Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 7:7 - ପବିତ୍ର ବାଇବଲ (Re-edited) - (BSI)

7 ଶିମୀୟୋନ ବଂଶରୁ ଦ୍ଵାଦଶ ସହସ୍ର, ଲେବୀ ବଂଶରୁ ଦ୍ଵାଦଶ ସହସ୍ର, ଇସାଖର ବଂଶରୁ ଦ୍ଵାଦଶ ସହସ୍ର,

Gade chapit la Kopi

ଓଡିଆ ବାଇବେଲ

7 ଶିମିୟୋନ ବଂଶରୁ ବାର ହଜାର, ଲେବୀ ବଂଶରୁ ବାର ହଜାର, ଇସାଖାର ବଂଶରୁ ବାର ହଜାର,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଶିମିୟୋନ ବଂଶରୁ ବାର ହଜାର, ଲେବୀ ବଂଶରୁ ବାର ହଜାର, ଇସାଖାର ବଂଶରୁ ବାର ହଜାର,

Gade chapit la Kopi

ପବିତ୍ର ବାଇବଲ

7 ଶିମିୟୋନ ପରିବାରବର୍ଗରୁ 12,000 ଲେବୀ ପରିବାରବର୍ଗରୁ 12,000 ଇସାଖର ପରିବାରବର୍ଗରୁ 12,000

Gade chapit la Kopi




ପ୍ରକାଶିତ 7:7
14 Referans Kwoze  

ଯାକୁବଙ୍କର ଦ୍ଵାଦଶ ପୁତ୍ର ଥିଲେ; ସେମାନଙ୍କ ମଧ୍ୟରେ ରୁବେନ୍ ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର, ସେ, ପୁଣି, ଶିମୀୟୋନ ଓ ଲେବୀ ଓ ଯିହୁଦା ଓ ଇଷାଖର୍ ଓ ସବୂଲୂନ, ଏମାନେ ଲେୟାର ସନ୍ତାନ;


ଶିମୀୟୋନୀୟ ଏହି ସକଳ ବଂଶ ବାଇଶ ହଜାର ଦୁଇ ଶହ ଲୋକ ଥିଲେ।


ତହିଁରେ ଯିହୁଦା ଆପଣା ଭ୍ରାତା ଶିମୀୟୋନକୁ କହିଲା, ଗୁଲିବାଣ୍ଟ କ୍ରମେ ନିରୂପିତ ଆମ୍ଭ ଭାଗକୁ ଆସ, ଆମ୍ଭେମାନେ କିଣାନୀୟମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବା; ପୁଣି ଆମ୍ଭେ ମଧ୍ୟ ତୁମ୍ଭ ସଙ୍ଗେ ତୁମ୍ଭ ଭାଗକୁ ଯିବା। ତହିଁରେ ଶିମୀୟୋନ ତାହା ସଙ୍ଗେ ଗଲା।


ଇସ୍ରାଏଲୀୟ ଯେଉଁ ହତ ପୁରୁଷ, ଯେ ସେହି ମିଦୀୟନୀୟା ସ୍ତ୍ରୀ ସହିତ ହତ ହୋଇଥିଲା, ତାହାର ନାମ ସିମ୍ରି, ସେ ଶିମୀୟୋନୀୟ ପିତୃଗୃହର ଅଧିପତି ସାଲୂର ପୁତ୍ର।


ଶିମୀୟୋନ-ସନ୍ତାନଗଣ ମଧ୍ୟରୁ ବଂଶ ଓ ପିତୃଗୃହ ଅନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଯେଉଁ ପୁରୁଷମାନେ ନାମସଂଖ୍ୟା ଓ ମସ୍ତକ ଗଣନାନୁସାରେ ଗଣା ଗଲେ, ସେମାନଙ୍କର ବଂଶାବଳୀ;


ବଂଶାବଳୀ ଅନୁସାରେ ଲେବୀର ପୁତ୍ରମାନଙ୍କ ନାମ ଗେର୍ଶୋନ୍ ଓ କହାତ୍ ଓ ମରାରି; ଲେବୀର ବୟସ ଶହେ ସଇଁତିରିଶ୍ ବର୍ଷ ଥିଲା।


ଶିମୀୟୋନ୍ ଓ ଲେବୀ ଦୁଇ ସହୋଦର; ସେମାନଙ୍କ ଖଡ଼୍‍ଗ ଦୌରାତ୍ମ୍ୟର ଅସ୍ତ୍ର।


ତେବେ ଲେୟା କହିଲା, ମୁଁ ସ୍ଵାମୀକି ଆପଣା ଦାସୀ ଦେଇଥିଲି, ପରମେଶ୍ଵର ତାହାର ବର୍ତ୍ତନ ମୋତେ ଦେଇ ଅଛନ୍ତି; ଏହେତୁ ସେ ତାହାର ନାମ ଇଷାଖର (ବର୍ତ୍ତନ) ରଖିଲା।


ପୁନର୍ବାର ସେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରି କହିଲା, ଏଥର ସ୍ଵାମୀ ମୋʼଠାରେ ଆସକ୍ତ ହେବେ, ଯେହେତୁ ମୁଁ ତାଙ୍କର ତିନି ପୁତ୍ର ପ୍ରସବ କରିଅଛି; ଏହେତୁ ତାହାର ନାମ ଲେବୀ (ଆସକ୍ତ) ଦେଲା।


ଅନନ୍ତର ଇଷାଖରର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ଇଷାଖର-ସନ୍ତାନମାନଙ୍କ ବଂଶ ପାଇଁ ଚତୁର୍ଥ ବାଣ୍ଟ ଉଠିଲା।


ଅନନ୍ତର ଶିମୀୟୋନର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ଶିମୀୟୋନ- ସନ୍ତାନମାନଙ୍କ ବଂଶ ପାଇଁ ଦ୍ଵିତୀୟ ବାଣ୍ଟ ଉଠିଲା; ସେମାନଙ୍କ ଅଧିକାର ଯିହୁଦା-ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା।


ସେ ଦ୍ରାକ୍ଷାଲତା ନିକଟରେ ଆପଣା ବାଛରାକୁ ଓ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗର୍ଦ୍ଦଭ ଶାବକକୁ ବାନ୍ଧିବ; ସେ ଦ୍ରାକ୍ଷାରସରେ ଆପଣା ଉତ୍ତରୀୟ ବସ୍ତ୍ର ଓ ଦ୍ରାକ୍ଷାରକ୍ତରେ ଆପଣା ପରିଧେୟ ବସ୍ତ୍ର ଧୋଇବ।


ଆଶେର ବଂଶରୁ ଦ୍ଵାଦଶ ସହସ୍ର, ନପ୍ତାଲୀ ବଂଶରୁ ଦ୍ଵାଦଶ ସହସ୍ର, ମନଃଶି ବଂଶରୁ ଦ୍ଵାଦଶ ସହସ୍ର,


ସବୂଲୂନ୍ ବଂଶରୁ ଦ୍ଵାଦଶ ସହସ୍ର, ଯୋଷେଫ ବଂଶରୁ ଦ୍ଵାଦଶ ସହସ୍ର, ବିନ୍ୟାମୀନ ବଂଶରୁ ଦ୍ଵାଦଶ ସହସ୍ର।


Swiv nou:

Piblisite


Piblisite