Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 4:3 - ପବିତ୍ର ବାଇବଲ (Re-edited) - (BSI)

3 ଉପବିଷ୍ଟ ବ୍ୟକ୍ତିଙ୍କର ରୂପ ହୀରା ଓ ମାଣିକ୍ୟ ସଦୃଶ, ଆଉ ସିଂହାସନ ଚତୁର୍ଦ୍ଦିଗରେ ଗୋଟିଏ ମେଘଧନୁ, ତାହା ମରକତମଣି ତୁଲ୍ୟ।

Gade chapit la Kopi

ଓଡିଆ ବାଇବେଲ

3 ସେହି ବ୍ୟକ୍ତିଙ୍କ ରୂପ ହୀରା ଓ ମାଣିକ୍ୟ ସଦୃଶ, ଆଉ ସିଂହାସନ ଚତୁର୍ଦ୍ଦିଗରେ ଗୋଟିଏ ମେଘଧନୁ, ତାହା ମରକତ ମଣି (ଉଜ୍ଜ୍ୱଳ ସବୁଜ ରଙ୍ଗର ମର୍କତ ମଣି) ତୁଲ୍ୟ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 ତାଙ୍କର ମୁଖ ହୀରା ଓ ମାଣିକ୍ୟ ପରି ଝଟକୁ ଥିଲା ଓ ସିଂହାସନକୁ ମର୍କତ ମଣି ସଦୃଶ ଗୋଟିଏ ଇନ୍ଦ୍ରଧନୁ ବେଷ୍ଟନ କରି ରହିଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସେହି ବ୍ୟକ୍ତିଙ୍କ ରୂପ ହୀରା ଓ ମାଣିକ୍ୟ ସଦୃଶ, ଆଉ ସିଂହାସନ ଚତୁର୍ଦ୍ଦିଗରେ ଗୋଟିଏ ମେଘଧନୁ, ତାହା ମର୍କତ ମଣି ତୁଲ୍ୟ।

Gade chapit la Kopi

ପବିତ୍ର ବାଇବଲ

3 ସିଂହାସନରେ ଯେଉଁ ବ୍ୟକ୍ତି ବସିଥିଲେ, ତାହାଙ୍କର ରୂପ ମୂଲ୍ୟବାନ ସୂର୍ଯ୍ୟକାନ୍ତମଣି ଓ ପଦ୍ମରାଗମଣି ଭଳି ଦେଖାଯାଉଥିଲା। ତାହାଙ୍କ ସିଂହାସନକୁ ମରକତମଣିର ଶୋଭା ସଦୃଶ ଗୋଟିଏ ମେଘଧନୁ ଘେରି ରହିଥିଲା।

Gade chapit la Kopi




ପ୍ରକାଶିତ 4:3
13 Referans Kwoze  

ବୃଷ୍ଟି ଦିନରେ ମେଘରେ ଧନୁର ଯେପରି ଆଭା, ସେପରି ସେହି ଚତୁର୍ଦ୍ଦିଗସ୍ଥ ତେଜ ଥିଲା। ଏହା ସଦାପ୍ରଭୁଙ୍କ ପ୍ରତାପର ମୂର୍ତ୍ତିର ଆଭା। ପୁଣି, ମୁଁ ତାହା ଦେଖି ମୁହଁ ମାଡ଼ି ପଡ଼ିଲି , ତହିଁରେ ମୁଁ ବାକ୍ୟବାଦୀ ଏକ ବ୍ୟକ୍ତିଙ୍କର ରବ ଶୁଣିଲି।


ଅବତରଣ କରୁଥିଲା ଏବଂ ଈଶ୍ଵରଙ୍କ ଗୌରବବିଶିଷ୍ଟ ଥିଲା; ତାହାର ଜ୍ୟୋତିଃ ଅତି ବହୁମୂଲ୍ୟ ମଣି ସଦୃଶ, ସ୍ଵଚ୍ଛ ସୂର୍ଯ୍ୟକା; ପରି।


ତତ୍ପରେ ମୁଁ ଆଉ ଜଣେ ପରାକ୍ରମୀ ଦୂତଙ୍କୁ ସ୍ଵର୍ଗରୁ ଅବତରଣ କରିବାର ଦେଖିଲି; ସେ ମେଘବେଷ୍ଟିତ, ତାହାଙ୍କ ମସ୍ତକ ଉପରେ ମେଘଧନୁ, ତାହାଙ୍କ ମୁଖ ସୂର୍ଯ୍ୟ ସଦୃଶ ଓ ପାଦ ଅଗ୍ନିସ୍ତମ୍ଭ ତୁଲ୍ୟ ;


ତୁମ୍ଭେ ପରମେଶ୍ଵରଙ୍କ ଉଦ୍ୟାନ ଏଦନରେ ଥିଲ; ଚୁଣୀ, ପୀତମଣି ଓ ହୀରକ, ବୈଦୁର୍ଯ୍ୟମଣି, ଗୋମେଦକ ଓ ସୂର୍ଯ୍ୟକାନ୍ତ, ନୀଳକାନ୍ତ, ପଦ୍ମରାଗ ଓ ମରକତ ଆଦି ଯାବତୀୟ ବହୁମୂଲ୍ୟ ପ୍ରସ୍ତର ଓ ସୁବର୍ଣ୍ଣ ତୁମ୍ଭର ଆଚ୍ଛାଦନ ଥିଲା; ତୁମ୍ଭର ତବଲ ଓ ବଂଶୀର ଶିଳ୍ପକାର୍ଯ୍ୟ ତୁମ୍ଭ ମଧ୍ୟରେ ଥିଲା; ତୁମ୍ଭେ ସୃଷ୍ଟ ହେବା ଦିନ ସେସବୁ ପ୍ରସ୍ତୁତ ହୋଇଥିଲା।


ପୁଣି, ସେମାନଙ୍କ ମସ୍ତକର ଉପରିସ୍ଥ ଶୂନ୍ୟର ଊର୍ଦ୍ଧ୍ଵରେ ନୀଳକା; ମଣି ସଦୃଶ ଏକ ସିଂହାସନର ଆକୃତି ଥିଲା; ଆଉ, ସେହି ସିଂହାସନର ଆକୃତି ଉପରେ ମନୁଷ୍ୟ ସଦୃଶ୍ୟ ଏକ ଆକୃତି ତହିଁର ଊର୍ଦ୍ଧ୍ଵ ଭାଗରେ ଥିଲା।


ପୁଣି ତାହାଙ୍କ ଚରଣତଳ ସ୍ଥାନ ଉଜ୍ଜ୍ଵଳ ନୀଳକା; ମଣି ନିର୍ମିତ କାର୍ଯ୍ୟ ତୁଲ୍ୟ ଓ ନିର୍ମଳତାରେ ଠିକ୍ ଆକାଶ ପରି ଥିଲା।


ଦ୍ଵିତୀୟ ପଂକ୍ତିରେ ପଦ୍ମରାଗ ଓ ନୀଳକା; ଓ ହୀରକ,


ଦ୍ଵିତୀୟ ପଂକ୍ତିରେ ପଦ୍ମରାଗ ଓ ନୀଳକା; ଓ ହୀରକ


ଉଷୀୟ ରାଜା ମୃତ ହେବା ବର୍ଷ ମୁଁ ପ୍ରଭୁଙ୍କୁ ଏକ ଉଚ୍ଚ ଓ ଉନ୍ନତ ସିଂହାସନରେ ଉପବିଷ୍ଟ ଦେଖିଲି, ତାହାଙ୍କ ରାଜବସ୍ତ୍ରର ଅଞ୍ଚଳ ମନ୍ଦିରକୁ ପରିପୂର୍ଣ୍ଣ କଲା।


ସେତେବେଳେ ମୁଁ ଅନାଇଲି, ଆଉ ଦେଖ, କିରୂବମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ୟମଣ୍ତଳରେ ନୀଳକାନ୍ତମଣି ସଦୃଶ ଏକ ସିଂହାସନର ତୁଲ୍ୟ ଆକୃତି ସେମାନଙ୍କ ଉପରେ ଦେଖାଗଲା।


Swiv nou:

Piblisite


Piblisite