Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 4:1 - ପବିତ୍ର ବାଇବଲ (Re-edited) - (BSI)

1 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସ୍ଵର୍ଗରେ ଗୋଟିଏ ଦ୍ଵାର ଉନ୍ମୁକ୍ତ; ପୁଣି ତୂରୀଶଦ୍ଦ ସଦୃଶ ମୋʼ ସହିତ କହୁଥିବା ଯେଉଁ ସ୍ଵର ମୁଁ ପୂର୍ବରେ ଶୁଣିଥିଲି, ତାହା କହିଲା, ଏଠାକୁ ଉଠିଆସ ; ଯାହାସବୁ ଏହାପରେ ଅବଶ୍ୟ ଘଟିବ, ସେହିସବୁ ଆମ୍ଭେ ତୁମ୍ଭକୁ ଦେଖାଇବୁ।

Gade chapit la Kopi

ଓଡିଆ ବାଇବେଲ

1 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ; ପୁଣି, ତୂରୀଶଦ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି; ତାହା କହିଲା, ଏଠାକୁ ଉଠିଆସ; ଯାହାସବୁ ଏହାପରେ ଅବଶ୍ୟ ଘଟିବ, ସେହି ସବୁ ଆମ୍ଭେ ତୁମ୍ଭକୁ ଦେଖାଇବୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ଏହି ସମୟରେ ମୁଁ ଆଉ ଗୋଟିଏ ଦୃଶ୍ୟ ଦେଖିଲି। ସ୍ୱର୍ଗରେ ଗୋଟିଏ ଦ୍ୱାର ଖୋଲି ଯାଇଥିଲା ଏବଂ ତୂରୀ ଧ୍ୱନି ପରି ଏକ କଣ୍ଠସ୍ୱରରୁ ମୋତେ ନିର୍ଦ୍ଦେଶ ମିଳିଲା; “ଏଠାକୁ ଉଠି ଆସ। ଏହାପରେ ଯାହାସବୁ ଘଟିବାକୁ ଯାଉଛି, ତାହା ମୁଁ ତୁମକୁ ଦେଖାଇବି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ; ପୁଣି, ତୂରୀଶବ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି; ତାହା କହିଲା, “ଏଠାକୁ ଉଠିଆସ; ଯାହାସବୁ ଏହାପରେ ଅବଶ୍ୟ ଘଟିବ, ସେହିସବୁ ଆମ୍ଭେ ତୁମ୍ଭକୁ ଦେଖାଇବା।”

Gade chapit la Kopi

ପବିତ୍ର ବାଇବଲ

1 ଏହା ପରେ ମୁଁ ଦେଖିଲି, ମୋ’ ସମ୍ମୁଖରେ ସ୍ୱର୍ଗର ଗୋଟିଏ ଦ୍ୱାର ଖୋଲା ହୋଇଅଛି। ମୁଁ ଯେଉଁ ସ୍ୱର ପୂର୍ବରୁ ଶୁଣିଥିଲି, ସେହି ସ୍ୱର ପୁଣି ଶୁଣିଲି। ଏହି ସ୍ୱର ତୂରୀନାଦର ଶବ୍ଦ ପରି ମନେହେଲା। ସେହି ସ୍ୱର କହିଲା, “ଏଠାରୁ ଉପରକୁ ଉଠି ଆସ ଏବଂ ଭବିଷ୍ୟତରେ ଯାହା ଘଟିବ, ତାହା ମୁଁ ତୁମ୍ଭକୁ ଦେଖାଇବି।”

Gade chapit la Kopi




ପ୍ରକାଶିତ 4:1
21 Referans Kwoze  

ସେତେବେଳେ ସେମାନେ ଆକାଶରୁ ଉଚ୍ଚ ସ୍ଵରରେ ଉକ୍ତ ଏହି ବାଣୀ ଶୁଣିଲେ, ଏଠାକୁ ଉଠିଆସ। ସେଥିରେ ସେମାନେ ମେଘାରୂଢ଼ ହୋଇ ସ୍ଵର୍ଗାରୋହଣ କଲେ , ଆଉ ସେମାନଙ୍କର ଶତ୍ରୁମାନେ ସେମାନଙ୍କୁ ଦେଖିଲେ।


ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ପର୍ବତ ଆରୋହଣ କରି ଆମ୍ଭ ନିକଟକୁ ଆସି ଏହି ସ୍ଥାନରେ ଥାଅ; ତହିଁରେ ଆମ୍ଭେ ଲୋକମାନଙ୍କ ଶିକ୍ଷା ନିମନ୍ତେ ଯାହା ଲେଖିଅଛୁ, ତାହା, ଅର୍ଥାତ୍, ବ୍ୟବସ୍ଥା ଓ ଆଜ୍ଞା ସମ୍ଵନ୍ଧୀୟ ଦୁଇ ଖଣ୍ତ ପ୍ରସ୍ତର-ଫଳକ ତୁମ୍ଭକୁ ଦେବା।


ଅତଏବ, ଯାହା ଯାହା ଦର୍ଶନ କଲ, ଯାହା ଯାହା ବର୍ତ୍ତମାନ ଘଟୁଅଛି ଓ ଏହା ପରେ ଘଟିବ, ସେହିସବୁ ଲିପିବଦ୍ଧ କର।


ମୁଁ ପ୍ରଭୁଙ୍କ ଦିନରେ ଆତ୍ମାରେ ଆବିଷ୍ଟ ହୋଇ ମୋହର ପଶ୍ଚାତରେ ତୂରୀଶଦ୍ଦ ପରି ଗୋଟିଏ ମହାସ୍ଵର ଏହା କହୁଥିବା ଶୁଣିଲି,


ଆଉ, ତତ୍କ୍ଷଣାତ୍ ସେ ଜଳରୁ ଉଠିଆସିବା ସମୟରେ ଆକାଶ ବିଦୀର୍ଣ୍ଣ ହେବା ଓ ଆତ୍ମାଙ୍କୁ କପୋତ ପରି ଆପଣା ଉପରକୁ ଅବତରଣ କରିବା ଦେଖିଲେ,


ପରେ ସେ ମୋତେ କହିଲେ, ଏହି ସମସ୍ତ ବାକ୍ୟ ବିଶ୍ଵସନୀୟ ଓ ସତ୍ୟ; ଯାହା ଯାହା ଶୀଘ୍ର ଘଟିବ, ସେହିସବୁ ଆପଣା ଦାସମାନଙ୍କୁ ଦେଖାଇବା ନିମନ୍ତେ ପ୍ରଭୁ, ଭାବବାଦୀମାନଙ୍କ ଆତ୍ମାସମୂହର ଈଶ୍ଵର, ଆପଣା ଦୂତଙ୍କୁ ପ୍ରେରଣ କରିଅଛନ୍ତିୁ।


ସପ୍ତମ ଦୂତ ଆପଣା ପାତ୍ର ଆକାଶରେ ଢାଳିଲେ; ତହୁଁ ମନ୍ଦିର ମଧ୍ୟରୁ ସିଂହାସନଠାରୁ ଏହି ଉଚ୍ଚ ସ୍ଵର ହେଲା, ସମାପ୍ତ ହେଲା।


ଦେଖନ୍ତୁ, ମୁଁ ସ୍ଵର୍ଗକୁ ଉନ୍ମୁକ୍ତ ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ଵରେ ଠିଆ ହୋଇଥିବା ଦେଖୁଅଛି।


କିନ୍ତୁ ସେ, ଅର୍ଥାତ୍, ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ, ସେହିସବୁ କହିବେ, ପୁଣି ଆଗାମୀ ବିଷୟସବୁ ତୁମ୍ଭମାନଙ୍କୁ ଜଣାଇବେ।


ସମସ୍ତ ଲୋକ ବାପ୍ତିଜିତ ହେଲା ଉତ୍ତାରେ ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା ସମୟରେ ଆକାଶ ଉନ୍ମୁକ୍ତ ହେଲା,


ତେବେ ସଦାପ୍ରଭୁ ତାଙ୍କୁ କହିଲେ, ଯାଅ, ଓହ୍ଲାଅ; ପୁଣି ତୁମ୍ଭେ ହାରୋଣଙ୍କୁ ସଙ୍ଗରେ ନେଇ ଆରୋହଣ କରିବ; ମାତ୍ର ଯାଜକଗଣ ଓ ଲୋକମାନଙ୍କ ଉପରେ ସଦାପ୍ରଭୁ ଯେପରି ଆକ୍ରମଣ ନ କରନ୍ତି, ଏଥିପାଇଁ ସେମାନେ ତାହାଙ୍କ ଛାମୁକୁ ଆସିବା ପାଇଁ ସୀମା ଅତିକ୍ରମ ନ କରନ୍ତୁ।


ଆକାଶ ଉନ୍ମୁକ୍ତ ହୋଇଅଛି, ପୁଣି ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ପୃଥିବୀ ଉପରକୁ ଖସାଇ ଦିଆଯାଉଅଛି;


ଯୀଶୁ ବାପ୍ତିଜିତହେଲାକ୍ଷଣି ଜଳରୁ ଉଠି ଆସିଲେ, ଆଉ ଦେଖ, ଆକାଶ ଉନ୍ମୁକ୍ତ ହେଲା, ପୁଣି ସେ ଈଶ୍ଵରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ଆପଣା ଉପରକୁ ଆସିବା ଦେଖିଲେ।


ଇସ୍ରାଏଲଙ୍କର ଯେଉଁ ପୁତ୍ରଗଣ ପ୍ରତ୍ୟେକେ ଆପଣା ଆପଣା ପରିଜନ ଘେନି ଯାକୁବଙ୍କ ସହିତ ମିସର ଆସିଥିଲେ, ସେମାନଙ୍କ ନାମ;


ତିରିଶ ବର୍ଷର ଚତୁର୍ଥ ମାସର ପଞ୍ଚମ ଦିନରେ କବାର ନଦୀ କୂଳରେ ବନ୍ଦୀମାନଙ୍କ ମଧ୍ୟରେ ମୁଁ ଥିବା ସମୟରେ ସ୍ଵର୍ଗ ମୁକ୍ତ ହେଲା, ତହିଁରେ ମୁଁ ଈଶ୍ଵରୀୟ ଦର୍ଶନମାନ ପାଇଲି।


କିଏ ମୋʼ ସହିତ କଥା କହୁଅଛନ୍ତି, ଏହା ଦେଖିବା ନିମନ୍ତେ ମୁଁ ବୁଲି ପଡ଼ିଲି। ଆଉ ବୁଲି ପଡ଼ନ୍ତେ ମୁଁ ଦେଖିଲି, ସପ୍ତ ସୁବର୍ଣ୍ଣ ପ୍ରଦୀପ,


ସେତେବେଳେ ସ୍ଵର୍ଗରେ ଥିବା ଈଶ୍ଵରଙ୍କ ମନ୍ଦିର ଉନ୍ମୁକ୍ତ ହେଲା ଓ ତାହାଙ୍କ ମନ୍ଦିର ମଧ୍ୟରେ ତାହାଙ୍କ ନିୟମସିନ୍ଦୁକ ଦୃଷ୍ଟ ହେଲା, ପୁଣି ବିଦ୍ୟୁତ୍, ବିଭିନ୍ନ ସ୍ଵର, ମେଘଗର୍ଜ୍ଜନ, ଭୂମିକମ୍ପ ଓ ମହା ଶିଳାବୃଷ୍ଟି ହେଲା।


ତତ୍ପରେ ମୁଁ ସ୍ଵର୍ଗକୁ ଉନ୍ମୁକ୍ତ ଦେଖିଲି, ଆଉ ଦେଖ, ଗୋଟିଏ ଶ୍ଵେତବର୍ଣ୍ଣ ଅଶ୍ଵ; ତାହାର ଆରୋହୀଙ୍କ ନାମ ବିଶ୍ଵସ୍ତ ଓ ସତ୍ୟ ; ସେ ନ୍ୟାଯ୍ୟ ରୂପେ ବିଚାର ଓ ଯୁଦ୍ଧ କରନ୍ତି।


କାରଣ ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ଛାମୁରେ ତୁମ୍ଭର ନୀଚୀକୃତ ହେବା ଅପେକ୍ଷା ବରଂ ଏଠାକୁ ଆସ ବୋଲି ତୁମ୍ଭକୁ କୁହାଯିବା ଭଲ।


Swiv nou:

Piblisite


Piblisite