Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 11:6 - ପବିତ୍ର ବାଇବଲ

6 ଦାଉଦ କହିଲେ, “ଯେଉଁ ବ୍ୟକ୍ତି ଯିବୂଷୀୟ ଲୋକମାନଙ୍କ ଉପରେ ଆକ୍ରମଣର ନେତୃତ୍ୱ ନେବ, ସେ ମୋର ସମଗ୍ର ସେନାବାହିନୀର ସେନାପତି ହେବ।” ତେଣୁ ଯୋୟାବ୍ ଏହି ଆକ୍ରମଣର ନେତୃତ୍ୱ ନେଲେ। ଯୋୟାବ୍ ସରୁୟାଙ୍କ ପୁତ୍ର ଥିଲେ। ଯୋୟାବ୍ ସୈନ୍ୟଦଳର ସେନାପତି ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଆଉ ଦାଉଦ କହିଲେ, ଯେକେହି ପ୍ରଥମେ ଯିବୂଷୀୟମାନଙ୍କୁ ଆଘାତ କରିବ, ସେ ପ୍ରଧାନ ଓ ସେନାପତି ହେବ। ତହିଁରେ ସରୁୟାର ପୁତ୍ର ଯୋୟାବ୍ ପ୍ରଥମେ ଗଲା ଓ ପ୍ରଧାନ କରାଗଲା।

Gade chapit la Kopi

ଓଡିଆ ବାଇବେଲ

6 ଆଉ ଦାଉଦ କହିଲେ, ଯେକେହି ପ୍ରଥମେ ଯିବୂଷୀୟମାନଙ୍କୁ ଆଘାତ କରିବ, ସେ ପ୍ରଧାନ ଓ ସେନାପତି ହେବ। ତହିଁରେ ସରୁୟାର ପୁତ୍ର ଯୋୟାବ ପ୍ରଥମେ ଗଲା ଓ ପ୍ରଧାନ କରାଗଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଆଉ ଦାଉଦ କହିଲେ, “ଯେକେହି ପ୍ରଥମେ ଯିବୂଷୀୟମାନଙ୍କୁ ଆଘାତ କରିବ, ସେ ପ୍ରଧାନ ଓ ସେନାପତି ହେବ।” ତହିଁରେ ସରୁୟାର ପୁତ୍ର ଯୋୟାବ ପ୍ରଥମେ ଗଲା ଓ ପ୍ରଧାନ କରାଗଲା।

Gade chapit la Kopi




1 ବଂଶାବଳୀ 11:6
13 Referans Kwoze  

ସରୁୟାର ପୁତ୍ର ଯୋୟାବ ସୈନ୍ୟମାନଙ୍କ ଉପରେ ପ୍ରଧାନ ଥିଲା, ଅହୀଟୂବର ପୁତ୍ର ଯିହୋଶାଫଟ୍ ମଧ୍ୟ ଇତିହାସ ଲେଖକ ଥିଲେ।


ସେ ସମୟରେ ଯୋୟାବ ସମସ୍ତ ଇସ୍ରାଏଲର ସୈନ୍ୟଦଳର ଦଳପତି ଥିଲେ। ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ମୁଖ୍ୟ ଥିଲେ।


ଯେତେବେଳେ ଅ‌‌ବ୍‌‌ନର‌ ହିବ୍ରୋଣଠାରେ ପହଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳାରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ୱାର ଭିତରକୁ ନେଇଗଲେ। ଏବଂ ଯୋୟାବ ଅ‌‌ବ୍‌‌ନର‌କୁ ସେହିଠାରେ ତାଙ୍କ ପେଟରେ ‌‌ଖ‌ଡ଼୍‌ଗ ଭୂଷି ମାରି ଦେଲେ। ଅ‌‌ବ୍‌‌ନର‌ ଯୋୟାବର ଭାଇ ଅସାହେ‌ଲ୍‌କୁ ହତ୍ୟା କରିଥିଲେ। ତେଣୁ ଯୋୟାବ ଅ‌‌ବ୍‌‌ନର‌କୁ ହତ୍ୟା କଲେ।


ସରୁୟାର ତିନି ପୁତ୍ର ଥିଲେ। ସେମାନେ ହେଲେ, ଯୋୟାବ, ଅବୀଶୟ ଏବଂ ଅସାହେଲ୍। ଅସାହେଲ୍ ଥିଲେ ଜଣେ କ୍ଷିପ୍ର ଧାବକ। ସେ କୃଷ୍ଣସାର ମୃଗପରି କ୍ଷିପ୍ର ଗତିରେ ଦୌଡ଼ି ପାରନ୍ତି।


ଜଣେ ଇସ୍ରାଏଲର ଲୋକ କହିଲା, “ତୁମ୍ଭେମାନେ ସେହି ବ୍ୟକ୍ତିକୁ ଦେଖିଲକି ଯିଏ ଇସ୍ରାଏଲକୁ ଅବମାନନା କରିବାକୁ ଆସିଥିଲା? ଏହାକୁ ଯେଉଁ ଲୋକ ହତ୍ୟା କରିବ, ରାଜା ତାହାଙ୍କୁ ବହୁତ ଧନରେ ଧନବାନ କରିବେ ଓ ତାହାକୁ ଆପଣା କନ୍ୟା ଦେବେ। ଆଉ ଇସ୍ରାଏଲ ମଧ୍ୟରେ ତା'ର ପିତୃ ଗୃହକୁ ନିଷ୍କର କରିବେ।”


ସରୁୟାର ପୁତ୍ର ଯୋୟା‌‌ବ୍‌ ‌ଓ ଦାଉଦଙ୍କର ଉଚ୍ଚପଦସ୍ତ କର୍ମଗ୍ଭରୀମାନେ ମଧ୍ୟ ଗିବିୟୋନକୁ ଗଲେ। ସେମାନେ ଅ‌‌ବ୍‌‌ନର ଏବଂ ଈ‌ଶ୍‌ବୋଶ‌ତ୍‌ର କର୍ମଗ୍ଭରୀମାନଙ୍କୁ ଗିବିୟୋନର ଏକ ପୋଖରୀ ପାଖରେ ଭେଟିଲେ। ଯୋୟାବର ଦଳ ପୋଖରୀର ଏକ ପାର୍ଶ୍ୱରେ ବସିଲା ବେଳେ ଅ‌‌ବ୍‌‌ନରର ଦଳ ପୋଖରୀର ଅନ୍ୟ ପାର୍ଶ୍ୱରେ ବସିଲେ।


ପୁଣି ସେ ସରୁୟାର ପୁତ୍ର ଯୋୟାବ ଓ ଅବିୟାଥର ଯାଜକ ସହିତ ପରାମର୍ଶ କଲେ। ସେମାନେ ଅଦୋନିୟର ଅନୁଗତ ହୋଇ ତାଙ୍କୁ ରାଜା କରିବାକୁ ସାହାଯ୍ୟ କଲେ।


ଯିବୂଷରେ ବାସ କରୁଥିବା ଲୋକମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନଗର ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।” କିନ୍ତୁ ଦାଉଦ ସେମାନଙ୍କୁ ପରାସ୍ତ କରିଦେଲେ। ଦାଉଦ ସିୟୋନ ଦୁର୍ଗକୁ ଅଧିକାର କରି ନେଲେ। ଯାହା ଦାଉଦଙ୍କ ନଗର ନାମରେ ଜଣାଗଲା।


ଏହା ପରେ ଦାଉଦ ଦୁର୍ଗ ମଧ୍ୟରେ ଆପଣାର ଗୃହ ନିର୍ମାଣ କଲେ। ତେଣୁ ତାହାକୁ ଦାଉଦଙ୍କ ନଗର ବୋଲି ନାମିତ କରାଗଲା।


ସରୁୟାର ପୁତ୍ର ଯୋୟାବ ଦାଉଦଙ୍କ ସୈନ୍ୟଦଳର ସେନାପତି ଥିଲେ। ଦାଉଦ ଯେଉଁସବୁ କର୍ମ କରୁଥିଲେ, ତାହାକୁ ଅହୀଲୂଦଙ୍କ ପୁତ୍ର ଯିହୋଶାଫଟ୍ ଲେଖି ରଖୁଥିଲେ।


ଯିହୋୟାଦା ଓ ଅବିୟାଥର୍ ପରେ ଅହୀଥୋଫଲଙ୍କ ସ୍ଥାନରେ ରାଜାଙ୍କର ପରାମର୍ଶଦାତା ହେଲେ। ଯିହୋୟାଦା ବନାୟଙ୍କ ପୁତ୍ର ଥିଲେ। ଯୋୟାବ୍ ରାଜାଙ୍କ ସୈନ୍ୟଦଳର ସେନାପତି ଥିଲେ।


କିଏ ମୋତେ ସେହି ଦୃଢ଼ ନଗର ଭିତରକୁ ଆଣିବ? କିଏ ମୋତେ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆଗେଇ ନେବ? ପରମେଶ୍ୱର, ତୁମ୍ଭେ ନୁହଁ କି? କିନ୍ତୁ ତୁମ୍ଭେ ଆମ୍ଭକୁ ପ୍ରତ୍ୟାଖ୍ୟାନ କରିଛ। ପରମେଶ୍ୱର, ତୁମ୍ଭେ ଆଉ ଦିନ ତମାମ ଆମ୍ଭର ଶତ୍ରୁମାନଙ୍କ ସହିତ ଯାଅ ନାହିଁ।


Swiv nou:

Piblisite


Piblisite