Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 4:5 - ପବିତ୍ର ବାଇବଲ (Re-edited) - (BSI)

5 ଛାଉଣି ଅଗ୍ରସର ହେବା ବେଳେ ହାରୋଣ ଓ ତାହାର ପୁତ୍ରଗଣ ଭିତରେ ଯାଇ ଆଚ୍ଛାଦନର ବିଚ୍ଛେଦବସ୍ତ୍ର ନେଇ ସାକ୍ଷ୍ୟ-ସିନ୍ଦୁକ ଢାଙ୍କିବେ

Gade chapit la Kopi

ଓଡିଆ ବାଇବେଲ

5 ଛାଉଣି ଅଗ୍ରସର ହେବା ସମୟରେ ହାରୋଣ ଓ ତାହାର ପୁତ୍ରଗଣ ଭିତରେ ଯାଇ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର ନେଇ ସାକ୍ଷ୍ୟ-ସିନ୍ଦୁକ ଢାଙ୍କିବେ

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଛାଉଣି ଅଗ୍ରସର ହେବା ସମୟରେ ହାରୋଣ ଓ ତାହାର ପୁତ୍ରଗଣ ଭିତରେ ଯାଇ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର ନେଇ ସାକ୍ଷ୍ୟ-ସିନ୍ଦୁକ ଢାଙ୍କିବେ

Gade chapit la Kopi

ପବିତ୍ର ବାଇବଲ

5 “ଯେତେବେଳେ ଛାଉଣି ସ୍ଥାନାନ୍ତର କରିବାର ସମୟ ହୁଏ, ତାଙ୍କର ପୁତ୍ରଗଣ ପରଦାରେ ପବିତ୍ର ନିୟମ ସିନ୍ଦୁକକୁ ଢାଙ୍କିବେ।

Gade chapit la Kopi




ଗଣନା ପୁସ୍ତକ 4:5
23 Referans Kwoze  

ପୁଣି, ଦ୍ଵିତୀୟ ଯବନିକାର ପଶ୍ଚାତରେ ତମ୍ଵୁର ଯେଉଁ ଭାଗ ଥିଲା, ତାହାକୁ ମହାପବିତ୍ର ସ୍ଥାନ ବୋଲି କହନ୍ତି;


ପୁଣି ଦେଖ, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ତ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳସବୁ ବିଦୀର୍ଣ୍ଣ ହେଲା,


ସେହି ପଥରେ ଯୀଶୁଙ୍କ ରକ୍ତ ଦ୍ଵାରା ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ନିମନ୍ତେ ଆମ୍ଭମାନଙ୍କର ସାହସ ଥିବାରୁ


ଆଉ, ସର୍ବଗୋଷ୍ଠୀୟମାନଙ୍କ ଉପରେ ଯେଉଁ ଓଢ଼ଣା ପଡ଼ିଅଛି ଓ ସର୍ବଦେଶୀୟମାନଙ୍କ ଉପରେ ଯେଉଁ ଆବରକ ବସ୍ତ୍ର ପ୍ରସାରିତ ହୋଇଅଛି, ତାହା ସେ ଏହି ପର୍ବତରେ ବିନାଶ କରିବେ।


ପ୍ରଥମରେ ଯିହୁଦା-ସନ୍ତାନଗଣର ଛାଉଣିର ଧ୍ଵଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା; ପୁଣି ଅମ୍ମୀନାଦବର ପୁତ୍ର ନହଶୋନ ସେମାନଙ୍କ ସୈନ୍ୟ ଉପରେ ଥିଲା।


ଏହିରୂପେ ଛାଉଣି ଅଗ୍ରସର ହେବା ବେଳେ ହାରୋଣ ଓ ତାଙ୍କର ପୁତ୍ରଗଣ ପବିତ୍ର ସ୍ଥାନ ଓ ପବିତ୍ର ସ୍ଥାନର ସମସ୍ତ ଦ୍ରବ୍ୟ ଢାଙ୍କିବାର ଶେଷ କଲା ଉତ୍ତାରେ କହାତ୍-ସନ୍ତାନଗଣ ତାହା ବହିବା ପାଇଁ ଆସିବେ; ମାତ୍ର ସେମାନଙ୍କର ମୃତ୍ୟୁ ଯେପରି ନ ହୁଏ, ଏଥିପାଇଁ ସେମାନେ ପବିତ୍ର ସ୍ଥାନ ସ୍ପର୍ଶ କରିବେ ନାହିଁ। ଏହା ହିଁ ସମାଗମ-ତମ୍ଵୁରେ କହାତ୍-ସନ୍ତାନଗଣର ଭାର ହେବ।


ପୁଣି ତହିଁ ମଧ୍ୟରେ ସାକ୍ଷ୍ୟସିନ୍ଦୁକ ରଖି ବିଚ୍ଛେଦବସ୍ତ୍ର ଟଙ୍ଗାଇ ସେହି ସିନ୍ଦୁକ ଆଚ୍ଛାଦନ କରିବ।


ଅନନ୍ତର ସେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର-ନିର୍ମିତ ଓ କିରୂବାକୃତିରେ ଚିତ୍ରିତ ଏକ ବିଚ୍ଛେଦବସ୍ତ୍ର ପ୍ରସ୍ତୁତ କଲେ।


ସାକ୍ଷ୍ୟସିନ୍ଦୁକ ସମ୍ମୁଖରେ ସ୍ଵର୍ଣ୍ଣର ଧୂପବେଦି ରଖିବ, ପୁଣି ଆବାସ-ଦ୍ଵାରର ଆଚ୍ଛାଦନବସ୍ତ୍ର ଟଙ୍ଗାଇବ।


ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆପଣା ଭ୍ରାତା ହାରୋଣକୁ କୁହ, ଯେପରି ତାହାର ମୃତ୍ୟୁ ନ ହୁଏ, ଏଥିପାଇଁ ବିଚ୍ଛେଦବସ୍ତ୍ର ଭିତରେ ସିନ୍ଦୁକର ଉପରିସ୍ଥିତ ପାପାଚ୍ଛାଦନ ସମ୍ମୁଖସ୍ଥ ପବିତ୍ର ସ୍ଥାନରେ ସର୍ବଦା ପ୍ରବେଶ କରିବ ନାହିଁ; କାରଣ ଆମ୍ଭେ ପାପାଚ୍ଛାଦନ ଉପରେ ମେଘରେ ଦର୍ଶନ ଦେବା।


ସମାଗମ-ତମ୍ଵୁରେ ମହାପବିତ୍ର ଦ୍ରବ୍ୟାଦିର (ରକ୍ଷା) କହାତ-ସନ୍ତାନଗଣର ସେବା ଅଟେ।


ମାତ୍ର ସେ କହାତ-ସନ୍ତାନଗଣକୁ କିଛି ଦେଲେ ନାହିଁ, କାରଣ ପବିତ୍ର ସ୍ଥାନର ସେବାକର୍ମ ସେମାନଙ୍କର ଥିଲା; ସେମାନେ ସ୍କନ୍ଧରେ ତାହା ବହିଲେ।


ଅନନ୍ତର ମୋଶା ଏହି ବ୍ୟବସ୍ଥା ଲେଖି ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଲେବୀୟ ଯାଜକମାନଙ୍କୁ ଓ ଇସ୍ରାଏଲର ସମସ୍ତ ପ୍ରାଚୀନ-ବର୍ଗଙ୍କଠାରେ ସମର୍ପଣ କଲେ।


ପୁଣି ବୈଥ୍-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକକୁ ଅନାଇବାରୁ ସେ ସେମାନଙ୍କୁ ବଧ କଲେ। ଲୋକମାନଙ୍କ ମଧ୍ୟରୁ ସତୁରି ଜଣ, ଅର୍ଥାତ୍, ହଜାରକେ ପଚାଶ ଜଣ ବଧ କଲେ; ପୁଣି ସଦାପ୍ରଭୁ ମହାସଂହାରରେ ଲୋକମାନଙ୍କର ସଂହାର କରିବାରୁ ସେମାନେ ବିଳାପ କଲେ।


ପୁଣି ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ମୋଶା ଯେପରି ଆଜ୍ଞା କରିଥିଲେ, ତଦନୁସାରେ ଲେବୀୟ ସନ୍ତାନମାନେ ପରମେଶ୍ଵରଙ୍କ ସିନ୍ଦୁକକୁ ତହିଁର ସାଙ୍ଗୀ ଦ୍ଵାରା ଆପଣା ଆପଣା କାନ୍ଧରେ ବହିଲେ।


ଆହୁରି ମଧ୍ୟ ଲେବୀୟମାନଙ୍କୁ ଆବାସ ଓ ତହିଁର ସେବାର୍ଥକ ପାତ୍ରସବୁ ବହିବାର ଆଉ ପ୍ରୟୋଜନ ହେବ ନାହିଁ।


ପୁଣି ସେ ନୀଳ ଓ ଧୂମ୍ର ଓ ସିନ୍ଦୂରବର୍ଣ୍ଣ ଓ କ୍ଷୌମସୂତ୍ରର ବିଚ୍ଛେଦବସ୍ତ୍ର ପ୍ରସ୍ତୁତ କରି ତହିଁ ଉପରେ କିରୂବଗଣର ଆକୃତି କଲେ।


Swiv nou:

Piblisite


Piblisite