Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 11:16 - ପବିତ୍ର ବାଇବଲ

16 ଆଉଥରେ, ଦାଉଦ ଦୁର୍ଗ ମଧ୍ୟରେ ଥିଲେ ଓ ପଲେଷ୍ଟୀୟ ସୈନ୍ୟମାନଙ୍କର ଏକ ଦଳ ବୈ‌ଥ୍‌ଲେହମରେ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ପୁଣି ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କର ପ୍ରହରୀ-ସୈନ୍ୟଦଳ ବେଥଲିହିମରେ ଥିଲେ।

Gade chapit la Kopi

ଓଡିଆ ବାଇବେଲ

16 ପୁଣି, ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କର ପ୍ରହରୀ-ସୈନ୍ୟଦଳ ବେଥଲିହିମରେ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ପୁଣି, ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କର ପ୍ରହରୀ-ସୈନ୍ୟଦଳ ବେଥଲିହିମରେ ଥିଲେ।

Gade chapit la Kopi




1 ବଂଶାବଳୀ 11:16
10 Referans Kwoze  

ତା'ପରେ ତୁମ୍ଭେମାନେ ଗିବିୟୋଥ ଓ ଲୋହିମକୁ ଯିବ। ସେଠାରେ ପଲେଷ୍ଟୀୟମାନଙ୍କ ପ୍ରହରୀଗଣ ଅଛନ୍ତି। ଯେତେବେଳେ ତୁମ୍ଭେ ସହରର ପ୍ରବେଶ ଦ୍ୱାର ନିକଟରେ ପହଞ୍ଚିବ, ଉପାସନା ସ୍ଥଳରୁ ଦଳେ ଯାଜକ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି ବଇଁଶୀ, ତମ୍ବୁରା ଓ ବୀଣା ବଜାଇ ଆସୁଥିବାର ଦେଖିବ।


ଏ ସମୟରେ ପଲେଷ୍ଟୀୟ ସୈନ୍ୟଦଳ ମି‌କ୍‌ମସ୍ ଘାଟୀକୁ ଜଗିବାକୁ ଗଲେ।


ସମସ୍ତ ଇସ୍ରାଏଲୀୟ ଏ ସମ୍ବାଦ ଶୁଣିଲେ। ସେମାନେ କହିଲେ, “ଶାଉଲ ପଲେଷ୍ଟୀୟ ନେତାଙ୍କୁ ହତ୍ୟା କରିଛନ୍ତି। ବର୍ତ୍ତମାନ ପଲେଷ୍ଟୀୟମାନେ ପ୍ରକୃତରେ ଇସ୍ରାଏଲୀୟମାନଙ୍କୁ ଘୃଣା କରନ୍ତି।” ଇସ୍ରାଏଲୀୟମାନେ ଶାଉଲଙ୍କ ସହ ଗି‌ଲ୍‌ଗ‌ଲ୍‌ରେ ଏକତ୍ରିତ ହେବାକୁ ଡକା ହେଲେ।


ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକିବି। ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।


ଶାଉଲ ଓ ତାଙ୍କର ଲୋକମାନେ ତାହାଙ୍କୁ ଖୋଜିବା ପାଇଁ ଗଲେ। ମାତ୍ର ଲୋକମାନେ ଦାଉଦଙ୍କୁ ଏ କଥା ଜଣାନ୍ତେ ସେ, ଯାହାକୁ କୁହାଯାଏ “ଶୈଳ” ତଳକୁ ଓହ୍ଲାଇ ଆସି ମାୟୋନ୍ ମରୁଭୂମିରେ ରହିଲେ। ଏହା ପରେ ଶାଉଲ ତାହା ଶୁଣି ମାୟୋନ୍ ମରୁଭୂମିରେ ଦାଉଦଙ୍କୁ ଖୋଜିବାକୁ ଗଲେ।


ଦାଉଦ ଗାଥ୍ ପରିତ୍ୟାଗ କଲେ। ସେ ସେଠାରୁ ଅଦୁଲ୍ଲମ ଗୁମ୍ଫାକୁ ପଳାଇଲେ। ଦାଉଦର ଭାଇମାନେ ଓ ସମ୍ପର୍କୀୟମାନେ ମଧ୍ୟ ଜାଣିଲେ ଯେ ସେ ଅଦୁଲ୍ଲମରେ ଅଛନ୍ତି। ସେମାନେ ସେଠାକୁ ଦାଉଦକୁ ଦେଖା କରିବାକୁ ଗଲେ।


ପଲେଷ୍ଟୀୟମାନେ ଜାଣିବାକୁ ପାଇଲେ ଯେ, ସମଗ୍ର ଇସ୍ରାଏଲୀୟମାନଙ୍କ ରାଜା ଭାବରେ ଦାଉଦଙ୍କୁ ବଚ୍ଛା ଯାଇଛି। ତେଣୁ ଦାଉଦଙ୍କୁ ମାରିବା ପାଇଁ ସମସ୍ତ ପଲେଷ୍ଟୀୟ ଦାଉଦଙ୍କୁ ଖୋଜିଲେ। ତେଣୁ ଦାଉଦ ଏହା ଜାଣି ପାରି ଯିରୁଶାଲମରେ ଥିବା ଗଡ଼ ଭିତରେ ଯାଇ ଲୁଚିଲେ।


ଦାଉଦ କହିଲେ, “ବୈଥଲହମର ଫାଟକ ନିକଟରେ ଥିବା କୂଅରୁ କେହି ମୋତେ ପାଣି ପିଇବାକୁ ଦିଅନ୍ତା କି?”


ତେଣୁ ଦାଉଦ ତାଙ୍କର ପିତାମାତାଙ୍କୁ ମୋୟାବର ରାଜାଙ୍କ ନିକଟରେ ଛାଡ଼ି ଗଲେ। ଯେତେଦିନ ଯାଏ ଦାଉଦ ସେହି ଦୁର୍ଗରେ ବାସ କଲେ, ସେ ପର୍ଯ୍ୟନ୍ତ ସେମାନେ ମୋୟାବର ରାଜାଙ୍କ ସହିତ ରହିଲେ।


କିନ୍ତୁ ଭବିଷ୍ୟ‌ଦ୍‌ବକ୍ତା ଗାଦ୍ ଦାଉଦଙ୍କୁ କହିଲେ, “ତୁମ୍ଭେ ଏହି ଦୁର୍ଗରେ ରୁହ ନାହିଁ। ତୁମ୍ଭେ ଯିହୁଦାକୁ ଯାଅ।” ତେଣୁ ଦାଉଦ ସେସ୍ଥାନ ପରିତ୍ୟାଗ କରି ହେରତ୍ ବଣକୁ ଗଲେ।


Swiv nou:

Piblisite


Piblisite