Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 1:11 - ପବିତ୍ର ବାଇବଲ (Re-edited) - (BSI)

11 ତୁମ୍ଭେ ଯାହା ଦର୍ଶନ କରୁଅଛ, ତାହା ଗୋଟିଏ ପୁସ୍ତକରେ ଲିପିବଦ୍ଧ କରି ସପ୍ତ ମଣ୍ତଳୀ, ଅର୍ଥାତ୍, ଏଫିସ, ସ୍ମୁର୍ଣ୍ଣା, ପର୍ଗମ, ଥୁୟତୀରା ସାର୍ଦ୍ଦୀ, ଫିଲାଦେଲ୍ଫିଆ ଓ ଲାଅଦିକୀଆ ନିକଟକୁ ପ୍ରେରଣ କର।

Gade chapit la Kopi

ଓଡିଆ ବାଇବେଲ

11 ତୁମ୍ଭେ ଯାହା ଦର୍ଶନ କରୁଅଛ, ତାହା ଗୋଟିଏ ପୁସ୍ତକରେ ଲିପିବଦ୍ଧ କରି ସପ୍ତ ମଣ୍ଡଳୀ, ଅର୍ଥାତ୍ ଏଫିସ, ସ୍ମୁର୍ଣ୍ଣା, ପର୍ଗମ, ଥୁୟତୀରା, ସାର୍ଦ୍ଦୀ, ଫିଲାଦେଲ୍‌ଫିଆ ଓ ଲାଅଦିକୀଆ ନିକଟକୁ ପ୍ରେରଣ କର ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

11 କିଏ ଜଣେ ମୋତେ କହିଲେ, “ତୁମେ ଯାହା ଦେଖୁଛ, ତାହା ଗୋଟିଏ ପୁସ୍ତକରେ ଲେଖି ରଖ ଏବଂ ଏଫିସସ୍, ସ୍ମର୍ଣ୍ଣା, ପର୍ଗାମମ୍, ଥିଆଟିରା, ସାର୍ଦ୍ଦିସ୍, ଫିଲାଦେଲ୍ଫିଆ ଓ ଲାଓଦେସିଆରେ ଥିବା ମଣ୍ଡଳୀଗୁଡ଼ିକୁ ପୁସ୍ତକଟି ପଠାଇ ଦିଅ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 “ତୁମ୍ଭେ ଯାହା ଦର୍ଶନ ଦେଖୁଅଛ, ତାହା ଗୋଟିଏ ପୁସ୍ତକରେ ଲିପିବଦ୍ଧ କରି ସପ୍ତ ସହରରେ ଥିବା ସପ୍ତ ମଣ୍ଡଳୀଗଣକୁ, ଅର୍ଥାତ୍‍ ଏଫିସ, ସ୍ମୁର୍ଣ୍ଣା, ପର୍ଗମ, ଥୁୟାଥିରା, ସାର୍ଦ୍ଦୀ, ଫିଲାଦେଲ୍‌ଫିଆ ଓ ଲାଅଦିକିଆ ନିକଟକୁ ପ୍ରେରଣ କର।”

Gade chapit la Kopi

ପବିତ୍ର ବାଇବଲ

11 ସେହି ସ୍ୱର ମୋତେ କହିଲା, “ତୁମ୍ଭେ ଯାହା ଦେଖୁଛ, ସବୁ ଗୋଟିଏ ପୁସ୍ତକରେ ଲେଖ ଓ ତାହାକୁ ସାତୋଟି ମଣ୍ଡଳୀ ଏଫିସ, ସ୍ମୁର୍ଣ୍ଣା, ପର୍ଗମ, ଥୁୟତୀରା ସାର୍ଦ୍ଦୀ, ଫିଲାଦେ‌‌‌‌‌‌‌‌ଲ୍‌‌‌‌‌‌‌ଫିଆ ଓ ଲାଅଦିକୀଆକୁ ପଠାଅ।’’

Gade chapit la Kopi




ପ୍ରକାଶିତ 1:11
37 Referans Kwoze  

ସାର୍ଦ୍ଦୀ ମଣ୍ତଳୀର ଦୂତ ନିକଟକୁ ଲେଖ : ଯେ ଈଶ୍ଵରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରନ୍ତି, ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ନାମରେ ଜୀବିତ, ମାତ୍ର ପ୍ରକୃତରେ ମୃତ।


ଯୋହନ ଆସିଆସ୍ଥ ସପ୍ତ ମଣ୍ତଳୀ ନିକଟକୁ ଲେଖୁଅଛି, ଯେ ବର୍ତ୍ତମାନ, ଭୂତ ଓ ଭବିଷ୍ୟତ, ତାହାଙ୍କଠାରୁ ଓ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କଠାରୁ


ଅନନ୍ତର ସଦାପ୍ରଭୁ ମୋତେ ଉତ୍ତର ଦେଇ କହିଲେ, ଏହି ଦର୍ଶନର କଥା ଲେଖ ଓ ଯେ ପାଠ କରେ, ସେ ଯେପରି ଦୌଡ଼ି ପାରିବ, ଏଥିପାଇଁ ପଟାରେ ସୁସ୍ପଷ୍ଟ କରି ଖୋଳ।


ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଆମ୍ଭେ ତୁମ୍ଭକୁ ଯେଉଁ ସକଳ କଥା କହିଅଛୁ, ତାହା ଗୋଟିଏ ପୁସ୍ତକରେ ଲେଖି ରଖ।


ଲାଅଦିକୀଆ ମଣ୍ତଳୀର ଦୂତ ନିକଟକୁ ଲେଖ : ଯେ ସତ୍, ଯେ ବିଶ୍ଵସ୍ତ ଓ ସତ୍ୟ ସାକ୍ଷୀ, ଯେ ଈଶ୍ଵରଙ୍କ ସୃଷ୍ଟିର ଆଦିକର୍ତ୍ତା, ସେ ଏହା କହନ୍ତି,


ଫିଲାଦେଲ୍ଫିଆ ମଣ୍ତଳୀର ଦୂତ ନିକଟକୁ ଲେଖ : ଯେ ପବିତ୍ର ଓ ସତ୍ୟ, ଯାହାଙ୍କ ହସ୍ତରେ ଦାଉଦଙ୍କର କଞ୍ଚି ଅଛି, ଯେ ଫିଟାଇଲେ କେହି ବନ୍ଦ କରି ନ ପାରେ, ଆଉ ବନ୍ଦ କଲେ କେହି ଫିଟାଇ ନ ପାରେ,


ଥୁୟତୀରା ମଣ୍ତଳୀର ଦୂତ ନିକଟକୁ ଲେଖ : ଈଶ୍ଵରଙ୍କ ଯେଉଁ ପୁତ୍ରଙ୍କ ଚକ୍ଷୁ ପ୍ରଜ୍ଵଳିତ ଅଗ୍ନିଶିଖା ସଦୃଶ ଓ ପାଦ ଉଜ୍ଜ୍ଵଳ ପିତ୍ତଳ ତୁଲ୍ୟ, ସେ ଏହା କହନ୍ତି,


ପର୍ଗମ ମଣ୍ତଳୀର ଦୂତ ନିକଟକୁ ଲେଖ: ଯାହାଙ୍କର ତୀକ୍ଷ୍ମ ଦ୍ଵିଧାର ଖଡ଼୍‍ଗ ଅଛି, ସେ ଏହା କହନ୍ତି,


ସ୍ମୁର୍ଣ୍ଣା ମଣ୍ତଳୀର ଦୂତ ନିକଟକୁ ଲେଖ: ଯେ ପ୍ରଥମ ଓ ଶେଷ, ଯେ ମୃତ ହୋଇ ପୁନର୍ଜୀବିତ ହେଲେ,


ପାଉଲ, ଈଶ୍ଵରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ଏଫିସରେ ଥିବା ସାଧୁ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ଵାସୀମାନଙ୍କ ନିକଟକୁ ଲେଖୁଅଛି।


ଏବେ ଯାଅ, ସେମାନଙ୍କ ସାକ୍ଷାତରେ ଏକ ଫଳକରେ ତାହା ଲେଖ ଓ ତାହା ଯେପରି ଆସନ୍ତା କାଳ ନିମନ୍ତେ, ଅନ; କାଳ ପର୍ଯ୍ୟନ୍ତ ରହିବ, ଏଥିପାଇଁ ଏକ ପୁସ୍ତକରେ ତାହା ଲିପିବଦ୍ଧ କର।


ପରେ ସିଂହାସନୋପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ। ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ଵସନୀୟ ଓ ସତ୍ୟ।।


ସେତେବେଳେ ସେ ମୋତେ କହିଲେ, ଲେଖ, ଯେଉଁମାନେ ମେଷଶାବକଙ୍କ ବିବାହଭୋଜକୁ ନିମନ୍ତ୍ରିତ, ସେମାନେ ଧନ୍ୟ। ଆଉ ସେ ମୋତେ କହିଲେ, ଏହିସବୁ ଈଶ୍ଵରଙ୍କ ସତ୍ୟ ବାକ୍ୟ।


ପୁଣି ମୁଁ ସ୍ଵର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କଠାରେ ଥାଇ ମରନ୍ତି, ସେମାନେ ଧନ୍ୟ; ହଁ, ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ।


ସେହି ସପ୍ତ ମେଘଗର୍ଜ୍ଜନ ଆପଣା ଆପଣା ବାଣୀ ବ୍ୟକ୍ତ କରନ୍ତେ ମୁଁ ଲେଖିବାକୁ ଉଦ୍ୟତ ହେଲି; ସେତେବେଳେ ମୁଁ ମୋʼ ପ୍ରତି ଆକାଶରୁ ଉକ୍ତ ଏହି ବାଣୀ ଶୁଣିଲି, ସେହି ସପ୍ତ ମେଘଗର୍ଜ୍ଜନ ଯାହାସବୁ ବ୍ୟକ୍ତ କଲେ, ସେହିସବୁ ଗୋପନ କରି ରଖ, ଲେଖ ନାହିଁ।


ଅତଏବ, ଯାହା ଯାହା ଦର୍ଶନ କଲ, ଯାହା ଯାହା ବର୍ତ୍ତମାନ ଘଟୁଅଛି ଓ ଏହା ପରେ ଘଟିବ, ସେହିସବୁ ଲିପିବଦ୍ଧ କର।


ଯେ ବର୍ତ୍ତମାନ, ଭୂତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ, ସେହି ପ୍ରଭୁ ଈଶ୍ଵର କହନ୍ତି, ଆମ୍ଭେ କ ଓ କ୍ଷ।


ମୁଁ ମାକିଦନିଆକୁ ଯିବା ସମୟରେ ତୁମ୍ଭକୁ ଯେପ୍ରକାର ଅନୁରୋଧ କରିଥିଲି, ସେହିପରି ତୁମ୍ଭେ ଏଫିସରେ ରହି କେତେକ ଲୋକ ଯେପରି ଭିନ୍ନ ଶିକ୍ଷା ନ ଦିଅନ୍ତି


ଏଣୁ ଏବେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଏହି ଗୀତ ଲେଖ ଓ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ତାହା ଶିଖାଅ; ଆଉ ଏହି ଗୀତ ଯେପରି ଇସ୍ରାଏଲ-ସନ୍ତାନଗଣର ପ୍ରତିକୂଳରେ ଆମ୍ଭର ସାକ୍ଷୀ ହେବ, ଏଥିପାଇଁ ତାହା ସେମାନଙ୍କୁ ମୁଖସ୍ଥ କରାଅ।


ତାହାଙ୍କୁ ଦେଖି ମୁଁ ମୃତ ପରି ତାହାଙ୍କ ପାଦ ତଳେ ପଡ଼ିଗଲି। ସେଥିରେ ସେ ମୋʼ ଉପରେ ଆପଣା ଦକ୍ଷିଣ ହସ୍ତ ଥୋଇ କହିଲେ,


ସେହି ଯୋହନ ଈଶ୍ଵରଙ୍କ ବାକ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ଵନ୍ଧରେ, ଅର୍ଥାତ୍, ସେ ଯାହାସବୁ ଦର୍ଶନ କଲା, ସେହି ବିଷୟରେ ସାକ୍ଷ୍ୟ ଦେଉଅଛି।


କିନ୍ତୁ ମୁଁ ପେଣ୍ଟିକଷ୍ଟ ପର୍ଯ୍ୟନ୍ତ ଏଫିସରେ ରହିବି;


ଯଦି ଲୋକାଚାର ଅନୁସାରେ ମୁଁ ଏଫିସରେ ବନ୍ୟ ପଶୁମାନଙ୍କ ସହିତ ଯୁଦ୍ଧ କରିଅଛି, ତେବେ ସେଥିରେ ମୋହର ଲାଭ କଅଣ? ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ‘ଆସ, ଆମ୍ଭେମାନେ ଭୋଜନପାନ କରୁ, କାରଣ କାଲି ଆମ୍ଭେମାନେ ମରିବାʼ।


ମୀଲୀତରୁ ସେ ଏଫିସକୁ ଲୋକ ପଠାଇ ମଣ୍ତଳୀର ପ୍ରାଚୀନମାନଙ୍କୁ ଆପଣା ନିକଟକୁ ଡକାଇ ଆଣିଲେ।


ଇତିମଧ୍ୟରେ ଆପଲ୍ଲ ନାମକ ଜଣେ ଯିହୁଦୀ ଏଫିସକୁ ଆସିଲେ, ତାଙ୍କର ଜନ୍ମସ୍ଥାନ ଆଲେକ୍ଜାଣ୍ତ୍ରିଆ; ସେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ଶକ୍ତିଶାଳୀ ଥିଲେ।


ପୁଣି, ଥୁୟାଥୀରା ନଗରର ବାଇଗଣିଆ ବସ୍ତ୍ର ବିକ୍ରୟକାରିଣୀ ଲୂଦିଆ ନାମ୍ନୀ ଜଣେ ମହିଳା, ଯେ ଈଶ୍ଵର-ଭକ୍ତା ଥିଲେ, ସେ ଆମ୍ଭମାନଙ୍କର କଥା ଶୁଣୁଥିଲେ। ସେ ଯେପରି ପାଉଲଙ୍କର କଥିତ ବିଷୟ ପ୍ରତି ମନୋଯୋଗ କରନ୍ତି, ଏଥିନିମନ୍ତେ ପ୍ରଭୁ ତାଙ୍କର ହୃଦୟ ଫିଟାଇ ଦେଲେ।


କାରଣ ତୁମ୍ଭମାନଙ୍କ ଓ ଲାଅଦିକିଆର ଲୋକମାନଙ୍କ, ପୁଣି ଯେତେ ଲୋକ ମୋହର ମୁଖ ଦେଖି ନାହାନ୍ତି, ସେସମସ୍ତଙ୍କ ନିମନ୍ତେ ମୁଁ ଯେ କେତେ ପ୍ରାଣପଣ କରିଥାଏ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା;


ଆମ୍ଭର ଦକ୍ଷିଣ ହସ୍ତରେ ଯେଉଁ ସପ୍ତ ନକ୍ଷତ୍ର ଦେଖିଲ, ସେଥିର ଓ ସପ୍ତ ସୁବର୍ଣ୍ଣ ପ୍ରଦୀପର ନିଗୂଢ଼ତତ୍ତ୍ଵ ଏହି, ସେହି ସପ୍ତ ନକ୍ଷତ୍ର ସପ୍ତ ମଣ୍ତଳୀର ଦୂତଗଣ ଓ ସପ୍ତ ପ୍ରଦୀପ ସପ୍ତ ମଣ୍ତଳୀ ଅଟନ୍ତି।


ଏଫିସ ମଣ୍ତଳୀର ଦୂତ ନିକଟକୁ ଲେଖ: ଯେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରନ୍ତି ଓ ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ଗମନାଗମନ କରନ୍ତି,


କିନ୍ତୁ ତୁମ୍ଭମାନଙ୍କୁ, ଅର୍ଥାତ୍, ଥୁୟତୀରାରେ ଥିବା ଯେଉଁ ଅବଶିଷ୍ଟ ଲୋକେ ଏହି ମତାବଲମ୍ଵୀ ନୁହଁ ଓ ଯାହାକୁ ଶୟତାନର ନିଗୂଢ଼ ଶିକ୍ଷା ବୋଲି କହନ୍ତି, ତାହା ଜ୍ଞାତ ନୁହଁ, ତୁମ୍ଭମାନଙ୍କୁ ଆମ୍ଭେ କହୁଅଛୁ, ତୁମ୍ଭମାନଙ୍କ ଉପରେ ଆମ୍ଭେ ଆଉ କୌଣସି ଭାର ଦେବୁ ନାହିଁ।


ତଥାପି ଯେଉଁମାନେ ଆପଣା ଆପଣା ବସ୍ତ୍ର ମଳିନ କରି ନାହାନ୍ତି, ତୁମ୍ଭମାନଙ୍କ ମଧ୍ୟରେ ସାର୍ଦ୍ଦୀରେ ଏପରି କେତେକ ଅଛନ୍ତି; ସେମାନେ ଶୁକ୍ଳ ବସ୍ତ୍ର ପରିହିତ ହୋଇ ଆମ୍ଭ ସଙ୍ଗରେ ଗମନାଗମନ କରିବେ, କାରଣ ସେମାନେ ଯୋଗ୍ୟ।


ଆଉ ସେ ମୋତେ କହିଲେ, ତୁମ୍ଭେ ଏହି ପୁସ୍ତକର ଭାବବାଣୀସବୁ ମୁଦ୍ରାଙ୍କିତ କର ନାହିଁ, କାରଣ ସମୟ ସନ୍ନିକଟ।


ଆମ୍ଭେ ଯୀଶୁ, ମଣ୍ତଳୀମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ନିକଟରେ ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମ୍ଭର ଦୂତକୁ ପ୍ରେରଣ କରିଅଛୁ। ଆମ୍ଭେ ଦାଉଦଙ୍କ ମୂଳ ଓ ବଂଶଜ, ସେହି ଉଜ୍ଜ୍ଵଳ ପ୍ରଭାତୀତାରା।


Swiv nou:

Piblisite


Piblisite