ହୁଏ, ତେବେ ଇସ୍ରାଏଲର ସମୁଦାୟ ପ୍ରଦେଶରେ ଆମ୍ଭମାନଙ୍କ ଅବଶିଷ୍ଟ ଭ୍ରାତୃଗଣ ଓ ସେମାନଙ୍କ ସଙ୍ଗେ ଆପଣା ଆପଣା ତଳିଭୂମି-ବିଶିଷ୍ଟ ନଗରରେ ବାସକାରୀ ଯାଜକମାନେ ଓ ଲେବୀୟମାନେ ଯେପରି ଆମ୍ଭମାନଙ୍କ ନିକଟରେ ଏକତ୍ରିତ ହୁଅନ୍ତି, ଏନିମନ୍ତେ ଆସ, ଆମ୍ଭେମାନେ ସର୍ବତ୍ର ସେମାନଙ୍କ ନିକଟକୁ ଲୋକ ପଠାଉ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଆଉ ଦାଉଦ ଇସ୍ରାଏଲର ସମଗ୍ର ସମାଜକୁ କହିଲେ, “ଯଦି ତୁମ୍ଭମାନଙ୍କୁ ଉତ୍ତମ ଦେଖାଯାଏ ଓ ଯଦି ତାହା ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଡ଼ୁ ହୁଏ, ତେବେ ଇସ୍ରାଏଲର ସମୁଦାୟ ପ୍ରଦେଶରେ ଆମ୍ଭମାନଙ୍କ ଅବଶିଷ୍ଟ ଭ୍ରାତୃଗଣ ଓ ସେମାନଙ୍କ ସଙ୍ଗେ ଆପଣା ଆପଣା ତଳିଭୂମି-ବିଶିଷ୍ଟ ନଗରରେ ବାସକାରୀ ଯାଜକମାନେ ଓ ଲେବୀୟମାନେ ଯେପରି ଆମ୍ଭମାନଙ୍କ ନିକଟରେ ଏକତ୍ରିତ ହୁଅନ୍ତି, ଏନିମନ୍ତେ ଆସ, ଆମ୍ଭେମାନେ ସର୍ବତ୍ର ସେମାନଙ୍କ ନିକଟକୁ ଲୋକ ପଠାଉ।

Gade chapit la Kopi




1 ବଂଶାବଳୀ 13:2
16 Referans Kwoze  

ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ଇସ୍ରାଏଲୀୟମାନେ ଭୟରେ ସେଠାରୁ ଦୌଡ଼ି ପଳାୟନ କଲେ। ଗି‌ଲ୍‌ବୋୟ ପର୍ବତ ଉପରେ ବହୁତ ଇସ୍ରାଏଲୀୟମାନଙ୍କୁ ମାରି ଦିଆଗଲା।


ହୋଇପାରେ ଜୀବନ୍ତ ପରମେଶ୍ୱରଙ୍କୁ ଧି‌କ୍‌କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍‌ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣି ଅଛନ୍ତି, ତାହାପାଇଁ ଅନୁଯୋଗ କରିବେ। ଏଣୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ପାଇଁ ତୁମ୍ଭେ ପ୍ରାର୍ଥନା କର।”


ମନ୍ତ୍ରଣା ଅଭାବରେ ସଙ୍କଳ୍ପ ବିଫଳ ହୁଏ। ମାତ୍ର ବହୁତ ମନ୍ତ୍ରଣାଦ୍ୱାରା ତାହା ସ୍ଥିରୀକୃତ ହୁଏ।


ଉପତ୍ୟକାରେ ବାସ କରୁଥିବା ସମସ୍ତ ଇସ୍ରାଏଲୀୟ ଯେତେବେଳେ ଅନାଇ ଦେଖିଲେ ଯେ, ସେମାନଙ୍କର ସୈନ୍ୟଦଳ ପଳାୟନ କରିଅଛନ୍ତି ଏବଂ ଶାଉଲ ଓ ତାଙ୍କର ପୁତ୍ରମାନେ ମୃତ୍ୟୁବରଣ କରିଅଛନ୍ତି, ତେଣୁ ସେମାନେ ନିଜର ସହର ଛାଡ଼ି ପଳାୟନ କଲେ। ଏବଂ ପଲେଷ୍ଟୀୟ ଲୋକମାନେ ସେହି ସହରଗୁଡ଼ିକରେ ବସବାସ କଲେ।


ରାଜା ଯୋରାମ ଅରାମର ରାଜା ହସାୟେଲଙ୍କ ବିରୁଦ୍ଧରେ ଯୁଦ୍ଧ କଲାବେଳେ ଅରାମୀୟମାନେ ତାଙ୍କୁ କ୍ଷତ ବିକ୍ଷତ କରିଦେଲେ। ସେ ସେହି କ୍ଷତରୁ ସୁସ୍ଥ ହେବା ପାଇଁ ଯିଷ୍ରିୟେଲକୁ ଗଲେ। ତେଣୁ ଯେହୂ ଦାସମାନଙ୍କୁ କହିଲେ, “ଯଦି ମୁଁ ରାଜା ବୋଲି ତୁମ୍ଭେମାନେ ଏକମତ ତେବେ କାହାରିକୁ ଯିଷ୍ରିୟେଲରେ ଜଣାଇବା ପାଇଁ ନଗର ବାହାରକୁ ଛାଡ଼ିଦିଅ ନାହିଁ।”


ପ୍ରାଚୀନମାନେ ତାଙ୍କୁ କହିଲେ, “ତୁମ୍ଭେ ଯଦି ଆଜି ଲୋକମାନଙ୍କର ଇଚ୍ଛା ପୂରଣ କର ଏବଂ ସେମାନଙ୍କୁ ଗୋଟିଏ ସଂକ୍ଷେପପୂର୍ଣ ଉତ୍ତର ଦିଅ। ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ।”


ତୁମ୍ଭେ ଯଦି ଏପରି କରିବ, ପୁଣି ସଦାପ୍ରଭୁ ଏପରି କରିବା ପାଇଁ ଆଜ୍ଞା ଦେବେ, ତେବେ ତୁମ୍ଭେ ସହି ପାରିବ। ଆଉ ଏହିସବୁ ଲୋକମାନେ କୁଶଳରେ ସ୍ୱସ୍ଥାନକୁ ଯିବେ।”


ଦାଉଦ ତାଙ୍କ ସୈନ୍ୟଦଳର ସମସ୍ତ ସେନାଧ୍ୟକ୍ଷମାନଙ୍କ ସହିତ କଥାବାର୍ତ୍ତା ହେଲେ।


ଆମ୍ଭେମାନେ ଯିରୁଶାଲମରେ ଆମ୍ଭମାନଙ୍କ ନିକଟକୁ ନିୟମ-ସିନ୍ଦୁକକୁ ଫେରାଇ ଆଣିବା। ଶାଉଲ ରାଜା ଥିବା ସମୟରେ ଆମ୍ଭେମାନେ ନିୟମସିନ୍ଦୁକ ପ୍ରତି ଯତ୍ନଶୀଳ ହୋଇ ନାହୁଁ।”


Swiv nou:

Piblisite


Piblisite