1 ବଂଶାବଳୀ 11:10 - ପବିତ୍ର ବାଇବଲ10 ଦାଉଦଙ୍କ ବିଶେଷ ସୈନ୍ୟଗଣଙ୍କର ନେତାମାନଙ୍କର ଏହା ଏକ ତାଲିକା ଅଟେ। ଦାଉଦଙ୍କ ସହିତ ତାଙ୍କ ରାଜ୍ୟରେ ଏହି ତିନି ବୀର ଅତ୍ୟନ୍ତ ପରାକ୍ରମୀ ହୋଇ ଉଠିଲେ। ସେମାନେ ଓ ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କୁ ସମର୍ଥନ କଲେ ଓ ତାହାଙ୍କୁ ରାଜା କଲେ, ପରମେଶ୍ୱର ଯେପ୍ରକାର ପ୍ରତିଜ୍ଞା କରିଥିଲେ, ଠିକ୍ ସେ ପ୍ରକାରେ ଏ ସମସ୍ତ ଘଟିଲା। Gade chapit laପବିତ୍ର ବାଇବଲ (Re-edited) - (BSI)10 ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଦାଉଦଙ୍କୁ ରାଜା କରିବା ପାଇଁ ସମଗ୍ର ଇସ୍ରାଏଲ ସହିତ ଯେଉଁମାନେ ତାଙ୍କ ରାଜ୍ୟରେ ତାଙ୍କ ସଙ୍ଗେ ଆପଣାମାନଙ୍କୁ ବଳବାନ ଦେଖାଇଥିଲେ, ଦାଉଦଙ୍କର ସେହି ବୀରମାନଙ୍କ ମଧ୍ୟରେ ଏମାନେ ପ୍ରଧାନ। Gade chapit laଓଡିଆ ବାଇବେଲ10 ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଦାଉଦଙ୍କୁ ରାଜା କରିବା ପାଇଁ ସମଗ୍ର ଇସ୍ରାଏଲ ସହିତ ଯେଉଁମାନେ ତାଙ୍କ ରାଜ୍ୟରେ ତାଙ୍କ ସଙ୍ଗେ ଆପଣାମାନଙ୍କୁ ବଳବାନ ଦେଖାଇଥିଲେ, ଦାଉଦଙ୍କର ସେହି ବୀରମାନଙ୍କ ମଧ୍ୟରେ ଏମାନେ ପ୍ରଧାନ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଦାଉଦଙ୍କୁ ରାଜା କରିବା ପାଇଁ ସମଗ୍ର ଇସ୍ରାଏଲ ସହିତ ଯେଉଁମାନେ ତାଙ୍କ ରାଜ୍ୟରେ ତାଙ୍କ ସଙ୍ଗେ ଆପଣାମାନଙ୍କୁ ବଳବାନ ଦେଖାଇଥିଲେ, ଦାଉଦଙ୍କର ସେହି ବୀରମାନଙ୍କ ମଧ୍ୟରେ ଏମାନେ ପ୍ରଧାନ। Gade chapit la |
ଅବ୍ନର ଦାଉଦଙ୍କୁ କହିଲେ, “ହେ ମୋର ପ୍ରଭୁ ମହାରାଜ, ମୋତେ ଯିବାକୁ ଦିଅ, ଏବଂ ସମସ୍ତ ଇସ୍ରାଏଲୀୟମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବାକୁ ଦିଅ। ତା'ପରେ ସେମାନେ ତୁମ୍ଭ ସମ୍ମୁଖରେ ଏକ ଚୁକ୍ତି କରିବେ ଏବଂ ତୁମ୍ଭେ ସମଗ୍ର ଇସ୍ରାଏଲର ରାଜା ହେବ, ଏବଂ ତୁମ୍ଭ ଇଚ୍ଛାମତେ ରାଜତ୍ୱ କରିବ।” ତେଣୁ ଦାଉଦ ଅବ୍ନରକୁ ଯିବାକୁ ଅନୁମତି ଦେଲେ ଏବଂ ଅବ୍ନର ଶାନ୍ତିରେ ଉକ୍ତ ସ୍ଥାନ ପରିତ୍ୟାଗ କଲେ।
ଦାଉଦ ଇସ୍ରାଏଲ ଲୋକମାନଙ୍କର ସମସ୍ତ ନେତାଗଣଙ୍କୁ ଏକତ୍ର କଲେ। ସେ ସେହି ନେତାଗଣଙ୍କୁ ଯିରୁଶାଲମକୁ ଆସିବା ନିମନ୍ତେ ଆଦେଶ ଦେଲେ। ଦାଉଦ ସବୁ ଗୋଷ୍ଠୀର ନେତାଗଣ, ରାଜାଙ୍କ ସୈନ୍ୟଦଳର ସେନାଧ୍ୟକ୍ଷଗଣ, ଅଧ୍ୟକ୍ଷଗଣ, ସେନାପତିଗଣ, ରାଜା ଓ ତାହାଙ୍କ ପୁତ୍ରମାନଙ୍କର ସମ୍ପତ୍ତି ଓ ପଶୁପଲର ଯତ୍ନ ନେଉଥିବା କାର୍ଯ୍ୟକାରୀଗଣ, ରାଜାଙ୍କର ବିଶେଷ କର୍ମଗ୍ଭରୀଗଣ, ପରାକ୍ରମୀ ବୀରଗଣ, ଓ ସମସ୍ତ ସାହସୀ ସୈନ୍ୟଗଣଙ୍କୁ ଡାକି ପଠାଇଲେ।