Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 13:3 - ପବିତ୍ର ବାଇବଲ (Re-edited) - (BSI)

3 ତାହାର ମସ୍ତକଗୁଡ଼ାକ ମଧ୍ୟରୁ ଗୋଟାଏ ଯେପରି ସାଂଘାତିକ ଆଘାତ ପ୍ରାପ୍ତ ହୋଇଥିଲା, ଆଉ ତାହାର ସେହି ମୃତ୍ୟୁଜନକ କ୍ଷତ ସୁସ୍ଥ ହେଲା, ପୁଣି ସମସ୍ତ ପୃଥିବୀ ସେହି ପଶୁ ବିଷୟରେ ଆଶ୍ଚର୍ଯ୍ୟାନ୍ଵିତ ହୋଇ ତାହାର ଅନୁଗମନ କଲେ,

Gade chapit la Kopi

ଓଡିଆ ବାଇବେଲ

3 ତାହାର ମସ୍ତକଗୁଡ଼ାକ ମଧ୍ୟରୁ ଗୋଟାଏ ଯେପରି ସାଂଘାତିକ ଆଘାତ ପ୍ରାପ୍ତ ହୋଇଥିଲା, ଆଉ ତାହାର ସେହି ମୃତ୍ୟୁଜନକ କ୍ଷତ ସୁସ୍ଥ ହେଲା, ପୁଣି, ସମସ୍ତ ପୃଥିବୀ ସେହି ପଶୁ ବିଷୟରେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାହାର ଅନୁଗମନ କଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 ପଶୁର ଗୋଟିଏ ମସ୍ତକ ଗୁରୁତର ଆଘାତ ପାଇଥିବା ପରି ମନେ ହେଉଥିଲା। କିନ୍ତୁ କ୍ଷତ ସ୍ଥାନଟି ଭଲ ହୋଇଯାଇଥିଲା ଏବଂ ପୃଥ୍ୱୀବାସୀ ସମସ୍ତେ ବିସ୍ମୟାଭିଭୂତ ହୋଇ ପଶୁର ଅନୁସରଣ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତାହାର ମସ୍ତକଗୁଡ଼ାକ ମଧ୍ୟରୁ ଗୋଟାଏ ଯେପରି ସାଂଘାତିକ ଆଘାତ ପ୍ରାପ୍ତ ହୋଇଥିଲା, ଆଉ ତାହାର ସେହି ମୃତ୍ୟୁଜନକ କ୍ଷତ ସୁସ୍ଥ ହେଲା, ପୁଣି, ସମସ୍ତ ପୃଥିବୀ ସେହି ପଶୁ ବିଷୟରେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାହାର ଅନୁଗମନ କଲେ,

Gade chapit la Kopi

ପବିତ୍ର ବାଇବଲ

3 ତାହାର ମସ୍ତକଗୁଡ଼ିକ ମଧ୍ୟରୁ ଗୋଟିଏ ମସ୍ତକ ଆଘାତ ପ୍ରାପ୍ତ ହୋଇଥିବା ପରି ଓ ମରାଯାଇଥିବା ପରି ଦେଖାଗଲା। କିନ୍ତୁ ତା'ର ମାରାତ୍ମକ କ୍ଷତ ଭଲ ହୋଇଯାଇଥିଲା। ପୃଥିବୀର ସବୁ ଲୋକମାନେ ତାହାକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ସେହି ପଶୁର ଅନୁଗମନ କଲେ।

Gade chapit la Kopi




ପ୍ରକାଶିତ 13:3
15 Referans Kwoze  

ସେହି ଯେଉଁ ପଶୁକୁ ତୁମ୍ଭେ ଦେଖିଲ, ତାହା ଥିଲା, ଏବେ ନାହିଁ, ପୁଣି ତାହା ପାତାଳକୁଣ୍ତରୁ ଉଠି ବିନାଶ ପାଇବ। ସେଥିରେ ପୃଥିବୀ ନିବାସୀ ଯେତେ ଲୋକଙ୍କ ନାମ ଜଗତର ପତ୍ତନାବଧି ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ସେମାନେ ଯେତେବେଳେ ସେହି ପଶୁକୁ ଦେଖିବେ ଯେ ତାହା ଥିଲା, ଏବେ ନାହିଁ ଓ ପରେ ଆସିବ, ସେତେ-ବେଳେ ସେମାନେ ଆଶ୍ଚର୍ଯ୍ୟାନ୍ଵିତ ହେବେ।


ଆଉ ସେହି ପଶୁର ସାକ୍ଷାତରେ ଯେଉଁ ଆଣ୍ଗର୍ଯ୍ୟ କର୍ମ କରିବାକୁ ସେ କ୍ଷମତା ପ୍ରାପ୍ତ ହୋଇଥିଲା, ତଦ୍ଦ୍ଵାରା ସେ ପୃଥିବୀ ନିବାସୀମାନଙ୍କୁ ଭ୍ରାନ୍ତ କରି, ଯେଉଁ ପଶୁ ଖଡ଼୍‍ଗ ଦ୍ଵାରା ଆହତ ହେଲେ ହେଁ ବଞ୍ଚିଥିଲା, ତାହାର ଏକ ପ୍ରତିମା ନିର୍ମାଣ କରିବାକୁ ସେମାନଙ୍କୁ କହେ।


କାରଣ ଈଶ୍ଵରଙ୍କ ସମସ୍ତ ବାକ୍ୟ ଯେପର୍ଯ୍ୟନ୍ତ ସଫଳ ନ ହୁଏ, ସେପର୍ଯ୍ୟନ୍ତ ସେମାନେ ଯେପରି ତାହାର ଅଭିପ୍ରାୟ ସିଦ୍ଧ କରନ୍ତି ଓ ଏକମନା ହୋଇ ଆପଣାମାନଙ୍କ ରାଜ୍ୟ ପଶୁକୁ ଦାନ କରନ୍ତି, ଏଥିନିମନ୍ତେ ଈଶ୍ଵର ସେମାନଙ୍କ ମନରେ ପ୍ରବୃତ୍ତି ଦେଲେ।


ସେହି ସପ୍ତ ମସ୍ତକ ମଧ୍ୟ ସପ୍ତ ରାଜାଙ୍କୁ ବୁଝାଏ, ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ପତିତ ହୋଇଅଛନ୍ତି, ଜଣେ ବର୍ତ୍ତମାନ ଅଛି, ଆଉ ଜଣେ ଏପର୍ଯ୍ୟନ୍ତ ଆସି ନାହିଁ, ସେ ଆସିଲେ ଅଳ୍ପ କାଳ ମାତ୍ର ରହିବ।


ଆଉ, ଆମ୍ଭେ ବାବିଲ ରାଜାର ବାହୁଦ୍ଵୟ ସବଳ କରିବା ଓ ତାହା ହସ୍ତରେ ଆମ୍ଭର ଖଡ଼୍‍ଗ ଦେବା; ମାତ୍ର ଆମ୍ଭେ ଫାରୋର ବାହୁଦ୍ଵୟ ଭାଙ୍ଗି ପକାଇବା, ତହିଁରେ ସେ ପ୍ରାଣନାଶକ କ୍ଷତପ୍ରାପ୍ତ ଲୋକର କାତରୋକ୍ତି ତୁଲ୍ୟ କାତରୋକ୍ତି ତାହା ସାକ୍ଷାତରେ କରିବ।


ସେମାନେ ଏକମନା, ଆଉ ସେମାନେ ସେହି ପଶୁକୁ ଆପଣାମାନଙ୍କର ଶକ୍ତି ଓ କ୍ଷମତା ଦେବେ।


ସେ ପ୍ରଥମ ପଶୁର ସମସ୍ତ କ୍ଷମତା ତାହା ସାକ୍ଷାତରେ ପରିଚାଳନା କରେ, ଆଉ ସେହି ଯେଉଁ ପ୍ରଥମ ପଶୁର ମୃତ୍ୟୁଜନକ କ୍ଷତ ସୁସ୍ଥ ହୋଇଥିଲା, ତାହାକୁ ପ୍ରଣାମ କରିବାକୁ ପୃଥିବୀ ଓ ତନ୍ନିବାସୀମାନଙ୍କୁ ବାଧ୍ୟ କରେ।


ଆଉ, ଶିମୋନ ନିଜେ ମଧ୍ୟ ବିଶ୍ଵାସ କରି ବାପ୍ତିଜିତ ହେଲା ଓ ଫିଲିପ୍ପଙ୍କ ସାଙ୍ଗେ ସାଙ୍ଗେ ରହିଲା, ଆଉ ନାନା ଲକ୍ଷଣ ଓ ମହା ମହା ଶକ୍ତିର କର୍ମ ଦେଖି ଆଚମ୍ଵିତ ହେବାକୁ ଲାଗିଲା।


ସେସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଗଲା।


ମୁଁ ସେହି ସ୍ତ୍ରୀଲୋକକୁ ସାଧୁମାନଙ୍କ ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ହୋଇଥିବାର ଦେଖିଲି। ତାହାକୁ ଦେଖି ମୁଁ ଅତ୍ୟ; ଆଶ୍ଚର୍ଯ୍ୟାନ୍ଵିତ ହେଲି।


ସେଥିରେ ଫାରୂଶୀମାନେ ପରସ୍ପର କୁହାକୋହି ହେଲେ, ଦେଖୁଛ ତ, ତୁମ୍ଭମାନଙ୍କ ସମସ୍ତ ଚେଷ୍ଟା ବିଫଳ ହେଉଅଛି; ଦେଖ, ଜଗତଟାଯାକ ତାହାର ପଛରେ ଗଲେଣି।


ପୁଣି ଯେଉଁ ପଶୁ ଥିଲା ଆଉ ଏବେ ନାହିଁ, ସେ ଅଷ୍ଟମ; ତଥାପି ସେ ସେହି ସପ୍ତ ରାଜାଙ୍କ ମଧ୍ୟରୁ ଜଣେ, ଆଉ ସେ ବିନାଶ ପାଇବ।


Swiv nou:

Piblisite


Piblisite