Biblia Todo Logo
Bib sou entènèt

- Piblisite -




ଫିଲିପୀୟ 1:27 - ପବିତ୍ର ବାଇବଲ (Re-edited) - (BSI)

27 ମୋହର ଏହିମାତ୍ର ଇଚ୍ଛା, ଖ୍ରୀଷ୍ଟଙ୍କ ସୁସମାଚାରର ଯୋଗ୍ୟ ପ୍ରଜା ସ୍ଵରୂପେ ଆଚରଣ କର, ଯେପରି ମୁଁ ଉପସ୍ଥିତ ହୋଇ ତୁମ୍ଭମାନଙ୍କୁ ଦେଖିଲେ ଅବା ଅନୁପସ୍ଥିତ ଥାଇ ତୁମ୍ଭମାନଙ୍କ ବିଷୟରେ ଶୁଣିଲେ ଜାଣି ପାରିବି ଯେ, ତୁମ୍ଭେମାନେ ଏକ ଆତ୍ମାରେ ସ୍ଥିର ରହି ସୁସମାଚାରର ବିଶ୍ଵାସ ନିମନ୍ତେ ଏକ ପ୍ରାଣରେ ଏକ ସଙ୍ଗରେ ଉଦ୍ୟମ କରୁଅଛ,

Gade chapit la Kopi

ଓଡିଆ ବାଇବେଲ

27 ମୋହର ଏହି ମାତ୍ର ଇଚ୍ଛା, ଖ୍ରୀଷ୍ଟଙ୍କ ସୁସମାଚାରର ଯୋଗ୍ୟ ପ୍ରଜା ସ୍ୱରୂପେ ଆଚରଣ କର, ଯେପରି ମୁଁ ଉପସ୍ଥିତ ହୋଇ ତୁମ୍ଭମାନଙ୍କୁ ଦେଖିଲେ ଅବା ଅନୁପସ୍ଥିତ ଥାଇ ତୁମ୍ଭମାନଙ୍କ ବିଷୟରେ ଶୁଣିଲେ ଜାଣି ପାରିବି ଯେ, ତୁମ୍ଭେମାନେ ଏକ ଆତ୍ମାରେ ସ୍ଥିର ରହି ସୁସମାଚାରର ବିଶ୍ୱାସ ନିମନ୍ତେ ଏକ ପ୍ରାଣରେ ଏକସଙ୍ଗରେ ଉଦ୍ୟମ କରୁଅଛ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

27 ମୁଁ ତୁମ୍ଭମାନଙ୍କୁ ଦେଖିପା ପାଇଁ ଯିବାକୁ ସମର୍ଥ ହୁଏ ଅବା ନ ହୁଏ, ବର୍ତ୍ତମାନ ପ୍ରଧାନ ବିଷୟ ହେଉଛି, ତୁମ୍ଭମାନଙ୍କର ଜୀବନ ପ୍ରଣାଳୀ ଯେପରି ଖ୍ରୀଷ୍ଟଙ୍କ ସୁସମାଚାରର ଅନୁରୂପ ହେବ - ମୁଁ ଯେପରି ଶୁଣିବି, ତୁମ୍ଭେମାନେ ଏକ ଉଦ୍ଦେଶ୍ୟ ନେଇ ଦୃଢ଼ ରୂପେ ଠିଆ ହୋଇଛ ଓ ଏକ ଆକାଂକ୍ଷା ନେଇ ସୁସମାଚାର ବିଶ୍ୱାସ ନିମନ୍ତେ ଏକକ ସଂଗ୍ରାମ କରୁଛ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ମୋହର ଏହି ମାତ୍ର ଇଚ୍ଛା, ଖ୍ରୀଷ୍ଟଙ୍କ ସୁସମାଚାରର ଯୋଗ୍ୟ ପ୍ରଜା ସ୍ୱରୂପେ ଆଚରଣ କର, ଯେପରି ମୁଁ ଉପସ୍ଥିତ ହୋଇ ତୁମ୍ଭମାନଙ୍କୁ ଦେଖିଲେ ଅବା ଅନୁପସ୍ଥିତ ଥାଇ ତୁମ୍ଭମାନଙ୍କ ବିଷୟରେ ଶୁଣିଲେ ଜାଣି ପାରିବି ଯେ, ତୁମ୍ଭେମାନେ ଏକ ଆତ୍ମାରେ ସ୍ଥିର ରହି ସୁସମାଚାରର ବିଶ୍ୱାସ ନିମନ୍ତେ ଏକ ପ୍ରାଣରେ ଏକସଙ୍ଗରେ ଉଦ୍ୟମ କରୁଅଛ,

Gade chapit la Kopi

ପବିତ୍ର ବାଇବଲ

27 ଖ୍ରୀଷ୍ଟଙ୍କ ସୁସମାଗ୍ଭର ଯୋଗ୍ୟ ଜୀବନଯାପନ କରିବା ପାଇଁ ଦୃଢ଼ ସଂକଳ୍ପ ହୁଅ। ଏହା ଦ୍ୱାରା ମୁଁ ତୁମ୍ଭ ପାଖକୁ ଯାଇ ତୁମ୍ଭକୁ ଦେଖେ ବା ତୁମ୍ଭଠାରୁ ଦୂରରେ ଥାଏ; ତୁମ୍ଭ ବିଷୟରେ ଶୁଣିବି ଯେ ତୁମ୍ଭେମାନେ ଏକ ଉଦ୍ଦେଶ୍ୟରେ, ଏକମନ ହୋଇ, ସୁସମାଗ୍ଭରରୁ ଉତ୍ପନ୍ନ ବିଶ୍ୱାସ ପାଇଁ ଦୃଢ଼ ଭାବରେ କାର୍ଯ୍ୟ କରୁଛ।

Gade chapit la Kopi




ଫିଲିପୀୟ 1:27
53 Referans Kwoze  

ଅତଏବ, ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ, ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ଵାନରେ ଆହୂତ ହୋଇଅଛ, ସେଥିର ଯୋଗ୍ୟଆଚରଣ କର,


ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଯେପରି ତୁମ୍ଭେମାନେ ସମସ୍ତେ ଏକ କଥା କୁହ, ଆଉ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ନ ହୁଏ, କିନ୍ତୁ ତୁମ୍ଭେମାନେ ଏକ ମନରେ ଓ ଏକ ବିଚାରରେ ସମ୍ମିଳିତ ହୁଅ।


ଅତଏବ, ହେ ପ୍ରିୟମାନେ, ତୁମ୍ଭେମାନେ ଏହିସମସ୍ତ ବିଷୟ ଅପେକ୍ଷା କରୁଥିବାରୁ ତାହାଙ୍କ ଛାମୁରେ ଯେପରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ, ଏଥିପାଇଁ ଯନି କର;


ସମସ୍ତ ଆତ୍ମିକ ଜ୍ଞାନ ଓ ବୁଦ୍ଧିରେ ପ୍ରଭୁଙ୍କୁ ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯୋଗ୍ୟ ଆଚରଣ କର, ଅର୍ଥାତ୍, ଈଶ୍ଵରଙ୍କ ତତ୍ତ୍ଵଜ୍ଞାନରେ ବଢ଼ି, ସମସ୍ତ ସତ୍କର୍ମର ଫଳରେ ଫଳବାନ ହୁଅ


ହେ ପ୍ରିୟମାନେ, ମୁଁ ଆମ୍ଭମାନଙ୍କର ସାଧାରଣ ପରିତ୍ରାଣ ସମ୍ଵନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବାକୁ ବିଶେଷ ଯନିଶୀଳ ହୋଇ ସାଧୁମାନଙ୍କ ନିକଟରେ ଏକାଥରକେ ସମର୍ପିତ ବିଶ୍ଵାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରିବା ପାଇଁ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଲେଖିବା ଆବଶ୍ୟକ ମନେ କଲି।


ଅତଏବ, ହେ ଭାଇମାନେ, ଅବଶେଷରେ କିପ୍ରକାରେ ଆଚରଣ କରି ଈଶ୍ଵରଙ୍କୁ ସନ୍ତୁଷ୍ଟ କରିବା ଉଚିତ, ସେ ସମ୍ଵନ୍ଧରେ ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଯେପ୍ରକାର ଶିକ୍ଷା ପ୍ରାପ୍ତ ହେଲ, ଆଉ ତୁମ୍ଭେମାନେ ମଧ୍ୟ ଯେପ୍ରକାର ଆଚରଣ କରୁଅଛ, ତଦନୁସାରେ ଆହୁରି ଅଧିକ ଅଗ୍ରସର ହେବା ନିମନ୍ତେ ଆମ୍ଭେମାନେ ପ୍ରଭୁ ଯୀଶୁଙ୍କ ନାମରେ ତୁମ୍ଭମାନଙ୍କୁ ଅନୁରୋଧ କରି ଉତ୍ସାହ ଦେଉଅଛୁ।


ଅତଏବ, ହେ ମୋହର ପ୍ରିୟମାନେ, ଯେପରି ତୁମ୍ଭେମାନେ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୋହର ସାକ୍ଷାତରେ କଲା ପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅସାକ୍ଷାତରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣା ଆପଣା ପରିତ୍ରାଣ ସାଧନ କର,


କାରଣ ଏପରି ଅନେକ ଅଛନ୍ତି, ଯେଉଁମାନଙ୍କର ଆଚରଣ ବିଷୟରେ ମୁଁ ତୁମ୍ଭମାନଙ୍କୁ ଥରକୁଥର କହିଅଛି, ଆଉ ବର୍ତ୍ତମାନ ମଧ୍ୟ କାନ୍ଦି କାନ୍ଦି କହୁଅଛି, ସେମାନେ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ;


ଶେଷରେ, ହେ ଭାଇମାନେ, ଆନନ୍ଦ କର, ସିଦ୍ଧ ହୁଅ, ଚେତନା ଗ୍ରହଣ କର, ଏକମନା ହୁଅ, ଶାନ୍ତିରେ ବାସ କର, ଆଉ ପ୍ରେମ ଓ ଶାନ୍ତିର ଈଶ୍ଵର ତୁମ୍ଭମାନଙ୍କ ସହିତ ରହିବେ,।


ବିଶ୍ଵାସକାରୀ ଲୋକସମୂହ ଏକଚିତ୍ତ ଓ ଏକପ୍ରାଣ ଥିଲେ; ସେମାନଙ୍କ ମଧ୍ୟରୁ କେହିହେଲେ ଆପଣା ସମ୍ପତ୍ତି ମଧ୍ୟରୁ କିଛି ନିଜର ବୋଲି କହୁ ନ ଥିଲେ, କିନ୍ତୁ ସେମାନଙ୍କର ସମସ୍ତ ବିଷୟ ସାଧାରଣ ଥିଲା।


ଦେଖ, ଭାଇମାନେ ମିଳନରେ ଏକତ୍ର ବାସ କରିବା କିପରି ଉତ୍ତମ ଓ ମନୋହର !


ଆଉ, ସେମାନଙ୍କର ଓ ସେମାନଙ୍କ ଉତ୍ତାରେ ସେମାନଙ୍କ ସନ୍ତାନଗଣର ମଙ୍ଗଳ ନିମନ୍ତେ ସେମାନେ ଯେପରି ସଦା କାଳ ଆମ୍ଭକୁ ଭୟ କରିବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ଏକ ଚିତ୍ତ ଓ ଏକ ପଥ ଦେବା;


ଏହିସମସ୍ତ ବିଷୟ ଏହି ପ୍ରକାରେ ଲୁପ୍ତ ହେବାରୁ, ଈଶ୍ଵରଙ୍କ ଯେଉଁ ଦିନରେ ଆକାଶମଣ୍ତଳ ଜ୍ଵଳିଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁସବୁ ପ୍ରଚଣ୍ତ ଉତ୍ତାପରେ ତରଳିଯିବ,


ଅତଏବ, ହେ ମୋହର ପ୍ରିୟ ଭାଇମାନେ, ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ପରିଶ୍ରମ ନିଷ୍ଫଳ ନୁହେଁ, ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯନିବାନ୍ ହୁଅ।


କାରଣ ମୁଁ ସୁସମାଚାର ସମ୍ଵନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ପ୍ରତ୍ୟେକ ବିଶ୍ଵାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ଵରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୁଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍ ପକ୍ଷରେ।


ପୁଣି, ଶାନ୍ତିକାରକ ଲୋକମାନଙ୍କ ଦ୍ଵାରା ଧର୍ମରୂପ ଫଳର ବୀଜ ଶାନ୍ତିରେ ବୁଣାଯାଏ।


ମୁଁ ମୋହର ପ୍ରାର୍ଥନାରେ ତୁମ୍ଭର ନାମ ଉଲ୍ଲେଖ କରି ସର୍ବଦା ମୋହର ଈଶ୍ଵରଙ୍କୁ ଧନ୍ୟବାଦ ଦେଉଅଛି,


ପ୍ରତିବାଦ ନ କରନ୍ତୁ, କିଛି ହିଁ ଚୋରି ନ କରି ବରଂ ସମ୍ପୂର୍ଣ୍ଣ ବିଶ୍ଵସ୍ତତା ପ୍ରକାଶ କରନ୍ତୁ, ଯେପରି ସେମାନେ ସବୁ ବିଷୟରେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ଵରଙ୍କ ଶିକ୍ଷାର ଅଳଙ୍କାର ସ୍ଵରୂପ ହୁଅନ୍ତି।


ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ଵାସ ରକ୍ଷା କରିଅଛି;


ବିଶ୍ଵାସ ଓ ଶୁଚି ବିବେକ ଧରି ରଖ; ତାହା ପରିତ୍ୟାଗ କରିବାରୁ କେତେକଙ୍କର ବିଶ୍ଵାସରୂପ ଜାହାଜ ଭଗ୍ନ ହୋଇଅଛି;


ଏହା ତ ମୋʼ ନିକଟରେ ସମର୍ପିତ ପରମଧନ୍ୟ ଈଶ୍ଵରଙ୍କ ଗୌରବମୟ ସୁସମାଚାରର ଶିକ୍ଷା ଅନୁଯାୟୀ ଅଟେ।


ଆଉ, ସେମାନେ ଏକଚିତ୍ତ ହୋଇ ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ଓ ଘରେ ଘରେ ରୋଟୀ ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନପାନ କରି ଈଶ୍ଵରଙ୍କ ପ୍ରଶଂସା କରୁଥିଲେ ପ୍ରେରିତ. ୧:୧୪ ଲୂକ. ୨୪:୫୩


କିନ୍ତୁ ଯୀଶୁ ସେମାନଙ୍କ ମନର ଚିନ୍ତା ଜାଣି ସେମାନଙ୍କୁ କହିଲେ, ଯେକୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ଉତ୍ସନ୍ନ ହୋଇଯାଏ; ପୁଣି, ଯେକୌଣସି ନଗର କିମ୍ଵା ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ସ୍ଥିର ହୋଇ ରହିବ ନାହିଁ।


ଯେହେତୁ ସଦାପ୍ରଭୁ ସେମାନଙ୍କ ପକ୍ଷରେ ପ୍ରତିବାଦ କରିବେ, ପୁଣି ଯେଉଁମାନେ ସେମାନଙ୍କ ଦ୍ରବ୍ୟ ଅପହରଣ କରିବେ, ସେ ସେମାନଙ୍କର ପ୍ରାଣ ଅପହରଣ କରିବେ।


କିନ୍ତୁ ଏବେ ତୀମଥି ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କ ନିକଟକୁ ଫେରି ଆସି ତୁମ୍ଭମାନଙ୍କ ବିଶ୍ଵାସ ଓ ପ୍ରେମ ସମ୍ଵନ୍ଧରେ, ପୁଣି ଆମ୍ଭେମାନେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛୁ, ସେହିପରି ତୁମ୍ଭେମାନେ ସର୍ବଦା ଆମ୍ଭମାନଙ୍କୁ ସାଦରେ ସ୍ମରଣରେ ରଖି ଯେ ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛ, ଏ ବିଷୟରେ ଆମ୍ଭମାନଙ୍କୁ ଶୁଭ ସମ୍ଵାଦ ଦେଇଅଛନ୍ତି;


ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଈଶ୍ଵରଙ୍କୁ ସର୍ବଦା ଧନ୍ୟବାଦ ଦେଉଅଛୁ;


କିନ୍ତୁ ମୁଁ ପ୍ରଭୁଙ୍କଠାରେ ବିଶ୍ଵାସ କରୁ ଅଛି ଯେ, ମୁଁ ନିଜେ ମଧ୍ୟ ଶୀଘ୍ର ଯିବି।


ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ଯେଉଁ ବିଶ୍ଵାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ,


ତାହାଙ୍କଠାରେ ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ, ଅର୍ଥାତ୍, ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ଵାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ଵାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ;


ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି।


ଅର୍ଥାତ୍ ଏହି ସେବାକର୍ମର ପ୍ରମାଣ ପାଇ ଲୋକେ ତୁମ୍ଭମାନଙ୍କ ସ୍ଵୀକାର କରୁଥିବା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତି ବାଧ୍ୟତା, ପୁଣି ସାଧୁମାନଙ୍କ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ସହଭାଗିତାର ସରଳତା ସକାଶେ ଈଶ୍ଵରଙ୍କ ମହିମା କୀର୍ତ୍ତନ କରୁଅଛନ୍ତି,


ଈଶ୍ଵରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହିପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥିନିମନ୍ତେ ଏହି ଜଗତ୍ପତି ଅବିଶ୍ଵାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି।


ଆଉ ମୁଁ ଜାଣେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବି, ସେତେବେଳେ ଖ୍ରୀଷ୍ଟଙ୍କ ଆଶୀର୍ବାଦର ପୂର୍ଣ୍ଣତାରେ ଉପସ୍ଥିତ ହେବି।


କାରଣ ବିଜାତିମାନେ ଯେପରି ପବିତ୍ର ଆତ୍ମାଙ୍କ ଦ୍ଵାରା ପବିତ୍ରୀକୃତ ହୋଇ ନୈବେଦ୍ୟ ସ୍ଵରୂପେ ସୁଗ୍ରାହ୍ୟ ହୁଅନ୍ତି, ଏଥିନିମନ୍ତେ ସେମାନଙ୍କ ନିକଟରେ ଖ୍ରୀଷ୍ଟ ଯୀଶୁଙ୍କ ସେବକ ହୋଇ ଈଶ୍ଵରଙ୍କ ସୁସମାଚାରର ଯାଜକତ୍ଵ କରିବା ପାଇଁ ମୋତେ ସେହି ଅନୁଗ୍ରହ ଦତ୍ତ ହୋଇଅଛି।


କିନ୍ତୁ ତାହା କଅଣ କହେ? ‘ବାକ୍ୟ ତୁମ୍ଭର ନିକଟବର୍ତ୍ତୀ, ତୁମ୍ଭ ମୁଖରେ ଓ ତୁମ୍ଭ ହୃଦୟରେ ଅଛିʼ, ଅର୍ଥାତ୍ ଯେଉଁ ବିଶ୍ଵାସ ସମ୍ଵନ୍ଧୀୟ ବାକ୍ୟ ଆମ୍ଭେମାନେ ପ୍ରଚାର କରୁ, ସେହି ବାକ୍ୟ।”


କାରଣ ଯେପରି କୌଣସି ପ୍ରକାରେ ଏତେ ଦିନ ପରେ ଈଶ୍ଵରଙ୍କ ଇଚ୍ଛା ହେଲେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଥରେ ସୁଯୋଗ ପାଇ ପାରେ,


ଆଉ, ଯେଉଁ ବିଜାତିମାନଙ୍କ ମଧ୍ୟରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ଆହ୍ଵାନ ପ୍ରାପ୍ତ ହୋଇଅଛ,


କେତେକ ଦିନ ପରେ ଫେଲୀକ୍‍ସ୍‍, ଦ୍ରୂସିଲ୍ଲା ନାମ୍ନୀ ଆପଣା ଯିହୁଦୀୟା ଭାର୍ଯ୍ୟାଙ୍କ ସହିତ ଆସି ପାଉଲଙ୍କୁ ଡକାଇ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ଵାସ ବିଷୟ ତାଙ୍କଠାରୁ ଶୁଣିଲେ।


ହେ ଯିରୂଶାଲମ, ତୁମ୍ଭେ ସୁସଂଯୁକ୍ତ ଏକ ନଗର ତୁଲ୍ୟ ନିର୍ମିତ ହୋଇଅଛ;


ତୁମ୍ଭସମସ୍ତଙ୍କ ନିମନ୍ତେ ସର୍ବଦା ମୁଁ ମୋହର ପ୍ରତ୍ୟେକ ପ୍ରାର୍ଥନାରେ ଆନନ୍ଦ ସହ ନିବେଦନ କରୁଅଛି;


ଆମ୍ଭେମାନେ ତ ସ୍ଵର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ;


ଅତଏବ, ହେ ମୋହର ପ୍ରିୟ ଓ ଇଷ୍ଟ, ମୋହର ଆନନ୍ଦ ଓ ମୁକୁଟ ସ୍ଵରୂପ ଭ୍ରାତୃବୃନ୍ଦ, ଏହିପରି ଭାବରେ ପ୍ରଭୁଙ୍କଠାରେ ସ୍ଥିର ହୋଇଥାଅ।


ପୁଣି ସେ କହିଲା, ଯେବେ ଅରାମୀୟମାନେ ମୋତେ ବଳିବେ, ତେବେ ତୁମ୍ଭେ ମୋହର ସାହାଯ୍ୟ କରିବ; ମାତ୍ର ଯେବେ ଅମ୍ମୋନ-ସନ୍ତାନମାନେ ତୁମ୍ଭକୁ ବଳିବେ, ତେବେ ମୁଁ ତୁମ୍ଭର ସାହାଯ୍ୟ କରିବି।


Swiv nou:

Piblisite


Piblisite