Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 11:18 - ପବିତ୍ର ବାଇବଲ

18 କିନ୍ତୁ ଏହି ତିନି ଜଣ ପଲେଷ୍ଟୀୟ ସୈନ୍ୟମାନଙ୍କ ସହିତ ଯୁଦ୍ଧ କରି କରି ସେମାନଙ୍କ ମଧ୍ୟଦେଇ ଗଲେ। ଏହି ତିନି ବ୍ୟକ୍ତି ବୈ‌ଥ୍‌ଲେହମ ନଗରର ଦ୍ୱାର ନିକଟରେ ଥିବା କୂପରୁ କିଛି ଜଳ ନେଲେ। ଏହା ପରେ ଏହି ତିନି ବୀର ସେହି ଜଳକୁ ନେଇ ଦାଉଦଙ୍କ ନିକଟକୁ ଆସିଲେ। କିନ୍ତୁ ଦାଉଦ ସେହି ଜଳପାନ କରିବାକୁ ମନା କଲେ। ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ସ୍ୱରୂପେ ସେହି ଜଳକୁ ଭୂମିରେ ଢାଳିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବେଥଲିହିମ-ନଗରଦ୍ଵାର-ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ଦାଉଦ ତହିଁରୁ ପାନ କରିବାକୁ ସମ୍ମତ ନୋହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳିଦେଲେ, ଆଉ କହିଲେ,

Gade chapit la Kopi

ଓଡିଆ ବାଇବେଲ

18 ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବେଥଲିହିମ-ନଗରଦ୍ୱାର-ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ଦାଉଦ ତହିଁରୁ ପାନ କରିବାକୁ ସମ୍ମତ ନ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳିଦେଲେ, ଆଉ କହିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ଦାଉଦ ତହିଁରୁ ପାନ କରିବାକୁ ସମ୍ମତ ନ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳିଦେଲେ, ଆଉ କହିଲେ,

Gade chapit la Kopi




1 ବଂଶାବଳୀ 11:18
9 Referans Kwoze  

କିନ୍ତୁ ପାଉଲ କହିଲେ, “ତୁମ୍ଭେମାନେ କାହିଁକି କାନ୍ଦୁଛ? ତୁମ୍ଭେମାନେ କାହିଁକି ଏପରି ମୋତେ ଦୁଃଖିତ କରୁଛ? ଯିରୁଶାଲମରେ ମୁଁ ବନ୍ଧା ହେବା ପାଇଁ ଯେ କେବଳ ପ୍ରସ୍ତୁତ ଅଛି, ତାହା ନୁହେଁ, ମାତ୍ର ମୁଁ ପ୍ରଭୁ ଯୀଶୁଙ୍କ ନାମରେ ମରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି।”


କିନ୍ତୁ, ମୁଁ ପ୍ରଭୁ ଯୀଶୁଙ୍କଠାରୁ ପରମେଶ୍ୱରଙ୍କ ଅନୁଗ୍ରହଜନକ ସୁସମାଗ୍ଭର ଘୋଷଣା କରିବାର ଯେଉଁ କାର୍ଯ୍ୟ ଓ ସେବା ପଦ ପାଇଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରାଣପଣେ ଚେଷ୍ଟା କରୁଛି। ଏଥିପାଇଁ ମୋ’ ନିଜର ଜୀବନକୁ ନିତାନ୍ତ ମୂଲ୍ୟହୀନ ମଣୁଅଛି।


ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ, ବାହୁଟି ତୁଲ୍ୟ ଆପଣା ବାହୁରେ ଧାରଣ କର। କାରଣ ପ୍ରେମ ମୃତ୍ୟୁ ପରି ଶକ୍ତିଶାଳୀ ଅଟେ। ହୃଦୟର ଦହନ କବର ପରି ଦୃଢ଼ ଅଟେ। ଏହାର ଶିଖା ଏକ ଜଳନ୍ତା ନିଆଁ ପରି ଏବଂ ଏହା ଏକ ବିରାଟ ନିଆଁରେ ପରିଣତ ହୋଇପାରେ।


ସେ ଆପଣା ପ୍ରାଣକୁ ବିପଦରେ ପକାଇ ପଲେଷ୍ଟୀୟକୁ ହତ୍ୟା କଲା। ସେଥିରେ ସଦାପ୍ରଭୁ ସମୁଦାୟ ଇସ୍ରାଏଲ ନିମନ୍ତେ ମହା ବିଜୟ ସାଧନ କଲେ। ଆପଣ ତାହା ଦେଖି ଆନନ୍ଦ କରିଥିଲେ। ଏବେ ଆପଣ ବିନା କାରଣରେ ଦାଉଦକୁ ହତ୍ୟା କରିବେ କାହିଁକି? ସେ ନିର୍ଦ୍ଦୋଷ, ତାକୁ ହତ୍ୟା କରିବାର କିଛି କାରଣ ନାହିଁ।”


ଇସ୍ରାଏଲୀୟମାନେ ମି‌ସ୍‌ପୀରେ ମିଳିତ ହେଲେ ଏବଂ ପାଣି ଆଣିଲେ ଏବଂ ସଦାପ୍ରଭୁଙ୍କ ଆଗରେ ତାହା ଢାଳିଲେ। ସେମାନେ ସେହି ଦିନ ଉପବାସ ପାଳନ କଲେ। ସେମାନେ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଛୁ।” ଶାମୁୟେଲ ମି‌ସ୍‌ପୀରେ ଇସ୍ରାଏଲୀୟମାନଙ୍କର ବିଗ୍ଭର କଲେ।


ତହିଁରେ ସେହି ତିନି ବୀର ରାସ୍ତାରେ ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବୈ‌ଥ୍‌ଲେହମ ନଗରଦ୍ୱାର ନିକଟସ୍ଥ କୂଅରୁ ପାଣି ଆଣିଲେ। ମାତ୍ର ସେ ତହିଁରୁ ପିଇବାକୁ ସମ୍ମତ ନ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହାକୁ ଢାଳି ଦେଲେ।


ଦାଉଦ କହିଲେ, “ବୈଥଲହମର ଫାଟକ ନିକଟରେ ଥିବା କୂଅରୁ କେହି ମୋତେ ପାଣି ପିଇବାକୁ ଦିଅନ୍ତା କି?”


ଦାଉଦ କହିଲେ, “ହେ ପରମେଶ୍ୱର, ମୁଁ ଏହି ଜଳକୁ ପାନ କରି ନ ପାରେ। କାରଣ ଯେଉଁ ଲୋକମାନେ ନିଜ ଜୀବନକୁ ବିପନ୍ନ କରି ଏହି ଜଳ ମୋ’ ନିମନ୍ତେ ଆଣି ଅଛନ୍ତି, ମୁଁ ତାହା ପାନ କରିବା ଦ୍ୱାରା ସେମାନଙ୍କ ରକ୍ତ ପାନ କରିବା ସଦୃଶ ହେବ।” ସେଥି ନିମନ୍ତେ ଦାଉଦ ସେହି ଜଳପାନ କରିବାକୁ ମନା କଲେ। ଏହିପରି ଏହି ତିନି ବୀର ଅନେକ ଦୁଃସାହସିକ କାର୍ଯ୍ୟମାନ କରିଥିଲେ।


Swiv nou:

Piblisite


Piblisite