Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 12:8 - ପବିତ୍ର ବାଇବଲ

8 ଦାଉଦଙ୍କର ମରୁଭୂମିସ୍ଥ ଦୁର୍ଗରେ ଗାଦ୍ ପରିବାର ବର୍ଗର କେତେଜଣ ଆସି ସେଠାରେ ବାସ କଲେ। ସେମାନେ ଯୁଦ୍ଧ ବିଦ୍ୟାରେ ତାଲିମପ୍ରାପ୍ତ ଅତି ସାହସୀ ସୈନ୍ୟଗଣ ଥିଲେ। ସେମାନେ ବର୍ଚ୍ଛା ଓ ଢାଲ ଗ୍ଭଳନାରେ ଦକ୍ଷ ଥିଲେ। ସେମାନେ ସିଂହ ପରି ଅତି ଭୟଙ୍କର ଥିଲେ। ପର୍ବତରେ ହରିଣ ସଦୃଶ ଦ୍ରୁତ ଗତିରେ ଦୌଡ଼ି ମଧ୍ୟ ପାରୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଆଉ ଗାଦୀୟମାନଙ୍କ ମଧ୍ୟରୁ କେତେକ ଲୋକ ପୃଥକ୍ ହୋଇ ପ୍ରାନ୍ତରସ୍ଥିତ ଦୁର୍ଗ-ସ୍ଥାନକୁ ଦାଉଦଙ୍କ କତିକି ଆସିଲେ; ସେମାନେ ମହାବିକ୍ରମଶାଳୀ, ଢାଲ ଓ ବର୍ଚ୍ଛାଧାରୀ, ଯୁଦ୍ଧାର୍ଥେ ଶିକ୍ଷିତ ଲୋକ; ସେମାନଙ୍କ ମୁଖ ସିଂହ-ମୁଖ ତୁଲ୍ୟ ଓ ସେମାନେ ପର୍ବତସ୍ଥ ହରିଣ ତୁଲ୍ୟ ଦ୍ରୁତଗାମୀ।

Gade chapit la Kopi

ଓଡିଆ ବାଇବେଲ

8 ଆଉ ଗାଦୀୟମାନଙ୍କ ମଧ୍ୟରୁ କେତେକ ଲୋକ ପୃଥକ୍‍ ହୋଇ ପ୍ରାନ୍ତରସ୍ଥିତ ଦୁର୍ଗ-ସ୍ଥାନକୁ ଦାଉଦଙ୍କ ନିକଟକୁ ଆସିଲେ; ସେମାନେ ମହାବିକ୍ରମଶାଳୀ, ଢାଲ ଓ ବର୍ଚ୍ଛାଧାରୀ, ଯୁଦ୍ଧାର୍ଥେ ଶିକ୍ଷିତ ଲୋକ; ସେମାନଙ୍କ ମୁଖ ସିଂହ-ମୁଖ ତୁଲ୍ୟ ଓ ସେମାନେ ପର୍ବତସ୍ଥ ହରିଣ ତୁଲ୍ୟ ଦ୍ରୁତଗାମୀ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଆଉ ଗାଦୀୟମାନଙ୍କ ମଧ୍ୟରୁ କେତେକ ଲୋକ ପୃଥକ ହୋଇ ପ୍ରାନ୍ତରସ୍ଥିତ ଦୁର୍ଗ-ସ୍ଥାନକୁ ଦାଉଦଙ୍କ ନିକଟକୁ ଆସିଲେ; ସେମାନେ ମହାବିକ୍ରମଶାଳୀ, ଢାଲ ଓ ବର୍ଚ୍ଛାଧାରୀ, ଯୁଦ୍ଧାର୍ଥେ ଶିକ୍ଷିତ ଲୋକ; ସେମାନଙ୍କ ମୁଖ ସିଂହ-ମୁଖ ତୁଲ୍ୟ ଓ ସେମାନେ ପର୍ବତସ୍ଥ ହରିଣ ତୁଲ୍ୟ ଦ୍ରୁତଗାମୀ।

Gade chapit la Kopi




1 ବଂଶାବଳୀ 12:8
17 Referans Kwoze  

ସରୁୟାର ତିନି ପୁତ୍ର ଥିଲେ। ସେମାନେ ହେଲେ, ଯୋୟାବ, ଅବୀଶୟ ଏବଂ ଅସାହେଲ୍। ଅସାହେଲ୍ ଥିଲେ ଜଣେ କ୍ଷିପ୍ର ଧାବକ। ସେ କୃଷ୍ଣସାର ମୃଗପରି କ୍ଷିପ୍ର ଗତିରେ ଦୌଡ଼ି ପାରନ୍ତି।


ତା'ପରେ ସେଠାରେ ଜଣେ ଯିହୋୟାଦାର ପୁତ୍ର ବନାୟ ଥିଲା। ସେ ଥିଲେ ଜଣେ ପରାକ୍ରମଶାଳୀ ବିକ୍ରମି ପୁରୁଷର ପୁତ୍ର। ସେ କ‌ବ୍‌ସେଲୀୟର ଅଧିବାସୀ ଥିଲା। ବନାୟ ବହୁତ ସାହସିକ କାର୍ଯ୍ୟ କରିଥିଲା। ସେ ମୋୟାବୀୟ ଅରୀୟଲର ଦୁଇ ପୁତ୍ରଙ୍କୁ ବଧ କଲା। ଦିନେ ଏକ ସମୟରେ ଯେତେବେଳେ ବରଫ ପଡ଼ୁଥିଲା, ବନାୟ ଏକ ଗୁମ୍ଫାରେ ଏକ ସିଂହକୁ ହତ୍ୟା କଲା।


ତା'ପରେ ଯଦିଓ ସାହସୀ ଲୋକମାନଙ୍କ ପରି ଯେଉଁମାନେ ଗୋଟିଏ ସିଂହ ପରି ସାହସୀ ଅଟନ୍ତି, ଭୟଭୀତ ହେବେ। କାରଣ ସମସ୍ତ ଇସ୍ରାଏଲୀୟଗଣ ଜାଣନ୍ତି ଯେ, ତୁମ୍ଭର ପିତା ଗୋଟିଏ ସାହସୀ ଯୋଦ୍ଧା ଏବଂ ତାଙ୍କର ଲୋକମାନେ ମଧ୍ୟ ବଳଶାଳୀ ଅଟନ୍ତି।


ହେ ଅଶ୍ୱାରୋହୀଗଣ, ଅଗ୍ରସର ହୁଅ। ହେ ରଥାରୋହୀଗଣ ଦ୍ରୁତଗତିରେ ରଥ ଗ୍ଭଳନା କର, ହେ ବୀରଗଣ, ଆଗେଇ ଗ୍ଭଲ। ତୁମ୍ଭମାନଙ୍କର ଢାଲ ଧର। କୁଶ୍, ପୁ‌ଟ୍‌ରୁ ଓ ଲୁଦୀୟରୁ ଆସିଥିବା ଢାଲବାହକଗଣ, ତୁମ୍ଭେମାନେ ଧନୁରେ ଭଲଭାବରେ ଗୁଣ ଦିଅ।


ହେ ମୋର ପ୍ରିୟତମ, ଚଞ୍ଚଳ ହୁଅ। ସୁଗନ୍ଧିମୟ ପର୍ବତଶ୍ରେଣୀ ଉପରେ ତୁମ୍ଭେ ମୃଗ ବା ହରିଣ ଶାବକ ତୁଲ୍ୟ ହୁଅ।


ଦୁଷ୍ଟ ଲୋକମାନେ ସବୁକୁ ଭୟ କରନ୍ତି। ମାତ୍ର ଧାର୍ମିକ ଲୋକମାନେ ସିଂହପରି ଆତ୍ମନିର୍ଭରଶୀଳ ହୁଅନ୍ତି।


ଆପଣାକୁ ଉଦ୍ଧାର କର, ଯେପରି ହରିଣ ବ୍ୟାଧଠାରୁ ଦୌଡ଼ି ପଳାଏ ଓ ପକ୍ଷୀମାନେ ଫାସରୁ ଉଡ଼ିଯାଆନ୍ତି।


ଅମତ୍‌ସିୟ ଯିହୁଦାର ଲୋକମାନଙ୍କୁ ଏକତ୍ର ଠୁଳ କଲେ, ସେ ସେମାନଙ୍କ ବଂଶାନୁଯାୟୀ ସେମାନଙ୍କୁ ଦଳଭୁକ୍ତ କଲେ ଓ ସେ ସେନାଧ୍ୟକ୍ଷ ଓ ସେନାପତିମାନଙ୍କୁ ସେହି ଦଳଗୁଡ଼ିକର ଦାୟିତ୍ୱରେ ରଖିଲେ। ସେହି ନେତାମାନେ ଯିହୁଦା ଓ ବିନ୍ୟାମୀନର ଆଗତ ସମସ୍ତ ସୈନ୍ୟମାନଙ୍କର ଦାୟିତ୍ୱରେ ଥିଲେ। ଯେଉଁ ବ୍ୟକ୍ତିମାନଙ୍କୁ ସୈନ୍ୟରୂପେ ମନୋନୀତ କରାଯାଇଥିଲା, ସେମାନେ କୋଡ଼ିଏ ବର୍ଷ ବା ତତୁର୍ଦ୍ଧ୍ୱ ବୟସର ଥିଲେ। ସର୍ବମୋଟ 300,000 ଦକ୍ଷ ସୈନ୍ୟମାନେ ବର୍ଚ୍ଛା ଓ ଢାଲ ସହିତ ଯୁଦ୍ଧ କରିବା ନିମନ୍ତେ ପ୍ରସ୍ତୁତ ଥିଲେ।


ସେହି ଦୁର୍ଗରେ ବିନ୍ୟାମୀନ ଓ ଯିହୁଦା ଗୋଷ୍ଠୀର ଲୋକମାନେ ମଧ୍ୟ ଆସି ଦାଉଦଙ୍କ ସହିତ ଯୋଗ ଦେଲେ।


ଯିହୋୟାଦାରଙ୍କ ପୁତ୍ର ବନାୟ ଜଣେ ପରାକ୍ରମୀ ବ୍ୟକ୍ତିଙ୍କର ପୁତ୍ର ଥିଲେ। ସେ କବସେଲୀୟ ଲୋକ ଥିଲେ। ବନାୟ ସାହସୀ କାର୍ଯ୍ୟମାନ କଲେ। ବନାୟ ମୋୟାବ ଦେଶର ସର୍ବୋତ୍ତମ ଲୋକମାନଙ୍କ ମଧ୍ୟରୁ ଦୁଇ ଜଣକୁ ବଧ କଲେ। ଦିନେ, ତୁଷାରପାତ ହେଉଥିବା ସମୟରେ ବନାୟ ଭୂମି ମଧ୍ୟସ୍ଥ ଏକ ଗାତ ମଧ୍ୟରେ ପଶି ଗୋଟିଏ ସିଂହକୁ ବଧ କଲେ।


ଆଉଥରେ, ଦାଉଦ ଦୁର୍ଗ ମଧ୍ୟରେ ଥିଲେ ଓ ପଲେଷ୍ଟୀୟ ସୈନ୍ୟମାନଙ୍କର ଏକ ଦଳ ବୈ‌ଥ୍‌ଲେହମରେ ଥିଲେ।


“ଶାଉଲ ଓ ଯୋନାଥନ ସେମାନଙ୍କ ଜୀବନକାଳ ମଧ୍ୟରେ ଲୋକମାନଙ୍କଠାରୁ ବହୁତ ପ୍ରେମ ପାଇଲେ। ଏପରିକି ମୃତ୍ୟୁ ସମୟରେ ମଧ୍ୟ ସେମାନେ ଅଲଗା ହେଲେ ନାହିଁ। ସେମାନେ ଉତ୍କ୍ରୋଶପକ୍ଷୀଠାରୁ ବେଗବାନ ଓ ସିଂହଠାରୁ ବଳବାନ ଥିଲେ।


ତେଣୁ ଦାଉଦ ଶାଉଲଙ୍କ ନିକଟରେ ପ୍ରତିଜ୍ଞା କଲେ। ଦାଉଦ ପ୍ରତିଜ୍ଞା କରି କହିଲେ ସେ କଦାପି ଶାଉଲଙ୍କ ପରିବାରକୁ ଧ୍ୱଂସ କରିବେ ନାହିଁ। ତା'ପରେ ଶାଉଲ ଗୃହକୁ ଫେରିଲେ। ଦାଉଦ ଓ ତାଙ୍କର ଲୋକମାନେ ଦୁର୍ଗକୁ ପଳାଇଗଲେ।


ଏହା ପରେ ଦାଉଦ ସେ ସ୍ଥାନରେ ଯାଇ ଐନଗଦୀସ୍ଥ ଦୁର୍ଗମ ସ୍ଥାନରେ ବାସ କଲେ।


ଦାଉଦ ମରୁଭୂମିକୁ ଗଲେ ଏବଂ ସେଠାରେ ଏକ ସୁରକ୍ଷିତ ସ୍ଥାନ ଭିତରେ ବାସ କଲେ। ସେ ମଧ୍ୟ ସୀଫର ପାର୍ବତ୍ୟମୟ ଦେଶରେ ବାସ କଲେ, ପୁଣି ଶାଉଲ ପ୍ରତିଦିନ ତାଙ୍କର ଅନ୍ୱେଷଣ କଲେ, କିନ୍ତୁ ସଦାପ୍ରଭୁ ଦାଉଦଙ୍କୁ ଶାଉଲଙ୍କ ହାତରେ ଦେଲେ ନାହିଁ।


ଗଦୋର ସହରର ଯିରୋହମଙ୍କ ପୁତ୍ର ଯୋୟେଲା ଓ ସବଦିୟ ସାହସୀ ଥିଲେ।


ଏସର, ଗାଦ୍ ଗୋଷ୍ଠୀର ସୈନ୍ୟଦଳର ସେନାପତି ଥିଲେ। ଓବଦିୟ ଦ୍ୱିତୀୟ ସେନାଧ୍ୟକ୍ଷ ଥିଲେ। ଇଲିୟାବ୍ ତୃତୀୟ ସେନାଧ୍ୟକ୍ଷ ଥିଲେ।


Swiv nou:

Piblisite


Piblisite