Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 11:23 - ପବିତ୍ର ବାଇବଲ

23 ବନାୟ ଜଣେ ଅତିକାୟ ମିସ୍ରୀୟ ସୈନ୍ୟକୁ ବଧ କଲେ। ସେହି ବ୍ୟକ୍ତି ପାଞ୍ଚ ହାତ ଦୀର୍ଘ ଉଚ୍ଚ ଥିଲା। ସେହି ମିସ୍ରୀୟ ନିକଟରେ ଏକ ବଡ଼ ଓ ଓଜନିଆ ବର୍ଚ୍ଛା ଥିଲା। ତାହା ଏକ ବୁଣାକାରର ତନ୍ତର ଦଣ୍ଡପରି ବିରାଟ ଥିଲା। ବନାୟ ନିକଟରେ କେବଳ ଠେଙ୍ଗାଟିଏ ଥିଲା। ବନାୟ ସେହି ମିସ୍ରୀୟ ବ୍ୟକ୍ତିର ହସ୍ତରୁ ବର୍ଚ୍ଛା ଧରି ଛଡ଼େଇ ନେଲେ। ଏହା ପରେ ବନାୟ ସେହି ମିସ୍ରୀୟକୁ ତାହାର ନିଜ ବର୍ଚ୍ଛା ଦ୍ୱାରା ବିଦ୍ଧ କରି ହତ୍ୟା କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଆହୁରି ସେ ପାଞ୍ଚ ହାତ ଦୀର୍ଘ ବୃହତ୍କାୟ ଏକ ମିସ୍ରୀୟ ପୁରୁଷକୁ ବଧ କଲା; ସେହି ମିସ୍ରୀୟ ହସ୍ତରେ ତନ୍ତୀର ନରାଜ ତୁଲ୍ୟ ଏକ ବର୍ଚ୍ଛା ଥିଲା; ପୁଣି ବନାୟ ଏକ ଯଷ୍ଟି ନେଇ ଯାଇ ସେହି ମିସ୍ରୀୟର ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା।

Gade chapit la Kopi

ଓଡିଆ ବାଇବେଲ

23 ଆହୁରି ସେ ପାଞ୍ଚ ହାତ ଦୀର୍ଘ ବୃହତ୍‍କାୟ ଏକ ମିସ୍ରୀୟ ପୁରୁଷକୁ ବଧ କଲା; ସେହି ମିସ୍ରୀୟ ହସ୍ତରେ ତନ୍ତୀର ନରାଜ ତୁଲ୍ୟ ଏକ ବର୍ଚ୍ଛା ଥିଲା; ପୁଣି, ବନାୟ ଏକ ଯଷ୍ଟି ନେଇ ଯାଇ ସେହି ମିସ୍ରୀୟର ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଆହୁରି ସେ ପାଞ୍ଚ ହାତ ଦୀର୍ଘ ବୃହତକାୟ ଏକ ମିସରୀୟ ପୁରୁଷକୁ ବଧ କଲା; ସେହି ମିସରୀୟ ହସ୍ତରେ ତନ୍ତୀର ନରାଜ ତୁଲ୍ୟ ଏକ ବର୍ଚ୍ଛା ଥିଲା; ପୁଣି, ବନାୟ ଏକ ଯଷ୍ଟି ନେଇଯାଇ ସେହି ମିସରୀୟର ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା।

Gade chapit la Kopi




1 ବଂଶାବଳୀ 11:23
6 Referans Kwoze  

ତା'ର ବର୍ଚ୍ଛାର ଦଣ୍ତ ବୁଣାକାରର କାଠ ତୁଲ୍ୟ ଓ ଏହାର ପାତର ଓଜନ ଥିଲା, ଛଅ ଶହ ଶେକଲ ଲୌହ ଢାଲର ସମ୍ମୁଖରେ ଥିଲା। ତା'ର ଆଗେ ଆଗେ ତା'ର ଢାଲବାହକ ଗ୍ଭଲିଥିଲା।


ଆଉ ଏକ ସମୟରେ ଇସ୍ରାଏଲର ଲୋକମାନେ ପଲେଷ୍ଟୀୟ ଲୋକମାନଙ୍କ ସହିତ ଆଉଥରେ ଯୁଦ୍ଧ କଲେ। ଯାୟୀରଙ୍କ ପୁତ୍ର ଇଲହାନନ୍ ଲହମି କି ବଧ କଲେ। ଲହମି ଗଲିୟାତର ଭ୍ରାତା ଥିଲେ। ଗଲିୟାତ ଗାଥ୍ ସହରବାସୀ ଥିଲେ। ଲହମିଙ୍କ ବର୍ଚ୍ଛା ବହୁତ ବଡ଼ ଓ ଭାରୀ ଥିଲା। ତାହା ଗୋଟିଏ ଲୁଗାତନ୍ତ ଉପରେ ଲାଗିଥିବା ବିରାଟ ଖମ୍ବ ସଦୃଶ ଥିଲା।


ଦାଉଦ ଦୌଡ଼ିଯାଇ ସେହି ପଲେଷ୍ଟୀୟ ଉପରେ ଠିଆ ହେଲେ ଓ ଗଲିୟାତର ‌‌ଖ‌ଡ଼୍‌ଗ ଖାପରୁ କାଢ଼ି ତାହାର ମସ୍ତକ ଛେଦନ କଲେ। ପଲେଷ୍ଟୀୟମାନେ ଆପଣାମାନଙ୍କ ବୀରକୁ ମୃତ ଦେଖି ପଳାଇଲେ।


ଗା‌ଥ୍‌ନିବାସୀ ଗଲିୟାତ ନାମକ ଏକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣିରୁ ବାହାର ହେଲା, ସେ ସାଢ଼େ ଛଅ ହାତ ଉଚ୍ଚ।


ଅବଶିଷ୍ଟ ରଫାୟୀୟମାନଙ୍କ ମଧ୍ୟରୁ କେବଳ ବାଶନରାଜା ଓଗ୍ ଅବଶିଷ୍ଟ ରହିଲା। ଓ‌‌ଗ୍‌‌ର ଖଟଟି ଲୁହାରେ ତିଆରି ହୋଇଥିଲା। ଏହାର ଲମ୍ବ ଥିଲା ନଅ ହାତ ଓ ପ୍ରସ୍ଥ ଥିଲା ଗ୍ଭରି ହାତ। ସେହି ଖଟଟି ଏବେ ମଧ୍ୟ ରବ୍ବାରେ ଅଛି ଯେଉଁଠାରେ ଅମ୍ମୋନ ସନ୍ତାନଗଣ ବାସ କରୁଛନ୍ତି।


ଯିହୋୟାଦାଙ୍କ ପୁତ୍ର ବନାୟ ଏହି ତିନି ବୀରଙ୍କ ତୁଲ୍ୟ ସୁପ୍ରସିଦ୍ଧ ଥିଲେ।


Swiv nou:

Piblisite


Piblisite