Biblia Todo Logo
Bib sou entènèt

- Piblisite -




ରତର ବିବରଣ 2:3 - ପବିତ୍ର ବାଇବଲ (Re-edited) - (BSI)

3 ଏଥିରେ ସେ ଯାଇ କ୍ଷେତ୍ରରେ ଉପସ୍ଥିତ ହୋଇ ଶସ୍ୟଚ୍ଛେଦକମାନଙ୍କର ପଶ୍ଚାତ୍ ପଶ୍ଚାତ୍ ରାଁ କରିବାକୁ ଲାଗିଲା; ଆଉ ଘଟନାକ୍ରମେ ସେ ଏଲିମେଲକ ବଂଶୀୟ ବୋୟଜର କ୍ଷେତ୍ରଖଣ୍ତରେ ପହଞ୍ଚିଲା।

Gade chapit la Kopi

ଓଡିଆ ବାଇବେଲ

3 ଏଥିରେ ସେ ଯାଇ କ୍ଷେତ୍ରରେ ଉପସ୍ଥିତ ହୋଇ ଶସ୍ୟକଟାଳିମାନଙ୍କର ପଛେ ପଛେ ବଳକା ଶସ୍ୟ ସଂଗ୍ରହ କରିବାକୁ ଲାଗିଲା; ଆଉ ଘଟଣାକ୍ରମେ ସେ ଏଲିମେଲକ ବଂଶୀୟ ବୋୟଜର କ୍ଷେତ୍ରଖଣ୍ଡରେ ପହଁଞ୍ଚିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଏଥିରେ ସେ ଯାଇ କ୍ଷେତ୍ରରେ ଉପସ୍ଥିତ ହୋଇ ଶସ୍ୟକଟାଳିମାନଙ୍କର ପଛେ ପଛେ ବଳକା ଶସ୍ୟ ସଂଗ୍ରହ କରିବାକୁ ଲାଗିଲା; ଆଉ ଘଟଣାକ୍ରମେ ସେ ଏଲିମେଲକ ବଂଶୀୟ ବୋୟଜର କ୍ଷେତ୍ରଖଣ୍ଡରେ ପହଁଞ୍ଚିଲା।

Gade chapit la Kopi

ପବିତ୍ର ବାଇବଲ

3 ତେଣୁ ଋତ କ୍ଷେତକୁ ଗଲା। ସେ ଶ୍ରମିକମାନଙ୍କୁ ଅନୁସରଣ କରି ସମସ୍ତ ଶସ୍ୟ ସାଉଁଟିବାକୁ ଲାଗିଲା। ଯେଉଁସବୁକୁ ଶ୍ରମିକମାନେ ଛାଡ଼ି ଯାଇଥିଲେ, ସେହି ଶସ୍ୟଗୁଡ଼ିକ ସେ ସଂଗ୍ରହ କରୁଥିଲେ। ଏହି ଘଟଣା ବୋୟାଜର କ୍ଷେତରେ ଘଟିଥିଲା ଯିଏ କି ଏଲିମେଲକର ପରିବାରର ଥିଲା।

Gade chapit la Kopi




ରତର ବିବରଣ 2:3
10 Referans Kwoze  

ଏହିପ୍ରକାର ଲୋକମାନଙ୍କୁ ଶା; ଭାବରେ କାର୍ଯ୍ୟ କରି ନିଜ ନିଜର ଅନ୍ନ ଭୋଜନ କରିବାକୁ ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଓ ଚେତନା ଦେଉଅଛୁ।


ଘଟଣାକ୍ରମେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ।


ଦୁଇଟି ଘରଚଟିଆ କଅଣ ଗୋଟିଏ ପଇସାରେ ବିକାଯାଆନ୍ତି ନାହିଁ? ଆଉ, ତୁମ୍ଭମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ;


ତହିଁରେ ଇଲୀଶାୟ କିରୂପେ ମୃତ ଲୋକକୁ ପୁନର୍ଜୀବିତ କରିଥିଲେ, ଏହା ଗିହେଜୀ ରାଜାଙ୍କୁ କହିବା ବେଳେ, ଦେଖ, ଯେଉଁ ସ୍ତ୍ରୀର ପୁତ୍ରକୁ ସେ ପୁନର୍ଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ନିକଟରେ ଆପଣା ଗୃହ ଓ ଆପଣା ଭୂମି ନିମନ୍ତେ ଗୁହାରି କରୁଅଛି। ଏଥିରେ ଗିହେଜୀ କହିଲା, ହେ ମୋର ପ୍ରଭୋ, ମହାରାଜ, ଏ ସେହି ସ୍ତ୍ରୀ ଓ ତାହାର ପୁତ୍ର, ଏହାକୁ ଇଲୀଶାୟ ପୁନର୍ଜୀବିତ କରିଥିଲେ।


ତହୁଁ ମୋୟାବ ଦେଶୀୟା ରୂତ ନୟମୀକି କହିଲା, ମୋତେ କ୍ଷେତ୍ରକୁ ଯିବାକୁ ଦିଅ, ମୁଁ ଯାହାର ଦୃଷ୍ଟିରେ ଅନୁଗ୍ରହ ପାଇବି, ତାହାର ପଶ୍ଚାତ୍ ପଶ୍ଚାତ୍ ଶସ୍ୟଶିଷା ସାଉଣ୍ଟିବି; ତହିଁରେ ସେ ତାହାକୁ କହିଲା, ଆଗୋ ଆମ୍ଭର କନ୍ୟେ, ଯାଅ।


ଆଉ ଦେଖ, ବୋୟଜ ବେଥ୍ଲିହିମଠାରୁ ଆସି ଶସ୍ୟଚ୍ଛେଦକମାନଙ୍କୁ କହିଲା, ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଥାଉନ୍ତୁ; ସେମାନେ ଉତ୍ତର କଲେ,ସଦାପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।


ତହିଁରେ ସେହି ସମ୍ଵାଦଦାୟୀ ଯୁବା ତାଙ୍କୁ କହିଲା, ମୁଁ ଘଟନାକ୍ରମେ ଗିଲ୍ବୋୟ ପର୍ବତରେ ଉପସ୍ଥିତ ହୁଅନ୍ତେ, ଦେଖ, ଶାଉଲ ଆପଣା ବର୍ଚ୍ଛା ଉପରେ ଆଉଜି ପଡ଼ିଅଛନ୍ତି; ଆଉ ଦେଖ, ରଥ ଓ ଅଶ୍ଵାରୋହୀମାନେ ତାଙ୍କ ପଛେ ଲାଗି ରହିଅଛନ୍ତି।


ସେସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ପାପାଧମ ଲୋକ ସେଠାରେ ଥିଲା; ପୁଣି ସେ ତୂରୀ ବଜାଇ କହିଲା, ଦାଉଦଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ, କିଅବା ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ଵୁକୁ ଚାଲ।


Swiv nou:

Piblisite


Piblisite