Biblia Todo Logo
Bib sou entènèt

- Piblisite -




ଫିଲିପୀୟ 2:30 - ପବିତ୍ର ବାଇବଲ (Re-edited) - (BSI)

30 କାରଣ ମୋʼ ପ୍ରତି ତୁମ୍ଭମାନଙ୍କ ସେବାରେ ଯାହା କିଛି ଅଭାବ, ତାହା ପୂରଣ କରିବାକୁ ସେ ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଆପଣା ଜୀବନ ବିପଦଗ୍ରସ୍ତ କରି ମୃତପ୍ରାୟ ହୋଇଥିଲେ।

Gade chapit la Kopi

ଓଡିଆ ବାଇବେଲ

30 କାରଣ ମୋ' ପ୍ରତି ତୁମ୍ଭମାନଙ୍କ ସେବାରେ ଯାହା କିଛି ଅଭାବ, ତାହା ପୂରଣ କରିବାକୁ ସେ ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଆପଣା ଜୀବନ ବିପଦଗ୍ରସ୍ତ କରି ମୃତପ୍ରାୟ ହୋଇଥିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

30 କାରଣ ତୁମ୍ଭେମାନେ ମୋତେ ଯେଉଁ ସାହାଯ୍ୟ ଦେଇ ପାରିଲ ନାହିଁ, ଖ୍ରୀଷ୍ଟଙ୍କ କାର୍ଯ୍ୟ ସିଦ୍ଧି ଲାଗି ସେ ତା’ ମୋ’ ପାଇଁ କରିବାକୁ ଯାଇ ନିଜ ଜୀବନକୁ ବିପନ୍ନ କଲେ ଓ ମୃତ୍ୟୁର ସମ୍ମୁଖୀନ ହୋଇଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

30 କାରଣ ମୋʼ ପ୍ରତି ତୁମ୍ଭମାନଙ୍କ ସେବାରେ ଯାହା କିଛି ଅଭାବ, ତାହା ପୂରଣ କରିବାକୁ ସେ ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଆପଣା ଜୀବନ ବିପଦଗ୍ରସ୍ତ କରି ମୃତପ୍ରାୟ ହୋଇଥିଲେ।

Gade chapit la Kopi

ପବିତ୍ର ବାଇବଲ

30 ଖ୍ରୀଷ୍ଟଙ୍କ କାମ ପାଇଁ ସେ ମୃତପ୍ରାୟ ହୋଇ ଯାଇଥିବାରୁ ସମ୍ମାନିତ ହେବା ଉଚିତ୍। ମୋତେ ସାହାଯ୍ୟ କରିବା ପାଇଁ ସେ ନିଜ ଜୀବନକୁ ବିପଦରେ ପକାଇଥିଲେ। ତୁମ୍ଭେ ଦେଖିଥିବା ସେବାରେ ଯାହା କମ୍ ରହି ଯାଇଥିଲା, ସେତିକି ସେ ପୂରଣ କରିଦେଇଥିଲେ।

Gade chapit la Kopi




ଫିଲିପୀୟ 2:30
15 Referans Kwoze  

ସ୍ତିଫାନା, ଫର୍ତ୍ତୂନାତ ଓ ଆଖାୟିକଙ୍କ ଆଗମନରେ ମୁଁ ଆନନ୍ଦ କରୁଅଛି, କାରଣ ତୁମ୍ଭମାନଙ୍କ ଅନୁପସ୍ଥିତ ହେତୁ ମୋହର ଯେଉଁ ଅଭାବ ଥିଲା, ତାହା ସେମାନେ ପୂରଣ କରିଅଛନ୍ତି,


ଏବେ ଅବଶେଷରେ ମୋʼ ନିମନ୍ତେ ତୁମ୍ଭମାନଙ୍କର ଚିନ୍ତା ଯେ ପ୍ରକାଶ ହୋଇ ପାରିଲା, ଏଥିପାଇଁ ମୁଁ ପ୍ରଭୁଙ୍କଠାରେ ମହାନନ୍ଦ କରୁଅଛି; ପ୍ରକୃତରେ ମୋʼ ବିଷୟରେ ତୁମ୍ଭମାନଙ୍କର ଚିନ୍ତା ଥିଲା, କିନ୍ତୁ ସୁଯୋଗ ନ ଥିଲା।


କିନ୍ତୁ ମୁଁ ଯେପରି ମୋହର ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ି ପାରେ, ଆଉ ଈଶ୍ଵରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯେଉଁ ସେବାର କାର୍ଯ୍ୟ ପ୍ରଭୁ ଯୀଶୁଙ୍କଠାରୁ ପାଇଅଛିଦ ତାହା ସଂପୂର୍ଣ୍ଣ କରି ପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ନଗଣ୍ୟ ମନେ କରୁଅଛି।


ମୁଁ ସବୁ ପାଇଅଛି, ପୁଣି ମୋହର ପ୍ରଚୁର ଅଛି; ତୁମ୍ଭମାନଙ୍କର ପଠାଇଥିବା ଯେଉଁସବୁ ବିଷୟ ଏପାଫ୍ରାଦିତଙ୍କ ପାଖରୁ ପାଇଅଛି, ସେହିସବୁ ମୋʼ ପାଇଁ ଯଥେଷ୍ଟ; ସେହିସବୁ ଈଶ୍ଵରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳି ସ୍ଵରୂପ।


ଆଉ, ମୁଁ ତୁମ୍ଭମାନଙ୍କ ଆତ୍ମା ନିମନ୍ତେ ମହାନନ୍ଦରେ ବ୍ୟୟ କରିବି, ହଁ, ମୋହର ପ୍ରାଣ ସୁଦ୍ଧା ବ୍ୟୟ କରିବି। ମୁଁ ତୁମ୍ଭମାନଙ୍କୁ ଅଧିକ ପ୍ରଚୁରଭାବେ ପ୍ରେମ କରୁଅଛି ବୋଲି କଅଣ ଊଣା ପ୍ରେମ ପ୍ରାପ୍ତ ହେଉଅଛି?


ଆଉ ସେମାନେ ମେଷଶାବକଙ୍କ ରକ୍ତ ଓ ଆପଣା ଆପଣା ସାକ୍ଷ୍ୟର ବାକ୍ୟ ଦ୍ଵାରା ତାହାକୁ ଜୟ କରିଅଛନ୍ତି, ପୁଣି ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ଆପଣା ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରି ନ ଥିଲେ।


ସୁସମାଚାର ନିମନ୍ତେ ବନ୍ଧନ ଅବସ୍ଥାରେ ତାହାକୁ ତୁମ୍ଭ ସ୍ଥାନରେ ମୋହର ସେବା କରିବା ପାଇଁ ପାଖରେ ରଖିବାକୁ ମୋହର ମନ ହେଉଥିଲା,


ହଁ, ସେ ମୃତ୍ୟୁ ସରିକି ପୀଡ଼ିତ ହୋଇଥିଲେ, କିନ୍ତୁ ଈଶ୍ଵର ତାଙ୍କୁ ଦୟା କଲେ, ଆଉ କେବଳ ତାଙ୍କୁ ନୁହେଁ, ମାତ୍ର ଯେପରି ମୋʼ ପ୍ରତି ଦୁଃଖ ଉପରେ ଦୁଃଖ ଘଟିବ ନାହିଁ, ଏଥିପାଇଁ ମୋʼ ଉପରେ ମଧ୍ୟ ଦୟା କଲେ।


ହଁ, ଆଉ ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ଵାସ ସମ୍ଵନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଉଅଛି, ତାହାହେଲେ ଆନନ୍ଦ କରୁଅଛି ଓ ତୁମ୍ଭସମସ୍ତଙ୍କ ସହିତ ଉଲ୍ଲାସ କରୁଅଛି,,


ଯଦି ତୀମଥି ଯାଆନ୍ତି, ତେବେ ଯେପରି ନିର୍ଭୟରେ ତୁମ୍ଭମାନଙ୍କ ମଧ୍ୟରେ ରୁହନ୍ତି, ସେ ବିଷୟରେ ମନୋଯୋଗ କର, କାରଣ ମୁଁ ଯେପରି, ସେ ମଧ୍ୟ ସେହିପରି ପ୍ରଭୁଙ୍କ କାର୍ଯ୍ୟ କରନ୍ତି,


କାରଣ ଏହି କ୍ଷୟ ଶରୀରକୁ ଅକ୍ଷୟତାରୂପ ବସ୍ତ୍ର ପରିଧାନ କରିବାକୁ ହେବ, ଆଉ ଏହି ମର୍ତ୍ତ୍ୟ ଶରୀରକୁ ଅମରତାରୂପ ବସ୍ତ୍ର ପରିଧାନ କରିବାକୁ ହେବ।


ସେମାନେ ମୋହର ପ୍ରାଣ ନିମନ୍ତେ ଆପଣା ଆପଣା ପ୍ରାଣକୁ ବିପଦଗ୍ରସ୍ତ କଲେ; କେବଳ ମୁଁ ଯେ ସେମାନଙ୍କୁ ଧନ୍ୟବାଦ ଦେଉଅଛି, ତାହା ନୁହେଁ, କିନ୍ତୁ ବିଜାତିମାନଙ୍କ ମଣ୍ତଳୀସମୂହ ମଧ୍ୟ ସେମାନଙ୍କୁ ଧନ୍ୟବାଦ ଦେଉଅଛନ୍ତି;


ଏହିପ୍ରକାରେ ଆମ୍ଭମାନଙ୍କଠାରେ ମୃତ୍ୟୁ, କିନ୍ତୁ ତୁମ୍ଭମାନଙ୍କଠାରେ ଜୀବନ କାର୍ଯ୍ୟ ସାଧନ କରୁଅଛି।


Swiv nou:

Piblisite


Piblisite