Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 3:25 - ପବିତ୍ର ବାଇବଲ (Re-edited) - (BSI)

25 ପୁଣି ସମାଗମ-ତମ୍ଵୁର ଏହି ସମସ୍ତ ଦ୍ରବ୍ୟ ଗେର୍ଶୋନୀୟ ସନ୍ତାନମାନଙ୍କର ରକ୍ଷଣୀୟ ହେବ, ଯଥା, ଆବାସ ଓ ତମ୍ଵୁ, ତହିଁର ଛାତ, ଓ ସମାଗମ-ତମ୍ଵୁ ଦ୍ଵାରର ଆଚ୍ଛାଦନବସ୍ତ୍ର

Gade chapit la Kopi

ଓଡିଆ ବାଇବେଲ

25 ପୁଣି, ସମାଗମ-ତମ୍ବୁର ଏହି ସମସ୍ତ ଦ୍ରବ୍ୟ ଗେର୍ଶୋନୀୟ ସନ୍ତାନମାନଙ୍କର ରକ୍ଷଣୀୟ ହେବ, ଯଥା, ଆବାସ ଓ ତମ୍ବୁ, ତହିଁର ଛାତ ଓ ସମାଗମ-ତମ୍ବୁ ଦ୍ୱାରର ଆଚ୍ଛାଦନ ବସ୍ତ୍ର,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ପୁଣି, ସମାଗମ-ତମ୍ବୁର ଏହି ସମସ୍ତ ଦ୍ରବ୍ୟ ଗେର୍ଶୋନୀୟ ସନ୍ତାନମାନଙ୍କର ରକ୍ଷଣୀୟ ହେବ, ଯଥା, ଆବାସ ଓ ତମ୍ବୁ, ତହିଁର ଛାତ ଓ ସମାଗମ-ତମ୍ବୁ ଦ୍ୱାରର ଆଚ୍ଛାଦନ ବସ୍ତ୍ର,

Gade chapit la Kopi

ପବିତ୍ର ବାଇବଲ

25 ସମାଗମ-ତମ୍ବୁରେ ଗେର୍ଶୋନର ପରିବାରର କର୍ତ୍ତବ୍ୟ ଥିଲା, ପବିତ୍ର ତମ୍ବୁର ଛାତ ଏବଂ ସମାଗମ-ତମ୍ବୁର ଫାଟକର ଆଚ୍ଛାଦନ କନାର ଯତ୍ନ ନେବା।

Gade chapit la Kopi




ଗଣନା ପୁସ୍ତକ 3:25
23 Referans Kwoze  

ଆବାସର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦେଖାଇବା, ତଦନୁସାରେ ତୁମ୍ଭେମାନେ ସବୁ କରିବ।


ହେ ବତ୍ସ ତୀମଥି, ତୁମ୍ଭ ବିଷୟରେ ପୂର୍ବରେ ଉକ୍ତ ସମସ୍ତ ଭାବବାଣୀ ଅନୁସାରେ ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି, ଯେପରି ତୁମ୍ଭେ ସେହି ସମସ୍ତ ଭାବବାଣୀ ସାହାଯ୍ୟରେ ଉତ୍ତମ ଯୁଦ୍ଧ କରି ପାର;


ଆର୍ଖିପ୍ପଙ୍କୁ କୁହ, ତୁମ୍ଭେ ପ୍ରଭୁଙ୍କ କାର୍ଯ୍ୟରେ ଯେଉଁ ସେବାର ପଦ ପାଇଅଛ, ତାହା ସମ୍ପନ୍ନ କରିବାକୁ ସାବଧାନ ହୋଇଥାଅ।


ତାହା ଏହିପରି, ଯେପରି ଜଣେ ବ୍ୟକ୍ତି ଆପଣା ଗୃହ ତ୍ୟାଗ କରି ବିଦେଶରେ ପ୍ରବାସ କରୁଅଛନ୍ତି, ଆଉ ସେ ଆପଣା ଦାସମାନଙ୍କୁ ଅଧିକାର ଦେଇ ପ୍ରତ୍ୟେକର କାର୍ଯ୍ୟ ନିରୂପଣ କରିଅଛନ୍ତି ଓ ଦ୍ଵାରୀକି ମଧ୍ୟ ଜାଗି ରହିବାକୁ ଆଜ୍ଞା ଦେଇଅଛନ୍ତି।


ଆଉ, ହିଜକୀୟ ଯାଜକମାନଙ୍କର ଓ ଲେବୀୟମାନଙ୍କର ପାଳିକ୍ରମେ ପାଳି ନିରୂପଣ କଲେ, ହୋମାର୍ଥକ ଓ ମଙ୍ଗଳାର୍ଥକ ବଳିଦାନ, ପରିଚର୍ଯ୍ୟା ଓ ସଦାପ୍ରଭୁଙ୍କ ଛାଉଣିର ଦ୍ଵାରସମୂହରେ ଧନ୍ୟବାଦ ଓ ପ୍ରଶଂସା କରିବା ନିମନ୍ତେ ଯାଜକ ଓ ଲେବୀୟମାନଙ୍କର ପ୍ରତି ଜଣକୁ ତାହାର ସେବାନୁସାରେ ନିଯୁକ୍ତ କଲେ।


ଏହେତୁ ସେମାନେ ସମାଗମ-ତମ୍ଵୁର ରକ୍ଷଣୀୟ ଓ ପବିତ୍ର-ସ୍ଥାନର ରକ୍ଷଣୀୟ ଓ ସଦାପ୍ରଭୁଙ୍କ ଗୃହର ସେବାକର୍ମ ନିମନ୍ତେ ଆପଣାମାନଙ୍କ ଭ୍ରାତା ହାରୋଣ-ସନ୍ତାନଗଣର ରକ୍ଷଣୀୟ ରକ୍ଷା କରିବେ।


ଏଉତ୍ତାରେ ଆବାସ ଭଙ୍ଗାଯାʼନ୍ତେ, ଗେର୍ଶୋନର ସନ୍ତାନଗଣ ଓ ମରାରିର ସନ୍ତାନଗଣ ସେହି ଆବାସ ବହି ଅଗ୍ରସର ହେଲେ।


ଗେର୍ଶୋନୀୟ-ସନ୍ତାନଗଣକୁ ସେମାନଙ୍କ ସେବାନୁସାରେ ସେ ଦୁଇ ଶଗଡ଼ ଓ ଚାରି ଗୋରୁ ଦେଲେ।


ଆଉ ସେମାନେ ଆବାସର ସେବାକର୍ମ କରିବା ନିମନ୍ତେ ସମାଗମ-ତମ୍ଵୁ ସମ୍ମୁଖରେ ତାହାର ଓ ସମସ୍ତ ମଣ୍ତଳୀର ରକ୍ଷଣୀୟ ରକ୍ଷା କରିବେ।


ପୁଣି ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଆବାସ-ଦ୍ଵାରରେ ଆଚ୍ଛାଦନବସ୍ତ୍ର ଟଙ୍ଗାଇଲେ


ତହୁଁ ସେ ଆବାସ ଉପରେ ତମ୍ଵୁ ବିସ୍ତାର କଲେ ଓ ତମ୍ଵୁ ଉପରେ ଛାତ ଦେଲେ;


ମାତ୍ର ତୁମ୍ଭେ ସାକ୍ଷ୍ୟର ଆବାସ ଓ ତହିଁର ସକଳ ଦ୍ରବ୍ୟ ଓ ତତ୍ସମ୍ଵନ୍ଧୀୟ ସମସ୍ତ ବିଷୟ ଉପରେ ଲେବୀୟ-ମାନଙ୍କୁ ନିଯୁକ୍ତ କରିବ; ସେମାନେ ଆବାସ ଓ ତହିଁର ସମସ୍ତ ଦ୍ରବ୍ୟ ବହିବେ ଓ ସେମାନେ ତହିଁର ସେବା କରିବେ ଓ ଆବାସର ଚାରିଆଡ଼େ ଛାଉଣି କରି ରହିବେ।


ପୁଣି ଲାୟେଲର ପୁତ୍ର ଇଲୀୟାସଫ୍ ଗେର୍ଶୋନୀୟ-ମାନଙ୍କ ପିତୃଗୃହର ଅଧିପତି ହେବ।


Swiv nou:

Piblisite


Piblisite