Biblia Todo Logo
Bib sou entènèt

- Piblisite -




ଗୀତସଂହିତା 127:3 - ପବିତ୍ର ବାଇବଲ (Re-edited) - (BSI)

3 ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର ଓ ଗର୍ଭଜାତ ଫଳ ତାହାଙ୍କ ଦତ୍ତ ପୁରସ୍କାର।

Gade chapit la Kopi

ଓଡିଆ ବାଇବେଲ

3 ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର ଓ ଗର୍ଭଜାତ ଫଳ ତାହାଙ୍କ ଦତ୍ତ ପୁରସ୍କାର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର ଓ ଗର୍ଭଜାତ ଫଳ ତାହାଙ୍କ ଦତ୍ତ ପୁରସ୍କାର।

Gade chapit la Kopi

ପବିତ୍ର ବାଇବଲ

3 ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର। ଗର୍ଭାଶୟରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।

Gade chapit la Kopi




ଗୀତସଂହିତା 127:3
22 Referans Kwoze  

ତୁମ୍ଭ ଶରୀରର ଫଳ ଓ ତୁମ୍ଭ ଭୂମିର ଫଳ ଓ ତୁମ୍ଭ ପଶୁର ଫଳ, ଅର୍ଥାତ୍, ଗୋବତ୍ସ ଓ ମେଷପଲର ଶାବକ ଧନ୍ୟ ହେବ।


ଏହି ବାଳକ ନିମନ୍ତେ ମୁଁ ପ୍ରାର୍ଥନା କରିଥିଲି; ଆଉ ମୁଁ ଯାହା ମାଗିଥିଲି, ସଦାପ୍ରଭୁ ମୋହର ସେହି ନିବେଦନ ଅନୁସାରେ ମୋତେ ଦେଇଅଛନ୍ତି।


ଦେଖ, ମୁଁ ଓ ସଦାପ୍ରଭୁଙ୍କ ଦ୍ଵାରା ମୋତେ ଦତ୍ତ ସନ୍ତାନଗଣ ସିୟୋନ ପର୍ବତନିବାସୀ ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଇସ୍ରାଏଲ ମଧ୍ୟରେ ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ସ୍ଵରୂପ ଅଟୁ।


ଦେଖ, ଆମ୍ଭେ ତୁମ୍ଭକୁ ପ୍ରଜାବ; ଓ ବହୁବଂଶ କରିବା ଓ ତୁମ୍ଭଠାରୁ ନାନା ଜନସମାଜ ଉତ୍ପନ୍ନ କରିବା, ପୁଣି ତୁମ୍ଭ ଭବିଷ୍ୟଦ୍ବଂଶକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଏହି ଦେଶ ଦେବା।


ଏଉତ୍ତାରେ ସେ ଅନାଇ ସ୍ତ୍ରୀଗଣକୁ ଓ ବାଳକଗଣକୁ ଦେଖି ପଚାରିଲା, ତୁମ୍ଭ ସଙ୍ଗେ ଏମାନେ କିଏ? ତହିଁରେ ସେ କହିଲା, ପରମେଶ୍ଵର କୃପା କରି ଆପଣଙ୍କ ଦାସକୁ ଏହି ସମସ୍ତ ସନ୍ତାନ ଦେଇଅଛନ୍ତି।


ଆଉ ପରମେଶ୍ଵର ସେମାନଙ୍କୁ ଆଶୀର୍ବାଦ କଲେ; ପୁଣି ପରମେଶ୍ଵର ସେମାନଙ୍କୁ କହିଲେ, ପ୍ରଜାବ; ଓ ବହୁବଂଶ ହୁଅ, ପୁଣି ପୃଥିବୀକି ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ଭୂଚର ଉରୋଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ଵ କର।


ପୁଣି ରିବିକାକୁ ଆଶୀର୍ବାଦ କରି କହିଲେ, ତୁମ୍ଭେ ଆମ୍ଭମାନଙ୍କର ଭଗିନୀ, ସହସ୍ର ସହସ୍ର ଲୋକର ମାତା ହୁଅ; ତୁମ୍ଭର ବଂଶ ଆପଣା ଶତ୍ରୁଗଣର ନଗର ଅଧିକାର କରନ୍ତୁ।


ସଦାପ୍ରଭୁ ମୋତେ ଅନେକ ପୁତ୍ର ଦେଇଅଛନ୍ତି, ମାତ୍ର ମୋହର ସବୁ ପୁତ୍ର ମଧ୍ୟରୁ ଇସ୍ରାଏଲ ଉପରେ ସଦାପ୍ରଭୁଙ୍କ ରାଜ୍ୟର ସିଂହାସନରେ ବସିବା ପାଇଁ ସେ ମୋʼ ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି।


ସେମାନଙ୍କର ଧନୁ ଯୁବକମାନଙ୍କୁ କଚାଡ଼ି ପକାଇବ ଓ ସେମାନେ ଗର୍ଭର ଫଳ ପ୍ରତି କିଛି ଦୟା କରିବେ ନାହିଁ, ବାଳକଗଣ ପ୍ରତି ସେମାନଙ୍କର କୃପାଦୃଷ୍ଟି ହେବ ନାହିଁ।


ଅନନ୍ତର ଆଦମ ଆପଣା ଭାର୍ଯ୍ୟା ହବାଙ୍କର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ କୟିନ (ଅର୍ଥାତ୍ ଲାଭ) ନାମକ ଗୋଟିଏ ପୁତ୍ର ପ୍ରସବ କରି କହିଲେ, ସଦାପ୍ରଭୁଙ୍କ ସାହାଯ୍ୟରେ ମୋହର ଏକ ନର ଲାଭ ହୋଇଅଛି।


ସଦାପ୍ରଭୁ ତୁମ୍ଭକୁ ଯେଉଁ ଦେଶ ଦେବାକୁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେଠାରେ ତୁମ୍ଭ ଶରୀରଫଳରେ ଓ ତୁମ୍ଭ ପଶୁଫଳରେ ଓ ତୁମ୍ଭ ଭୂମିଫଳରେ ମଙ୍ଗଳାର୍ଥେ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ।


ତାଙ୍କର ତିରିଶ ପୁତ୍ର ଥିଲେ ଓ ସେ ତିରିଶ କନ୍ୟା ବାହାରେ ଦେଲେ ଓ ଆପଣା ପୁତ୍ରମାନଙ୍କ ପାଇଁ ତିରିଶ କନ୍ୟା ବାହାରୁ ଆଣିଲେ। ପୁଣି ସେ ସାତ ବର୍ଷ ଇସ୍ରାଏଲର ବିଚାର କଲେ।


ଷଷ୍ଠ ଯିତ୍ରିୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାର ପୁତ୍ର; ହିବ୍ରୋଣରେ ଦାଉଦଙ୍କର ଏହିସବୁ ପୁତ୍ର ଜାତ ହେଲେ।


ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ। ଏସମସ୍ତେ ବିନ୍ୟାମୀନର ସନ୍ତାନ।


ପୁଣି, ତାହାର ସାତ ପୁତ୍ର ଓ ତିନି କନ୍ୟା ଜନ୍ମିଥିଲେ।


Swiv nou:

Piblisite


Piblisite