Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 8:12 - ପବିତ୍ର ବାଇବଲ (Re-edited) - (BSI)

12 ତହିଁ ଉତ୍ତାରେ ଲେବୀୟମାନେ ସେହି ଦୁଇ ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତର ନିର୍ଭର ଦେବେ; ତହୁଁ ତୁମ୍ଭେ ଲେବୀୟମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିକି ପାପାର୍ଥକ ବଳି ରୂପେ ଓ ଅନ୍ୟଟିକି ହୋମାର୍ଥକ ବଳି ରୂପେ ଉତ୍ସର୍ଗ କରିବ।

Gade chapit la Kopi

ଓଡିଆ ବାଇବେଲ

12 ତହିଁ ଉତ୍ତାରେ ଲେବୀୟମାନେ ସେହି ଦୁଇ ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତ ରଖିବେ; ତହୁଁ ତୁମ୍ଭେ ଲେବୀୟମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମାର୍ଥକ ବଳି ରୂପେ ଉତ୍ସର୍ଗ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ତହିଁ ଉତ୍ତାରେ ଲେବୀୟମାନେ ସେହି ଦୁଇ ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତ ରଖିବେ; ତହୁଁ ତୁମ୍ଭେ ଲେବୀୟମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମାର୍ଥକ ବଳି ରୂପେ ଉତ୍ସର୍ଗ କରିବ।

Gade chapit la Kopi

ପବିତ୍ର ବାଇବଲ

12 “ଲେବୀୟମାନଙ୍କୁ କୁହ ଏହି ଦୁଇ ଷଣ୍ଢର ମସ୍ତକରେ ସେମାନଙ୍କର ହସ୍ତ ରଖିବେ। ତହୁଁ ତୁମ୍ଭେ ଲେବୀୟମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।

Gade chapit la Kopi




ଗଣନା ପୁସ୍ତକ 8:12
25 Referans Kwoze  

ଅନନ୍ତର ତୁମ୍ଭେ ସମାଗମ-ତମ୍ଵୁ ସମ୍ମୁଖକୁ ସେହି ଗୋବତ୍ସ ଅଣାଇବ, ପୁଣି ହାରୋଣ ଓ ତାହାର ପୁତ୍ରଗଣ ସେହି ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତର ନିର୍ଭର ଦେବେ।


ପୁଣି ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ଵାରା ଶୁଚିକୃତ ହୁଏ, ଆଉ ରକ୍ତପାତ ବିନା ପାପମୋଚନ ହୁଏ ନାହିଁ।


ଆଉ, ସେ ପାପାର୍ଥକ ବଳିର ଗୋବତ୍ସ ଆଣିଲେ; ପୁଣି ହାରୋଣ ଓ ତାଙ୍କର ପୁତ୍ରଗଣ ସେହି ପାପାର୍ଥକ ବଳିର ଗୋବତ୍ସ-ମସ୍ତକରେ ହସ୍ତନିର୍ଭର ଦେଲେ।


ପୁଣି, ସେ ହୋମବଳିର ମସ୍ତକରେ ଆପଣା ହସ୍ତର ନିର୍ଭର ଦେବ; ତହିଁରେ ସେହି ବଳି ତାହାର ପ୍ରାୟଶ୍ଚିତ୍ତ ରୂପେ ଗ୍ରାହ୍ୟ ହେବ।


ତହିଁ ଉତ୍ତାରେ ସେମାନେ ଏକ ଗୋବତ୍ସ ଓ ତହିଁର ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟନୈବେଦ୍ୟ ଆଣନ୍ତୁ, ପୁଣି ତୁମ୍ଭେ ଆଉ ଏକ ଗୋବତ୍ସ ପାପାର୍ଥକ ବଳି ନିମନ୍ତେ ନେବ।


ତହୁଁ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଏହିସବୁ ଆଣି ତାହାର ପାପାର୍ଥକ ବଳି ଓ ହୋମାର୍ଥକ ବଳି ଉତ୍ସର୍ଗ କରିବ।


ପୁଣି ସେ ହୋମାର୍ଥେ ଏକବର୍ଷୀୟ ନିଖୁନ୍ତ ଏକ ମେଷବତ୍ସ ଓ ପାପାର୍ଥେ ଏକବର୍ଷୀୟ ନିଖୁନ୍ତ ଏକ ମେଷବତ୍ସ ଓ ମଙ୍ଗଳାର୍ଥେ ନିଖୁନ୍ତ ଏକ ମେଷ


ପୁଣି, ହାରୋଣ ସେହି ଜୀଅନ୍ତା ଛାଗର ମସ୍ତକରେ ଆପଣା ଦୁଇ ହସ୍ତର ନିର୍ଭର ଦେଇ ତାହା ଉପରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ଅପରାଧ ଓ ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ଵୀକାର କରିବ; ଆଉ, ତାହା ସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପ୍ରସ୍ତୁତ ଥିବା ମନୁଷ୍ୟ ହସ୍ତରେ ତାହାକୁ ପ୍ରାନ୍ତରକୁ ପଠାଇ ଦେବ।


ଏଉତ୍ତାରେ ହାରୋଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ, ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି, ଆପଣା ପାପାର୍ଥକ ବଳିର ସେହି ଗୋବତ୍ସକୁ ବଧ କରିବ।


ଆଉ, ହାରୋଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ, ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।


ପୁଣି, ତାହାର ପ୍ରାପ୍ତିର ସାଧ୍ୟାନୁସାରେ ଦୁଇ ଘୁଘୁ ଅବା ଦୁଇ କାପ୍ତାଛୁଆ ଆଣିବ; ଆଉ, ଏଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହୋମବଳି ହେବ।


ତହୁଁ ମୋଶା ହାରୋଣଙ୍କୁ କହିଲେ, ତୁମ୍ଭେ ବେଦି ନିକଟକୁ ଯାଇ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଆପଣାର ପାପାର୍ଥକ ବଳି ଓ ଆପଣା ହୋମବଳି ଉତ୍ସର୍ଗ କର, ପୁଣି ଆପଣା ନିମନ୍ତେ ଓ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର; ତହିଁ ଉତ୍ତାରୁ ଲୋକମାନଙ୍କର ଉପହାର ଉତ୍ସର୍ଗ କରି ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର।


ଯେପରି ଆଜି କରାଯାଇଅଛି, ସେପରି ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି।


ଅନନ୍ତର ସେ ହୋମାର୍ଥକ ମେଷ ଆଣିଲେ; ତହିଁରେ ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକରେ ହସ୍ତନିର୍ଭର ଦେଲେ।


ଆଉ, ସେ ଯେବେ ମେଷବତ୍ସ ଆଣିବାକୁ ଅସମର୍ଥ ହୁଏ, ତେବେ ସେ ଆପଣା କୃତ ପାପ ନିମନ୍ତେ ଦୋଷାର୍ଥକ ବଳି ରୂପେ ଦୁଇ ଘୁଘୁ ବା ଦୁଇ କାପ୍ତାଛୁଆ ଆଣି ତହିଁରୁ ଗୋଟିକି ପାପ ନିମନ୍ତେ ଓ ଅନ୍ୟଟିକି ହୋମ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।


ଆଉ, ମଙ୍ଗଳାର୍ଥକ ବଳିର ମେଷବତ୍ସଠାରୁ ନୀତ ମେଦ ତୁଲ୍ୟ ଏହାର ସକଳ ମେଦ ନେବ, ପୁଣି ଯାଜକ ବେଦିରେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଉପରେ ତାହା ଦଗ୍ଧ କରିବ; ଏହିରୂପେ ସେ ଯେଉଁ ପାପ କରିଅଛି, ସେହି ପାପ ସକାଶୁ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।


ପୁଣି, ସେ ସେହି ପାପାର୍ଥକ ବଳିର ଗୋବତ୍ସକୁ ଯେରୂପ କଲା, ଏହାକୁ ହିଁ ତଦ୍ରୂପ କରିବ; ଏହିରୂପେ ଯାଜକ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେମାନେ କ୍ଷମାପ୍ରାପ୍ତ ହେବେ।


ପୁଣି ସେ ସମାଗମ-ତମ୍ଵୁଦ୍ଵାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ ଆଣି ତାହା ମସ୍ତକରେ ହସ୍ତନିର୍ଭର ଦେଇ ସଦାପ୍ରଭୁଙ୍କ ଛାମୁରେ ତାକୁ ବଧ କରିବ।


ଏଉତ୍ତାରେ ମଣ୍ତଳୀର ପ୍ରାଚୀନବର୍ଗ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ-ମସ୍ତକରେ ହସ୍ତନିର୍ଭର ଦେବେଣ; ଆଉ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ ବଧ କରାଯିବ।


ପୁଣି ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣ ସମ୍ମୁଖରେ ଲେବୀୟମାନଙ୍କୁ ଉପସ୍ଥିତ କରାଇ ଦୋଳନୀୟ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।


ତହୁଁ ସେ ତାକୁ ବଧ କଲେ; ପୁଣି ମୋଶା ରକ୍ତ ନେଇ ଅଙ୍ଗୁଳି ଦ୍ଵାରା ବେଦିର ଚାରିଆଡ଼େ ଶୃଙ୍ଗ ଉପରେ ଦେଇ ବେଦିକି ପବିତ୍ର କଲେ; ଆଉ, ବେଦିମୂଳରେ ସେହି ରକ୍ତ ଢାଳିଦେଲେ ଓ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପବିତ୍ର କଲେ।


Swiv nou:

Piblisite


Piblisite