Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 12:2 - ପବିତ୍ର ବାଇବଲ

2 ଏହି ଲୋକମାନେ ଧନୁର୍ଦ୍ଧର ଥିଲେ, ଯେଉଁମାନେ ଡାହାଣ ଓ ବାମ ଉଭୟ ହସ୍ତଦ୍ୱାରା ଧନୁରୁ ତୀର ମାରିପାରୁଥିଲେ। ଆହୁରି ମଧ୍ୟ, ସେମାନେ ସେମାନଙ୍କ ଡାହାଣ ଓ ବାମ, ଉଭୟ ହସ୍ତଦ୍ୱାରା ବାଟୁଳି ଦ୍ୱାରା ପଥର ମାରିପାରୁଥିଲେ। ସେମାନେ ବିନ୍ୟାମୀନୀୟ ଗୋଷ୍ଠୀବର୍ଗ ଓ ଶାଉଲଙ୍କ ଆତ୍ମୀୟ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସେମାନେ ଧନୁର୍ଦ୍ଧାରୀ, ଆଉ ଦକ୍ଷିଣ ଓ ବାମ ଉଭୟ ହସ୍ତରେ ଛାଟିଣୀ-ପ୍ରସ୍ତର ଓ ଧନୁରୁ ତୀର କ୍ଷେପଣ କରିବାରେ ନିପୁଣ ଥିଲେ; ସେମାନେ ଶାଉଲଙ୍କର ଜ୍ଞାତି ବିନ୍ୟାମୀନୀୟ ଲୋକ ଥିଲେ।

Gade chapit la Kopi

ଓଡିଆ ବାଇବେଲ

2 ସେମାନେ ଧନୁର୍ଦ୍ଧାରୀ, ଆଉ ଦକ୍ଷିଣ ଓ ବାମ ଉଭୟ ହସ୍ତରେ ଛାଟିଣୀ-ପ୍ରସ୍ତର ଓ ଧନୁରୁ ତୀର କ୍ଷେପଣ କରିବାରେ ନିପୁଣ ଥିଲେ; ସେମାନେ ଶାଉଲଙ୍କର ଜ୍ଞାତି ବିନ୍ୟାମୀନୀୟ ଲୋକ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେମାନେ ଧନୁର୍ଦ୍ଧାରୀ, ଆଉ ଦକ୍ଷିଣ ଓ ବାମ ଉଭୟ ହସ୍ତରେ ଛାଟିଣୀ-ପ୍ରସ୍ତର ଓ ଧନୁରୁ ତୀର କ୍ଷେପଣ କରିବାରେ ନିପୁଣ ଥିଲେ; ସେମାନେ ଶାଉଲଙ୍କର ଜ୍ଞାତି ବିନ୍ୟାମୀନୀୟ ଲୋକ ଥିଲେ।

Gade chapit la Kopi




1 ବଂଶାବଳୀ 12:2
7 Referans Kwoze  

ଏହି ଲୋକମାନଙ୍କ ମଧ୍ୟରେ 700 ବଚ୍ଛା ଲୋକ ବାଁହାତିଆ ଥିଲେ। ଲକ୍ଷ୍ୟ ନ ହରାଇ ସେମାନେ ଗୋଟିଏ କେଶକୁ ମଧ୍ୟ ବାଟୁଳି ଦ୍ୱାରା ଲକ୍ଷ୍ୟଭେଦ କରି ପାରନ୍ତି।


ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିବା ପାଇଁ ଉଦ୍ଧାର କର୍ତ୍ତାଙ୍କୁ ପଠାଇଲେ। ସେହି ଲୋକ ଜଣକ ଥିଲେ ଏହୂଦ। ଏହୂଦ ଥିଲେ ବିନ୍ୟାମିନୀୟ ପରିବାରବର୍ଗର ଗେରାର ପୁତ୍ର। ସେ ତାଙ୍କର ବାମହାତରେ ଯୁଦ୍ଧ କରିବା ପାଇଁ ପ୍ରଶିକ୍ଷିତ ହୋଇଥିଲେ। ଇସ୍ରାଏଲ ଲୋକମାନେ ତାଙ୍କଦ୍ୱାରା ମୋୟାବୀୟର ରାଜା ଇଗ୍ଲୋନଙ୍କ ନିକଟକୁ ଭେଟି ପଠାଇଲେ।


ବିନ୍ୟାମୀନ ଗୋଷ୍ଠୀରୁ 3,000 ଲୋକ ଥିଲେ। ସେମାନେ ଶାଉଲଙ୍କ ଆତ୍ମୀୟ ଥିଲେ। ସେହି ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶାଉଲଙ୍କ ପରିବାର ପ୍ରତି ବିଶ୍ୱସ୍ତ ଥିଲେ।


ଦାଉଦ ଆପଣା ଥଳିରେ ହାତ ପୁରାଇ ତହିଁରୁ ଗୋଟିଏ ପଥର କାଢ଼ି ଛାଟିଣୀରେ ମାରି ସେହି ପଲେଷ୍ଟୀୟର କପାଳକୁ ଆଘାତ କଲେ। ତହିଁରେ ସେ ପଥର ତା'ର କପାଳରେ ପଶିଯା’ନ୍ତେ ସେ ମୁହଁ ମାଡ଼ି ଭୂମିରେ ପଡ଼ିଲା।


ଅହୀୟେଷର, ସେମାନଙ୍କ ନେତା ଓ ଯୋୟାଶ (ଅହୀୟେଷର ଓ ଯୋୟାଶ, ଗିବିୟାଥୀୟରୁ ଶମାୟରଙ୍କ ପୁତ୍ର ଥିଲେ)। ଯିଷୀୟେଲ ଓ ପେ‌ଲ୍‌ଟ ଅ‌‌‌ସ୍‌ମାବତଙ୍କର ପୁତ୍ର ଥିଲେ; ଅନାଥୋତୀୟରୁ ବରାଖା ଓ ଯେହୂ ଥିଲେ।


ଇଫ୍ରୟିମର ଲୋକମାନେ ଅସ୍ତ୍ରଧାରଣ କରିଥିଲେ, ମାତ୍ର ସେମାନେ ଯୁଦ୍ଧ ହେବା ଦିନରେ ପଳାୟନ କଲେ।


ଉଲ‌ମ୍‌ଙ୍କର ପୁତ୍ରମାନେ ପରାକ୍ରମୀ ସୈନ୍ୟ ଓ ଉତ୍ତମ ଧନୁର୍ଦ୍ଧର ଥିଲେ। ଉଲ‌ମ୍‌ଙ୍କର ପୁତ୍ରର ଅନେକ ପୁତ୍ର ଓ ନାତିଗଣ ଥିଲେ। ସର୍ବମୋଟ 150 ଜଣ। ଏହି ସମସ୍ତ ବ୍ୟକ୍ତିଗଣ ବିନ୍ୟାମୀନଙ୍କର ବଂଶଧର ଥିଲେ।


Swiv nou:

Piblisite


Piblisite