Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 8:2 - ପବିତ୍ର ବାଇବଲ (Re-edited) - (BSI)

2 ତତ୍ପରେ ମୁଁ ଈଶ୍ଵରଙ୍କ ସମ୍ମୁଖରେ ଦଣ୍ତାୟମାନ ସପ୍ତ ଦୂତଙ୍କୁ ଦେଖିଲି, ସେମାନଙ୍କୁ ସପ୍ତ ତୂରୀ ଦତ୍ତ ହେଲା।

Gade chapit la Kopi

ଓଡିଆ ବାଇବେଲ

2 ତତ୍ପରେ ମୁଁ ଈଶ୍ୱରଙ୍କ ସମ୍ମୁଖରେ ଦଣ୍ଡାୟମାନ ସପ୍ତ ଦୂତଙ୍କୁ ଦେଖିଲି, ସେମାନଙ୍କୁ ସପ୍ତ ତୂରୀ ଦିଆ ହେଲା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

2 ତାହାପରେ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହୋଇଥିବା ସାତ ଜଣ ଦୂତଙ୍କୁ ମୁଁ ଦେଖିଲି; ସେମାନଙ୍କୁ ସାତଟି ତୂରୀ ଦିଆଗଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତତ୍ପରେ ମୁଁ ଈଶ୍ବରଙ୍କ ସମ୍ମୁଖରେ ଦଣ୍ଡାୟମାନ ସପ୍ତ ଦୂତଙ୍କୁ ଦେଖିଲି, ସେମାନଙ୍କୁ ସପ୍ତ ତୂରୀ ଦିଆ ହେଲା।

Gade chapit la Kopi

ପବିତ୍ର ବାଇବଲ

2 ତା'ପରେ ମୁଁ ପରମେଶ୍ୱରଙ୍କ ସାମନାରେ ସାତ ଜଣ ସ୍ୱର୍ଗଦୂତଙ୍କୁ ଠିଆ ହୋଇଥିବାର ଦେଖିଲି। ସେମାନଙ୍କୁ ସାତୋଟି ତୂରୀ ଦିଆଗଲା।

Gade chapit la Kopi




ପ୍ରକାଶିତ 8:2
18 Referans Kwoze  

ସପ୍ତମ ଦୂତ ତୂରୀଧ୍ଵନୀ କରନ୍ତେ ସ୍ଵର୍ଗରେ ମହାଶଦ୍ଦ ସହ ଏହି ବାଣୀ ହେଲା, ଜଗତ ଉପରେ ରାଜତ୍ଵ ଆମ୍ଭମାନଙ୍କ ପ୍ରଭୁଙ୍କର ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି, ଆଉ ସେ ଯୁଗେ ଯୁଗେ ରାଜତ୍ଵ କରିବେଙ୍କ।


ଦୂତ ତାଙ୍କୁ ଉତ୍ତର ଦେଲେ, ମୁଁ ଗାବ୍ରିଏଲ, ମୁଁ ଈଶ୍ଵରଙ୍କ ସାକ୍ଷାତରେ ଉଭା ହୋଇଥାଏ, ଆଉ ତୁମ୍ଭକୁ କହିବାକୁ ଓ ଏହି ସୁସମାଚାର ଜଣାଇବାକୁ ମୁଁ ପ୍ରେରିତ ହୋଇଅଛି।


ସେତେବେଳେ ସପ୍ତ ତୂରୀଧାରୀ ସପ୍ତ ଦୂତ ତୂରୀଧ୍ଵନୀ କରିବାକୁ ପ୍ରସ୍ତୁତ ହେଲେ।


ସାବଧାନ, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ହିଁ ତୁଚ୍ଛଜ୍ଞାନ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ଵର୍ଗରେ ସେମାନଙ୍କର ଦୂତମାନେ ସର୍ବଦା ମୋହର ସ୍ଵର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତି।


ତତ୍ପରେ ମୁଁ ମନ୍ଦିର ମଧ୍ୟରୁ ଗୋଟିଏ ଉଚ୍ଚ ସ୍ଵର ଶୁଣିଲି, ତାହା ସପ୍ତ ଦୂତଙ୍କୁ କହିଲା, ଯାଅ, ଈଶ୍ଵରଙ୍କ କ୍ରୋଧର ସପ୍ତ ପାତ୍ର ପୃଥିବୀ ଉପରେ ଢାଳ।


ତତ୍ପରେ ମୁଁ ସ୍ଵର୍ଗରେ ଆଉ ଏକ ମହା ଅଦ୍ଭୁତ ଲକ୍ଷଣ ଦେଖିଲି, ସପ୍ତ ଦୂତ, ସେମାନଙ୍କ ହସ୍ତରେ ସପ୍ତ କ୍ଳେଶ, ଏହା ହିଁ ଶେଷ, କାରଣ ଏହି କ୍ଳେଶମାନଙ୍କରେ ଈଶ୍ଵରଙ୍କ କ୍ରୋଧ ସମାପ୍ତ।


କାରଣ କ୍ଷୁଦ୍ର କ୍ଷୁଦ୍ର ବିଷୟର ଦିନକୁ କିଏ ତୁଚ୍ଛଜ୍ଞାନ କରିଅଛି? ଯେଣୁ ସେମାନେ, ଅର୍ଥାତ୍, ସମୁଦାୟ ପୃଥିବୀ ଏଣେତେଣେ ପର୍ଯ୍ୟଟନକାରୀ ସଦାପ୍ରଭୁଙ୍କର ଏହି ସପ୍ତ ଚକ୍ଷୁ ଯିରୁବ୍ବାବିଲଙ୍କ ହସ୍ତରେ ଓଳମ ଦେଖି ଆନନ୍ଦ କରିବେ।


ଆଉ, ସେ ମହାତୂରୀଧ୍ଵନି ସହିତ ଆପଣା ଦୂତମାନଙ୍କୁ ପ୍ରେରଣ କରିବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ।


କିନ୍ତୁ ତୁମ୍ଭେମାନେ ଯେପରି ଏହିସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ଛାମୁରେ ଉଭା ହେବାକୁ ସମର୍ଥ ହୁଅ, ଏନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗିରୁହ।


କିନ୍ତୁ ଏକ ମୁହୂର୍ତ୍ତରେ, ଚକ୍ଷୁର ପଲକରେ, ଶେଷ ତୂରୀଧ୍ଵନିରେ ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା; କାରଣ ତୂରୀ ବାଜିବ, ଆଉ ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ, ପୁଣି ଆମ୍ଭେମାନେ ପରିବର୍ତ୍ତିତ ହେବା।


କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ଵର ଓ ଈଶ୍ଵରଙ୍କ ତୂରୀବାଦ୍ୟ ସହିତ ସ୍ଵର୍ଗରୁ ଅବତରଣ କରିବେ, ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଅଛନ୍ତି, ସେମାନେ ପ୍ରଥମରେ ଉଠିବେ;


ଯୋହନ ଆସିଆସ୍ଥ ସପ୍ତ ମଣ୍ତଳୀ ନିକଟକୁ ଲେଖୁଅଛି, ଯେ ବର୍ତ୍ତମାନ, ଭୂତ ଓ ଭବିଷ୍ୟତ, ତାହାଙ୍କଠାରୁ ଓ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କଠାରୁ


ପରେ ମୁଁ ଦୃଷ୍ଟିପାତ କଲି, ଆଉ ଆକାଶର ମଧ୍ୟଭାଗରେ ଉଡ଼ୁଥିବା ଗୋଟିଏ ଉତ୍କ୍ରୋଶ ପକ୍ଷୀ ଉଚ୍ଚ ସ୍ଵରରେ ଏହା କହୁଥିବା ଶୁଣିଲି, ହାୟ, ହାୟ, ହାୟ, ପୃଥିବୀନିବାସୀମାନେ ସନ୍ତାପର ପାତ୍ର, କାରଣ ଆହୁରି ତିନି ଜଣ ଦୂତ ତୂରୀଧ୍ଵନୀ କରିବାକୁ ଯାଉଅଛନ୍ତି।


ତତ୍ପରେ ପଞ୍ଚମ ଦୂତ ତୂରୀଧ୍ଵନୀ କରନ୍ତେ ମୁଁ ଆକାଶରୁ ଗୋଟିଏ ନକ୍ଷତ୍ର ପୃଥିବୀରେ ପତିତ ହେବାର ଦେଖିଲି; ତାହାକୁ ପାତାଳକୁଣ୍ତର ଚାବି ଦିଆଗଲା।


Swiv nou:

Piblisite


Piblisite